ନଦୀ ପାର ହେଲେ ଗର୍ଭବତୀ, ମହାନତା ଦେଖାଇଲେ ଗ୍ରାମବାସୀ

ମାଲକାନଗିରି,୨୪ା୮(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଲଙ୍କାଗାଁରେ ଜଣେ ଗର୍ଭବତୀଙ୍କୁ ନଦୀ ପାର କରି ଗ୍ରାମବାସୀ ମହାନତା ଦେଖାଇଛନ୍ତି॥ ମାଓବାଦୀ ପ୍ରବଣ ଲଙ୍କାପଲ୍ଲୀ ଗାଁରେ ନା ଅଛି ମେଡିକାଲ ସୁବିଧା ନା ଅଛି ରାସ୍ତା। ମାଓବାଦୀଙ୍କ ଭୟରେ ସେହି ଅଞ୍ଚଳରେ ବିକାଶର ଚିତ୍ର ଏକପ୍ରକାର ଅପହଞ୍ଚ ହୋଇ ରହିଛି। ବୋଝ ଉପରେ ନଳିତବିଡ଼ା ସଦୃଶ ଏବେ ବନ୍ୟା ଦାଉ ସାଧିଛି। ତେବେ ଗର୍ଭବତୀ ଜଣଙ୍କ ୪ ଦିନ ଯନ୍ତ୍ରଣାରେ ଛଟପଟହେଉଥିବା ବେଳେ ଏହାକୁ ଗାଁ ଲୋକେ ଦେଖି ନଦୀର ପ୍ରଖର ବନ୍ୟାଜଳ ସ୍ରୋତ ସତ୍ତ୍ୱେ ମାନବ ଶୃଙ୍ଖଳା କରି ପ୍ରସବ ମହିଳାଙ୍କୁ ପାର କରିଥିଲେ। ଗାଁ ଲୋକେ ନିଜ ହାତକୁ ବନେଇ ଦେଇଥିଲେ ଷ୍ଟ୍ରେଚର। ତେବେ ମହିଳା ଜଣଙ୍କୁ ୯କିମି ଆଣିବା ପରେ ନିକଟସ୍ଥ ଚିଲମିଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବାରୁ ତାଙ୍କୁ ବିଜାପୁର ମେଡିକାଲଙ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ନବଜାତ ଶିଶୁକୁ ବଞ୍ଚେଇ ପାରି ନ ଥିଲେ ଡାକ୍ତର। ଡାକ୍ତରଙ୍କ କହିବା କଥା ମା’ ଗର୍ଭରୁ ଶିଶୁଟିର ମୃତ୍ୟୁ ହୋଇସାରିଥିଲା। ତେବେ ଏଭଳି ଖବର ପାଇବା ପରେ ଗାଁ ଲୋକେ ନିରାଶ ହୋଇ ଯାଇଥିଲେ। ପ୍ରଥମ ସନ୍ତାନକୁ ଗାଁ ଲୋକ ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇ ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡିଗଲେ

ଜଳେଶ୍ୱର/ରାଇବଣିଆ,୩୧ା୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଲକ୍ଷ୍ମଣନାଥ ପଞ୍ଚାୟତ ବିରିଶପୁର ଗାଁର ଚନ୍ଦନ ଦାସ(୨୨) ନାମକ ଜଣେ ଯୁବକ ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇ ପାଣିରେ...

ଲୋକଙ୍କୁ ମାସ୍କ ବାଣ୍ଟିଲା ବଡ଼ଗାଁ ଆଇଟିଆଇ

ବଡ଼ଗାଁ,୮।୪(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଆଇଟିଆଇ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଯାଇଛି। ସେହିଭଳି ବଡ଼ଗାଁ...

ଏକଦିବସୀୟ ଭଲିବଲ ଟୁର୍ନାମେଣ୍ଟ : ବଲାଙ୍ଗୀର ଚାମ୍ପିୟନ

ବଲାଙ୍ଗୀର ଅଫିସ, ୨୩ା୧୨ – ବଲାଙ୍ଗୀର ସଦର ବ୍ଲକ ଶିବତଲା ଭଲିବଲ ଆସୋସିଏଶନ ପକ୍ଷରୁ ଏକଦିବସୀୟ ଭଲିବଲ ପ୍ରତିଯୋଗିତା ଶିବତଲା ମିନିଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ମେସର୍ସ କେସିଏସ୍‌ କ୍ୟାମ୍ପ ଭାଙ୍ଗିଲେ, ମେଶିନ ପୋଡ଼ିଦେଲେ

କେନ୍ଦୁଝର, ୩ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ କାଦକଳା ଗ୍ରାମ ନିକଟ ଜମ୍ଭିରିପଶିଠାରେ ସ୍ଲରି ପାଇପ୍‌ ଲାଇନ ବିଛାଇବା କାମ କରୁଥିବା ମେସର୍ସ...

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ବରଗଡ଼ ଜିଲାପାଳ

ବରଗଡ଼ ଅଫିସ୍‌,୮।୪: କରୋନା(କୋଭିଡ୍‌-୧୯) ସଂକ୍ରମଣ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି । ଅତ୍ୟାବଶୀୟ...

ବିଳମ୍ବରେ ପହଞ୍ଚିଲା ସହାୟତା

ଚିତ୍ରଡ଼ା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଗରିବ ଓ ଅସହାୟ ଲୋକଙ୍କୁ ସରକାର ୩ ମାସର ଆଗୁଆ ସହାୟତା ଯୋଗାଇ ଦେଇଥିତ୍ବା ବେଳେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ...

କେନ୍ଦୁଝରର ଗଣପର୍ବ ରଜ: ରଜବତୀଙ୍କ ପୂଜା ମୁଖ୍ୟ ଆକର୍ଷଣ

କେନ୍ଦୁଝର: ‘ବନସ୍ତେ ଡାକିଲା ଗଜ। ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ।’ ହଁ ଆଜି ପହିଲି ରଜ। କୃଷିଭିତ୍ତିକ...

ଏଜିଙ୍କ କୁଶପୁତ୍ତଳିକା ଦାହ, ପୋଲିସକୁ ଦାୟୀକଲେ ଓକିଲ

ସମ୍ବଲପୁର,୧୩ା୧୨(ବ୍ୟୁରୋ):ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସୋମବାର ସମ୍ବଲପୁର କୋର୍ଟ ପରିସରରେ ତୁମୂଳ କାଣ୍ଡ ଘଟିଛି। ଶତାଧିକ ଆନ୍ଦୋଳନକାରୀ କୋର୍ଟ ପରିସରକୁ ଧସେଇ...

Advertisement
Archives

Model This Week