Posted inଜାତୀୟ

ଏଲ୍‌ଏସି ନିକଟରେ ଚାଇନାର ଫାଇଟର ଜେଟକୁ ଦେଖି ଭାରତର ଚେତାବନୀ, ଉସକାଇବାକୁ ନ କର ପ୍ରୟାସ

ନୂଆଦିଲ୍ଲୀ,୫ ।୮: ଭାରତ ଓ ଚାଇନା ମଧ୍ୟରେ ଲଗାତାର ଉତ୍ତେଜନା ଲାଗି ରହିଛି । ଚାଇନା ସେନା ପକ୍ଷରୁ ସୀମାରେ ସର୍ବଦା ଉସକାଇବା ଭଳି କାମ କରାଯାଉଛି । କିଛିଦିନ ତଳେ ଏଲଏସି ନିକଟରେ ଫାଇଟର ବିମାନ ଉଡୁଥିବା ଦେଖାଯିବା ପରେ ଏବେ ଉଭୟ ଦେଶ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି । ଏବେ ଏହାକୁ ନେଇ ଭାରତ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ଭାରତ କହିଛି ନିଜ ବିମାନକୁ ଲଦ୍ଦାଖ ସୀମାଠାରୁ ଦୂରେଇ ରଖୁ ଚାଇନା ।
ସୂଚନାଯୋଗ୍ୟ, ମଙ୍ଗଳବାର ଅର୍ଥାତ୍ ୨ ଅଗଷ୍ଟରେ ପୁଣିଥରେ ଚାଇନା- ଭାରତ ମଧ୍ୟରେ ସେନା ସ୍ତରର କଥାବାର୍ତ୍ତା ହୋଇଥିଲା । ଭାରତ ପକ୍ଷରୁ ଚାଇନା ସେନା ଦ୍ୱାରା ସୀମାରେ ବିମାନ ଉଡାଇବା ଘଟଣାକୁ ଉଠା ଯାଇଥିଲା । ଭାରତ ଚାଇନାକୁ କହିଥିଲା କି ଗତ ଏକ ମାସ ହେବ ଲଗାତାର ଚାଇନା ଯୁଦ୍ଧ ବିମାନ ଲଦ୍ଦାଖ ସୀମା ନିକଟରେ ଉଡୁଥିବା ଦେଖାଯାଇଛି । ତେଣୁ ଏମିତି ଉସକାଇବାଭଳି କାମ କରିବା ତୁରନ୍ତ ବନ୍ଦ କରୁ ଚାଇନା ।
ସୂଚନାଯୋଗ୍ୟ, କିଛିଦିନ ହେବ ଏଲଏସି ନିକଟରେ ଚାଇନା ବିମାନ ଉଡୁଥିବା ଦେଖାଯାଇଥିଲା । ଏହାକୁ ନେଇ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଥିଲା । ସେନାର ଅଧିକାରୀ ସୀମା ନିକଟରେ ଉଡୁଥିବା ଚାଇନା ଫାଇଟର ଜେଟ ଉପରେ ଲଗାତାର ନଜର ରଖିଥିଲା ଭାରତ । ଏବେ ଏହି ମୁଦ୍ଦାକୁ ଚାଇନା ସାମ୍ନାରେ ଉଠାଇଛି ଭାରତ ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri