କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ କରି ନିଜ ସରକାରଙ୍କ କାର୍ଯ୍ୟ ସହ ଜନଗଣନା ଏବଂ SIR କାର୍ଯ୍ୟକ୍ରମର ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ ମଧ୍ୟ ଓଡ଼ିଶାର ବ୍ଲକ ପ୍ରଶାସନ ନିକଟରେ ଖବର ଥାଇ ମଧ୍ୟ ଚୁପ ରହିବା ପ୍ରଶ୍ନ ସୃଷ୍ଟି କରିଛି।

ସୂଚନାନୁଯାୟୀ, ପଡ଼ୋଶୀ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ ମାନ୍ୟାମ ଜିଲା ଅଧିନରେ ରହିଥିବା ସାଲୁର ତହସିଲଦାର (ଏମ୍‌ଆର୍‌ଓ) ଏମ୍‌ ସୁରେଶ କୁମାର ଉପରସେମ୍ବି , ନେରିଡିବାଲସା, ତଳସେମ୍ବି , ତାଡିବାଲସା ପ୍ରମୁଖ ସୀମାନ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ଏକାଠି କରି ଆନ୍ଧ୍ର ରାଜ୍ୟ ପକ୍ଷରୁ ହୋଇଥିବା ଜନଗଣନା ଏବଂ ଚାଲିଥିବା SIR ସର୍ଭେ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ । ଏହା ସହ ଉକ୍ତ ରାଜ୍ୟର ଡିଜିଟାଇଜେଶନ ସମ୍ପର୍କରେ ମଧ୍ୟ ପଚା ସ୍ଥିତି ପରଖି ଥିଲେ । ଏହି ସମୟରେ ଆନ୍ଧ୍ର ରାଜ୍ୟ ପକ୍ଷରୁ ନିୟୋଜିତ ହୋଇଥିବା ବିଏଲ୍‌ଓ , ବିଏଲ୍‌ଏ ଏବଂ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ତହସିଲଦାରଙ୍କ ଉପସ୍ଥିତରେ ଫର୍ମ ପୂରଣ କରି ଫର୍ମଗୁଡ଼ିକ ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ଏହିପରି କି ତଳସେମ୍ବି ଓ ଉପରସେମ୍ବି ଗ୍ରାମର ୧ ନଂ ଭୋଟ୍‌ କେନ୍ଦ୍ରର ଏବଂ ନେରିଡିବାଲସା ଗ୍ରାମର ୪ ନଂ ଭୋଟ୍‌ କେନ୍ଦ୍ରରେ ପୂରଣ ହୋଇଥିବା ଜନଗଣନା ଫର୍ମ ସଂଗ୍ରହ କରିଥିଲେ। ସେପଟେ କିନ୍ତୁ ଜନଗଣନା ଏବଂ SIR ସର୍ଭେ କାର୍ଯ୍ୟ ଓଡ଼ିଶା ପକ୍ଷରୁ ସତପ୍ରତିସତ ସଫଳତାର ସହ ସରିଥିବା ବେଳେ ଏହା ପରେ ମଧ୍ୟ ଆନ୍ଧ୍ର ରାଜ୍ୟର ଅଧିକାରୀ ଓ ପ୍ରଶାସନ ଉକ୍ତ ସର୍ଭେ କାର୍ଯ୍ୟ କରିବାରେ ପଛଘୁଞ୍ଚା ଦେଇ ନାହାନ୍ତି। ଆନ୍ଧ୍ର ରାଜ୍ୟର ତହସିଲଦାରଙ୍କ ସହ ଅନ୍ୟ ସରକାରୀ କର୍ମଚାରୀ ଏବଂ ଜନପ୍ରତିନିଧି ନିଜର କାର୍ଯ୍ୟକ୍ରମ ଜାରି ରଖିଥିଲେ ମଧ୍ୟ ଓଡ଼ିଶାର ବ୍ଲକ ପ୍ରଶାସନ କ୍ଷେତ୍ରରେ କୌଣସି ପ୍ରଭାବ ପକାଇ ନ ଥିବାବେଳେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ ସମ୍ପର୍କରେ ଖବର ପାଇ ମଧ୍ୟ ଚୁପ୍‌ ହୋଇ ରହିଥିବା ଦୃଶ୍ୟ ଅନେକ କିଛି ଦର୍ଶାଉଛି। ଗତ ୧୦ ତାରିଖରେ ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଜି. ସନ୍ଧ୍ୟାରାଣୀ ଅନୁପ୍ରବେଶ କରି ଓଡ଼ିଶାର ପ୍ରଶାସନିକ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ କଡ଼ା ଚେତାବନୀ ଦେଇ ଫେରିବା ପରେ ପୁଣି ପ୍ରଶାସନିକ ଅଧିକାରୀ ଅନୁପ୍ରବେଶ କରି ନିଜର ଉପସ୍ଥିତି ଜାହିର କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା: କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ପରେ…

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?