ଆନ୍ଦୋଳନକାରୀ-ପୋଲିସ ଧସ୍ତାଧସ୍ତି

ଅନୁଗୋଳ ଅଫିସ୍‌, ୧୭।୭
ଅଳିଆ ପକାକୁ ନେଇ ପୁଣି ଉତ୍ତେଜନା ଦେଖାଦେଇଛି। ବିରୋଧ କରୁଥିବା ପଞ୍ଚମହଲା ବେଣିବଣିଆ ସାହି ମହିଳାମାନଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି। ବୁଝାଶୁଝା ଉଦ୍ୟମ ବିଫଳ ହୋଇଥିବାରୁ ଅନୁଗୋଳ ପୌରପାଳିକା ପକ୍ଷରୁ ଅଳିଆ ପକାଯିବା କାର୍ଯ୍ୟ ବନ୍ଦ ରଖାଯାଇଛି। ପ୍ରଶାସନ ଉପସ୍ଥିତିରେ ଲୋକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ, ଅନୁଗୋଳ ସହରର ଅଳିଆ ପଞ୍ଚମହଲାର ବେଣିବଣିଆ ସାହି ନିକଟରେ ହୋଇଥିବା ଡମ୍ପିଂୟାର୍ଡରେ ପକାଯିବାକୁ ଅଞ୍ଚଳବାସୀ ବିରୋଧ କରିଥିଲେ। ଫଳରେ ଉପସ୍ଥିତ ସ୍ଥାନୀୟ ମହିଳାମାନଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା। ଅଧିକ ସଂଖ୍ୟାରେ ପୋଲିସ ପହଞ୍ଚତ୍ବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ଅଞ୍ଚଳବାସୀଙ୍କ ସହିତ ପ୍ରଶାସନ ଓ ପୋଲିସ କରିଥିବା ଆଲୋଚନା ବିଫଳ ହୋଇଛି। ସ୍ଥାନୀୟ ସରପଞ୍ଚଙ୍କ ସମେତ ଏକ ପ୍ରତିନିଧି ଦଳ, ପୌରପ୍ରଶାସନ ଓ ଜିଲା ପ୍ରଶାସନ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଶୁକ୍ରବାରଠାରୁ ସହରର ଆବର୍ଜନା ଏହି ଡମ୍ପିଂୟାର୍ଡ ଅଞ୍ଚଳକୁ ଯିବ ନାହିଁ ବୋଲି ପୌରପାଳିକା ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ବୁଧବାର ଅଞ୍ଚଳବାସୀ ଏହାକୁ ବିରୋଧ କରି ୮ଟି ଅଳିଆ ଗାଡ଼ିକୁ ଅଟକ ରଖିଥିଲେ। ଏପରି କି ପୌରପାଳିକାର ଫିକଲ ସ୍ଲଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଏଫଏସ୍‌ଟିବି)ର ଦୁଇ ଜଣ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଥିଲେ। ପୋଲିସ ଓ ପ୍ରଶାସନ ପ୍ରଥମ ଦିନ ଆଲୋଚନା କରିଥିଲେ ହେଁ ତାହା ବିଫଳ ହୋଇଥିଲା। ଗୁରୁବାର ୬ଟି ଅଳିଆଗାଡ଼ି ଡମ୍ପିଂୟାର୍ଡକୁ ନେବା ସମୟରେ ବିବାଦ ଦେଖାଦେଇଥିଲା। ତେଣୁ ଶୁକ୍ରବାରଠାରୁ ଅଳିଆ ପକାଯିବା ବନ୍ଦ କରାଯାଇଥିବା ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି। ଘଟଣାସ୍ଥଳରେ ଫୋର୍ସ ସହ ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ ସାହୁ, ଥାନା ଅଧିକାରୀ ରମେଶ ବିଶୋଇ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯(ପ୍ରଭୁକଲ୍ୟାଣ ପାଲ): କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri