କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଚଢ଼ାଉ ହୋଇଛି । କେନ୍ଦ୍ରାପଡା ବନ କାର୍ଯାଳୟ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । କଟକ ଜିଲା ବାରଙ୍ଗ ଥାନା ଗୋଡିସାହି ମୁଣ୍ଡଳୀରେ ଥିବା ୪ ତାଲା ବିଶିଷ୍ଟ ରହିବା ଘର, ବାଙ୍କି ଥାନା ସାହାଡାପଡାରେ ଥିବା ପୈତୃକ ଘର, କେନ୍ଦ୍ରାପଡା ବନ ବିଭାଗ କାର୍ଯାଳୟ ଓ ଅସ୍ଥାୟୀ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ପାଳତିଆଳରେ ଥିବା ୪ ତାଲା ବିଶିଷ୍ଟ ଘର, ବାରଙ୍ଗରେ6ଟି ମୂଲ୍ୟବାନ ପ୍ଲଟ, ୨.୧୪ ଲକ୍ଷ ନଗଦ ଟଙ୍କା, ୪୩ ଲକ୍ଷ ଟଙ୍କାର ଜମା ଖାତା, ଗୋଟିଏ ୪ ଚକିଆ ଗାଡି ଆଦି ଜବତ ହୋଇଛି । ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ବେଳେ ଏଥିରେ ବିଭାଗର ୫ ଡିଏସପି, ୯ ଇନ୍ସପେକ୍ଟର ଓ ସହଯୋଗୀ କର୍ମଚାରୀ ଅଛନ୍ତି ।

