ରାୟଗଡ଼ା ପିଲା ପଢ଼ୁଛନ୍ତି ଆନ୍ଧ୍ର ସ୍କୁଲରେ

ରାୟଗଡ଼ା ଅଫିସ,୩୧ା୧୨: ପିଲା ଅଭାବ ଦର୍ଶାଇ ରାଜ୍ୟ ସରକାର ଅନେକ ସ୍କୁଲ ବନ୍ଦ କଲେ। ପରେ କରୋନା ଯୋଗୁ ଦୀର୍ଘ ୨ ବର୍ଷ ହେଲା ପ୍ରାଥମିକ ସ୍କୁଲଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦର ସୁଯୋଗ ନେଇଛି ଆନ୍ଧ୍ର। ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଥିବା ଓଡ଼ିଶା ସ୍କୁଲର ଛାତ୍ରୀଛାତ୍ର ଏବେ ଆନ୍ଧ୍ର ସ୍କୁଲରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। ଓଡ଼ିଶା ସ୍କୁଲରେ ପିଲା ନ ଥିବାରୁ ତାଲା ପଡ଼ୁଥିବାବେଳେ ଆନ୍ଧ୍ର ପକ୍ଷରୁ ଓଡ଼ିଶା ପିଲାଙ୍କୁ ବିନା ଟିସିରେ ନେଇ ସ୍କୁଲରେ ପାଠ ପଢ଼ାଇବା ସହ ବିଭିନ୍ନ ସୁବିଧା ଯୋଗାଯାଉଛି। ରାୟଗଡ଼ା ଜିଲାରୁ ଆସିଛି ଏଭଳି ଖବର।

ଓଡ଼ିଶାରେ ପ୍ରାଥମିକ ସ୍କୁଲ ବନ୍ଦ ଥିବାବେଳେ ଜୁନ୍‌ରୁ ଆନ୍ଧ୍ରର ସମସ୍ତ ସ୍କୁଲ ଖୋଲି ପାଠପଢ଼ା ଚାଲିଛି। ସୀମାନ୍ତ ରାୟଗଡ଼ା ସଦର ବ୍ଲକ କେରେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅନେକ ଛାତ୍ରୀଛାତ୍ର ଆନ୍ଧ୍ର ସ୍କୁଲକୁ ଯାଉଥିବା ଜଣାପଡ଼ିଛି। ଏ ନେଇ କେରେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପି. ଲକ୍ଷ୍ମୀ କହିଛନ୍ତି, ବିନା ଟିସିରେ ଆନ୍ଧ୍ର ବିଦ୍ୟାଳୟରେ ଏଠାକାର ପିଲା ଯାଇ ପାଠ ପଢ଼ୁଛନ୍ତି। ଗୁରୁବାର ଜଣେ ଅଭିଭାବକ ଆସି ଟିସି ପାଇଁ ଆବେଦନ କରିଥିଲେ। ଏବିଇଓଙ୍କ ଅନୁମତି ମାଗିଛି। ଅନୁମତି ମିଳିଲେ ଟିସି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତ-ଭଗବାନ ଦର୍ଶନ ପ୍ରତିବନ୍ଧକ ହଟୁ

ପୁରୀ ଅଫିସ,୫।୮: ଦେଶର ପ୍ରମୁଖ ମନ୍ଦିର ମଧ୍ୟରୁ ଶ୍ରୀମନ୍ଦିର ଅନ୍ୟତମ। ଏଠାକୁ ପ୍ରତ୍ୟହ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଆସିଥାନ୍ତି। ସାଧାରଣ ଦିନଗୁଡ଼ିକରେ...

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ବୁଧବାର ସନ୍ଧ୍ୟାରେ କରନ୍ତୁ ୧ ମିନିଟ୍‌ ନୀରବ ପ୍ରାର୍ଥନା

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଦୈନିକ ୧ହଜାରରୁ ଅଧିକ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏପରି ସ୍ଥିତିରେ କୋଭିଡ...

ଆଦାନୀ ଦେବ ଓଡ଼ିଶାକୁ ଆଲୋକ

ଭୁବନେଶ୍ୱର,୨୪।୬ (ବ୍ୟୁରୋ): ଓଡ଼ିଶା ପାଓ୍ବାର ଜେନେରେଶନ ଲିମିଟେଡ୍‌(ଓପିଜିସି)ର ୪୯% ଅଂଶଧନ ପ୍ରମୁଖ ଘରୋଇ କ୍ଷେତ୍ର ଶକ୍ତି ଉତ୍ପାଦନକାରୀ କମ୍ପାନୀ ଆଦାନୀ ପାଓ୍ବାର ଲିମିଟେଡ୍‌ (ଏପିଏଲ୍‌) ନିକଟକୁ...

୫ କୋଟିର ବ୍ୟାଙ୍କ ଠକେଇ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ରାଜଧାନୀରେ ବଡ଼ ଧରଣର ବ୍ୟାଙ୍କ୍‌ ଠକେଇ ହୋଇଛି। ସୁଧମୂଳ ମିଶି ୫ କୋଟି ଟଙ୍କାକୁ ଆଦାୟ କରିବାକୁ ଯାଇ ବ୍ୟାଙ୍କ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡିଛନ୍ତି।...

ସୋରଡ଼ା ଏନ୍‌ଏସି ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ସୋରଡ଼ା,୩୦ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଏନ୍‌ଏସିର ନବନିର୍ବାଚିତ ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଶିବଶଙ୍କର ପଣ୍ଡା। ଏହିଅବସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର...

ବିବାହ ବାର୍ଷିକରେ ରୋଗୀଙ୍କୁ ଫଳ ବାଣ୍ଟିଲେ

ବନ୍ତ,୫।୩(ସ୍ବ.ପ୍ର.)-ନିଜ ବିବାହ ବାର୍ଷିକରେ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବାଣ୍ଟି ପ୍ରଶଂସା ସାଉଣ୍ଟିଛନ୍ତି ବନ୍ତ ବ୍ଲକ ସରମରା ଗ୍ରାମର ଦମ୍ପତି ପ୍ରିୟବ୍ରତ ରାଉତ ଓ...

ଲୁଚକାଳି ଖେଳୁଛି ମୌସୁମୀ: ବର୍ଷାକୁ ଅନାଇ ଚିନ୍ତାରେ ଚାଷୀ

ବିଞ୍ଝାରପୁର,୨୬|୬(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ୭୦ରୁ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକେ ଚାଷ ଉପରେ ନିର୍ଭର କରନ୍ତି। ପ୍ରତିବର୍ଷ ବ୍ଲକର ବିଭିନ୍ନ ରାଜସ୍ବ ମୌଜାରେ ପ୍ରାୟତଃ ୧୪ହଜାର...

ବିଭିନ୍ନ ସ୍ଥାନରେ ଚଢ଼ାଉ: ୧୪ ଗାଡି ଜବତ, ୩୧ ହଜାର ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୮।୪(ଡି.ଏନ୍‌.ଏ): କରୋନା (କୋଭିଡ-୧୯)ର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଠାରୁ ଆରମ୍ଭକରି ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।...

Advertisement
Archives

Model This Week