Posted inଖେଳ

ଶାସ୍ତ୍ରୀ କହିଲେ ‘ସାରା ଜୀବନ ପାଇଁ ବ୍ୟାନ୍‌ ଲଗାଇଦେବା ଉଚିତ’

ମୁମ୍ବାଇ,୯।୪: ନିକଟରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଜୀବନରେ ଅଙ୍ଗେ ନିଭାଇଥିବା ଏକ ଛାତି ଥରା ଘଟଣା ଉପରୁ ପରଦା ଉଠାଇଥିଲେ। ଜଣେ ଖେଳାଳି ତାଙ୍କୁ ନିଶାରେ ୧୫ ମହଲା ବାଲକୋନୀର ତଳକୁ ଝୁଲାଇ ରଖିଥିଲେ। ଏପରିକି ତାଙ୍କର ଟିକିଏ ଅସାବଧାନତାରେ ଜୀବନ ଚାଲିଯାଇଥାନ୍ତା ବୋଲି ସେ କହିଥିଲେ। ଏହି ବୟାନକୁ ନେଇ ପ୍ରଥମେ ବିରେନ୍ଦ୍ର ସେହ୍ବାଗଙ୍କ ପରେ ପୂର୍ବତନ ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ତାଙ୍କ ସମର୍ଥନରେ ବାହାରିଛନ୍ତି।

ଶାସ୍ତ୍ରୀ କହିଛନ୍ତି, ଏହା ମଜା ତ ବିଲ୍‌କୁଲ ନୁହେଁ। ଜାଣେନା ଚହଲଙ୍କ ସହ ଏପରି କିଏ କରିଛନ୍ତି। ହେଲେ ତାଙ୍କର ମାନସିକ ସ୍ଥିତି ଠିକ୍‌ ନାହିଁ। ଯଦି ଏପରି ହୋଇଥାଏ ତେବେ ଏହା ଚିନ୍ତାର ବିଷୟ। କାହାର ନା କାହାର ଜୀବନ ବିପଦରେ, କିଛି ଲୋକ ଭାବୁଛନ୍ତି ଏହା ମଜାଦାର କଥା, ହେଲେ ମୋ’ ପାଇଁ ଏହା ହସିବାର କଥା ନୁହେଁ। ଯେଉଁ ବ୍ୟକ୍ତି ଏପରି କରିଛନ୍ତି ତାଙ୍କର ମାନସିକ ସ୍ଥିତି ଠିକ୍‌ ନାହିଁ। ଏଭଳି କଥା ଜୀବନରେ ପ୍ରଥମ ଥର ପାଇଁ ଶୁଣୁଛି। ସେହି ବ୍ୟକ୍ତିଙ୍କ ଉପରେ ସାରା ଜୀବନ ପାଇଁ ପ୍ରତିବନ୍ଧକ ଲଗାଇଦେବା ଉଚିତ। ଏଥିସହ ତାଙ୍କୁ ଚିକିତ୍ସା ଲାଗି ରିହାବ ସେଣ୍ଟରକୁ ପଠାଇବା ଉଚିତ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ୩୧ ବର୍ଷୀୟ ଚହଲ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ କଥାବାର୍ତ୍ତା ବେଳର ଏକ ଭିଡିଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଶେୟାର କରାଯାଇଥିଲା। ଏଥିରେ ଚହଲ କହିଥିଲେ ମୋର ଯେଉଁ କାହାଣୀ, ସେ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ମୁଁ ଆଜିଯାଏ କାହାକୁ କହିନାହିଁ। ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ସମୟରେ ନିଶାରେ ଥାଇ ଜଣେ ଖେଳାଳି ମୋତେ ଡାକିନେଇ ୧୫ ମହଲା ବାଲକୋନୀରୁ ଝୁଲାଇ ରଖିଥିଲେ। ମୁଁ ନିଜ ହାତରେ ତାଙ୍କ ମୁଣ୍ଡ ଧରିନେଇଥିଲି। ଯଦି ମୁଁ ହାତ ଛାଡ଼ି ଦେଇଥାନ୍ତି ତେବେ ୧୫ ମହଲାରୁ ତଳକୁ ପଡ଼ିଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡର ଏହି ଖେଳାଳିଙ୍କ ଖୁଲାସା: ପ୍ରଥମ ଟେଷ୍ଟ ସମୟରେ କୋହଲି ଚେତାଇ କହିଥିଲେ…

ଲଣ୍ଡନ,୩।୪: ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଓଲି ପୋପ୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଚାରି ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ...

୨୦ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌: ଇଂଲଣ୍ଡ ନକ୍‌ଆଉଟ୍‌କୁ ଉନ୍ନୀତ

ବୁଏନ୍ସଏୟାର୍ସ, ୨୭ା୫ (ପି.ଟି.): ଉରୁଗୁଏ ବିପକ୍ଷରେ ୩-୨ ଗୋଲ୍‌ରେ ବିଜୟ ହାସଲ କରି ଇଂଲଣ୍ଡ ୨୦ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।...

ମହିଳା ଫିଫା ବିଶ୍ୱକପ୍‌:ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା

ଲିଓନ,୩।୭(ଏଏଫ୍‌ପି)- ଆଲେକ୍ସ ମୋର୍ଗାନଙ୍କ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ଚଳିତ ମହିଳା ଫିଫା ବିଶ୍ୱକପ୍‌ ଫାଇନାଲରେ ସ୍ଥାନ ପକ୍କା କରିଛି। ସେମିଫାଇନାଲରେ ଆମେରିକା ୨-୧...

କାଉଣ୍ଟିରେ ପୃଥ୍ବୀ ଶ’ଙ୍କ ଦ୍ୱିଶତକ

ନର୍ଥହାମ୍ପଟନ୍‌,୧୦ା୮(ପି.ଟି.): ଭାରତୀୟ ଦଳରୁ ଦୂରରେ ଥିବା ଓପନର ପୃଥ୍ବୀ ଶ କାଉଣ୍ଟିରେ ଦ୍ୱିଶତକ ହାସଲ କରିଛନ୍ତି। ବୁଧବାର ଇଂଲଣ୍ଡର ଓ୍ବ୍‌ାନ୍‌ ଡେ କପ୍‌ରେ ନର୍ଥହାମ୍ପଟନଶାୟର ପକ୍ଷରୁ...

ସନରାଇଜର୍ସ ଆଗରେ ୧୭୦ ରନ୍‌ର ଟାର୍ଗେଟ ରଖିଲା ଲକ୍ଷ୍ନୌ

ମୁମ୍ବାଇ,୪।୪: ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ର ସୋମବାର ୧୨ ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୭ ଓ୍ବିକେଟ ହରାଇ ୧୬୯ ରନ୍‌ କରିଛି। ସନରାଇଜର୍ସ ହାଇଦ୍ରାବାଦ...

ଭାରତଠାରୁ ହାରି ପାକିସ୍ତାନ ବିଦା

ଚେନ୍ନାଇ, ୧୦।୮: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ଲିଗ୍‌ ପର୍ଯ୍ୟାୟ ବୁଧବାର ଶେଷ ହୋଇଛି। ଅନ୍ତିମ ଲିଗ୍‌ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଗୋଲରେ...

ପ୍ଲେ-ଅଫ୍‌ ଆଶା ଧୂଳିଶାତ୍‌: ପାରିଲେନି ବୋଲର

ଆବୁଧାବି,୮।୧୦: ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅପ୍‌କୁ ଉଠିବା ଆଶା ଧୂଳିଶାତ୍‌ ହୋଇଯାଇଛି। ପ୍ରଥମେ ଦଳକୁ ଯାହା ଦରକାର ଥିଲା ତାହା କରି ଦେଖାଇଥିଲେ ବ୍ୟାଟ୍ସମ୍ୟାନମାନେ। ହାଇଦ୍ରବାଦ୍‌ ଆଗରେ...

‘କାହା କ୍ୟାରିୟରକୁ କ୍ଷତି ପହଞ୍ଚାଇବା ମୋ ଉଦ୍ଦେଶ୍ୟ ନୁହେଁ’

ମୁମ୍ବାଇ,୨୨।୨: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ ସାକ୍ଷାତ୍‌କାର...

Advertisement
Archives

Model This Week