ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା ଭଳି ପ୍ରତିଟି କାମରେ JCB ମେଶିନର
ବ୍ୟବହାର କରାଯାଉଛି। କମ୍ ସମୟରେ ଅଧିକ କାମ ହେଉଥିବାରୁ ବଜାରରେ ଏହାର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହି କାରଣରୁ ଅନେକ ଲୋକ ଏହାକୁ ଏକ ଭଲ ବ୍ୟବସାୟ ଭାବେ ଦେଖୁଛନ୍ତି। ତେବେ ଏକ ନୂଆ JCB କିଣିବା ପୂର୍ବରୁ ଏଥିରୁ ପ୍ରତି ମାସରେ କେତେ ରୋଜଗାର ହୁଏ ଏବଂ ଏହାକୁ ଚଲାଇବାରେ କେତେ ଖର୍ଚ୍ଚ ହୁଏ, ସେ ବିଷୟରେ ଜାଣିବା ନିହାତି ଜରୁରୀ।

JCB ରୁ କେତେ ହୁଏ ରୋଜଗାର?
ସାଧାରଣତଃ ଜେସିବି ମେଶିନକୁ ଘଣ୍ଟା ହିସାବରେ ଭଡ଼ାରେ ଦିଆଯାଇଥାଏ। ବିଭିନ୍ନ ରାଜ୍ୟ ଏବଂ ସହର ଅନୁସାରେ ଏହାର ଭଡ଼ା ଭିନ୍ନ ଭିନ୍ନ ହୋଇପାରେ। କିନ୍ତୁ ମୋଟାମୋଟି ଭାବେ JCB ର ଭଡ଼ା ଘଣ୍ଟା ପ୍ରତି ୧,୨୦୦ ରୁ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ।

ଯଦି ଏହି ମେଶିନକୁ ଦୈନିକ ହାରାହାରି ୬ ରୁ ୮ ଘଣ୍ଟା କାମ ମିଳେ ଏବଂ ମାସକୁ ୨୫ ଦିନ ମେଶିନ ଚାଲେ, ତେବେ ମାସିକ ଆୟ ପ୍ରାୟ ୧.୮୦ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ତେବେ ଏହି ରୋଜଗାର ସ୍ଥାନୀୟ ଅଞ୍ଚଳ, କାମର ଉପଲବ୍ଧତା ଏବଂ ମେଶିନର ମଡେଲ ଉପରେ ନିର୍ଭର କରିଥାଏ।

ଡିଜେଲ ପଛରେ ହୁଏ ବଡ଼ ଖର୍ଚ୍ଚ:
JCB ବ୍ୟବସାୟରେ ସବୁଠାରୁ ବଡ଼ ଖର୍ଚ୍ଚ ହେଉଛି ଡିଜେଲ। ଏକ ସାଧାରଣ ବ୍ୟାକହୋ ଲୋଡର (Backhoe Loader) ଜେସିବି ମେଶିନ ଏକ ଘଣ୍ଟାରେ ପ୍ରାୟ ୫ ରୁ ୮ ଲିଟର ଡିଜେଲ ବ୍ୟବହାର କରିଥାଏ। ଯଦି ମେଶିନ ପ୍ରତିଦିନ ଅଧିକ ଘଣ୍ଟା ଚାଲେ, ତେବେ କେବଳ ଇନ୍ଧନ ବାବଦରେ ମାସକୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ଖର୍ଚ୍ଚ ହୋଇପାରେ।

ଅପରେଟର ଏବଂ ମେଣ୍ଟେନାନ୍ସ ଖର୍ଚ୍ଚ:
JCB ଚଲାଇବା ପାଇଁ ଜଣେ ଅଭିଜ୍ଞ ତଥା ପ୍ରଶିକ୍ଷିତ ଅପରେଟର (Driver/Operator) ଆବଶ୍ୟକ। ଜଣେ ଭଲ ଅପରେଟରଙ୍କ ମାସିକ ଦରମା ୧୫ ହଜାରରୁ ୩୦ ହଜାର ଟଙ୍କା ବା ତା’ଠାରୁ ଅଧିକ ହୋଇପାରେ। ଏହା ବ୍ୟତୀତ ମେସିନର ସର୍ଭିସିଂ, ଇଞ୍ଜିନ ଅଏଲ, ଟାୟାର, ହାଇଡ୍ରୋଲିକ ପାର୍ଟସ୍ ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ (Maintenance) ପାଇଁ ପ୍ରତି ମାସରେ ପ୍ରାୟ ୧୦ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବା ସାଧାରଣ କଥା।

EMI ଏବଂ ବୀମା ପ୍ରତି ମଧ୍ୟ ଦେବାକୁ ହେବ ଧ୍ୟାନ:
ଏକ ନୂଆ ଜେସିବି ମେଶିନର ମୂଲ୍ୟ ଏହାର ମଡେଲ ଏବଂ ଫିଚର୍ସ ଅନୁସାରେ ପ୍ରାୟ ୩୦ ଲକ୍ଷରୁ ୪୫ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ହୋଇପାରେ। ଯଦି ଆପଣ ମେଶିନକୁ ଫାଇନାନ୍ସ (ଲୋନ୍‌)ରେ କିଣୁଛନ୍ତି, ତେବେ ପ୍ରତିମାସରେ ଏହାର EMI ସୁଝିବାକୁ ପଡ଼ିବ। ଏହା ସହିତ ଗାଡ଼ିର ବୀମା (Insurance), ପରମିଟ୍ ଏବଂ ଅନ୍ୟାନ୍ୟ କାଗଜପତ୍ର ଖର୍ଚ୍ଚକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ।

ସବୁ ଖର୍ଚ୍ଚ ପରେ କେତେ ରହେ ଶୁଦ୍ଧ ଲାଭ?
ଏକ ଆନୁମାନିକ ହିସାବ ଅନୁସାରେ, ଯଦି ମେଶିନକୁ ନିୟମିତ ଭାବେ କାମ ମିଳୁଥାଏ, ତେବେ ସବୁ ପ୍ରକାର ଖର୍ଚ୍ଚ ବାଦ୍‌ ଦେବା ପରେ ଜେସିବି ମାଲିକଙ୍କୁ ପ୍ରତି ମାସରେ ୫୦ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ବା ତା’ଠାରୁ ଅଧିକ ଶୁଦ୍ଧ ମୁନାଫା (Net Profit) ମିଳିପାରିବ। କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ମେଶିନ କେତେ ଦିନ ଏବଂ କେତେ ଘଣ୍ଟା କାମ କରୁଛି, ତା’ ଉପରେ ନିର୍ଭର କରେ।

ନିବେଶ ପୂର୍ବରୁ କରନ୍ତୁ ସଠିକ୍ ପ୍ଲାନିଂ:
JCB ବ୍ୟବସାୟରେ ଆୟର ଭଲ ସୁଯୋଗ ଥିଲେ ମଧ୍ୟ ଏଥିପାଇଁ ପ୍ରାରମ୍ଭିକ ପୁଞ୍ଜି ବିନିଯୋଗ (Initial Investment) ବହୁତ ବଡ଼ ଅଟେ। ତେଣୁ ମେଶିନ କିଣିବା ପୂର୍ବରୁ ନିଜ ଅଞ୍ଚଳରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଚାହିଦା, ଭଡ଼ା ଦର ଏବଂ ସମ୍ଭାବ୍ୟ ଖର୍ଚ୍ଚ ବିଷୟରେ ଭଲଭାବେ ଅନୁଧ୍ୟାନ କରିବା ଉଚିତ। ସଠିକ୍ ଯୋଜନା ଓ ନିୟମିତ କାମ ମିଳିଲେ JCB ଏକ ସ୍ଥିର ଏବଂ ଲାଭଦାୟକ ବ୍ୟବସାୟ ସାବ୍ୟସ୍ତ ହୋଇପାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri