Posted inTrending, ଖେଳ

ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ନଜରରେ ୪ ଐତିହାସିକ ରେକର୍ଡ: ହାତରେ ରହିଛି ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ,୩।୧୧: ନଭେମ୍ବର ୪ରୁ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ। ଏହି ସିରିଜ୍‌ରେ ଭାରତୀୟ ଦଳର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ନିଜର ଦମ୍‌ଦାର ଫର୍ମ ସହ ମଇଦାନକୁ ଓହ୍ଲାଇବାକୁ ଯାଉଥିବା ରୋହିତଙ୍କ ପାଖରେ ଏହି ସିରିଜ୍‌ରେ ୪ଟି ବଡ଼ ରେକର୍ଡ ହାସଲ କରିବାର ସୁଯୋଗ ରହିଛି।

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ୨୨୫ ରନ କରିଥିବା ରୋହିତ ଭଲ ଫର୍ମରେ ଅଛନ୍ତି। ନଭେମ୍ବର ୪ରେ ଅକଲାଣ୍ଡର ଇଡେନ ପାର୍କରେ ପ୍ରଥମ ଦିନିକିଆ ଖେଳାଯିବ। ନ୍ୟୁଜିଲାଣ୍ଡ ମାଟିରେ ରୋହିତଙ୍କ ରେକର୍ଡ ବିଶେଷ ଭଲ ନଥିଲେ ମଧ୍ୟ ଏହି ସିରିଜ୍‌ରେ ତାଙ୍କ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି।

ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାର ରେକର୍ଡ ପୂର୍ବରୁ ହିଁ ରୋହିତ ଶର୍ମାଙ୍କ ନାମରେ ରହିଛି। ଏପର୍ଯ୍ୟନ୍ତ ସେ ୩୮୧ଟି ଛକା ମାରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଆଉ ୧୯ଟି ଛକା ମାରିପାରିଲେ ଦିନିକିଆ କ୍ରିକେଟ୍‌ରେ ୪୦୦ ଛକା ମାରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟର୍‌ ହୋଇଯିବେ।

ରୋହିତ ଶର୍ମା ୫୧୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏପର୍ଯ୍ୟନ୍ତ ୨୦,୬୫୨ ରନ କରିଛନ୍ତି। ୨୧ ହଜାର ରନ ପୂରଣ କରିବାକୁ ତାଙ୍କୁ ଆଉ ୩୪୮ ରନ ଆବଶ୍ୟକ। ଏହି ମାଇଲଖୁଣ୍ଟ ହାସଲ କଲେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୧ ହଜାର ରନ କରିଥିବା ଚତୁର୍ଥ ଭାରତୀୟ ବ୍ୟାଟର୍‌ ହେବେ। ଏହା ପୂର୍ବରୁ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରାହୁଲ ଦ୍ରାବିଡ ଏହି ସଫଳତା ହାସଲ କରିଛନ୍ତି।

ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ SENA ଦେଶରେ ରୋହିତ ଏପର୍ଯ୍ୟନ୍ତ ୪,୯୬୪ ରନ କରିଛନ୍ତି। ଏହି ଦେଶଗୁଡ଼ିକରେ ୫ ହଜାର ରନ ପୂରଣ କରିବାକୁ ତାଙ୍କୁ ଆଉ ମାତ୍ର ୩୬ ରନ ଆବଶ୍ୟକ। ତେଣୁ ପ୍ରଥମ ଦିନିକିଆରେ ହିଁ ଏହି ରେକର୍ଡ ହାସଲ କରିବାର ସୁଯୋଗ ରହିଛି।

ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରୋହିତ ଶର୍ମା ଏପର୍ଯ୍ୟନ୍ତ ୯୮ ଥର ୫୦ କିମ୍ବା ତା’ଠାରୁ ଅଧିକ ରନ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଆଉ ଦୁଇଟି ଅର୍ଦ୍ଧଶତକ ହାସଲ କରିପାରିଲେ ତାଙ୍କର ୫୦ ପ୍ଲସ ସ୍କୋର ସଂଖ୍ୟା ୧୦୦ରେ ପହଞ୍ଚିବ। ଏପରି କରିପାରିଲେ ଦିନିକିଆ କ୍ରିକେଟ୍‌ରେ ୧୦୦ ଥର ୫୦ରୁ ଅଧିକ ରନ କରିବାରେ ସେ ବିଶ୍ୱର ଷଷ୍ଠ ବ୍ୟାଟର୍‌ ହେବେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅକଲ୍ୟାଣ୍ଡ ଦିନିକିଆ ପୂର୍ବରୁ ବଢ଼ିଲା ଶୁବମନ ଗିଲଙ୍କ ଚିନ୍ତା; ବିଜୟ ହାସଲ କରିବାକୁ ହେଲେ ଭାରତକୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ସିରିଜର ପ୍ରଥମ ମ୍ୟାଚ ଅକଲାଣ୍ଡର…

ଖେଳାଳିଙ୍କୁ ହୋମଓ୍ବାର୍କ ଦେଲେ କୋଚ ଗୌତମ ଗମ୍ଭୀର: କରିବାକୁ ପଡ଼ିବ ଏମିତି କାମ

ନୂଆଦିଲ୍ଲୀ,୩।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ଏବେ ବ୍ରେକ୍‌ରେ ଅଛନ୍ତି ଭାରତୀୟ ଟି-୨୦ ଦଳର ଖେଳାଳି। ପରବର୍ତ୍ତୀ ଟି-୨୦ ସିରିଜ ପୂର୍ବରୁ ସେମାନଙ୍କ ପାଖରେ ଏକ…

ନ୍ୟାୟପାଳିକା ଉପରେ ବର୍ଷିଲେ CJP ନେତା ସୌରଭ ଦାସ, ହେଲେ କାହିଁକି? ଜାଣନ୍ତୁ ପ୍ରକୃତ କାରଣ କ’ଣ

ନୂଆଦିଲ୍ଲୀ,୩।୧୧: CJP ନେତା ସୌରଭ ଦାସ ଗତକାଲି ବିଳମ୍ବିତ ରାତିରେ ‘X’ (ଟୁଇଟର) ମାଧ୍ୟମରେ ନ୍ୟାୟପାଳିକାକୁ ଟାର୍ଗେଟ କରିଛନ୍ତି। ସେ ବିଚାରପତିମାନଙ୍କ ଦ୍ୱାରା ଦିଆଯାଇଥିବା ରାୟଗୁଡ଼ିକ ଉପରେ…

ହୀରାକୁଦ ଜଳଭଣ୍ଡାରର ୨ ସ୍ଲୁଇସ ଗେଟ୍‌ ବନ୍ଦ: ୩ ଗେଟରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର,୩।୧୧(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

କ୍ରିକେଟ୍‌ରେ ଇତିହାସ ରଚିଲେ ପ୍ରେମା: ମାତ୍ର ୧୪ ବଲ୍‌ରେ କଲେ ଏମିତି କାରନାମା, ଭାଙ୍ଗିଲେ ପାକିସ୍ତାନୀ ଖେଳାଳିଙ୍କ ରେକର୍ଡ

ନୂଆଦିଲ୍ଲୀ,୩।୧୧:ଛକା ଓ ଚୌକା ବର୍ଷା କରି ମାତ୍ର ୧୪ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଉତ୍ତରାଖଣ୍ଡର ମହିଳା କ୍ରିକେଟର ପ୍ରେମା ରାୱତ। ସିନିୟର ମହିଳା ଟି-୨୦ ଟ୍ରଫିରେ…

ବେଲ୍‌ଜିୟମ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବ୍ରସେଲ୍ସ, ୩ା୧୧: ବେଲ୍‌ଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତାଙ୍କର ୫ ଦଳୀୟ ମେଣ୍ଟ ମଧ୍ୟରେ ବଜେଟ ଆଲୋଚନା ବିଫଳ ହେବା ପରେ ସୋମବାର ରାଜା ଫିଲିପ୍‌ଙ୍କୁ…

କିଏ ଜିଣିବ ଜଣା

ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦେଖାଦେଇଥିବା ସଦ୍ୟ ହିଂସା ନୂଆ କାହାଣୀ ଲେଖିବାକୁ ପ୍ରସ୍ତୁତ ହେଲାଣି। ସେଠାରେ ପ୍ରମୁଖ ସମ୍ପ୍ରଦାୟ ମଧ୍ୟରେ ଅଛନ୍ତି ହିନ୍ଦୁ ମେଇତି, ଆଦିବାସୀ…

ଭଗବାନ୍‌ଙ୍କ ମିଜାଜ ମଣିଷ ତିଆରି

ଧର୍ମର ଧାରଣା ଆଣି ମଣିଷ ଭଗବାନ୍‌ ତିଆରିକଲା ପରେ ଭଗବାନ୍‌ଙ୍କ ମିଜାଜ ବା ମୁଡ୍‌ ବି ତିଆରିକଲା। ଭଗବାନ୍‌ଙ୍କ ସାମର୍ଥ୍ୟ ବର୍ଣ୍ଣନା କରିବାକୁ ଯାଇ ଭଗବାନ୍‌ଙ୍କୁ ଯାଦୁକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?