Posted inଖେଳ

ଟିମ୍ ଚୟନକୁ ନେଇ ମୁହଁ ଖୋଲିଲେ ଗିଲ୍, କହିଲେ ମୋ ହାତରେ ଥିଲେ….

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୪ ତାରିଖ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଖେଳାଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୩-୨ରେ ଜିତିଥିଲା। ଏବେ ଦିନିକିଆ ସିରିଜ୍‌ରେ ଶୁଭମନ ଗିଲ୍‌ ଭାରତୀୟ ଦଳର ନେତୃତ୍ୱ ନେବେ । ପ୍ରଥମ ୩ଟି ମ୍ୟାଚ୍‌ରେ ଗିଲ୍‌ ଅଧିନାୟକ ରହିବେ । ଶେଷ ୨ଟି ମ୍ୟାଚ୍‌ରେ ଶ୍ରେୟସ ଆୟର ଦଳର ନେତୃତ୍ୱ ନେବେ।

ସିରିଜ୍‌ ଆରମ୍ଭ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ଗିଲ୍‌ ଦଳର ଖେଳାଳି ଚୟନ ଓ ଆଗାମୀ ଟେଷ୍ଟ ସିରିଜ୍‌କୁ ନେଇ ନିଜର ମତ ରଖିଛନ୍ତି । ସମସ୍ତ ଖେଳାଳି ଫିଟ୍‌ ଥିଲେ ଭାରତ ନିଜର ଶକ୍ତିଶାଳୀ ଦଳ ସହ ପୂରା ଦିନିକିଆ ସିରିଜ୍‌ ଖେଳିପାରିଥାନ୍ତା ବୋଲି ସେ କହିଛନ୍ତି।

ଗିଲ୍‌ କହିଛନ୍ତି, “ଯଦି ଏହା ମୋ ହାତରେ ଥାଆନ୍ତା ଏବଂ ସମସ୍ତ ଖେଳାଳି ଫିଟ୍‌ ଥାଆନ୍ତେ, ତେବେ ମୁଁ ଚାହିଁଥାନ୍ତି ସେମାନେ ସମସ୍ତେ ପୂରା ଦିନିକିଆ ସିରିଜ୍‌ ଖେଳନ୍ତୁ। କିନ୍ତୁ ଦୁଇଟି ଟେଷ୍ଟ ମ୍ୟାଚ୍‌ ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯଦି ପ୍ରଥମେ ଦିନିକିଆ, ପରେ ଟି-୨୦ ଏବଂ ତା’ପରେ ଟେଷ୍ଟ ସିରିଜ୍‌ ହୋଇଥାଆନ୍ତା, ତେବେ ଆମେ ଆମର ସବୁଠାରୁ ଶକ୍ତିଶାଳୀ ଦଳ ସହ ୫ଟି ଯାକ ଦିନିକିଆ ଖେଳିପାରିଥାନ୍ତୁ । କିନ୍ତୁ ସିରିଜ୍‌ ମଧ୍ୟରେ ବ୍ୟବଧାନ କମ୍‌ ଥିବାରୁ ତାହା ସମ୍ଭବ ହୋଇପାରିନାହିଁ।”  ଦିନିକିଆ ଓ ଟେଷ୍ଟ ଉଭୟ ସିରିଜ୍‌ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଟି-୨୦ ଓ ଟେଷ୍ଟ ସିରିଜ୍‌ ମଧ୍ୟରେ ଦିନିକିଆ ସିରିଜ୍‌ ଖେଳାଯାଉଥିବାରୁ ଟେଷ୍ଟ ଦଳର କିଛି ଖେଳାଳି ଶେଷ ଦୁଇଟି ଦିନିକିଆରୁ ବାଦ୍‌ ପଡ଼ିବେ । ନଭେମ୍ବର ୧୫ରେ ଦିନିକିଆ ସିରିଜ୍‌ ଶେଷ ହେବାକୁ ଥିବାବେଳେ ନଭେମ୍ବର ୧୯ରୁ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ।

ଶୁଭମନ ଗିଲ୍‌ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ୍‌ ରାହୁଲ (ୱିକେଟ୍‌କିପର), ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କାମ୍ବୋଜ, ଗୁରନୂର ବରାର, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, ଈଶାନ କିଶନ (ୱିକେଟ୍‌କିପର), ମହମ୍ମଦ ସିରାଜ, କୁଲଦୀପ ଯାଦବ ଏବଂ ନୀତୀଶ କୁମାର ରେଡ୍ଡୀ (କେବଳ ପ୍ରଥମ ଦିନିକିଆ ପାଇଁ)।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିରିଜ୍‌ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକ୍କା: କନଓ୍ବେ ବାଦ୍‌, ସିଫର୍ଟ ଖେଳିବେ

ଅକ୍‌ଲାଣ୍ଡ,୩ା୧୧: ଅକ୍‌ଲାଣ୍ଡ,୩ା୧୧: ସ୍ଥାନୀୟ ଇଡେନ ପାର୍କଠାରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ସିରିଜ୍‌ର ପ୍ରଥମ…

ସମିତି ସଭ୍ୟଙ୍କ ପରଲୋକ, ଶୋକ ପ୍ରକାଶ କଲେ ଖଡ଼ିଆଳ ବିଧାୟକ

ଖଡ଼ିଆଳ,୩ା୧୧(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆସିକୁଆଁ ପଞ୍ଚାୟତର ସମିତି ସଭ୍ୟ ତଥା ବ୍ଲକ ବିଜେଡି ସମ୍ପାଦକ ଶିଶୁପାଳ ବାଗଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଏମ୍ସରେ…

ଫୁଟବଲ ଜଗତରେ ଶୋକର ଛାୟ, ଗୋଲକିପରଙ୍କ ସହ ଧକ୍କା ପରେ ହୃଦଘାତ୍‌ରେ ଚାଲିଗଲା ଖେଳାଳିଙ୍କ ଜୀବନ

ମାଡ୍ରିଡ୍‌,୩ା୧୧: ସ୍ପାନିଶ ଫୁଟବଲରେ ମଙ୍ଗଳବାର ଶୋକର ଛାୟା ଖେଳିଯାଇଛି। ଏକ ଦ୍ୱିତୀୟ ଡିଭିଜନ ମ୍ୟାଚ୍‌ରେ ପ୍ରତିପକ୍ଷ ଗୋଲକିପରଙ୍କ ସହ ଧକ୍କା ପରେ ହୃଦଘାତ୍‌ର ସମ୍ମୁଖୀନ ହୋଇଥିବା ଟେନେରାଇଫ୍‌…

ମିଥୁନ ଓ ମକର ସମେତ ୫ ରାଶିଙ୍କ ଆଗାମୀ ୨୨ ଦିନରେ ବଦଳିବ ଭାଗ୍ୟ: ସାଲାରି ହୋଇଯିବ ଡବଲ୍‌

ବୁଧ ଗ୍ରହ ରାହୁଙ୍କ ନକ୍ଷତ୍ର ସ୍ୱାତୀରେ ପ୍ରବେଶ କରିବା ରାଶିମାନଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ବୁଧ ଆଗାମୀ ୨୨ ଦିନ ଅର୍ଥାତ ୨୫ ନଭେମ୍ୱର ପର୍ଯ୍ୟନ୍ତ…

ମୋଦିଙ୍କୁ ପୁଣି ରାହୁଲଙ୍କ ଚ୍ୟାଲେଞ୍ଜ, କହିଲେ ଡରନ୍ତୁ ନାହିଁ….

ନୂଆଦିଲ୍ଲୀ, ୩।୧୧: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ବିତର୍କ ପାଇଁ ଦେଇଥିବା…

ୟୁଜିସି ରେଗୁଲେସନ ପ୍ରତ୍ୟାହାର ଦାବି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୩।୧୧(ଉତ୍ତମ କୁମାର ଦାଶ): ସବର୍ଣ୍ଣ ସମାଜ ବିରୋଧୀ ତଥା ଛାତ୍ରୀଛାତ୍ରଙ୍କ ପ୍ରତି ଘୋର ପକ୍ଷପାତ ସୃଷ୍ଟିକାରୀ ୟୁଜିସି ରେଗୁଲେସନ ୨୦୨୬ କୁ ତୁରନ୍ତ ପ୍ରତ୍ୟାହାର ଦାବି କରିଛି…

ଶିଶୁଙ୍କ ହିତରେ କାମକୁ ମିଳିଲା ସମ୍ମାନ! ରାଜ୍ୟସ୍ତରରେ ଚମକିଲେ ଗଞ୍ଜାମ ଡିଏସ୍‌ଡବ୍ଲ୍ୟୁଓ

ଛତ୍ରପୁର,୩।୧୧(ଦିଲ୍ଲୀପି ସାମଲ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ଅଧିକାରର ସୁରକ୍ଷା ଓ ଶିଶୁ…

କ୍ଷୟକ୍ଷତି ଅନୁଧ୍ୟାନ କଲେ ଜିଲାପାଳ: ୧୫ ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ…

ଭଞ୍ଜନଗର, ୩।୧୧ (ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ବାତ୍ୟା ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଭଞ୍ଜନଗର, ଆସିକା ଓ ସୋରଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?