ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି। ଏହି ତିନି ତାରକାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ବେଶ ସ୍ବତନ୍ତ୍ର ଥିଲା। ରଶ୍ମିକା ସୋସିଆଲ ମିଡିଆରେ ଏହି ସାକ୍ଷାତର ଫଟୋ ଶେୟାର କରିବା ସହ ଥାଲାପତି ବିଜୟଙ୍କ ପ୍ରଶଂସା କରି ଏକ ସ୍ବତନ୍ତ୍ର ବାର୍ତ୍ତା ମଧ୍ୟ ଲେଖିଛନ୍ତି।
ରଶ୍ମିକା ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ତିନିଜଣ ହସମୁଖ ମୁଦ୍ରାରେ ନଜର ଆସୁଛନ୍ତି; ମଝିରେ ଛିଡ଼ା ହୋଇଥିବା ଥାଲାପତି ବିଜୟ ଉଭୟ ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ କାନ୍ଧ ଉପରେ ହାତ ରଖିଛନ୍ତି। ଦ୍ୱିତୀୟ ଫଟୋରେ ବିଜୟ ଦେବରକୋଣ୍ଡା ଥାଲାପତି ବିଜୟଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଥିବା ବେଳେ ପଛପଟେ ରଶ୍ମିକା ହସୁଥିବାର ନଜର ଆସୁଛନ୍ତି।
ଏହି ଫଟୋଗୁଡ଼ିକ ଶେୟାର କରି ରଶ୍ମିକା କ୍ୟାପସନରେ ଲେଖିଛନ୍ତି, ‘ବହୁତ ଦିନ ପରେ ବିଜୟ ସାରଙ୍କୁ ଭେଟିବାକୁ ଯାଇଥିଲି। ଏହି ଯାତ୍ରା ବାସ୍ତବରେ ଅତୁଳନୀୟକେବେଠାରୁ ଯେ ତାଙ୍କୁ ପସନ୍ଦ କରିଆସୁଛି ତାହା ମୋର ମନେ ମଧ୍ୟ ନାହିଁ, ସେଠାରୁ ଆରମ୍ଭ କରି ତାଙ୍କ ସହ କାମ କରିବାର ସୁଯୋଗ ପାଇବା ଏବଂ ଆଜି ଜଣେ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କୁ ସମ୍ମାନ ଜଣାଇବା ପର୍ଯ୍ୟନ୍ତ। ତାଙ୍କର ଏହି ଯାତ୍ରା ପ୍ରକୃତରେ ଅସାଧାରଣ। ସାର୍‌, ଆପଣଙ୍କ ପାଇଁ ସର୍ବଦା ଅନେକ ଭଲପାଇବା ଓ ଶୁଭେଚ୍ଛା ରହିଲା।’
ବିଜୟ ଦେବରକୋଣ୍ଡା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସାକ୍ଷାତର ଫଟୋ ଶେୟାର କରିଛନ୍ତି। ଥାଲାପତି ବିଜୟଙ୍କ ପ୍ରଶଂସା କରି ସେ ଲେଖିଛନ୍ତି, ‘ଥାଲାପତି ବିଜୟ ସାରଙ୍କ ସହ ସମୟ ବହୁତ ଭଲ କଟିଲା। ଦିନସାରା କାମର କ୍ଳାନ୍ତି ସତ୍ତ୍ୱେ ସେ ଆମକୁ ବହୁତ ଆପଣାର ଭାବେ ସ୍ବାଗତ କଲେ ଏବଂ ଜୀବନ, କାମ ତଥା ଦୁନିଆ ବିଷୟରେ ନିଜର ବ୍ୟକ୍ତିଗତ ଚିନ୍ତାଧାରା ବାଣ୍ଟିଲେ। ମାତ୍ର ଗୋଟିଏ ସାକ୍ଷାତରେ ହିଁ ସେ ମୋର ପ୍ରିୟ ବ୍ୟକ୍ତି ହୋଇଗଲେ। ପୁନର୍ବାର ଭେଟ ହେବା ପର୍ଯ୍ୟନ୍ତମୋର ଭଲପାଇବା ଓ ସମ୍ମାନ ରହିଲା।’
ରଶ୍ମିକା ମନ୍ଧାନାଙ୍କ ଲୁକ କଥା କହିଲେ, ସେ ଏକ ପାରମ୍ପାରିକ ପୋଷାକରେ ନଜର ଆସିଥିଲେ। ସେ ଏକ ବାଇଗଣୀ ରଙ୍ଗର ସାଟିନ ଶାଢ଼ୀ ପିନ୍ଧିଥିଲେ, ଯେଉଁଥିରେ ଥିବା ସୁନେଲି କାରୁକାର୍ଯ୍ୟ ତାଙ୍କ ରୂପକୁ ଏକ ରାଜକୀୟ ଛାପ ଦେଇଥିଲା। ସେ ଏହି ଶାଢ଼ୀ ସହିତ ମେଳ ଖାଉଥିବା ବ୍ଲାଉଜ ପିନ୍ଧିଥିଲେ। ଗଳାରେ ଚୋକର୍‌ ହାର, ଛୋଟ କାନଫୁଲ ଏବଂ ହାତରେ ଚୁଡ଼ି ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଥିଲା। ତାଙ୍କର ଲମ୍ବା ଖୋଲା କେଶ, କପାଳରେ ଏକ ଛୋଟ ବିନ୍ଦି ଏବଂ ମୁହଁରେ ଥିବା ହସ ତାଙ୍କ ପାରମ୍ପାରିକ ପୋଷାକରେ ଏକ ସ୍ବତନ୍ତ୍ର ଆକର୍ଷଣ ଯୋଡ଼ିଥିଲା।
ଅନ୍ୟପକ୍ଷରେ, ବିଜୟ ଦେବରକୋଣ୍ଡା ଏକ ବେଜ (ହାଲୁକା ମାଟିଆ) ରଙ୍ଗର ବନ୍ଦଗଲା ଜ୍ୟାକେଟ ଏବଂ କଳା ରଙ୍ଗର ଟ୍ରାଉଜର୍‌ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ଜ୍ୟାକେଟର ଚମତ୍କାର ଡିଜାଇନ ଏବଂ କଳା ଟ୍ରାଉଜରର ମେଳ ତାଙ୍କୁ ଏକ ଆକର୍ଷଣୀୟ ଓ ସ୍ବତନ୍ତ୍ର ଲୁକ ଦେଇଥିଲା। ସେହିପରି, ଥାଲାପତି ବିଜୟ ଏକ ନେଭି ବ୍ଲୁ ରଙ୍ଗର ଫୁଲ-ସ୍ଲିଭ ସାର୍ଟ ସହିତ କଳା ଟ୍ରାଉଜର୍‌ ପିନ୍ଧିଥିଲେ; ତାଙ୍କର ଏହି ପୋଷାକ ବେଶ ସରଳ ହେଲେ ମଧ୍ୟ ବେଶ ଆକର୍ଷଣୀୟ ଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ଜୟଆଲୁକ୍କାସ ପକ୍ଷରୁ ଜୟୱାଲି ଦିୱାଲି ଉତ୍ସବ

ଭୁବନେଶ୍ୱର, ୧୩ା୧୦: ପାର୍ବଣକୁ ଦୃଷ୍ଟିରେ ରଖି ଜୟଆଲୁକ୍କାସ ପକ୍ଷରୁ ‘ଜୟୱାଲି ଦିୱାଲି’ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଅଳଙ୍କାର ମେକିଙ୍ଗ ଚାର୍ଜ ଉପରେ ୫୦% ରିହାତି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

ବିଶ୍ୱକପ୍‌ ୨୦୨୭ ପୂର୍ବରୁ ଗମ୍ଭୀରଙ୍କୁ କୈଫ୍‌ଙ୍କ ଚେତାବନୀ, ବିରାଟ-ରୋହିତ ନୁହେଁ….

ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ…

ପନ୍ତଙ୍କ ସ୍ଥାନ ନେବାର ସୁଯୋଗ ପାଇପାରନ୍ତି ଏହି ଖେଳାଳି, ଟି ୨୦ ପରେ ଏବେ ଟେଷ୍ଟ ଟିମରେ…

ନୂଆଦିଲ୍ଲୀ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର-ବ୍ୟାଟର ଋଷଭ ପନ୍ତଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ଆହତ ସମସ୍ୟା ଯୋଗୁ…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?