ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ

ଅନୁଗୋଳ ଅଫିସ, ୨୬।୬

ରୋଗୀଙ୍କୁ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୮ ଶୀତତାପ ନିୟନ୍ତ୍ରକ (ଏସି) ଲଗାଯାଇଥିଲା। ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ଏଥିପାଇଁ ଅର୍ଥ ନିଆଯାଇଥିବା ବେଳେ ପ୍ରଶାସନର ନିର୍ଦ୍ଦେଶ ଠିକ୍‌ ଭାବେ ପାଳନ କରାଯାଇ ନ ଥିଲା। ଏପରି କି ଏସିଗୁଡ଼ିକ ଲଗାଯାଇଥିଲେ ମଧ୍ୟ ସେଥିରୁ କେତୋଟିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନ ଥିଲା। ଗତ ୨୧ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଜିଲାର ଅନେକ ଲୋକ ଏ ନେଇ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଜିଲା ପ୍ରଶାସନକୁ ଟୁଇଟ୍‌ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ପ୍ରଶାସନର ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ଜିଲାବାସୀ। ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଡିଏମ୍‌ଏଫ୍‌ର ସଦସ୍ୟ ତଥା ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଜିଲାପାଳଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଏସି ଲଗାଇବାକୁ ଆବଶ୍ୟକ ଅର୍ଥ ଡିଏମ୍‌ଏଫ୍‌ରୁ ଖର୍ଚ୍ଚ କରିବା ପାଇଁ ଜିଲା ଓ ମେଡିକାଲ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କେଉଁ ସ୍ଥାନରେ କେତୋଟି ଏସି ଲାଗିବ ତାହା ପୂର୍ତ୍ତ ବିଭାଗର ଜେନେରାଲ ଇଲେକ୍ଟ୍ରିକ ଡିଭିଜନ୍‌ (ଜିଇଡି) ସ୍ଥିର କରିବ ବୋଲି ପ୍ରଶାସନ ସ୍ପଷ୍ଟ କରିଥିଲା। ହେଲେ ଜିଇଡିର ବିନା ଅନୁମତିରେ ମେଡିକାଲର ୩ ମହଲା ସର୍ଜରୀ ୱାର୍ଡ, ମେଡିସିନ୍‌ ୱାର୍ଡ, ଲାବରେଟୋରି ଆଦି ସ୍ଥାନରେ ୧୨ଟି, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୮ଟି, ଓପିଡି (ବହିର୍ବିଭାଗ)ରେ ୭ଟି, ଯକ୍ଷ୍ମା ଓ ଛାତି ବିଭାଗ ଓପିଡିରେ ଗୋଟିଏ ଏସି ଲଗାଯାଇଥିଲା। ସେଥିରୁ ୪ଟି ଅକାମି ଥିବାବେଳେ ୮ଟିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନ ଥିବା ଜଣାପଡ଼ିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri