କ୍ୱାଡ୍‌ର ଲକ୍ଷ୍ୟ

ପ୍ରଥମେ ଯେତେବେଳେ ଇଣ୍ଡୋ ପାସିଫିକ୍‌ (ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର)ର ୪ ଆଗୁଆ ଗଣତାନ୍ତ୍ରିକ ଦେଶଗୁଡ଼ିକର ଏକ ରଣନୀତିକ ମେଣ୍ଟ ଭାବେ କ୍ୱାଡ୍‌ ପରିକଳ୍ପନା କରାଯାଇଥିଲା ସେତେବେଳେ ଏହାର ଅଧିକ ପରିଣାମକୁ ନେଇ ଅନେକେ ସନ୍ଦେହରେ ଥିଲେ। ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବି ଏହାକୁ ଉପହାସ କରି କହିଥିଲେ, ଏହା ଗଣମାଧ୍ୟମରେ ଏକ ଦୃଷ୍ଟି ଆକର୍ଷଣକାରୀ ବିଷୟ ଏବଂ ଫେଣ ଭଳି ପ୍ରଶାନ୍ତ ଓ ଭାରତ ମହାସାଗରରେ ଧୀରେ ଧୀରେ ମିଳେଇଯିବ । କିନ୍ତୁ ଲାଗି ରହିଥିବା ଚାଇନାର ବିସ୍ତାରବାଦ ମନୋଭାବକୁ ବିଶ୍ୱ ସ୍ତରରେ କଡ଼ା ବିରୋଧ କରିବାକୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଆବେ ସିଞ୍ଜୋଙ୍କ ପ୍ରତିବଦ୍ଧତା ଅଧିକ ସଂଯୁକ୍ତ ବା ସମ୍ମିଳିତ ଗୋଷ୍ଠୀ ସୃଷ୍ଟି କରିଛି। ୨୦୧୬ରେ ଜାପାନ ଦ୍ୱାରା ଏକ ସ୍ବତନ୍ତ୍ର ଓ ମୁକ୍ତ ଇଣ୍ଡୋ ପାସିଫିିକ୍‌ର ପରିକଳ୍ପନା କରାଯାଇଥିଲା ଓ ୨୦୧୭ରେ ଆମେରିକା ଏହାକୁ ସ୍ବୀକାର କରିଥିଲା। ଏଥିରୁ ଗୋଟିଏ କଥା ନିଶ୍ଚିତ ଯେ, ସଦସ୍ୟ ରାଷ୍ଟ୍ର ଭାବେ ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା କ୍ୱାଡ୍‌ର ବାସ୍ତବ ଉଦ୍ଦେଶ୍ୟକୁ ଭଲ ଭାବେ ଅନୁଭବ କରିବା ଦରକାର। ପ୍ରଥମେ କ୍ୱାଡ୍‌ ମଜଭୁତ ହେବାକୁ କିଛି ସମୟ ଲାଗିଥିଲା ଓ ସେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନରେ ଏହାକୁ ପୁନର୍ଜୀବନ ପ୍ରଦାନ କରିଥିଲା। କିନ୍ତୁ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ କ୍ୱାଡ୍‌ ନେତାମାନଙ୍କ ସମ୍ମିଳନୀ ଆରମ୍ଭ ହେଲା। ଏବେ ଏହା ଗତିଶୀଳ ହୋଇଛି। ଗତବର୍ଷ ଏହାର ସଦସ୍ୟମାନେ ତିନୋଟି(ଦୁଇଟି ଭର୍ଚୁଆଲ) ସମ୍ମିଳନୀ କରିଥିଲେ ଏବଂ ଚଳିତ ବର୍ଷ ମେ ୨୪ରେ ଟୋକିଓରେ ସେମାନେ ମିଳିତ ହେବାର ସ୍ଥିର କରାଯାଇଛି।
କ୍ୱାଡ୍‌କୁ ଅନେକ ପଥ ଯିବାକୁ ରହିଛି। ଇଣ୍ଡୋ ପାସିଫିକ୍‌ରେ ଶାନ୍ତି ଓ ସୁରକ୍ଷା ଭଙ୍ଗ କରୁଥିବା ଚାଇନାକୁ ରୋକିବା ହେଉଛି କ୍ୱାଡ୍‌ ରାଷ୍ଟ୍ର ସମୂହର ରଣନୈତିକ ସିଦ୍ଧାନ୍ତର ଲକ୍ଷ୍ୟ । ହେଲେ ଏହାର ସଦସ୍ୟମାନେ ଯେଉଁସବୁ ପଦକ୍ଷେପ ନେଉଛନ୍ତି,ତାହା କ୍ୱାଡ୍‌ ରଣନୈତିକ ସିଦ୍ଧାନ୍ତକୁ ଦୁବର୍ଳ କରୁଛି। ମୁଖ୍ୟ ସମସ୍ୟା ହେଉଛି, ୪ଟିଯାକ ଦେଶ ଆର୍ଥିକ ଦୃଷ୍ଟିକୋଣରୁ ଚାଇନା ପ୍ରତି ଆକର୍ଷିତ ହୋଇଛନ୍ତି। ଗତବର୍ଷ ଚାଇନାର ଟ୍ରେଡ ସରପ୍ଲସ ବା ବାଣିଜ୍ୟ ବଳକା ୬୭୬.୪ ବିଲିୟନ ଡଲାରରେ ପହଞ୍ଚିଥିଲା, ତାହା ଏବେ ତା’ର ଅର୍ଥ ବ୍ୟବସ୍ଥାର ମୁଖ୍ୟ ସଞ୍ଚାଳକ ପାଲଟିଛି। ଏହା ବିନା ଚାଇନାର ଅଭିବୃଦ୍ଧି ଅଟକିଯିବ। ବିଶେଷକରି ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଘରୋଇ କମ୍ପାନୀଗୁଡ଼ିକ ଉପରେ ତାଙ୍କ ନିୟନ୍ତ୍ରଣ ମଜଭୁତ କରିବା ଯୋଗୁ ଏହା ଘଟିବ। ଏହା ମଧ୍ୟ ମିଲିଟାରିରେ ନିବେଶ କରିବା ଲାଗି ଚାଇନାର କ୍ଷମତାକୁ ସୀମିତ କରିବ ଏବଂ ଇଣ୍ଡୋ ପାସିଫିକ୍‌ ଓ ଏହା ପରେ ବି ଏହାର ଆକ୍ରମଣାମତ୍କ ଯୁଦ୍ଧାଭ୍ୟାସରେ ପୁଞ୍ଜି ଯୋଗାଇବାରେ ବାଧା ଉପୁଜାଇବ। କିନ୍ତୁ କ୍ୱାଡ୍‌ ଦେଶଗୁଡ଼ିକ ଚାଇନା ସହ ବାଣିଜି୍ୟକ ସମ୍ପର୍କ ରଖିବା ଦ୍ୱାରା ଚାଇନା ଲାଭାନ୍ବିତ ହୋଇ ସବୁ କାର୍ଯ୍ୟ ଚଳାଉଛି। ଏଯାବତ୍‌ ଚାଇନାର ବାଣିଜ୍ୟିକ ବୃଦ୍ଧିରେ ଆମେରିକା ଓ ଭାରତ ପ୍ରମୁଖ ଯୋଗଦାନ ରହିଛି। ଏଥିରେ ଆମେରିକା ସବୁଠୁ ଆଗରେ । ଚାଇନା ସହ ଏହାର ଟ୍ରେଡ୍‌ ଡେଫିସିଟି ବା ବାଣିଜ୍ୟ ନିଅଣ୍ଟ ୨୦୨୧ରେ ୨୫%ରୁ ଅଧିକ ବୃଦ୍ଧି ପାଇ ୩୯୬.୬ ବିଲିୟନ ଡଲାରରେ ପହଞ୍ଚିଥିଲା ଏବଂ ଚାଇନା ବାଣିଜ୍ୟ ବଳକାର ୫୮%ରୁ ଅଧିକ ଏହା ଯୋଗୁ ହୋଇଛି। ଚାଇନା ସହ ଭାରତର ବାଣିଜ୍ୟ ନିଅଣ୍ଟ ଚଳିତ ମାର୍ଚ୍ଚ ସହିତ ୧୨ ମାସରେ ୭୭ ବିଲିୟନ ଡଲାରରେ ପହଞ୍ଚିଛି ଓ ଏହା ଦେଶର ପ୍ରତିରକ୍ଷା ବଜେଟକୁ ବଳିଯାଇଛି।
ଅଷ୍ଟ୍ରେଲିଆ ଓ ଜାପାନ ମଧ୍ୟ ସମାନ ଭାବେ ଚାଇନା ବାଣିଜ୍ୟ ଉପରେ ଅତ୍ୟଧିକ ନିର୍ଭରଶୀଳ। ଅଷ୍ଟ୍ରେଲିଆର ଅନ୍ତର୍ଜାତୀୟ ବାଣିଜ୍ୟର ଏକ ତୃତୀୟାଂଶ ଚାଇନାର। ଏହା ମଧ୍ୟ ଜାପାନ ରପ୍ତାନି ମାର୍କେଟର ସବୁଠୁ ବଡ଼ ଅଂଶ। ଉଭୟ ଦେଶ ଚାଇନା ନେତୃତ୍ୱରେ ଗଠିତ ରିଜିଅନାଲ କମ୍ପ୍ରେହେନ୍‌ସିଭ ଇକୋନୋମିକ ପାର୍ଟନରଶିପ୍‌ର ସଦସ୍ୟ ରହିଛନ୍ତି। ଚାଇନାର ଆର୍ଥିକ ଏବଂ ଭୂ ରାଜନୈତିକ କ୍ଷମତାକୁ ସହଯୋଗ କରିବା ଜାରି ରଖିବା ବଦଳରେ କ୍ୱାଡ ଦେଶଗୁଡ଼ିକ ସେମାନଙ୍କ ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିବା ସହ ଆର୍ଥିକ ସହଯୋଗ ବଢାଇବା ଉଚିତ। ଏହା କ୍ୱାଡର ମୁଖ୍ୟ ଲକ୍ଷ୍ୟ ଓ ପ୍ରସଙ୍ଗ ହେବା ଦରକାର। ଦୁର୍ଭାଗ୍ୟବଶତଃ, ଭିତ୍ତିଭୂମି ଠାରୁ ଆରମ୍ଭ କରି ଡିଜିଟାଲ ଅର୍ଥ ବ୍ୟବସ୍ଥା ଆଦି ସବୁ କ୍ଷେତ୍ରରେ ଯଦିଓ ବାଇଡେନ୍‌ ଏକ ଇଣ୍ଡୋ ପାସିିଫିକ୍‌ ଆର୍ଥିକ ଢାଞ୍ଚା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି, ତଥାପି ଆଞ୍ଚଳିକ ଭିତ୍ତିରେ ଅଧିକ ସଂସାଧନ ଯୋଗାଇବା ଏବଂ ଆଞ୍ଚଳିକ ଅଂଶୀଦାରମାନଙ୍କୁ ଆମେରିକା ମାର୍କେଟ ଉପଲବ୍ଧ କରାଇବାର ସୁଯୋଗ ଦେବାରେ ବାଇଡେନ୍‌ ପ୍ରଶାସନର ଅନିଚ୍ଛା କ୍ୱାଡର ପଦକ୍ଷେପଗୁଡ଼ିକୁ ଅତ୍ୟଧିକ ସଙ୍କୁଚିତ କରୁଛି। ତେବେ ବାଇଡେନ୍‌ ବିଭିନ୍ନ ବିଷୟକୁ ନେଇ ଏକ ବ୍ୟୟବହୁଳ କ୍ୱାଡ ୍‌କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ଯାହାର ଜଳବାୟୁ ପରିବର୍ତ୍ତନ ଏବଂ କୋଭିଡ୍‌-୧୯ ଟିକା ଯୋଗାଣରୁ ଯୋଗାଣ ଶୃଙ୍ଖଳ ଭଳି କ୍ୱାଡ୍‌ ଗୋଷ୍ଠୀର ମୁଖ୍ୟ ଲକ୍ଷ୍ୟଗୁଡ଼ିକ ସହ କୌଣସି ସମ୍ପର୍କ ନାହିଁ। ପୁନଶ୍ଚ ଆମେରିକାର ରୁଷିଆ ସହ ଚାଲିଥିବା ଛାୟା ଯୁଦ୍ଧ କ୍ୱାଡ୍‌ ରଣନୈତିକ ଦୃଶ୍ୟପଟକୁ ଗୋଳମାଳିଆ କରିଛି। ତେବେ ଏସିଆ ଓ ଇଣ୍ଡୋ ପାସିଫିକ୍‌ରେ ଆମେରିକାର ରଣନୀତିକ ଧ୍ୟାନ କେନ୍ଦ୍ରିତ କରିବାରେ ବାଇଡେନ ହେଉଛନ୍ତି ଆମେରିକାର ତୃତୀୟ ରାଷ୍ଟ୍ରପତି। କିନ୍ତୁ ୟୁକ୍ରେନ୍‌ ଯୁଦ୍ଧ ଯାହା ଶୀଘ୍ର ଶେଷ ହୋଇଯିବ ବୋଲି ସେ ବିଶ୍ୱାସ କରୁଛନ୍ତି ତାହା ଦୀର୍ଘ ଦିନ ଧରି ଚାଲିପାରେ। ଏହା ତାଙ୍କ ଯୋଗୁ ବି ହୋଇପାରେ। ଏହି ଯୁଦ୍ଧ ଚାଇନା ପ୍ରତି ଅଧିକ ବୁଝାମଣାକାରୀ ପଦକ୍ଷେପ ନେବାକୁ ପ୍ରେରିତ କରିପାରେ। ଏପରିକି ରୁଷିଆ ୟୁକ୍ରେନ୍‌ ଆକ୍ରମଣ କରିବା ପୂର୍ବରୁ ବାଇଡେନ୍‌ ଚାଇନା ପ୍ରତି କୋହଳ ଭାବ ପୋଷଣ କରିଛନ୍ତି। ଜିନ୍‌ପିଙ୍ଗ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଆର୍ଥିକ ଜୀବନ ଦାନ ଦେଇ ପାଶ୍ଚାତ୍ୟ କଟକଣାର ପ୍ରଭାବକୁ ହ୍ରାସ ନ କରିବା ଲାଗି ନିଶ୍ଚିତ କରିବାକୁ ବାଇଡେନ୍‌ ଚେଷ୍ଟା କରୁଥିବାରୁ , ସେ ଚାଇନା ସହ ଅଧିକ ତୁଷ୍ଟୀକରଣ ପଦକ୍ଷେପ ନେବାର ସମ୍ଭାବନା ରହିଛି। ଟ୍ରମ୍ପଙ୍କ ସମୟର ଚାଇନାରୁ ଆମଦାନୀ ହେଉଥିତ୍ବା ୩୫୨ଟି ଉପତ୍ାଦ ଉପରେ ରହିଥିବା ଟାରିଫ୍‌କୁ ଛାଡ କରି ପୂର୍ବ ସ୍ଥିତିକୁ ଆମେରିକା ବାଣିଜ୍ୟ ପ୍ରତିନିଧିମାନେ ଆଣି ସାରିଲେଣି। ଏବେ ହ୍ବାଇଟ୍‌ ହାଉସ୍‌ ଚାଇନାରୁ ଆମଦାନୀ ହେଉଥିତ୍ବା ଅଣରଣନୈତିକ ଦ୍ରବ୍ୟଗୁଡ଼ିକରୁ ଟାରିଫକୁ ବ୍ୟାପକ ହ୍ରାସ କରିବାକୁ ବିଚାର କରୁଛି।
ନେତାମାନଙ୍କୁ ନେଇ କ୍ୱାଡ୍‌ ଯେତେ ଇଚ୍ଛା ସେତେ ସମ୍ମିଳନୀ ଆୟୋଜନ କରିପାରେ, କିନ୍ତୁ ସ୍ପଷ୍ଟ ରଣନୀତିକ ଲକ୍ଷ୍ୟ ବା ଦୃଷ୍ଟିକୋଣ ଏବଂ ଏକ ସହମତିଭିତ୍ତିକ କାର୍ଯ୍ୟକ୍ରମ ବିନା ଏହାର ପ୍ରଭାବ କମ୍‌ ରହିବ । ଚାଇନାର ବିସ୍ତାରବାଦ ବିରୋଧରେ ଏକ ପ୍ରତିରୋଧୀ ପାଚେରି ଭାବେ ଦଣ୍ଡାୟମାନ ହେବା କ୍ୱାଡ୍‌ ଗୋଷ୍ଠୀର ଲକ୍ଷ୍ୟ ହେବା ଉଚିତ। ଏହାସହ ଇଣ୍ଡୋ ପାସିଫିିକରେ କ୍ଷମତାର ଏକ ସ୍ଥାୟୀ ସମନ୍ବୟ ସୁନିଶ୍ଚିତ କରିବାକୁ ପଡ଼ିବ। ମେ ୨୪ରେ ହେବାକୁ ଯାଉଥିବା ସମ୍ମିଳନୀରେ ଅନ୍ୟସବୁ ପ୍ରସଙ୍ଗକୁ ପଛକୁ କରି ଏହି ଲକ୍ଷ୍ୟ ଉପରେ ଅଧିକ ଧ୍ୟାନ ଦେବା ଉଚିତ।

  • ବ୍ରହ୍ମ ଚେଲାନି
    ପ୍ରଫେସର ଅଫ୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌, ସେଣ୍ଟର ଫର୍‌ ପଲିିସି ରିସର୍ଚ୍ଚ (ନୂଆଦିଲ୍ଲୀ)
    ଫେଲୋ, ରବର୍ଟ ବୋକ୍‌ ଏକାଡେମୀ, ବର୍ଲିନ

Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri