ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ

ଅନୁଗୋଳ ଅଫିସ, ୨୬।୬

ରୋଗୀଙ୍କୁ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୮ ଶୀତତାପ ନିୟନ୍ତ୍ରକ (ଏସି) ଲଗାଯାଇଥିଲା। ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ଏଥିପାଇଁ ଅର୍ଥ ନିଆଯାଇଥିବା ବେଳେ ପ୍ରଶାସନର ନିର୍ଦ୍ଦେଶ ଠିକ୍‌ ଭାବେ ପାଳନ କରାଯାଇ ନ ଥିଲା। ଏପରି କି ଏସିଗୁଡ଼ିକ ଲଗାଯାଇଥିଲେ ମଧ୍ୟ ସେଥିରୁ କେତୋଟିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନ ଥିଲା। ଗତ ୨୧ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଜିଲାର ଅନେକ ଲୋକ ଏ ନେଇ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଜିଲା ପ୍ରଶାସନକୁ ଟୁଇଟ୍‌ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ପ୍ରଶାସନର ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ଜିଲାବାସୀ। ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଡିଏମ୍‌ଏଫ୍‌ର ସଦସ୍ୟ ତଥା ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଜିଲାପାଳଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଏସି ଲଗାଇବାକୁ ଆବଶ୍ୟକ ଅର୍ଥ ଡିଏମ୍‌ଏଫ୍‌ରୁ ଖର୍ଚ୍ଚ କରିବା ପାଇଁ ଜିଲା ଓ ମେଡିକାଲ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କେଉଁ ସ୍ଥାନରେ କେତୋଟି ଏସି ଲାଗିବ ତାହା ପୂର୍ତ୍ତ ବିଭାଗର ଜେନେରାଲ ଇଲେକ୍ଟ୍ରିକ ଡିଭିଜନ୍‌ (ଜିଇଡି) ସ୍ଥିର କରିବ ବୋଲି ପ୍ରଶାସନ ସ୍ପଷ୍ଟ କରିଥିଲା। ହେଲେ ଜିଇଡିର ବିନା ଅନୁମତିରେ ମେଡିକାଲର ୩ ମହଲା ସର୍ଜରୀ ୱାର୍ଡ, ମେଡିସିନ୍‌ ୱାର୍ଡ, ଲାବରେଟୋରି ଆଦି ସ୍ଥାନରେ ୧୨ଟି, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୮ଟି, ଓପିଡି (ବହିର୍ବିଭାଗ)ରେ ୭ଟି, ଯକ୍ଷ୍ମା ଓ ଛାତି ବିଭାଗ ଓପିଡିରେ ଗୋଟିଏ ଏସି ଲଗାଯାଇଥିଲା। ସେଥିରୁ ୪ଟି ଅକାମି ଥିବାବେଳେ ୮ଟିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନ ଥିବା ଜଣାପଡ଼ିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

‘କିଛି ବିଦେଶୀ ଶକ୍ତି ରାଜ୍ୟ ସମ୍ପଦ ଲୁଟ୍‌ କରିବାକୁ ଚାହୁଁଛନ୍ତି’

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ପରାଜୟ ପରେ ବିଜେଡିରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ବର୍ଷ ବର୍ଷ ଧରି ବିଭିନ୍ନ ପଦବୀରେ ଥିବା ପୁରୁଖା ନେତାମାନଙ୍କୁ ଦଳ ଅଣଦେଖା...

ସମୁଦ୍ର ତଟାଞ୍ଚଳରେ ୭ ନଦୀକୁ ସଂଯୋଗ କରାଯାଉ

କେନ୍ଦ୍ରାପଡ଼ା ଅଫିସ, ୧୭।୩: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳର ଗୋବିନ୍ଦପୁର, ଡିମିରିପାଳ, ପେତପଡ଼ା, ସଂସିଧା, ଏରଡ଼ଙ୍ଗ, ଦେସାହି, ପାଳମୀ, କେତୁଆପାଳ ଆଦି ୧୦ ପଞ୍ଚାୟତକୁ...

ଚନ୍ଦକାରେ ହେବ ହସ୍ତୀ ଥଇଥାନ କେନ୍ଦ୍ର

ଭୁବନେଶ୍ୱର,୧୬।୯(ବ୍ୟୁରୋ): ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର କୁମାରଖୁଣ୍ଟିଠାରେ ହସ୍ତୀ ଥଇଥାନ କେନ୍ଦ୍ର ସ୍ଥାପନ ହେବ। ସାଢ଼େ ଦଶ ହେକ୍ଟର ପରିମିତ ସ୍ଥାନରେ ପ୍ରାୟ ୬ କୋଟି ଟଙ୍କା...

ବିଜେଡି ଛାଡ଼ିଲେ ସଞ୍ଜୀବ

ଅନୁଗୋଳ ଅଫିସ,୪।୧୧: ଓଡ଼ିଶା ବିଧାନସଭାକୁ ୪ ଥର ନିର୍ବାଚିତ ହୋଇଥିବା ଓ ଏକାଧିକଥର ମନ୍ତ୍ରୀ ପଦ ପାଇଥିବା ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜୀବ...

କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା, ମାର୍ଚ୍ଚ ୮ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୯।୨: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଏବଂ ତଦନ୍ତରେ...

ପଦ୍ମ ପଙ୍କରେ ଲୀନ ହେଲା କଣ୍ଟାସାଗର

ରାୟଗଡ଼(ଗଜପତି),୧୮।୧-ଗଜପତି ଜିଲା ରାୟଗଡ଼ସ୍ଥିତ ଶତାୟୁ ‘କଣ୍ଟାସାଗର’ ପୋଖରୀ ଆଉ ଅଞ୍ଚଳବାସୀଙ୍କ କାମରେ ଲାଗୁନି। ଦିନେ ଅଞ୍ଚଳ ପାଇଁ ଆଶୀର୍ବାଦ ପାଲଟିଥିବା ଏହି ପୋଖରୀ ଏବେ ପଦ୍ମ...

ପିଜି ବଳକା ସିଟ୍‌ ପାଇଁ ହେବ ସ୍ବତନ୍ତ୍ର ସ୍ପଟ୍‌ ନାମଲେଖା

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ଖାଲି ପଡ଼ିଥିବା ପିଜି ସିଟ୍‌ରେ ନାମଲେଖା ପାଇଁ ସ୍ବତନ୍ତ୍ର ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଏ ନେଇ ଶୁକ୍ରବାର ଉଚ୍ଚ...

କୃଷି ବିଲ୍‌କୁ ବିଜେଡିର ବିରୋଧ

ଭୁବନେଶ୍ୱର,୨୦ା୯(ବ୍ୟୁରୋ): କୃଷି ବିଲ୍‌କୁ ବିଜେଡି ବିରୋଧ କରିଛି। ରବିବାର ରାଜ୍ୟ ସଭାରେ ଆଲୋଚନା ବେଳେ ଏହି ବିଲ୍‌କୁ ବିଜେଡି ଏମ୍‌ପି ଅମର ପଟ୍ଟନାୟକ ବିରୋଧ କରିଛନ୍ତି।...

Advertisement
Archives

Model This Week