Posted inଖେଳ

ରଣଜୀ ଟ୍ରଫି: ନାଗାଲାଣ୍ଡକୁ ୨୯୯ ରନ୍‌ରେ ହରାଇଲା ଓଡ଼ିଶା, ଚଳିତ ସିଜନର ପ୍ରଥମ ବିଜୟ!

ଭୁବନେଶ୍ୱର,୧୯ା୧୧: ରଣଜୀ ଟ୍ରଫିରେ ଓଡ଼ିଶା ଦଳ ଚଳିତ ସିଜନରେ ତା’ର ପ୍ରଥମ ବିଜୟ ହାସଲ କରିଛି। କିଟ୍‌ ଷ୍ଟାଡିୟମରେ ନାଗାଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ଦଳ ୨୯୯ ରନ୍‌ର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛି।

ଓଡ଼ିଶା ଦ୍ୱାରା ଦିଆଯାଇଥିବା ୪୬୫ ରନ୍‌ର ବଡ଼ ଟାର୍ଗେଟ୍‌କୁ ପିଛା କରି ନାଗାଲାଣ୍ଡ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୬୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଓଡ଼ିଶା ପାଇଁ ବୋଲିଂରେ ଗୋବିନ୍ଦ ପୋଦ୍ଦାର ସର୍ବାଧିକ ୫ଟି ୱିକେଟ୍‌ ନେଇଥିବା ବେଳେ ବାଦଲ ବିଶ୍ୱାଳ ୩ଟି ୱିକେଟ୍‌ ସଫଳତା ପାଇଥିଲେ।

ଓଡ଼ିଶାର ଏହି ବିଜୟରେ ବ୍ୟାଟ୍‌ସମ୍ୟାନ୍‌ ସ୍ବସ୍ତିକ୍‌ ସାମଲଙ୍କ (୧୬୯ ରନ୍‌) ଓ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ (୧୩୭ ରନ୍‌) ଶତକୀୟ ପାଳି ଏବଂ ଉଭୟଙ୍କ ମଧ୍ୟରେ ହୋଇଥିବା ୨୬୧ ରନ୍‌ର ମାରାଥନ୍‌ ପାର୍ଟନରଶିପ୍‌ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

ଦ୍ୱିତୀୟ ଇନିଂସରେ ୧୬୯ ରନ୍‌ର ପ୍ରଭାବଶାଳୀ ପାଳି ଖେଳିଥିବା ସ୍ବସ୍ତିକ ସାମଲ ‘ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌’ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଓଡ଼ିଶା ୫ଟି ମ୍ୟାଚ୍‌ରୁ ୭ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି।

ଓଡ଼ିଶା ଦଳ ପ୍ରଥମ ଇନିଂସରେ ୧୧୪ ରନ୍‌ର ଅଗ୍ରଣୀ ନେଇଥିଲା ଏବଂ ଦ୍ୱିତୀୟ ଇନିଂସ ୩୫୦/୫ ସ୍କୋରରେ ଘୋଷଣା କରି ନାଗାଲାଣ୍ଡ ସମ୍ମୁଖରେ ୪୬୫ ରନ୍‌ର ବିଶାଳ ଲକ୍ଷ୍ୟ ରଖିଥିଲା। ଶେଷ ଦିନରେ ନାଗାଲାଣ୍ଡର ଦ୍ୱିତୀୟ ଇନିଂସକୁ ଶୀଘ୍ର ସମାପ୍ତ କରି ଓଡ଼ିଶା ଦଳ ଚଳିତ ସିଜନରେ ନିଜର ବିଜୟ ଖାତା ଖୋଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ପାକିସ୍ତାନର ନୂଆ ଚାଲ୍‌: PoKରେ ନିର୍ବାଚନ କରିବାକୁ ଘୋଷଣା, ଭାରତ କହିଲା…

ନୂଆଦିଲ୍ଲୀ,୬।୬:ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ବିଧାନସଭା ପାଇଁ ନିର୍ବାଚନ ଆୟୋଜନ ଯୋଜନା କରୁଛି। ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା ଅବୈଧ ଏବଂ ବଳପୂର୍ବକ ଭାବରେ ଦଖଲ କରାଯାଇଥିବା ଭାରତୀୟ ଅଞ୍ଚଳ।…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri