Posted inଖେଳ

ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି, ସୁସ୍ଥ ହେଲେ ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳକୁ ମିଳିଛି ବଡ଼ ଆଶ୍ୱସ୍ତି । ଟିମ୍ ଇଣ୍ଡିଆର ଷ୍ଟାର୍‌ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ତିନୋଟି ଯାକ ଫର୍ମାଟ୍‌ ପାଇଁ ଫିଟ୍ ଘୋଷଣା କରିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସେଣ୍ଟର ଅଫ୍‌ ଏକ୍ସଲେନ୍ସ (CoE)। ଏହା ଭାରତୀୟ ଦଳ ପାଇଁ ଏକ ବଡ଼ ଖୁସି ଖବର।

ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦଳ ଘୋଷଣା ସମୟରେ ପ୍ରସିଦ୍ଧଙ୍କୁ ପ୍ରଥମ ତିନୋଟି ମ୍ୟାଚ୍‌ ପାଇଁ ସାମିଲ କରାଯାଇଥିଲା। କିନ୍ତୁ ପରେ ଆହତ ସମସ୍ୟା ଯୋଗୁଁ ସେ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ବିସିସିଆଇ ସୂଚନା ଦେଇଥିଲା। ଏକ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍‌ ଏକ୍ସଲେନ୍ସରେ ଗତ ଦୁଇ ଦିନ ଧରି କରାଯାଇଥିବା ସିମୁଲେସନ୍‌ ଟେଷ୍ଟ ପରେ ମେଡିକାଲ୍‌ ଟିମ୍‌ ତାଙ୍କୁ ଫିଟ୍‌ ଘୋଷଣା କରିଛି । ଖୁବ୍‌ଶୀଘ୍ର ସେ ନ୍ୟୁଜିଲାଣ୍ଡ ଅଭିମୁଖେ ଯାତ୍ରା କରିପାରନ୍ତି । ସମ୍ଭବତଃ ଉପଲବ୍ଧ ପରବର୍ତ୍ତୀ ବିମାନରେ ସେ ନ୍ୟୁଜିଲାଣ୍ଡ ଯିବେ ।

ନଭେମ୍ବର ୭ରୁ ଆରମ୍ଭ ହେବାକୁ ଥିବା ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ତୃତୀୟ ତଥା ଶେଷ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ ପାଇଁ ସେ ଉପଲବ୍ଧ ରହିପାରନ୍ତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ସେ ଖେଳିବେ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।ଗତ ସେପ୍ଟେମ୍ବର ୩୦ ତାରିଖରେ ଗୁଆହାଟୀରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ସମୟରେ ପ୍ରସିଦ୍ଧ ହାମଷ୍ଟ୍ରିଂ ଆଘାତର ଶିକାର ହୋଇଥିଲେ । ଏହି କାରଣରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଥିଲେ। ତେବେ ଆଗାମୀ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ସେ ଖେଳିବାର ସମ୍ଭାବନା ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୭ରେ ଗଞ୍ଜାମ ଆସୁଛନ୍ତି ନବୀନ: ବାତ୍ୟା-ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ ବିଜେଡି ସୁପ୍ରିମୋ,ନିର୍ବାଚନ ପୂର୍ବରୁ…

ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାକୁ ସମ୍ପୂର୍ଣ୍ଣ ଶ୍ରୀହୀନ କରିଦେଇଛି। ପ୍ରାକୃତିକ ଦୁର୍ବିପାକ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ…

୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା ଜାରିକଲେ ଅର୍ଥମନ୍ତ୍ରୀ, କିଣିବାକୁ ହେଲେ ଦେବାକୁ ହେବ….

ନୂଆଦିଲ୍ଲୀ,୩।୧୧: କର୍ନାଟକ ସଙ୍ଗୀତର ମହାନ ସଙ୍ଗୀତଜ୍ଞ ତଥା କର୍ନାଟକ ସଙ୍ଗୀତର ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ଅନ୍ୟତମ ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ୨୫୦ତମ ଜୟନ୍ତୀ ଅବସରରେ ୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା…

ଧନତେରସରେ ସୁନା-ରୂପା କିଣିବାକୁ ଟଙ୍କା ନାହିଁ କି? ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ବର୍ଷସାରା ଟଙ୍କାର ଅଭାବ ରହିବନି

ହିନ୍ଦୁ ଧର୍ମରେ ଧନତେରେସ ଦିନ ନୂଆ ଜିନିଷ କିଣିବାର ବହୁତ ମହତ୍ତ୍ୱ ରହିଛି। ଏହି ଦିନ ମାଆ ଲକ୍ଷ୍ମୀ, ଭଗବାନ ଗଣେଶ, ଭଗବାନ କୁବେର ଏବଂ ଭଗବାନ…

ରାହୁଲଙ୍କୁ ଅମିତ ଶାହାଙ୍କ ଚ୍ୟାଲେଞ୍ଜ: ସବୁ ପ୍ରସଙ୍ଗରେ ସଂସଦରେ ଆଲୋଚନା….

ନୂଆଦିଲ୍ଲୀ,୩।୧୧ : ସଂସଦରେ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ମୋଦି ସରକାର ପ୍ରସ୍ତୁତ। ଏଥିରେ SIR ପ୍ରସଙ୍ଗ ମଧ୍ୟ ସାମିଲ ରହିଛି । ଏଥିପାଇଁ ଲୋକସଭାର ବିରୋଧୀ…

ରାଜନୀତିରେ ବଡ଼ ହଲଚଲ! ହଠାତ୍ ଇସ୍ତଫା ଦେଲେ ଏମପି…

ବଡଗାମ,୩ା୧୧: ଶ୍ରୀନଗର ଲୋକସଭା ସାଂସଦ ସୟଦ ଆଗା ରୁହୁଲ୍ଲା ମେହେଦି ମଙ୍ଗଳବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି)ରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ଏକ ନୂଆ ରାଜନୈତିକ ଦଳ…

ଧନତେରସରେ ଚମକିବ ୪ ରାଶିଙ୍କ ଭାଗ୍ୟ: ହୁ ହୁ ବହୋଇ ବଢିବ ଧନ! ଘରକୁ ଆସିବେ ଲକ୍ଷ୍ମୀ

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପର୍ୱ ପାଳନ କରାଯାଏ। ଏହି ବର୍ଷ ଧନତେରସ ୬ ନଭେମ୍ୱର ୨୦୨୬, ଶୁକ୍ରବାର ଦିନ ପାଳିତ ହେଉଛି।…

ସିରିଜ୍‌ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକ୍କା: କନଓ୍ବେ ବାଦ୍‌, ସିଫର୍ଟ ଖେଳିବେ

ଅକ୍‌ଲାଣ୍ଡ,୩ା୧୧: ଅକ୍‌ଲାଣ୍ଡ,୩ା୧୧: ସ୍ଥାନୀୟ ଇଡେନ ପାର୍କଠାରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ସିରିଜ୍‌ର ପ୍ରଥମ…

ଟିମ୍ ଚୟନକୁ ନେଇ ମୁହଁ ଖୋଲିଲେ ଗିଲ୍, କହିଲେ ମୋ ହାତରେ ଥିଲେ….

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୪ ତାରିଖ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?