ପୁଲ୍‌ୱାମା ମାରିଲା ଅତିକ୍‌ଙ୍କୁ

ଜମ୍ମୁ ଓ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପୁଲ୍‌ୱାମା ଆକ୍ରମଣ ପ୍ରସଙ୍ଗରେ ନିକଟରେ ଦେଇଥିବା ଚାଞ୍ଚଲ୍ୟକର ତଥ୍ୟ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇ ଦେଇଛି। ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (ସିଆର୍‌ପିଏଫ୍‌)ର ୪୦ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା। କେନ୍ଦ୍ରର ଦାୟିତ୍ୱହୀନତା ଯୋଗୁ ଏଭଳି ଘଟିଥିଲା ବୋଲି ଗଣମାଧ୍ୟମରେ ସତ୍ୟପାଲ କହିଥିଲେ। ସତ୍ୟପାଲଙ୍କ ରାଜନୈତିକ ଇତିହାସ ଦେଖିଲେ ଜଣାପଡ଼େ ଯେ ସେ ଉତ୍ତର ପ୍ରଦେଶର ପୂର୍ବତନ ନେତା ଚରଣ ସିଂଙ୍କ ଅନୁଗାମୀ। ପରବର୍ତ୍ତୀ ସମୟରେ ଭାଜପାରେ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିକଟତର ହୋଇପାରିଥିଲେ। ସମ୍ଭବତଃ ସେଥିପାଇଁ ତାଙ୍କୁ ଜମ୍ମୁ-କଶ୍ମୀର, ଗୋଆ, ମେଘାଳୟ ଭଳି ରାଜ୍ୟରେ ରାଜ୍ୟପାଳ କରାଯାଇଥିଲା। ଜମ୍ମୁ-କଶ୍ମୀରର ରାଜ୍ୟପାଳ ଭାବେ କାର୍ଯ୍ୟନିର୍ବାହ କରୁଥିବା ବେଳେ ସତ୍ୟପାଲଙ୍କ କହିବା ଅନୁଯାୟୀ ତାଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ସୁରକ୍ଷା ସମ୍ପର୍କରେ ଅନେକ ପ୍ରସ୍ତାବ ଦିଆଯାଇଥିଲା। ଏବେ ପ୍ରଥମେ ଏକ ହିନ୍ଦୀ ଓ ଦ୍ୱିତୀୟରେ ଇଂଲିଶ୍‌ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ସିଆର୍‌ପିଏଫ୍‌ର ପଦାଧିକାରୀମାନେ ଉଡ଼ାଜାହାଜ ମାଧ୍ୟମରେ ସୈନ୍ୟମାନଙ୍କୁ ସ୍ଥାନାନ୍ତରିତ କରାଯାଉ ବୋଲି କେନ୍ଦ୍ରକୁ ଅନୁରୋଧ କରିଥିଲେ। ରାଜ୍ୟପାଳ ଭାବେ ତାଙ୍କୁ ଏଇ ଅନୁରୋଧ ସମ୍ପର୍କରେ ସୂଚାଇ ଦିଆଯାଇଥିଲା। ତଥାପି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା, ଯାହାର ଫଳାଫଳ ହେଲା ପୁଲ୍‌ଓ୍ବାମା ବିସ୍ଫୋରଣ ଓ ଅନେକ ଯବାନଙ୍କ ମୃତ୍ୟୁ। ଯେତେବେଳେ ସତ୍ୟପାଲ ମଲିକ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ଉଭୟେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ୍‌ ଡୋଭାଲ ତାଙ୍କୁ ଚୁପ୍‌ ରହିବାକୁ କହିଥିଲେ।
ଭାରତରେ ଅନେକ ଏଭଳି ବ୍ୟକ୍ତିବିଶେଷ ଅଛନ୍ତି, ଯେଉଁମାନେ କ୍ଷମତାରେ ଥିବାବେଳେ ନୀରବ ରହିଥାନ୍ତି। କ୍ଷମତାରୁ ବିତାଡ଼ିତ ହେବା ପରେ ତାଙ୍କର ଦେଶପ୍ରେମ ଓ ସବୁ ପ୍ରକାରର ସଚ୍ଚୋଟପଣିଆ ବିଚକ୍ଷଣ ଭାବେ ଫୁଟିକି ବାହାରେ। କିନ୍ତୁ ସତ୍ୟପାଲ ମଲିକଙ୍କୁ ସେହି ଗୋଷ୍ଠୀରେ ସାମିଲ କରାଯାଇପାରିବ ନାହିଁ। ରାଜ୍ୟପାଳ ଥିବା ସମୟରେ ମଧ୍ୟ ନିଜର ପଦବୀ କିମ୍ବା ସୁରକ୍ଷାକୁ ବେଖାତିର କରି ଚାଷୀ ଆନ୍ଦୋଳନ ସପକ୍ଷରେ ସତ୍ୟପାଲ ବାହାରିଥିଲେ। ସେତେବେଳେ ମଲିକ ମତ ଦେଇଥିଲେ ଯେ ତିନୋଟି କଳା କୃଷି ଆଇନ ଦେଶର କୃଷକଙ୍କୁ ପ୍ରବଳ କ୍ଷତି ପହଞ୍ଚାଇବ। ତେଣୁ ଆଇନ ଅତିଶୀଘ୍ର ପ୍ରତ୍ୟାହାର କରିନେବା ପାଇଁ ସତ୍ୟପାଲ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ସମସ୍ୟାଟି ପୁନର୍ବାର ଏବେ ମୁଣ୍ଡ ଟେକିଛି। ସତ୍ୟପାଲଙ୍କ ଦୁଇଟି ସାକ୍ଷାତକାର ଦେଶର ରାଜନୈତିକ ସ୍ଥିତିକୁ ବିସ୍ଫୋରକ କରାଇଛି। ତାଙ୍କର ମତକୁ ଲୋକଲୋଚନଠାରୁ ଦୂରେଇ ନେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିଲା। କାରଣ ତାଙ୍କ ମତରୁ ସ୍ପଷ୍ଟ ଜଣାପଡ଼ିଥିଲା ୨୦୧୯ ନିର୍ବାଚନ ପୂର୍ବରୁ ପୁଲଓ୍ବାମା ଆକ୍ରମଣ ବାସ୍ତବରେ ଭାରତର କେନ୍ଦ୍ର ସରକାରଙ୍କ ଅସାବଧାନତା ଯୋଗୁ ଘଟିଥିଲା। କିନ୍ତୁ ତାହାକୁ ରାଜନୈତିକ ଦିଗରେ ବ୍ୟବହାର କରିବା ପାଇଁ ଭାଜପା ପଛାଇ ନ ଥିଲା। ସେଥିପାଇଁ ୨୦୧୯ ନିର୍ବାଚନରେ ଭାଜପାର ବିପୁଳ ବିଜୟ ହେଲା। କାରଣ ସାଧାରଣ ଭୋଟର ଦେଶପ୍ରେମ ନିଶାରେ ଭୋଳିଗଲେ। ଏବକାର ସତ୍ୟପାଲଙ୍କ ବୟାନ ପ୍ରମାଣ କରିଦେଉଛି ଯେ, ସାଧାରଣ ଭାରତୀୟ ଭୋଟର ଅତ୍ୟନ୍ତ ଅଜ୍ଞାନ ହୋଇଥିବାରୁ ସେମାନଙ୍କୁ ଏଭଳି ବାଟବଣା କରାଇଦେବା ସହଜ ହୋଇଥିଲା।
ପୁନର୍ବାର ୨୦୨୪ରେ ନିର୍ବାଚନ ହେବାକୁ ଯାଉଛି। ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏପରିକି ଓଡ଼ିଶା ଭଳି ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ମୁଣ୍ଡ ଟେକିଲାଣି। ଏଭଳି ଉଷୁମତା ସୃଷ୍ଟି ହେଉଥିବା ସମୟରେ ସତ୍ୟପାଲ ‘କେଁ’ ପୂରାଇଦେଲେ। ସେହି କେଁକୁ ଟାଳିଦେବା ପାଇଁ ଲୋକଙ୍କ ଦୃଷ୍ଟି ଅନ୍ୟତ୍ର ନେବା ଅତ୍ୟନ୍ତ ଆବଶ୍ୟକ ବୋଲି ଯେକୌଣସି ରାଜନୈତିକ ପର୍ଯ୍ୟବେକ୍ଷକ ବୁଝିପାରିବେ। ଏଭଳି ରଙ୍ଗମଞ୍ଚରେ ଉତ୍ତର ପ୍ରଦେଶର ପୂର୍ବତନ ମାଫିଆ ଡନ୍‌ ଯିଏ ନିଜ ଜୀବନର ବାଟ ପରିବର୍ତ୍ତନ କରି ରାଜନୀତି ଆରମ୍ଭ କରିଥିଲେ, ତାଙ୍କ ଉପରେ ଦୃଷ୍ଟି ପଡ଼ିଲା। ପ୍ରଥମେ ତାଙ୍କ ପୁତ୍ର ଓ ସହଯୋଗୀଙ୍କୁ ଏନ୍‌କାଉଣ୍ଟର କରି ଗୁଳି କରାଗଲା। ହତ୍ୟା କରିଥିବା ପୋଲିସ କେବଳ ଓଡ଼ିଶାର ଗୋପାଳ ଦାସରେ ସୀମିତ ନୁହେଁ, ଉତ୍ତର ପ୍ରଦେଶ ପୋଲିସ ମଧ୍ୟ ସେହି ପ୍ରକାର ହତ୍ୟା କଲେ। ଆଶା କରାଯାଇପାରୁଥାଏ ଯେ ଗଣମାଧ୍ୟମ ଜରିଆରେ ସେହି ଘଟଣାକୁ ଯଥେଷ୍ଟ ପ୍ରଚାର କରି ଗୁଣ୍ଡାମି ବିରୋଧରେ ବାହାବା ନିଆଯିବ। ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ପୃକ୍ତ ପୋଲିସ ଅଫିସରଙ୍କୁ ସାଧାରଣରେ ପ୍ରଶଂସା କଲେ। କେହି ଜଣେ ପ୍ରଶ୍ନ କଲେ ନାହିଁ ଯେ ଏଭଳି ହତ୍ୟା କରିବାର କ୍ଷମତା ପୋଲିସକୁ ମିଳିଗଲେ ଯେକୌଣସି ବ୍ୟକ୍ତି ବିରୋଧରେ ମିଛ ମାମଲା ଆଣି ଏନ୍‌କାଉଣ୍ଟର ମାଧ୍ୟମରେ ହତ୍ୟା କରାଯାଇପାରିବ। ମନେରଖିବାକୁ ହେବ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ସର୍ବଦା କ୍ଷମତାରେ ରହିବେ ବୋଲି ଭାବିବା ତ୍ରୁଟିପୂର୍ଣ୍ଣ। ଅତିକ୍‌ଙ୍କ ପୁତ୍ରଙ୍କ ହତ୍ୟା ପୂର୍ବରୁ ୮ ଏପ୍ରିଲ୍‌ରେ ପ୍ରସାଦ ଟଣ୍ଡନଙ୍କୁ ହିନ୍ଦୀ ଚାନେଲରେ ସତ୍ୟପାଲ ଦେଇଥିବା ସାକ୍ଷାତକାର ପ୍ରସାରିତ ହୋଇଥିଲା। ସେଥିରେ ସବୁ ଅସୁବିଧା କଥା କୁହାଯାଇଥିବାରୁ କେନ୍ଦ୍ର ସରକାର ସ୍ବାଭାବିକ ଭାବେ ବ୍ୟତିବ୍ୟସ୍ତ ହୋଇପଡ଼ିଥିବେ। କିନ୍ତୁ ହିନ୍ଦୀରେ ପ୍ରସାରଣ କରାଯାଇଥିବାରୁ ତାହାର ପ୍ରଭାବ ସୀମିତ ରହିଯାଇଥିଲା। ସପ୍ତାହକ ମଧ୍ୟରେ ଅର୍ଥାତ୍‌ ଏପ୍ରିଲ ୧୫ରେ କରନ୍‌ ଥାପରଙ୍କ ଦ୍ୱାରା ‘ଦି ଓ୍ବେର୍‌’ ନ୍ୟୁଜ୍‌ ପୋର୍ଟାଲରେ ସତ୍ୟପାଲଙ୍କ ଇଂଲିଶ୍‌ ଭାଷାର ସାକ୍ଷାତକାର ତତ୍‌କ୍ଷଣାତ୍‌ ଭାଇରାଲ ହୋଇଗଲା। ଫଳସ୍ବରୂପ ପୁଅ ପରେ ବାପା ଓ କକେଇଙ୍କର ମୃତ୍ୟୁ ଘଣ୍ଟି ବାଜିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?