ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ ତାହା ଏଥିରୁ ପ୍ରତିଫଳିତ ହେଉଛି। ଯୁଦ୍ଧ ପ୍ରାରମ୍ଭରୁ ତାଙ୍କ ଲକ୍ଷ୍ୟଗୁଡ଼ିକ ସମ୍ପର୍କରେ ସେ ଯେଭଳି ବଢ଼େଇଚୁଢ଼େଇ କହୁଥିଲେ, ସେସବୁର ଏବେ ଆଉ ଚିହ୍ନବର୍ଣ୍ଣ ନାହିଁ। ନୂତନ ଚୁକ୍ତିନାମାରେ ଟ୍ରମ୍ପ ପ୍ରଶାସନ କେବଳ ହର୍ମୁଜ୍‌ ଜଳପଥକୁ ପୁନର୍ବାର ଖୋଲିବା ପାଇଁ ସକ୍ଷମ ହୋଇଛି। ଉଲ୍ଲେଖନୀୟ, ଯୁଦ୍ଧ ପୂର୍ବରୁ ଏହି ଜଳପଥ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଥିଲା। ଏହାସହ ଇରାନର ଆଣବିକ କାର୍ଯ୍ୟକ୍ରମ ଉପରେ ଏକ ନୂତନ ଆଲୋଚନା ପାଇଁ ଯୋଜନା କରାଯାଇଛି, ଯାହା ପୂର୍ବରୁ ଆଲୋଚନା ପରିସରଭୁକ୍ତ ଥିଲା। କିନ୍ତୁ ଯଦି ଲେବାନନରେ ହିଜବୁଲ୍ଲା ବିରୋଧରେ ଇସ୍ରାଏଲ୍‌ ଯୁଦ୍ଧ ଜାରି ରଖେ, ତେବେ ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଅସମ୍ଭବ ହୋଇପାରେ। ଟ୍ରମ୍ପ ମଧ୍ୟ ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ନେତାନ୍ୟାହୁ ୨୦୧୮ରେ ଟ୍ରମ୍ପଙ୍କୁ ସେହି ଆଣବିକ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିବାକୁ ପରାମର୍ଶ ଦେଇଥିଲେ, ଯାହାକୁ ତିନି ବର୍ଷ ପୂର୍ବେ ଇରାନ ସହ ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା କରିଥିଲେ। ଫଳରେ ଟ୍ରମ୍ପ ଏକ ଭଲ ଚୁକ୍ତି କରିବା ପାଇଁ ବାଧ୍ୟ ହୋଇଥିଲେ।
ନେତାନ୍ୟାହୁ ଟ୍ରମ୍ପଙ୍କୁ ବର୍ତ୍ତମାନର ଯୁଦ୍ଧ ଆରମ୍ଭ କରିବା ପାଇଁ ପ୍ରେରିତ କରିଥିଲେ। ବିଶ୍ୱର ଦୁଇଟି ସବୁଠାରୁ ଶକ୍ତିଶାଳୀ ବାୟୁସେନା ଶୀଘ୍ର ଇସ୍‌ଲାମିକ ରିପବ୍ଲିକର ସାମରିକ ଏବଂ ଆଣବିକ ପ୍ରତିଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେବେ ଏବଂ ଦୀର୍ଘଦିନରୁ ସେମାନଙ୍କ ପାଇଁ କଣ୍ଟା ସାଜିଥିବା ଏକ ଶାସନକୁ ବଦଳାଇ ଦେବେ ବୋଲି ଟ୍ରମ୍ପଙ୍କୁ ବୁଝାଇ ପାରିଥିଲେ। ହେଲେ ଶେଷରେ ଏହି ଯୁଦ୍ଧର ଭୟଙ୍କର ପରିଣାମରୁ ମୁକ୍ତି ପାଇବା ପାଇଁ ଟ୍ରମ୍ପ ଚୁକ୍ତି କଲାବେଳେ ନେତାନ୍ୟାହୁ ଏକ ପ୍ରକାର ବାଧକ ହେବା ଲକ୍ଷ୍ୟ କରାଗଲା। ପ୍ରକୃତରେ ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କର ମତ ଏକା ନ ଥିଲା। ଟ୍ରମ୍ପ ଇରାନର ନିଃସର୍ତ୍ତରେ ଆତ୍ମସମର୍ପଣ ଚାହଁୁଥିଲେ ମଧ୍ୟ ଏକ ଦୀର୍ଘକାଳୀନ ସାମରିକ ଯୁଦ୍ଧରେ ଲିପ୍ତ ହେବା ପାଇଁ ତାଙ୍କର କୌଣସି ଆଗ୍ରହ ନ ଥିଲା। ପରିସ୍ଥିତି ଯଦି ଗୁରୁତର ହୋଇଥାନ୍ତା, ତେବେ ସେ ହୁଏତ ଏମିତି ଏକ ପରମାଣୁ ଚୁକ୍ତିରେ ସନ୍ତୁଷ୍ଟ ହୋଇଥାନ୍ତେ, ଯାହାକୁ ସେ ଓବାମାଙ୍କ ସମୟର ଚୁକ୍ତିଠାରୁ ଅଧିକ ଭଲ ବୋଲି ଦାବି କରିିଥାଆନ୍ତେ।
ଇସ୍ରାଏଲ୍‌ ଉପରକୁ ଇରାନରୁ ଆସୁଥିବା ବାଲିଷ୍ଟିକ୍‌-କ୍ଷେପଣାସ୍ତ୍ର ବିପଦକୁ ଦୂର କରିବା ଏବଂ ଇରାକ, ଲେବାନନ୍‌, ପାଲେଷ୍ଟାଇନ୍‌ ଏବଂ ୟେମେନରେ ଥିବା ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ପ୍ରତି ଇରାନର ସମର୍ଥନକୁ ପ୍ରତିହତ କରିବା ପାଇଁ କେଉଁସବୁ ପଦକ୍ଷେପ ନେବା ଦରକାର ତାହାକୁ ସର୍ବଦା ଆଲୋଚନା ପରିସର ବାହାରେ ରଖାଯାଇଛି। ସମସ୍ୟା ହେଉଛି,ଏହି ବିଷୟଗୁଡ଼ିକ ଉପରେ ଇରାନ ଆଦୌ ବୁଝାମଣା କରିବାକୁ ପ୍ରସ୍ତୁତ ନୁହେଁ। ପରମାଣୁ ଅସ୍ତ୍ରଶସ୍ତ୍ର ନ ହେଲେ ମଧ୍ୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଏବଂ ତା’ସମର୍ଥିତ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ଇରାନର ଅସ୍ତିତ୍ୱ ପାଇଁ ଜରୁରୀ। ଲେବାନନ୍‌ରେ ଥିବା ଇରାନ-ସମର୍ଥିତ ହିଜବୁଲ୍ଲା ଉଗ୍ରବାଦୀଙ୍କୁ ଇସ୍ରାଏଲ୍‌ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବାକୁ ଚେଷ୍ଟା କରୁଛି, ଯାହା ବିଶେଷକରି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଗତ ୩ ବର୍ଷ ଧରି ଉତ୍ତର ଇସ୍ରାଏଲ୍‌ ଉପରେ ହିଜବୁଲ୍ଲା ଆକ୍ରମଣ ଜାରି ରଖିଛି। ଏ ଦୃଷ୍ଟିରୁ ଆମେରିକା ଯାହା କହିଲେ ବି ସେଥିରେ ଗୁରୁତ୍ୱ ନ ଦେଇ ବିପଦ ଦୂର କରିବା ପର୍ଯ୍ୟନ୍ତ ଦକ୍ଷିଣ ଲେବାନନରେ ଆକ୍ରମଣ କରିବାକୁ ଇସ୍ରାଏଲ୍‌ ସଂକଳ୍ପବଦ୍ଧ ହୋଇଛି। ଏପରି କି ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେଉଥିବାବେଳେ ଟ୍ରମ୍ପଙ୍କୁ ସିଧାସଳଖ ଆହ୍ବାନ ଦେଇ ରବିବାର ଦିନ ଇସ୍ରାଏଲ୍‌ ବେରୁତ ଉପରେ ବିମାନ ଆକ୍ରମଣ କରିଥିଲା।
ଏହି ପଦକ୍ଷେପ ଚୁକ୍ତିନାମାକୁ ବିଗାଡ଼ି ଦେଇଥାଆନ୍ତା। ଏପରି କି ଇରାନର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି, ଲେବାନନରେ ଇସ୍ରାଏଲର ଆକ୍ରମଣ ଶେଷ ହେବା ‘ଯେକୌଣସି ଅସ୍ତ୍ରବିରତି ଏବଂ ଯେକୌଣସି ଚୂଡ଼ାନ୍ତ ଚୁକ୍ତି’ ପାଇଁ ଏକ ପୂର୍ବ ସର୍ତ୍ତ। ଯଦି ଇସ୍ରାଏଲ୍‌ ଲେବାନନ ଉପରେ ଆକ୍ରମଣ ଜାରି ରଖେ, ତେବେ ଇରାନ ମଧ୍ୟ ଇସ୍ରାଏଲ୍‌ ବିରୋଧରେ ଆକ୍ରମଣ କରିବ। ଇରାନର ଇସ୍‌ଲାମିକ ରିଭୋଲ୍ୟୁଶନାରି ଗାର୍ଡ କର୍ପସ (ଆଇଆର୍‌ଜିସି)ର ବୈଦେଶିକ ବ୍ୟାପାର ଏବଂ ସାମରିକ ଗୁପ୍ତଚର ଶାଖା ‘କୁଡ୍ସ ଫୋର୍ସ’ର ମୁଖ୍ୟ ନିକଟରେ କହିଛନ୍ତି, ଲେବାନନ୍‌ରେ କରୁଥିବା ପ୍ରତିରୋଧକୁ ସମର୍ଥନ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ଏବଂ ଏହି ଅଞ୍ଚଳରୁ ଇସ୍ରାଏଲକୁ ହଟାଇବା ମୁସଲମାନଙ୍କର ଏକ ପ୍ରମୁଖ ଲକ୍ଷ୍ୟ। ତେବେ ଇରାନର ଏହି ଦମ୍ଭୋକ୍ତି ନେତାନ୍ୟାହୁଙ୍କୁ ଅଟକାଇପାରିବ କି ନାହିଁ ତାହା ଭବିଷ୍ୟତ କହିବ। ନେତାନ୍ୟାହୁ ଜାଣନ୍ତି, ଦୁଇଟି ବିଶ୍ୱ ସାମରିକ ଶକ୍ତି ବିରୋଧରେ ଇରାନ ରଣନୀତିକ ବିଜୟ ପାଇ ନିଜକୁ ଶକ୍ତିଶାଳୀ ମନେ କରୁଥିଲେ ମଧ୍ୟ ନିଜକୁ ରକ୍ଷା କରିବା ପାଇଁ ଏହାର କ୍ଷମତା ସୀମିତ। ତେବେ ଇସ୍ରାଏଲ ବାୟୁସେନା ପୁନର୍ବାର ନାଗରିକ ଭିତ୍ତିଭୂମି ଉପରେ ଭୀଷଣ ଆକ୍ରମଣ କରି ଇସ୍‌ଲାମିକ ରିପବ୍ଲିକର ସ୍ଥିତିକୁ ଦୁର୍ବଳ କରିଦେଇପାରିବ।
ତେବେ ଆଗକୁ ଇସ୍ରାଏଲ ପାଇଁ ଟ୍ରମ୍ପ ଏକ ସମସ୍ୟା ହୋଇପାରନ୍ତି। ଇରାନର ଜଟିଳ ସ୍ଥିତି ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ କରିଛି। ତାଙ୍କର ୮୦ତମ ଜନ୍ମଦିନ ପାଳନକୁ ଫିକା କରିଦେଇଛି ଏବଂ କ୍ୟୁବାରେ ଚାହୁଁଥିବା ତ୍ୱରିତ ବିଜୟରୁ ତାଙ୍କୁ ବଞ୍ଚିତ କରିଛି। ଟ୍ରମ୍ପ ଏଥିରୁ ମୁକୁଳିିବା ପାଇଁ ଇସ୍ରାଏଲର ମୂଳ ସ୍ବାର୍ଥକୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି। ଉପରାଷ୍ଟ୍ରପତି ଜେଡି ଭାନ୍ସ ନିକଟରେ କହିଛନ୍ତି, ଆମେରିକା ଏବଂ ଇସ୍ରାଏଲର ଅନେକ ସାଧାରଣ ସ୍ବାର୍ଥ ରହିଛି, କିନ୍ତୁ ଏପରି ମଧ୍ୟ କିଛି ପରିସ୍ଥିତି ଅଛି ଯେଉଁଠାରେ ଆମର ସ୍ବାର୍ଥ ଭିନ୍ନ। ସେ ମଧ୍ୟ କହିଛନ୍ତି, ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇରାନ ପାଖରେ ଯେପରି କୌଣସି ପରମାଣୁ ଅସ୍ତ୍ର ନ ରହେ ତାହା ନିଶ୍ଚିତ କରିବା। ଏହି ଯୁକ୍ତି ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ହୁଏତ ଦାବି କରିପାରେ ଯେ ତାଙ୍କର ମୁଖ୍ୟ ବୁଝାମଣାକାରୀ (ଡିଲ୍‌-ମେକର୍‌ ଟ୍ରମ୍ପ୍‌) ପୁନର୍ବାର ବିଜୟୀ ହୋଇଛନ୍ତି; କିନ୍ତୁ ତାହା କେବଳ ସେତିକିବେଳେ ସମ୍ଭବ ହେବ ଯଦି ଇସ୍ରାଏଲ୍‌ ତାଙ୍କ କଥା ମାନିବ। ଟ୍ରମ୍ପ ତାଙ୍କ ପାଖରୁ ଇସ୍ରାଏଲକୁ ଦୂରେଇ ଦେବା ପାଇଁ ଏତେ ବ୍ୟାକୁଳ ଯେ ସେ ନେତାନ୍ୟାହୁଙ୍କୁ ବାରମ୍ବାର ଅପମାନିତ କରିବା ଆରମ୍ଭ କରିଦେଇଛନ୍ତି। ନିକଟରେ ଏକ ଫୋନ୍‌ କଲ୍‌ରେ ସେ ତାଙ୍କ ଉପରେ ଚିଲ୍ଲାଇ କହିଥିଲେ, ‘ତୁମେ ଜଣେ ବଡ଼ ପାଗଳ, ଯଦି ମୁଁ ନ ଥାନ୍ତି ତେବେ ତୁମେ ଜେଲରେ ଥାଆନ୍ତ।’ ଏହି ସମୟରେ, ଟ୍ରମ୍ପ ନେତାନ୍ୟାହୁଙ୍କ ଅପେକ୍ଷା ଆଇଆର୍‌ଜିସିର ଅଧିକାରୀଙ୍କୁ ବେଶି ସମ୍ମାନ ଦେଉଥିବା ଜଣାପଡ଼ୁଛି।
ଆମେରିକା-ଇସ୍ରାଏଲ ସମ୍ପର୍କର ଅବନତିର ଏହାଠାରୁ ବଡ଼ ପ୍ରମାଣ ବୋଧହୁଏ ଆଉ କିଛି ନାହିଁ। ଟ୍ରମ୍ପ କହନ୍ତି, ସମସ୍ତ ନିଷ୍ପତ୍ତି ସେ ନେବେ ଏବଂ ନେତାନ୍ୟାହୁଙ୍କ ପାଖରେ ତାହାକୁ ମାନିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ-ଯଦିଓ ସେହି ଚୁକ୍ତି ଇସ୍ରାଏଲର ସୁରକ୍ଷା ସ୍ବାର୍ଥକୁ ସମର୍ଥନ କରୁନାହିଁ। ପ୍ରବାସୀଙ୍କ ଦ୍ୱାରା ଗଢ଼ିଉଠିଥିବା ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କ ଏବେ ଦୁଇ ଅସତ୍ୟବାଦୀ ନେତାଙ୍କ ଷଡ଼ଯନ୍ତ୍ରରେ ପରିଣତ ହୋଇଯାଇଛି। ଆଗକୁ ଯାହା ବି ହେଉ, ଟ୍ରମ୍ପ ଏବଂ ନେତାନ୍ୟାହୁ ଇତିହାସର ବିଚାରରୁ ରକ୍ଷା ପାଇପାରିବେ ନାହିଁ। ଇରାନ ଭଳି ଦୁର୍ବଳ ଓ ଦେବାଳିଆ ଶାସନ ହାତରେ ଦୁଇଟି ସାମରିକ ମହାଶକ୍ତି ସବୁଠାରୁ ବଡ଼ ରଣନୀତିକ ପରାଜୟର ସମ୍ମୁଖୀନ ହେଲେ। ଯୁଦ୍ଧ ପରବର୍ତ୍ତୀ ମଧ୍ୟପ୍ରାଚ୍ୟ ଭୂରାଜନୀତିର ମୁଖ୍ୟ ଭାବରେ ଇରାନ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି। ନୂତନ ଅସ୍ତ୍ରବିରତି ଏହାର ରଣନୀତିକ ଲାଭକୁ ଆହୁରି ସୁଦୃଢ଼ କରିଛି। ଆମେରିକା ରାଷ୍ଟ୍ରପତି ଏବେ ଲେବାନନର ଜଣେ ରକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ପରୋକ୍ଷରେ, ସେଠାରେ ଥିବା ଇରାନ ସମର୍ଥିତ ହିଜବୁଲ୍ଲା ଗୋଷ୍ଠୀର ସୁରକ୍ଷାକର୍ତ୍ତା ସାଜିଛନ୍ତି।

ଶଲୋମୋ ବେନ-ଅମି
-ଇସ୍ରାଏଲର ପୂର୍ବତନ ବୈଦେଶିକ ମନ୍ତ୍ରୀ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ସରକାର ଅନୁଧ୍ୟାନ କରି….

ଭୁବନେଶ୍ୱର,୬।୮: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ଏନେଇ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।…

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ୨୪ ଘଣ୍ଟା ପରେ…

ଆଳି,୬ା୮(ବନମାଳୀ ସେନାପତି): ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର…

ଶ୍ରାବଣରେ ବିରଳ ମହାସଂଯୋଗ! ୧୮ ବର୍ଷ ପରେ ଲାଗିବ ସୂର୍ଯ୍ୟଗ୍ରହଣ-ଚନ୍ଦ୍ରଗ୍ରହଣ, ଜାଣନ୍ତୁ କ’ଣ କରିବେ ନ କରିବେ…

ଚଳିତ ବର୍ଷ ଶ୍ରାବଣ ମାସର ଅମାବାସ୍ୟା ଓ ପୂର୍ଣ୍ଣିମାରେ ଗ୍ରହଣ ପଡ଼ିବ। ପ୍ରାୟ ୧୮ ବର୍ଷ ପରେ ଏଭଳି ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି, ଯେତେବେଳେ…

୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି।…

ଅବସର ପରେ ରାହାଣେଙ୍କ ବଡ଼ ବୟାନ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠାରୁ କନିଷ୍ଠ ଖେଳାଳି। ସେ ସେହି ଚୟନିତ କ୍ରିକେଟରଙ୍କ ମଧ୍ୟରୁ…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri