ପ୍ରକଳ୍ପ ଥାଇ ମିଳୁନି ପାଣି

ବଇଣ୍ଡା,୭ା୫(ଡି.ଏନ.ଏ.)

ଗ୍ରାମାଞ୍ଚଳର ଲୋକଙ୍କୁ ପାଇପ୍‌ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପ୍ରକଳ୍ପମାନ ନିର୍ମାଣ କରୁଛନ୍ତି। ଏଥିପାଇଁ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଆବଶ୍ୟକ ରକ୍ଷାଣାବେକ୍ଷଣ କରାଯାଉ ନାହିଁ। ଫଳରେ କିଛିବର୍ଷ ପରେ ଅନେକ ଅଚଳ ହୋଇପଡ଼ୁଛି। ଅଞ୍ଚଳବାସୀ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରୁଛନ୍ତି। ହେଲେ ପଦକ୍ଷେପ ନିଆଯାଉ ନାହିଁ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତ ଏହାର ଉଦାହରଣ।
୨୦୦୬ ମସିହାରେ ପାଇକସାହି ପଞ୍ଚାୟତର ସତ୍ୟବାଦୀପୁର, କଳାପାଟନାଳି, ନୂଆଁ କୋଡାସାହି, ପୁରୁଣା କୋଡାସାହି, ଦଳିତସାହି, ଖଇରାସାହି, କଲେଜସାହିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ୧୫ ଲକ୍ଷ ଟଙ୍କା ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିଥିଲେ। ହେଲେ ସେହି ସମୟରେ ନିମ୍ନମାନର ପାଇପ୍‌ ଲଗାଯାଇ ଜଳଯୋଗାଣ କରାଯାଇଥିବାରୁ ଫେବୃୟାରୀ ୨୦୨୦ରୁ ଅନେକ ସ୍ଥାନରେ ପାଇପ୍‌ ଫାଟି ଯାଇଛି। ଫଳରେ ଦୀର୍ଘ ୧୫ ମାସ ହେଲା ୭ଟି ଗଁାକୁ ଜଳଯୋଗାଣ ବନ୍ଦ ରହିଛି। ଗତବର୍ଷ ଖରାଦିନେ ପାଣି ପାଇଁ ପଞ୍ଚାୟତବାସୀ ହନ୍ତସନ୍ତ ହୋଇଥିବା ବେଳେ ଚଳିତବର୍ଷ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ପଞ୍ଚାୟତରେ ୩୨ଟି ନଳକୂଅ ଥିବାବେଳେ ସେଥିରୁ ୬ଟି ଅଚଳ ରହିଛି। ୮ଟି ନଳକୂଅରୁ ଲୌହ ଗୁଣ୍ଡ ବାହାରୁଥିବା ଯୋଗୁ ଲୋକେ ସେଥିରୁ ପାଣି ବ୍ୟବହାର କରିପାରୁନାହାନ୍ତି। ୯ଟି ଖୋଲା କୂଅ ଥିବାବେଳେ ଜଳସ୍ତର କମିଯିବା ଯୋଗୁ ପାଣି ପାଇଁ ମହିଳାମାନେ ଗୋଟିଏ ଲେଖାଏ ନଳକୂଅ ନିକଟରେ ଲମ୍ବା ଲାଇନ ଦେଉଥିବା ଦେଖିବାକୁ ମିଳିଛି। ଜଳ ଯୋଗାଣ ପ୍ରକଳ୍ପ ମରାମତି ପାଇଁ ସତ୍ୟବାଦୀପୁର ଗ୍ରାମବାସୀ ୨୦ ଜୁନ ୨୦୨୦ରେ ଆଠମଲ୍ଲିକ ଜଳ ଯୋଗାଣ ବିଭାଗ ଓ ଆଠମଲ୍ଲିକ ଉପଜିଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଇ ନାହିଁ। ତୁରନ୍ତ ଏକ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରିବା ସହ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ବେହେରା କୁହନ୍ତି, ପାଇପ୍‌ ଫାଟି ଯାଇଥିବା ଯୋଗୁ ଜଳ ଯୋଗାଣ ହୋଇପାରୁନାହିଁ। ତୁରନ୍ତ ବିଭାଗ ପକ୍ଷରୁ ପଦେକ୍ଷେପ ନିଆଯିବ।
ଟ୍ୟାଙ୍କର ଯୋଗେ ପାଣି ଦିଆଯାଉ
ପ୍ରକଳ୍ପ ଥିଲେ ମଧ୍ୟ ପଞ୍ଚାୟତରେ ଜଳାଭାବ ଲାଗିରହିଛି। ଅନେକ ନଳକୂଅରୁ ଠିକ୍‌ ଭାବେ ପାଣି ବାହାରୁ ନାହିଁ। ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି। ହେଲେ କେହି ଶୁଣୁନାହାନ୍ତି। ଖରାଦିନରେ ପାଣି ସଙ୍କଟ ଲୋକଙ୍କୁ ବହୁ ଅସୁବିଧାରେ ପକାଇଛି। ଟ୍ୟାଙ୍କର ଯୋଗେ ପାଣି ଯୋଗାଯାଉ।
-ରତିରଞ୍ଜନ ରାଉତ, ବିଡିଶିଙ୍ଗ
ମହାନଦୀରୁ ପାଣି ଯୋଗାଣ ହେଉ
ପାଇକସାହି ସମେତ ୩ ପଞ୍ଚାୟତରେ ଜଳାଭାବ ଲାଗିରହିଛି। ଅନେକ ନଳକୂଅରୁ ଖରାଦିନେ ପାଣି ବାହାରୁ ନାହିଁ। ସରକାର ମେଗା ପ୍ରୋଜେକ୍ଟ ଦ୍ୱାରା ଆଠମଲ୍ଲିକସ୍ଥିତ ମହାନଦୀରୁ ପାଣି ଯୋଗାଇଦେଲେ ଜଳ ସଙ୍କଟ ଦୂର ହୋଇପାରିବ। ଲୋକେ ବର୍ଷ ତମାମ ପାଣି ପାଇପାରିବେ।
-ନୀରଜକାନ୍ତ ସାହୁ, ପାଇକସାହି
ଖୋଲା କୂଅ ଉପରେ ନିର୍ଭର
ଦୀର୍ଘ ୧୫ ବର୍ଷ ହେବ ପ୍ରକଳ୍ପ ହୋଇଥିଲେ ମଧ୍ୟ ପ୍ରତ୍ୟେକ ବର୍ଷ ମାସ ମାସ ଧରି ଏହା ଅଚଳ ରହୁଛି। ବିଶେଷକରି ଖରା ଦିନେ ପାଣି ପାଇଁ ପଞ୍ଚାୟତବାସୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ୧ କିଲୋମିଟର ଦୂରରେ ଥିବା ଖୋଲା କୂଅକୁ ଯିବାକୁ ପଡୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମାଧାନ ହେଉନାହିଁ।
-କୁମୁଦିନୀ ଗଡତିଆ, ଖଇରାସାହି
ପ୍ରଶାସନ ପଦକ୍ଷେପ ନେଉ
ପଞ୍ଚାୟତବାସୀଙ୍କ ପାଇଁ ଥିବା ଜଳଯୋଗାଣ ପ୍ରକଳ୍ପ ଅଚଳ ରହିଛି। ଦୀର୍ଘଦିନ ହେଲା ପାଇପ୍‌ ମରାମତି କରାଯାଉ ନାହିଁ। ଆବଶ୍ୟକ ନଳକୂଅ ମଧ୍ୟ ନାହିଁ। ଫଳରେ ଗ୍ରାମବାସୀ ପାଣି ସଂଗ୍ରହ କରିବା ପାଇଁ ବହୁ ହଇରାଣ ହେଉଛନ୍ତି। ତୁରନ୍ତ ପ୍ରଶାସନ ପଦେକ୍ଷେପ ନେଇ ପ୍ରକଳ୍ପ ପାଇପ୍‌ ମରାମତି କରୁ।
-ଜଟାଧାରୀ ମୁଦୁଲି, ପାଇକସାହି
ନୂତନ ପ୍ରକଳ୍ପ ନିର୍ମାଣ କରାଯାଉ
ଠିକ୍‌ ଭାବେ ତଦାରଖ କରାଯାଉ ନ ଥିବା ଯୋଗୁ ସରକାରୀ ଯୋଜନାରେ ନିର୍ମିତ ପ୍ରକଳ୍ପ ଅଚଳ ହୋଇପଡ଼ୁଛି। ପାଇକସାହିରେ ଥିବା ପ୍ରକଳ୍ପ ମରାମତି ଦିଗରେ ଧ୍ୟାନ ଦିଆଯାଉ ନ ଥିବାରୁ ଲୋକେ ଉପକୃତ ହୋଇପାରୁ ନାହାନ୍ତି। ଏକ ନୂତନ ପ୍ରକଳ୍ପ ନିର୍ମାଣ କରାଗଲେ ପଞ୍ଚାୟତବାସୀଙ୍କ ଅସୁବିଧା ଦୂର ହୁଅନ୍ତା।
-ପ୍ରତାପ କୁମାର ପ୍ରଧାନ, ପାଇକସାହି


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri