କଏଦୀ ନମ୍ବର-୬୨୬୭୧୦

ଜେଲ ଭିତରେ ବନ୍ଦୀ ଥିବା ସବୁ ମଣିଷ କ’ଣ ଅପରାଧୀ? ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅପରାଧୀ ବୋଲି ଶାସକ ଶ୍ରେଣୀର ରାଷ୍ଟ୍ରର ପୋଲିସ ଓ ମିଲିଟାରୀ ପକ୍ଷରୁ ଅଭିଯୋଗ କରାଯାଇଥାଏ। ସେଭଳି ଅନେକ ଘଟଣା ମଧ୍ୟରୁ ଗୋଟିଏ ଘଟଣା ଘଟିଥିଲା ଜର୍ମାନରେ। ନାଜି ନେତା ହିଟ୍‌ଲର ୧୯୩୩ ଜାନୁଆରୀ ୩୦ରେ କ୍ଷମତା ହାସଲ କଲାପରେ ଗୁପ୍ତଘାତକ ଏଜେଣ୍ଟ ଦ୍ୱାରା ଜର୍ମାନ ପାର୍ଲାମେଣ୍ଟରେ ନିଆଁ ଲଗାଇ ଦେଲା ଓ ଏହି ଅଭିଯୋଗରେ ବୁଲ୍‌ଗେରିଆର କମ୍ୟୁନିଷ୍ଟ ନେତା ଜର୍ଜ ଡିମିଟ୍ରଭ ଗିରଫ ହେଲେ ଏବଂ ଜର୍ମାନ କମ୍ୟୁନିଷ୍ଟ ପାର୍ଟିକୁ ବେଆଇନ ଘୋଷଣା କରାଗଲା। ଡିମିଟ୍ରଭ କୌଣସି ଓକିଲ ନିଯୁକ୍ତ ନ କରି ନିଜେ ନିଜ ମାମଲାକୁ ଲଢ଼ିଲେ। ଏକ ଶତ୍ରୁ ଦେଶରେ ଅଦାଲତରେ ସେ ଦେଶର ପ୍ରଧାନମନ୍ତ୍ରୀ ଗୋରିଂଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରି, ନାଜି ସରକାରକୁ କାଠଗଡ଼ାରେ ଠିଆ କରାଇ ନିଜେ ମୁକ୍ତି ପାଇଥିଲେ। କୋର୍ଟରୁ ମୁକ୍ତ ହେବା ପରେ ବି ହିଟ୍‌ଲର ସରକାର ତାଙ୍କୁ ଖଲାସ କରି ନ ଥିଲା। ସୋଭିଏଟ୍‌ ୟୁନିୟନର ହସ୍ତକ୍ଷେପ ପରେ ସେ ମୁକୁଳି ଥିଲେ।
ଆଉ ଏକ ଘଟଣା। କ୍ୟୁବାର ତତ୍‌କାଳୀନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋ ପାର୍ଲାମେଣ୍ଟ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ମାତ୍ର ଏକଚ୍ଛତ୍ରବାଦୀ ଶାସକ ବାଟିଷ୍ଟା ନିର୍ବାଚନକୁ ବାତିଲ କରିଦେଲେ। କାଷ୍ଟ୍ରୋଙ୍କ ନେତୃତ୍ୱରେ ଗଠିତ ଜୁଲାଇ ୨୬ କମିଟି ପକ୍ଷରୁ ବାଟିଷ୍ଟା ସରକାରର ମିଲିଟାରୀ ଗ୍ୟାରିସନ ଉପରେ ବିଦ୍ରୋହୀମାନେ ଆକ୍ରମଣ କଲେ, ମାତ୍ର ପରାସ୍ତ ହେଲେ। କାଷ୍ଟ୍ରୋ ଓ ତାଙ୍କ ସାଥୀମାନେ ଗିରଫ ହୋଇ ଅଦାଲତରେ ନିଜର ବୟାନ ଦେଇଥିଲେ। ରାଷ୍ଟ୍ରଦ୍ରୋହ ଅପରାଧରେ ତାଙ୍କୁ ମୁତ୍ୟୁଦଣ୍ଡ ଦିଆ ନ ଯାଇ ଜେଲଦଣ୍ଡ ଦିଆଯାଇଥିଲା ଓ କେଇବର୍ଷ ପରେ ସେ ଖଲାସ ହୋଇଥିଲେ। କାଷ୍ଟ୍ରୋ ଅଦାଲତରେ କହିଥିଲେ- ‘ଇତିହାସ ମୋତେ ଦୋଷମୁକ୍ତ କରିବ।’ ଫିଡେଲ ତା’ପରେ ଗଣବିପ୍ଲବ ଜରିଆରେ ବାଟିଷ୍ଟାଙ୍କୁ ଗାଦିଚ୍ୟୁତ କରିବା ପୂର୍ବରୁ ବାଟିଷ୍ଟା ଦେଶ ଛାଡ଼ି ପଳାଇଲେ।
୧୯୭୧ରେ ଶ୍ରୀଲଙ୍କାରେ ଆଉ ଏକ ଘଟଣା ଘଟିଥିଲା । ଜନତା ଭିମୁକ୍ତି ପେରାମୁନା ପକ୍ଷରୁ ସଶସ୍ତ୍ର ବିଦ୍ରୋହରେ ପ୍ରାୟ ପାଞ୍ଚହଜାର ଲୋକ ମୃତ୍ୟୁବରଣ କରିଥିଲେ। ବିପ୍ଲବୀମାନଙ୍କର ନେତା ରୋହନ ୱେଜେୱାରା ଅଦାଲତରେ ବିଚାରବେଳେ ଘୋଷଣା କରିଥିଲେ ଯେ, ମୁଁ କଏଦୀ ନଂ-୧୩୧, ମୁଁ ଜଣେ ବିପ୍ଲବୀ, ମୁଁ ଦେଶଦ୍ରୋହୀ ନୁହେଁ କି ଆତଙ୍କବାଦୀ ନୁହେଁ। ସେ କହିଲେ, ଜଣେ ବିପ୍ଲବୀ କେବେହେଲେ ଦେଶଦ୍ରୋହୀ ବା ଆତଙ୍କବାଦୀ ହୋଇପାରେନା।
ଆମ ଦେଶରେ ବ୍ରିଟିଶ ସରକାର ଶାସନ ଚାଲିଥିବାବେଳେ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ଓ ବିପ୍ଲବୀମାନଙ୍କୁ ଦେଶଦ୍ରୋହ ଅପରାଧରେ ଗିରଫ କରାଯାଉଥିଲା। ୨୦୧୪ ପରେ ଦେଶରେ ବେଶି ଲୋକଙ୍କୁ ଦେଶଦ୍ରୋହ ଅପରାଧରେ ଗିରଫ କରାଯାଉଛି। ତେବେ କଏଦୀ ନମ୍ବର-୬୨୬୭୧୦ଙ୍କୁ ଜାଣିବା ଦରକାର। ଦିଲ୍ଲୀର ତିହାର ଜେଲରେ ବିଚାରାଧୀନ ବନ୍ଦୀ ଉମର ଖଲିଦ୍‌ ହେଉଛନ୍ତି କଏଦୀ ନମ୍ବର-୬୨୬୭୧୦। ୨୦୨୦, ସେପ୍ଟେମ୍ବର ୧୪ରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ତାଙ୍କୁ ୟୁ.ଏ.ପି.ଏ. ଆଇନ ବଳରେ ଗିରଫ କରି ଜେଲରେ ରଖିଛି। ଦୀର୍ଘ ଚାରିବର୍ଷ ଧରି ତାଙ୍କ ବିରୋଧରେ ବିଚାର ଆରମ୍ଭ କରାଯାଉନାହିଁ କି ଜାମିନରେ ଛାଡି଼ ଦିଆଯାଉନାହିଁ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି. ପାଇଥିବା ଉମର ଖଲିଦ୍‌ ଜଣେ ଛାତ୍ର ନେତା ଥିଲେ। ଜେଏନ୍‌ୟୁ ଛାତ୍ର ୟୁନିୟନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଆଗୁଆ ଥିଲେ। ତାଙ୍କୁ ଷଡ଼ଯନ୍ତ୍ର କରି ଗିରଫ କରାଯାଇଛି।
ସି.ଏ.ଏ. ଆଇନ-୨୦୧୯ ବିରୋଧରେ ଦିଲ୍ଲୀର ଜାଫ୍ରାବାଦରେ ମହିଳାମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣାକୁ ହଟାଇବାକୁ ଭାଜପା ନେତା କପିଳ ମିଶ୍ର ଘୋଷଣା କରିବା ପରେ, ଧାରଣାକାରୀଙ୍କ ଉପରେ ଆକ୍ରମଣ ଆରମ୍ଭ ହେଲା। ଫେବୃଆରୀ ୨୩ ରୁ ଧାରଣାକାରୀଙ୍କ ଉପରେ ଆକ୍ରମଣ ଆରମ୍ଭ ହେବାପରେ ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗା ଘଟାଗଲା ଓ ୫୩ ଜଣଙ୍କ ମୃତ୍ୟୁ ଘଟିଲା। ତହିଁରୁ ୨/୩ ଅଂଶ ଲୋକ ମୁସଲମାନ। ସ୍ଥାନୀୟ ହିନ୍ଦୁ ଓ ମୁସଲମାନ ଏଥିରେ ପ୍ରାୟତଃ ସଂପୃକ୍ତ ନ ଥିଲେ। ଭାରତରେ ଯେତେ ସାଂପ୍ରଦାୟିକ ଦଙ୍ଗା ଘଟିଛି ଓ ସେ ସମ୍ପର୍କରେ ଯେତେ ତଦନ୍ତ କମିଶନ ବସିଛି, ସେସବୁ କମିଶନ ସଂଖ୍ୟାଗରିଷ୍ଠ ସଂପ୍ରଦାୟର ହିଂସ୍ରକମାନଙ୍କୁ ଦାୟୀ କରିଛନ୍ତି। ଏହି ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଉମର ଖଲିଦ୍‌ଙ୍କୁ ପୋଲିସ ଅଭିଯୁକ୍ତ କରିଛି। ଏହି ଦଙ୍ଗା ଘଟଣାରେ ୭୦୦ ଏଫ.ଆଇ.ଆର. ପୋଲିସ ଗ୍ରହଣ କରିଥିଲା ଓ ପ୍ରାୟ ୨୫୦୦ ଲୋକଙ୍କୁ ଗିରଫ କରିଥିଲା ଓ ଏମାନଙ୍କ ମଧ୍ୟରେ ଅଧିକାଂଶ ମୁସଲମାନ ଥିଲେ।
ଆମ ଦେଶରେ ଗୋଟାଏ ପରେ ଗୋଟାଏ ଭୟଙ୍କର ଓ କଠୋର ଦମନମୂଳକ ଆଇନ ଗ୍ରହଣ କରାଯାଉଛି। ଟାଡା ଆଇନ, ପୋଟା ଆଇନ, ୟୁ.ଏ.ପି.ଏ. ଆଇନ ସେଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ। ଜଣେ ଅଭିଯୁକ୍ତକୁ ୧୭ବର୍ଷ ଜେଲରେ ରଖିବା ପରେ ଅଦାଲତ ତାଙ୍କୁ ନିର୍ଦ୍ଦୋଷ ବୋଲି କହିଛି। ଉମର ଖଲିଦ୍‌ ୨୦୧୬ରେ ଦେଶଦ୍ରୋହ ଅଭିଯୋଗରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଗିରଫ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟ ତାଙ୍କୁ ସେହି ବର୍ଷ ଜାମିନରେ ଖଲାସ କରିଥିଲା। ମାତ୍ର ପୁଣି ୨୦୨୦ ସେପ୍ଟେମ୍ବର ୧୪ ତାରିଖରେ ଗିରଫ ପରେ ତାଙ୍କ ବିରୋଧରେ ଅନେକ ହଜାର ପୃଷ୍ଠାରୁ ଅଧିକ ପୃଷ୍ଠାର ଚାର୍ଯଶିଟ୍‌ ଦାଖଲ କରାଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ ଅନେକ ହଜାର ପୃଷ୍ଠାର ଡାଟା ଉପରେ ତାଙ୍କୁ ଉତ୍ତର ଦେବାକୁ ହେବ। ବୋଧହୁଏ ଏ ବିଚାର ତାଙ୍କର ଜୀବନକାଳ ମଧ୍ୟରେ ଶେଷ ହେବ ନାହିଁ।
ସବୁଠାରୁ ଆଶ୍ଚର୍ଯ୍ୟ ଯେ, ସୁପ୍ରିମକୋର୍ଟ କିଭଳି ଏ ଘଟଣା ପ୍ରତି ଆଖି ବୁଜି ଦେଇଛନ୍ତି। ଅଦାଲତରେ ତାଙ୍କର ବିଚାର ଆରମ୍ଭ ହେଉନାହିଁ କାହିଁକି? ଶୀର୍ଷ ଅଦାଲତ କାହିଁକି ନିର୍ଦ୍ଦେଶ ଦେଉନାହାନ୍ତି ବିଚାର ଆରମ୍ଭ କରିବାକୁ। ବାସ୍ତବରେ ଖଲିଦ୍‌ ସାମ୍ବିଧାନିକ ଅଧିକାର ବଳରେ ସି.ଏ.ଏ.କୁ ବିରୋଧ କରିଥିଲେ। ସାମ୍ବିଧାନିକ ଅଧିକାରଭୁକ୍ତ ପ୍ରକ୍ରିୟାରେ ପ୍ରତିବାଦ କରିବାକୁ ଆତଙ୍କବାଦୀ, ଦଙ୍ଗାକାରୀ ଓ ଦେଶଦ୍ରୋହୀ ବୋଲି ପୋଲିସ ଅଭିଯୋଗ ଆଣିଲାବେଳେ ବିଚାର ବିଭାଗ ନୀରବ କାହିଁକି?
ଉମର ଖଲିଦ୍‌ଙ୍କ କାରାବାସ ପଞ୍ଚମ ବର୍ଷରେ ପହଞ୍ଚତ୍ଛି। ତାଙ୍କୁ କୌଣସି ଅଦାଲତ ଦୋଷୀ ବୋଲି ଘୋଷଣା କରିନାହିଁ। ମାତ୍ର ତାଙ୍କୁ ଜାମିନ ମିଳୁନାହିଁ। କଏଦୀ ନମ୍ବର-୬୨୬୭୧୦ଙ୍କୁ କେବେ ସ୍ବାଧୀନ ଭାରତର ନ୍ୟାୟ ବ୍ୟବସ୍ଥା ନ୍ୟାୟ ଦେବ?
ମୋ:୯୪୩୭୦୦୭୭୭୦


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?