୧୩ ହୋଟେଲରେ ଚଢ଼ାଉ, ଜରିମାନା ଆଦାୟ

ତାଳଚେର,୭ା୭(ନି.ପ୍ର.): ତାଳଚେର ଅଞ୍ଚଳର ବିଭିନ୍ନ ହୋଟେଲରେ ବାସି ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ବୁଧବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସହରର ପ୍ରାୟ ୧୩ଟି ହୋଟେଲରେ ଖାଦ୍ୟର ମାନ ଯାଞ୍ଚ କରାଯିବା ସହିତ ଜରିମାନା ଆଦାୟ କରାଯାଇଛି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏଡିଏମ୍‌ଓ ଡାକ୍ତର ଧନଞ୍ଜୟ ବେହେରା, ଫୁଡ୍‌ ଇନ୍ସପେକ୍ଟର ହରପ୍ରିୟା ବେହେରା, ନୀଳାମ୍ବର ପ୍ରଧାନ ଏବଂ ତାଳଚେର ପୌର ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାନ୍ତ ତାଳଚେର ସହରରେ ପହଞ୍ଚି ବସ୍‌ଷ୍ଟାଣ୍ଟରେ ରହିଥିବା ଏକ ହୋଟେଲରେ ଚଢ଼ାଉ କରିଥିଲେ। ସେଠାରେ ଖାଦ୍ୟର ମାନ ଓ ଲାଇସେନ୍ସ ଯାଞ୍ଚ କରିଥିଲେ। କାଗଜପତ୍ର ଠିକ୍‌ ନ ଥିବାରୁ ୨ ହଜାର ଟଙ୍କା ଜରିମାନା କରିଥିଲେ। ପରେ ଉକ୍ତ ଟିମ୍‌ ବାଇପାସ୍‌ ଛକରେ ଥିବା ଏକ ଢାବାରେ ଚଢ଼ାଉ କରି ବାସିଖାଦ୍ୟ ଏବଂ ଫ୍ରିଜ୍‌ରେ ମଦ ରହିଥିବା ଦେଖିବାକୁ ପାଇଥିଲେ। ଏଡିଏମ୍‌ଓ ବିରକ୍ତି ପ୍ରକାଶ କରିବା ସହିତ ୨ ହଜାର ଟଙ୍କା ଜରିମାନା କରିଥିଲେ। ଅନ୍ୟ ଏକ ହୋଟେଲରେ ଚଢ଼ାଉ କରି ବାସି ଖାଦ୍ୟ ଥିବାରୁ ୨ ହଜାର ଟଙ୍କା ଜରିମାନା କରିବା ସହ ସପ୍ତାହେ ମଧ୍ୟରେ ଟ୍ରେଡ୍‌ ଲାଇସେନ୍ସ କରିବାକୁ ତାଗିଦ୍‌ କରିଥିଲେ। ହାଟତୋଟା ରୋଡ୍‌ରେ ଥିବା ଏକ ରେଷ୍ଟୁରାଣ୍ଟରେ ଅତି ନିମ୍ନମାନର ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ବାସି ଖାଦ୍ୟକୁ ଚଢ଼ାଉକାରୀ ଟିମ୍‌ ଫିଙ୍ଗି ଦେଇଥିଲେ। ଖାଦ୍ୟ ନିରାପତ୍ତା ପ୍ରମାଣପତ୍ର ଏବଂ ବାର୍‌ ଲାଇସେନ୍ସ ଦେଖାଇ ନ ପାରିବାରୁ ୫ ହଜାର ଟଙ୍କାର ଜରିମାନା କରାଯାଇଥିଲା। ଅନ୍ୟ ୨ ହୋଟେଲକୁ ହଜାରେ ଟଙ୍କା ଲେଖାଏ ଜରିମାନା କରାଯାଇଥିଲା। ହାଣ୍ଡିଧୁଆ ଅଞ୍ଚଳରେ ଥିବା ଏକ ଢାବା ଉପରେ ଚଢ଼ାଉ କରାଯାଇ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସହରରେ ଥିବା ଏକ ସ୍ନାକ୍ସ ବାର ଏବଂ ଫଳ ଦୋକାନ ଏବଂ କିଛି ରାଶନ ଦୋକାନରେ ଯାଞ୍ଚ କରାଯାଇ ଶୁଖିଲା ଖାଦ୍ୟର ମାନ ଯାଞ୍ଚ କରାଯାଇ ହଜାରେ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଥିବା ଫୁଡ଼ ଇନ୍ସପେକ୍ଟର ହରପ୍ରିୟା ବେହେରା ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଏହି ଟିମ୍‌ ବିଭିନ୍ନ ହୋଟେଲ, ଫଳରସ ଦୋକାନ, ଫାଷ୍ଟ ଫୁଡ ଏବଂ ରାଶନ ଦୋକାନ ସହିତ ବୁଲା ବିକାଳିଙ୍କ ଖାଦ୍ୟର ମାନ ଯାଞ୍ଚ କରିବ ବୋଲି ଏଡିଏମ୍‌ଓ ଡାକ୍ତର ଧନଞ୍ଜୟ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଠମଲ୍ଲିକରୁ ଗଲା ତୁଳସୀ, ପଦ୍ମଫୁଲ

ଆଠମଲ୍ଲିକ, ୧୯ା୪(ଡି.ଏନ.ଏ.)- ଲକଡାଉନ ଯୋଗୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ତୁଳସୀ ପତ୍ର ଓ ଫୁଲର ଅଭାବ ଦେଖା ଯାଉଥିବାବେଳେ ରବିବାର ଏକ କାର୍ ଆଠମଲ୍ଲିକରୁ...

ଏସ୍‌ସିବିକୁ ମୃତ ଶରୀର ଦାନ

ଅନୁଗୋଳ ସହର,୯ା୩- ବାପାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ତିନି ପୁଅ। ମୃତ୍ୟୁ ପରେ ତାଙ୍କ ଶରୀରକୁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜକୁ...

ଆଗେଇପାରୁନି ଆବାସ ଯୋଜନା

ଅନୁଗୋଳ ଅଫିସ, ୨୫।୭ – ଅନୁଗୋଳ ପୌରାଞ୍ଚଳରେ ଆଗେଇ ପାରୁନି ଆବାସ ଯୋଜନା। ପୂର୍ବ ବର୍ଷ ଗୁଡ଼ିକରେ ବଣ୍ଟନ ହୋଇଥିତ୍ବା ଗୃହ ମଧ୍ୟରୁ ଅଳ୍ପ କେତୋଟିକୁ...

ସମଲ ଥାନା ଅଞ୍ଚଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ତାଳଚେର,୨୦।୮(ନି.ପ୍ର.): ଅନୁଗୋଳ ଜିଲା ସମଲ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମ ଇଟାଭାଟି ପାଖରେ ଥିବା ଏକ ଗଛ ମୂଳରୁ ମଙ୍ଗଳବାର ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି।...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଛେଣ୍ଡିପଦା,୧୨।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ଜରପଡ଼ା ଥାନା ଅଧୀନ ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ସାତକୋଶିଆକୁ ପର୍ଯ୍ୟଟକ ମନା

ଅନୁଗୋଳ ଅଫିସ,୧୭।୮: ଅନୁଗୋଳ ଜିଲାର ଅନୁଗୋଳ ଓ ଆଠମଲ୍ଲିକ ବ୍ଲକରେ ବନ୍ୟାଜଳ ପ୍ରବେଶ ଯୋଗୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ଟିକରପଡାବାସୀ ଜଳବନ୍ଦୀ ହୋଇ ରହିଛନ୍ତି।...

ଫେକ୍‌ ଆଇଡିରୁ ଶୁଭ୍ରାଂଶୁଙ୍କ ନିକଟକୁ ଆସିଥିଲା ଚିଠି; ନାସା ନାଁରେ ଭୁଆଁ ବୁଲାଇଥିଲେ ନାବାଳକ

ଅନୁଗୋଳ ଅଫିସ,୨।୧୨: ମାତ୍ର ୬୫ ହଜାର ଟଙ୍କାରେ ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା...

ଉଦାହରଣ ପାଲଟିଲା କୁଲାଡ଼ ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ: ମୋ ସ୍କୁଲ ଅଭିଯାନରେ ୪.୧୮ ଲକ୍ଷ ଆଦାୟ

ବଅଁରପାଳ, ୧୯।୧୨(ଡି.ଏନ.ଏ.) – ବିଦ୍ୟାଳୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ମୋ ସ୍କୁଲ ଅଭିଯାନରେ ବଅଁରପାଳ ବ୍ଲକ କୁଲାଡ଼ସ୍ଥିତ ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ...

Advertisement
Archives

Model This Week