Posted inଖେଳ

ନ୍ୟୁଜିଲାଣ୍ଡ ୨୬, ଭାରତ ମାତ୍ର ୧୪! କିୱି ମାଟିରେ ଟିମ୍‌ ଇଣ୍ଡିଆର ରେକର୍ଡ ନିରାଶାଜନକ, ୭ ବର୍ଷ…

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟି-୨୦ ସିରିଜ୍‌କୁ ୩-୨ରେ ଜିତିଛି ଟିମ୍‌ ଇଣ୍ଡିଆ। ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍‌ମାନେ କିୱି ବୋଲରଙ୍କୁ ନାକେଦମ୍‌ କରିଥିବା ବେଳେ ଚତୁର୍ଥ ଓ ପଞ୍ଚମ ମ୍ୟାଚ୍‌ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା ନ୍ୟୁଜିଲାଣ୍ଡ। ତେବେ ସିରିଜ୍‌ ଭାରତ ନାଁରେ ହୋଇଛି । ଏବେ ଉଭୟ ଦଳ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌। କିନ୍ତୁ ଏହି ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଏକ ରେକର୍ଡ ଚିନ୍ତା ବଢ଼ାଇଛି । ଗତ ୭ ବର୍ଷ ହେଲା ନ୍ୟୁଜିଲାଣ୍ଡ ମାଟିରେ ଭାରତ ଗୋଟିଏ ବି ଦିନିକିଆ ମ୍ୟାଚ୍‌ ଜିତିନାହିଁ ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ନଭେମ୍ବର ୪ରୁ ଆରମ୍ଭ ହେବ । ଏହା ପୂର୍ବରୁ ଉଭୟ ଦଳର ହେଡ୍‌ ଟୁ ହେଡ୍‌ ରେକର୍ଡ ଉପରେ ନଜର ପକାଇଲେ, ଭାରତର ପଲ୍ଲା ଭାରୀ ରହିଛି। ଏପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ୧୨୩ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି । ଏଥିରୁ ଭାରତ ୬୩ଟି ମ୍ୟାଚ୍‌ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୫୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ୭ଟି ମ୍ୟାଚ୍‌ର ଫଳାଫଳ ବାହାରିନଥିବା ବେଳେ ଗୋଟିଏ ମ୍ୟାଚ୍‌ ଟାଇ ରହିଛି।ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଥିଲେ ମଧ୍ୟ କିୱି ମାଟିରେ ଦଳର ରେକର୍ଡ ନିରାଶାଜନକ । ନ୍ୟୁଜିଲାଣ୍ଡରେ ଭାରତ ଏପର୍ଯ୍ୟନ୍ତ ୪୫ଟି ଦିନିକିଆ ଖେଳିଛି । ଏଥିରୁ ମାତ୍ର ୧୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଅନ୍ୟପଟେ ଘରୋଇ ଦଳ ଭାରତକୁ ୨୬ଟି ମ୍ୟାଚ୍‌ରେ ପରାସ୍ତ କରିଛି । ଗୋଟିଏ ମ୍ୟାଚ୍‌ ଟାଇ ରହିଥିବା ବେଳେ ୪ଟି ମ୍ୟାଚ୍‌ର ଫଳାଫଳ ବାହାରିନାହିଁ।

ନ୍ୟୁଜିଲାଣ୍ଡ ମାଟିରେ ଭାରତ ଶେଷ ଥର ପାଇଁ ୩ ଫେବୃଆରୀ ୨୦୧୯ରେ ଦିନିକିଆ ମ୍ୟାଚ୍‌ ଜିତିଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୫୨ ରନ୍‌ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୨୧୭ ରନ୍‌ କରିପାରିଥିଲା। ଫଳରେ ଭାରତ ୩୫ ରନ୍‌ରେ ମ୍ୟାଚ୍‌ ଜିତିଥିଲା। ଏହା ପରଠାରୁ ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ବିଜୟ ପାଇଁ ଅପେକ୍ଷା କରିଛି ଟିମ୍‌ ଇଣ୍ଡିଆ। ୨୦୧୯ ପରେ ଭାରତୀୟ ଦଳ ଦୁଇଥର ନ୍ୟୁଜିଲାଣ୍ଡ ଗସ୍ତ କରିଛି। କିନ୍ତୁ ଉଭୟ ଗସ୍ତରେ ଦିନିକିଆ ସିରିଜ୍‌ରେ ଭାରତକୁ ବିଜୟ ମିଳିନାହିଁ ।

୨୦୨୦ରେ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଭାରତକୁ ୩-୦ରେ ପରାସ୍ତ କରିଥିଲା। ସେହିପରି ୨୦୨୨ ଗସ୍ତରେ ପ୍ରଥମ ଦିନିକିଆରେ କିୱି ଦଳ ବିଜୟୀ ହୋଇଥିଲା। ଏହାପରେ ବାକି ଦୁଇଟି ମ୍ୟାଚ୍‌ ବର୍ଷା ଯୋଗୁଁ ଖେଳାଯାଇପାରିନଥିଲା। ଏବେ ୨୦୨୬ରେ ପୁଣି ଥରେ ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ସିରିଜ୍‌ ଖେଳିବାକୁ ଯାଉଛି ଭାରତ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ଷୟକ୍ଷତି ଅନୁଧ୍ୟାନ କଲେ ଜିଲାପାଳ: ୧୫ ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ…

ଭଞ୍ଜନଗର, ୩।୧୧ (ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ବାତ୍ୟା ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଭଞ୍ଜନଗର, ଆସିକା ଓ ସୋରଡ଼ା…

ହରଦୀପ ପୁରୀଙ୍କୁ ନେଇ ୩ ବଡ଼ ଆପତ୍ତି ଉଠାଇଲେ ବିଧାୟକ, ରାଜ୍ୟ ସଭା ନାମାଙ୍କନ….

ଭୋପାଳ,୩।୧୧: ମଧ୍ୟପ୍ରଦେଶରେ ରାଜ୍ୟ ସଭା ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ଭାଜପା ପ୍ରାର୍ଥୀ ହରଦୀପ ପୁରୀଙ୍କ ନାମାଙ୍କନକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ।…

ତୁମୁଡ଼ିବନ୍ଧ ବିଜେଡିରେ ନୂଆ ଇନିଂସ୍‌! ନବନିଯୁକ୍ତ ନେତାଙ୍କୁ ଭବ୍ୟ ସ୍ୱାଗତ, ଏକଜୁଟ୍‌ ହେଲେ କର୍ମୀ

ତୁମୁଡ଼ିବନ୍ଧ,୩।୧୧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଏକ…

ଅଳଙ୍କାର ଡକାୟତି ଗ୍ୟାଙ୍ଗକୁ ଧରିଲା ପୋଲିସ: ୫୦୦ ଗ୍ରାମ ସୁନା, ୧୧ କେଜି ରୁପା ଜବତ

ଖୋର୍ଦ୍ଧା,୩।୧୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଚୋରି କରି ଆତଙ୍କ ଖେଳାଉଥିବା ଏକ ଆନ୍ତଃ ଜିଲା ଡକାୟତ ଗ୍ୟାଙ୍ଗକୁ ଖୋର୍ଦ୍ଧା ପୋଲିସ ଧରିବାରେ…

ଧନତେରସରେ ସୁନା କିଣିବେ ନା ରୂପା? ଏକ୍ସପର୍ଟ କହିଲେ ସତ, ଜାଣନ୍ତୁ କେଉଁଥିରେ ମିଳିବ ଅଧିକ ଲାଭ!

ନୂଆଦିଲ୍ଲୀ,୩।୧୧: ଧନତେରସ ଏବଂ ଦୀପାବଳି ଅବସରରେ ସୁନା-ରୂପା କିଣିବା ଶୁଭ ବୋଲି ଧରାଯାଏ। ଏହି କାରଣରୁ ପର୍ୱପର୍ୱାଣି ଆସିବା କ୍ଷଣି ବଜାରରେ ଏହି ଦୁଇଟି ମୂଲ୍ୟବାନ ଧାତୁର…

୪ ଦିନରେ ପହଞ୍ଚିଲା ୧୦୦୦ରୁ ଅଧିକ ଗ୍ୟାସ୍‌ ସିଲିଣ୍ଡର

ଛତ୍ରପୁର, ୩।୧୧ (ଦିଲ୍ଲୀପ ସାମଲ): ବନ୍ୟା ବିପତ୍ତିର ଏହି କଠିନ ସମୟରେ ବିପନ୍ନଙ୍କ ନିକଟରେ ରନ୍ଧା ଖାଦ୍ୟ ପହଞ୍ଚାଇବାରେ ଗଞ୍ଜାମ ଜିଲାରେ ଓରମାସ୍‌ (ORMAS)ର ‘ଶକ୍ତିଗାଁ’ ଅଭିଯାନ…

ଧନତେରସ ପୂର୍ବରୁ ଖୁସି ଖବର: ୧ଲକ୍ଷ ୬ ହଜାର ଶସ୍ତା ହେଲା ରୂପା, ବିଶେଷଜ୍ଞ କହିଲେ ଆହୁରି…

ନୂଆଦିଲ୍ଲୀ,୩।୧୧: ଦୀପାବଳିରେ ଏଥର ରୂପାର ଶୁଭ ଉପହାର କିଣିବା ପାଇଁ (ଅଳଙ୍କାର) ବଜାରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଗତ କିଛି ମାସ ମଧ୍ୟରେ ରୂପା ଦରରେ…

ଶନିଙ୍କ ରାଶିକୁ ଚଳନ କରିବେ ରାହୁ: କର୍କଟ ସମେତ ୪ ରାଶିଙ୍କ ଉପରେ ହେବ ଧନବର୍ଷା! ଚାକିରିରେ ବଡ଼ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବର୍ତ୍ତମାନ ରାହୁ କୁମ୍ଭ ରାଶିରେ ଗୋଚର କରୁଥିବାବେଳେ ଡିସେମ୍ବର ୫ ତାରିଖରୁ ମକର ରାଶିରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?