Posted inଜାତୀୟ

ହରଦୀପ ପୁରୀଙ୍କୁ ନେଇ ୩ ବଡ଼ ଆପତ୍ତି ଉଠାଇଲେ ବିଧାୟକ, ରାଜ୍ୟ ସଭା ନାମାଙ୍କନ….

ଭୋପାଳ,୩।୧୧: ମଧ୍ୟପ୍ରଦେଶରେ ରାଜ୍ୟ ସଭା ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ଭାଜପା ପ୍ରାର୍ଥୀ ହରଦୀପ ପୁରୀଙ୍କ ନାମାଙ୍କନକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ। ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ହେମନ୍ତ କଟାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଏକାଧିକ ଆପତ୍ତି ଦାଖଲ କରିଛନ୍ତି । ଏନେଇ କଂଗ୍ରେସର ରାଜ୍ୟ ସଭାପତି ଜିତୁ ପଟୱାରୀ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଜିତୁ ପଟୱାରୀଙ୍କ କହିବା ଅନୁଯାୟୀ, ହେମନ୍ତ କଟାରେ ନାମାଙ୍କନ ସତ୍ୟପାଠକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସେ ଦାଖଲ କରିଥିବା ଆପତ୍ତିଗୁଡ଼ିକ ମଧ୍ୟରେ ରହିଛି:

ପତ୍ନୀଙ୍କ ସମ୍ପତ୍ତି ବିବରଣୀ: ନାମାଙ୍କନ ସତ୍ୟପାଠରେ ପତ୍ନୀଙ୍କ ନାମ ଓ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଉଲ୍ଲେଖ ହୋଇନଥିବା ଅଭିଯୋଗ।

ବିଦେଶରେ ସମ୍ପତ୍ତି: ଜେନେଭାରେ ଥିବା ଆପାର୍ଟମେଣ୍ଟ ଏବଂ ବିଦେଶୀ ବ୍ୟାଙ୍କ ଖାତାରେ ଥିବା ସମ୍ପତ୍ତିର ବିବରଣୀ ଓ ମୂଲ୍ୟାଙ୍କନକୁ ନେଇ ପ୍ରଶ୍ନ ଉଠାଯାଇଛି।

ନୋଟାରୀ ପ୍ରକ୍ରିୟା: ନାମାଙ୍କନ ସତ୍ୟପାଠର ନୋଟାରୀ ପ୍ରକ୍ରିୟାର ଆଇନଗତ ବୈଧତାକୁ ନେଇ ମଧ୍ୟ ଆପତ୍ତି ଉଠିଛି।

ତେବେ ଏଗୁଡ଼ିକ କଂଗ୍ରେସ ପକ୍ଷରୁ ଉଠାଯାଇଥିବା ଆପତ୍ତି । ଏହା ଉପରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିପାରି ନାହିଁ । କଂଗ୍ରେସ ସଭାପତି ଜିତୁ ପଟୱାରୀ ଏହି ପ୍ରସଙ୍ଗରେ ଭାଜପାକୁ ଘେରିଛନ୍ତି। ସେ କହିଛନ୍ତି, ଯେଉଁ ପ୍ରାର୍ଥୀଙ୍କୁ ଭାଜପା ରାଜ୍ୟ ସଭା ପଠାଇବାକୁ ଚାହୁଁଛି, ତାଙ୍କ ନାମାଙ୍କନ ସତ୍ୟପାଠରେ ଏତେ ଗୁରୁତର ଅସଙ୍ଗତି କାହିଁକି ରହିଛି?

ନୈତିକତା ଓ ସ୍ୱଚ୍ଛତାର କଥା କହୁଥିବା ଭାଜପା ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବ ନା ସତ୍ତା ବଳରେ ଏହାକୁ ଚାପିଦେବାକୁ ଚେଷ୍ଟା କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ନିର୍ବାଚନ ଆୟୋଗଙ୍କୁ ସମସ୍ତ ଆପତ୍ତିର ନିରପେକ୍ଷ ଓ ଗମ୍ଭୀର ଯାଞ୍ଚ କରିବାକୁ ଦାବି କରିଛନ୍ତି।

ମଧ୍ୟପ୍ରଦେଶରେ ନଭେମ୍ବର ୧୨ ତାରିଖରେ ରାଜ୍ୟ ସଭା ଉପନିର୍ବାଚନ ହେବ । ଭାଜପା ଅକ୍ଟୋବର ୨୮ ତାରିଖରେ ହରଦୀପ ପୁରୀଙ୍କ ନାମ ଘୋଷଣା କରିଥିଲା। ଏହାପରେ ଅକ୍ଟୋବର ୩୧ ତାରିଖରେ ସେ ନିଜର ନାମାଙ୍କନ ଦାଖଲ କରିଥିଲେ। କେନ୍ଦ୍ରମନ୍ତ୍ରୀ ଏଲ୍‌. ମୁରୁଗନଙ୍କ ଇସ୍ତଫା ପରେ ରାଜ୍ୟ ସଭାର ଏହି ଆସନ ଖାଲି ପଡ଼ିଥିଲା। ନଭେମ୍ବର ୨ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାବେଳେ ନଭେମ୍ବର ୩ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପୁଣି ରାହୁଲଙ୍କ ଚ୍ୟାଲେଞ୍ଜ, କହିଲେ ଡରନ୍ତୁ ନାହିଁ….

ନୂଆଦିଲ୍ଲୀ, ୩।୧୧: ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଙ୍ଗଳବାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ବିତର୍କ ପାଇଁ ଦେଇଥିବା…

ନ୍ୟୁଜିଲାଣ୍ଡ ୨୬, ଭାରତ ମାତ୍ର ୧୪! କିୱି ମାଟିରେ ଟିମ୍‌ ଇଣ୍ଡିଆର ରେକର୍ଡ ନିରାଶାଜନକ, ୭ ବର୍ଷ…

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟି-୨୦ ସିରିଜ୍‌କୁ ୩-୨ରେ ଜିତିଛି ଟିମ୍‌ ଇଣ୍ଡିଆ। ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍‌ମାନେ କିୱି ବୋଲରଙ୍କୁ ନାକେଦମ୍‌ କରିଥିବା ବେଳେ…

ଧନତେରସ ପୂର୍ବରୁ ଖୁସି ଖବର: ୧ଲକ୍ଷ ୬ ହଜାର ଶସ୍ତା ହେଲା ରୂପା, ବିଶେଷଜ୍ଞ କହିଲେ ଆହୁରି…

ନୂଆଦିଲ୍ଲୀ,୩।୧୧: ଦୀପାବଳିରେ ଏଥର ରୂପାର ଶୁଭ ଉପହାର କିଣିବା ପାଇଁ (ଅଳଙ୍କାର) ବଜାରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଗତ କିଛି ମାସ ମଧ୍ୟରେ ରୂପା ଦରରେ…

ସାମ୍ୱାଦିକାଙ୍କୁ ବିବାହ ପରେ ଓମାର ଅବଦୁଲ୍ଲାଙ୍କୁ ଆଉ ଏକ ଶକ୍ତ ଝଟ୍‌କା, ଦଳ ଛାଡିଲେ ବଡ଼ ନେତା

ନୂଆଦିଲ୍ଲୀ,୩।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗର ଏମପି ଆଗା ସୟଦ ରୁହୁଲ୍ଲାହ ମେହେଦୀ ଆଜି ନ୍ୟାସନାଲ କନଫରେନ୍ସ (NC) ରୁ ଇସ୍ତଫା ଦେଇଛନ୍ତି ଏବଂ ସେ ଦଳ ସହିତ ନିଜ…

ରାତିରେ ନିଦ…..ନିଜ ସ୍ୱାସ୍ଥ୍ୟକୁ ନେଇ ବଡ଼ କଥା କହିଲେ ଅମିତାଭ ବଚ୍ଚନ, ଚାରିଆଡେ ଚର୍ଚ୍ଚା!

ମୁମ୍ବାଇ,୩।୧୧: ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିଣିଥିବା ବିଗ୍‌ ବି ସୋସିଆଲ ମିଡିଆରେ…

ଦରମା ବୃଦ୍ଧି କଥା କହିବାରୁ ‘ଶୋ’ରୁ ବିଦା ହେଲେ ଅଭିନେତ୍ରୀ, କଲେ ଚାଞ୍ଚଲ୍ୟକର ଖୁଲାସା

ମୁମ୍ବାଇ,୩।୧୧: ଲୋକପ୍ରିୟ ପୌରାଣିକ ଧାରାବାହିକ ‘ଦେବୋଂ କେ ଦେବ ମହାଦେବ’ରେ ଦେବୀ ପାର୍ବତୀଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତ୍ରୀ ସୋନାରିକା ଭଦୋରିଆ ।…

‘ଜେଲର ୨’ ଧମାକା: ବକ୍ସ ଅଫିସ୍‌ରେ କେରର୍ଡ କଲା ରଜନୀକାନ୍ତଙ୍କ ଫିଲ୍ମ

ରଜନୀକାନ୍ତଙ୍କ ଅଭିନୀତ ତାମିଲ ଫିଲ୍ମ ‘ଜେଲର ୨’ ଭାରତୀୟ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍‌ର ମାତ୍ର ୧୯ ଦିନ ମଧ୍ୟରେ ଫିଲ୍ମଟି ବଡ଼ ହିଟ…

ହିଟ୍‌ମ୍ୟାନ୍‌ଙ୍କୁ ଫସାଇ ଦେଲେ କୋହଲି, ଦେଲେନି ବ୍ୟାଟ୍‌: ନ୍ୟୁଜିଲାଣ୍ଡରୁ ଆସିଲା ଚାଞ୍ଚଲ୍ୟକର ଘଟଣା

ଅକଲାଣ୍ଡ,୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ପୂର୍ବରୁ ଅଭ୍ୟାସରେ ଜୋରଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଦଳର ଦୁଇ ଷ୍ଟାର୍‌ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?