କ୍ୱାକ୍‌ କାଳ

ବିହାରର ସରନ ଜିଲାରେ ୧୫ ବର୍ଷର ବାଳକ କ୍ରିଷ୍ଣ କୁମାର ବା ଗୋଲୁ ପାକସ୍ଥଳୀରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଧର୍ମବାଗି ବଜାରରେ ଥିବା ଏକ ଘରୋଇ କ୍ଲିନିକ୍‌କୁ ନେଇଯାଇଥିଲେ। ସେଠାରେ ଡାକ୍ତରୀ ପାଠ ପଢ଼ି ନ ଥିବା ଅଜିତ କୁମାର ପୁରୀ ଗୋଲୁଙ୍କ ପରୀକ୍ଷା କରି ଜାଣିପାରିଲେ ଯେ ତାଙ୍କ ଗଲ୍‌ ବ୍ଲାଡର ବା ପିତ୍ତକୋଷରେ ପଥର ରହିଛି। ସେ ତାହାକୁ ଅସ୍ତ୍ରୋପଚାର କରି ବାହାର କରିଦେବାକୁ ଚିନ୍ତା କଲେ। ଅସ୍ତ୍ରୋପଚାରକୁ କେହି ଯେମିତି ଜାଣିପାରିବେ ନାହିଁ ଗୋଲୁଙ୍କ ଜେଜେଙ୍କୁ ଅଜିତ ବଜାରରୁ ଡିଜେଲ ଆଣିବା ଲାଗି କହିଥିଲେ। ତା’ ପରେ କ୍ୱାକ୍‌ ଅଜିତ ୟୁଟ୍ୟୁବ୍‌ର ଏକ ଭିଡିଓ ଦେଖି ଗୋଲୁଙ୍କ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ଶେଷ ହେବା ପରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯିବାରୁ ଗୋଲୁଙ୍କୁ ପାଟନା ହସ୍ପିଟାଲକୁ ନିଆଯାଉଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଗୋଲୁଙ୍କ ଜେଜେ କହିଛନ୍ତି, ଅଜିତ ଅସ୍ତ୍ରୋପଚାର କଥା ତାଙ୍କୁ କହି ନ ଥିଲେ। ୟୁଟ୍ୟୁବ୍‌ ଦେଖି ଅସ୍ତ୍ରୋପଚାର କରୁଥିବାରୁ ଜେଜେଙ୍କ ମନରେ ସନ୍ଦେହ ଜାତ ହୋଇଥିଲା ଓ ସେ ପ୍ରତିବାଦ କରିଥିଲେ। କିନ୍ତୁ ସୁଫଳ ମିଳି ନ ଥିଲା। ଇତିମଧ୍ୟରେ ସମ୍ପୃକ୍ତ କ୍ୱାକ୍‌ଙ୍କୁ ଗିରଫ କରାଯାଇଛି। ଏହି ଘଟଣାକୁ ଦେଖିଲେ ଅଜିତ ଅସ୍ତ୍ରୋପଚାର କ୍ଷେତ୍ରରେ ତାଙ୍କ ପ୍ରଥମ ଅଭିଜ୍ଞତା ପାଇବା ପାଇଁ ସମ୍ଭବତଃ ୟୁଟ୍ୟୁବ୍‌ ସାହାରା ନେଇଛନ୍ତି। ଯେତେବେଳେ ସ୍ଥିତି ଅସମ୍ଭାଳ ହୋଇପଡ଼ିଲା, ସେ ଘାବରେଇ ଗଲେ। ଉଲ୍ଲେଖଯୋଗ୍ୟ ଯେ, ୟୁଟ୍ୟୁବ୍‌ରେ ମିଳୁଥିବା ସବୁ ଭିଡିଓରୁ ଠିକ୍‌ ତଥ୍ୟ ମିଳି ନ ଥାଏ। ଡାକ୍ତରୀ ଯୋଗ୍ୟତା ହାସଲ କରିଥିବା ବ୍ୟକ୍ତି ଅସ୍ତ୍ରୋପଚାର କରିବା ବେଳେ ସର୍ବାଧିକ ସତର୍କତା ଅବଲମ୍ବନ କରି ରୋଗୀଙ୍କ ଜୀବନ ବଞ୍ଚାଇ ଥାଆନ୍ତି। ୟୁଟ୍ୟୁବ୍‌ ଦେଖି ଅସ୍ତ୍ରୋପଚାର କରାଯାଉଥିବା ବିଷୟ ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି।
କେବଳ ବିହାରର ସରନ ଅଞ୍ଚଳ ନୁହେଁ, ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ କ୍ୱାକ୍‌ଙ୍କ ଦ୍ୱାରା ଅନେକ ରୋଗୀ ଠକାମିର ଶିକାର ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ପ୍ରାଣହାନି ଘଟୁଥିବା ଖବର ବାରମ୍ବାର ଶୁଣିବାକୁ ମିଳୁଛି। ନିକଟରେ ବଳାଙ୍ଗୀର ଜିଲା ସିନ୍ଧିକେଲା ଅଞ୍ଚଳରେ ଜଣେ ବାଳିକାଙ୍କ ଖପୁରିରେ କ୍ୱାକ୍‌ ଜଣଙ୍କ ୨୨ଟି ଛୁଞ୍ଚତ୍ ଫୋଡ଼ାଇ ରଖିଥିଲେ। ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ପରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯିବାରୁ ଖବର ପଦାକୁ ଆସିଥିଲା। ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କ୍ୱାକ୍‌ ଚିକିତ୍ସା ବନ୍ଦ କରାଯାଇପାରୁ ନାହିଁ। ୨୦୦୮ ମସିହାରେ ଦେଶରେ ବଡ଼ ଧରଣର କିଡ୍‌ନୀ ର଼୍ୟାକେଟ ଧରାପଡ଼ିଥିଲା। ନୂଆଦିଲ୍ଲୀ ନିକଟ ଗୁରଗାଓଁରେ ଠାବ କରାଯାଇଥିବା ଉକ୍ତ ର଼୍ୟାକେଟର କିଙ୍ଗପିନ୍‌ ଥିଲେ ଅମିତ କୁମାର। ସେଥିରେ ଡାକ୍ତରୀ ଡିଗ୍ରୀ ନ ଥିବା ଅସଂଖ୍ୟ ବ୍ୟକ୍ତି ସମ୍ପୃକ୍ତ ଥିଲେ। ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହେବା ପରେ କେନ୍ଦ୍ର ସରକାର ବିଧିବଦ୍ଧ ଆଇନ ଆଣିବାକୁ ଚେଷ୍ଟା କରିଥିଲେ। କ୍ୱାକ୍‌ ବିରୋଧୀ ବିଲ୍‌କୁ ନେଇ ତର୍ଜମା କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଣାଯାଇଥିବା ଆଇନରେ ଡାକ୍ତରୀ ଡିଗ୍ରୀ ନ ଥାଇ ଯେଉଁମାନେ ପ୍ରାକ୍ଟିସ୍‌ କରୁଥିବାର ବୋଲି ଧରାପଡ଼ିବେ, ସେମାନଙ୍କୁ ୧ ବର୍ଷ ଜେଲ ସହ ହଜାରେ ଟଙ୍କା ଜରିମାନା ବ୍ୟବସ୍ଥା ରଖାଯାଇଥିଲା। ଏଭଳି ଭୟଙ୍କର ଅପରାଧ ପାଇଁ କମ୍‌ ଦଣ୍ଡାଦେଶ ଥିବାରୁ ଭାରତୀୟ ମେଡିକାଲ ସଂଘ ତାହାକୁ ବିରୋଧ କରିଥିଲା। ଅନୁରୂପ ଭାବେ ଓଡ଼ିଶା ହାଇକୋର୍ଟ ରାଜ୍ୟର ପ୍ରତି ଜିଲାରେ କ୍ୱାକ୍‌ ବିରୋଧୀ ସେଲ୍‌ ଗଠନ କରିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାର ଜିଲାଓ୍ବାରୀ ସେଲ୍‌ ଗଠନ କରିଥିଲେ ମଧ୍ୟ ତାହାର ସୁଫଳ ମିଳିପାରୁ ନାହିଁ।
ଦେଖିବାକୁ ଗଲେ ସରକାର ହୁଅନ୍ତୁ କିମ୍ବା ଆଇନ ଦ୍ୱାରା ଏଭଳି ବେଆଇନ କାର୍ଯ୍ୟକୁ ରୋକିବା କଷ୍ଟକର। ତେଣୁ ଜନସାଧାରଣ ସଚେତନ ହେବା ଦରକାର। ଅନେକ ସମୟରେ ସରକାରୀ ବିଜ୍ଞାପନ ମାଧ୍ୟମରେ କ୍ୱାକ୍‌ଙ୍କଠାରୁ ଦୂରେଇ ରହିବା ପାଇଁ କୁହାଯାଉଛି। ଦେଶର ଅପହଞ୍ଚ ଇଲାକାରେ ଯେ ଏସବୁ ଘଟୁଛି ତାହା ନୁହେଁ, ଡାକ୍ତରୀ ସୁବିଧା ଥିବା ଅଞ୍ଚଳରେ ମଧ୍ୟ କିଛି ଲୋକ ନିକଟସ୍ଥ କ୍ୱାକଙ୍କ ପାଖକୁ ଚାଲିଯାଉଛନ୍ତି। ଫଳରେ ସେମାନେ ରୋଗୀଙ୍କ ପାଇଁ କାଳ ସାଜୁଛନ୍ତି। ଏଭଳି ସ୍ଥଳେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ଲୋକେ କିଭଳି କ୍ୱାକ୍‌ଙ୍କଠାରୁ ଦୂରେଇ ରହିବେ ସେଦିଗରେ ସଘନ ପ୍ରୟାସ ହେଉ। ନ ହେଲେ ଡିଗ୍ରୀବିହୀନ ଠକ ଡାକ୍ତରଙ୍କ ସଂଖ୍ୟା ବଢ଼ିଚାଲୁଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବିଶ୍ୱସନୀୟ କ୍ୟାଚ ଧରିଲେ ଇଶାନ କିଶନ: ନିଜେ ବି କରିପାରିଲେନି ବିଶ୍ୱାସ, ଦେଖନ୍ତୁ VIDEO

ଲକ୍ଷ୍ନୌ,୭।୧୦: ଟି-୨୦ କ୍ରିକେଟ୍‌ରେ ଭାରତୀୟ ଦଳର ଫିଲ୍ଡିଂକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ବିଶେଷକରି କ୍ୟାଚ ଧରିବା ମାମଲାରେ ଭାରତର ରେକର୍ଡ ଆହୁରି ଉନ୍ନତ ହେବାର…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ

କଟକ,୭।୧୦(ପ୍ରଭୁକଲ୍ୟାଣ ପାଲ୍) ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଜି ହାଇକୋର୍ଟରେ ଜାମିନ ଆବେଦନ…

ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭/୧୦(ସଂକେତ ପାତ୍ର/ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?