କୋମାରେ କିମ୍‌!

ପ୍ୟୋଙ୍ଗୟାଙ୍ଗ,୨୪।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ କୋମାରେ ଥିବା ଚର୍ଚ୍ଚା ହେଉଛି। ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତଃ କିମ ଦା ଜଙ୍ଗଙ୍କ ପୂର୍ବତନ ସହଯୋଗୀ ଚାଙ୍ଗ ସୋଙ୍ଗ ମିନଙ୍କ ସୂଚନା ଅନୁଯାୟୀ କିମ୍‌ ଏବେ କୋମାରେ ରହିଛନ୍ତି। ସେଥିପାଇଁ ତାଙ୍କ ଭଉଣୀ କିମ ୟୋ ଜଙ୍ଗ ଏବେ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ମାମଲା ଉପରେ ନଜର ରଖିବେ ବୋଲି କୁହାଯାଉଛି। ସୋସିଆଲ ମିଡିଆ ମାଧ୍ୟମରେ ଚାଙ୍ଗ କହିଛନ୍ତି ଉତ୍ତର କୋରିଆର କୌଣସି ନେତା ସହଜରେ ସେମାନଙ୍କ ଅଧିକାର କାହାକୁ ଦେଇ ନ ଥିବା ଇତିହାସ ରହିଛି। ଯଦି ସେମାନେ ରୋଗଗ୍ରସ୍ତ ହୁଅନ୍ତି ଅବା ତାଙ୍କୁ ଆସନରୁ ହଟାଇ ଦିଆଯାଏ ତେବେ ସେମାନେ ତାଙ୍କ ଶାସନ ଭାରକୁ ଆଉ କାହାକୁ ସମର୍ପି ଦେଇଥାଆନ୍ତି। ଅର୍ଥାତ୍‌ ଯଦି କିମ୍‌ କୋମାରେ ନ ଥାଆନ୍ତେ ତେବେ ସେ ତାଙ୍କ ଭଉଣୀଙ୍କୁ କୌଣସି ଦାୟିତ୍ୱ ଦେଇ ନ ଥାଆନ୍ତେ। ତେବେ କିମ୍‌ କୋମାରେ ଥିବା ଖବର ସେ ଚାଇନାଠାରୁ ପାଇଛନ୍ତି ବୋଲି କହିଛନ୍ତି। କିଛିଦିନ ପୂର୍ବରୁ ଉତ୍ତର କୋରିଆର ନ୍ୟାଶନାଲ ଇଣ୍ଟଲିଜେନ୍ସ ସର୍ଭିସ(ଏନ୍‌ଆଇଏସ୍‌) ଘୋଷଣା କରିଥିଲା କି କିମ୍‌ ଜୋଙ୍ଗ ଉନ୍‌ ତାଙ୍କର ସମସ୍ତ ଅଧିକାର ଜଣେ ଭରସାଯୋଗ୍ୟ ସହଯୋଗୀଙ୍କୁ ଦେବାକୁ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ରେ ଫୋକ୍ସ୍‌ ନ୍ୟୁଜ୍‌ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ…

କ୍ୱିଭ୍‌, ୧୫।୩ : ୟୁକ୍ରେନ୍‌ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ପୋକ୍ସ୍‌ ନ୍ୟୁଜ୍‌ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ପିୟର ଜକ୍ରଜେବସ୍କି। ସେ...

ସ୍ପାଇ ପରୀକ୍ଷଣ କଲା ଉତ୍ତର କୋରିଆ, ପଡ଼ୋଶୀ ଦେଶ ଭୟଭୀତ

ପ୍ୟୋଙ୍ଗ୍‌ୟାଙ୍ଗ,୬ା୩: ଉତ୍ତର କୋରିଆ ଶନିବାର ଏକ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ପରେ ରବିବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସ୍ପାଇ ସାଟେଲାଇଟ୍‌ ପରୀକ୍ଷା କରିଛି। ଏନେଇ ଏହାର...

ରୁଷିଆ-ୟୁକ୍ରେନ ଭିତରେ ମଧ୍ୟସ୍ଥା କରିବ ଚାଇନା

ବେଜିଂ,୭।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ସମାପ୍ତି ଲାଗି ଅନେକ ଦେଶ ଯଥାସମ୍ଭବ...

ବିଦେଶୀ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ କରିବ ନାହିଁ ଚାଇନା…

ବେଜିଂ,୨୭।୧୨ : ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି କେତେକ ସହରରେ ବୈନିକ ୧୦ ଲକ୍ଷ ମାମଲା ଆସୁଛି। ବେଜିଂରେ ମଧ୍ୟ...

ସାଉଦି ପ୍ରିନ୍ସଙ୍କୁ ପାଗଳ କହିଲେ ପୂର୍ବତନ ଗୋଇନ୍ଦା ମୁଖ୍ୟ

ରିୟାଦ,୧୩ା୭: ସାଉଦି ଆରବର ପୂର୍ବତନ ଗୋଇନ୍ଦା ମୁଖ୍ୟ ସାଦ୍‌ ଆଲଜାବରୀ ସାଉଦି ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ସହାନୁଭୂତି ନ ଥିବା ପାଗଳ ବୋଲି କହିଛନ୍ତି।...

ପାକ ଆତଙ୍କବାଦୀ-ସୁରକ୍ଷାର୍କମୀଙ୍କ ମଧ୍ୟରେ ଗୁଳି ବିନିମୟ, ୮ ଆତଙ୍କବାଦୀ ନିହତ

ଇସଲାମାବାଦ,୧୬ ।୩: ପାକିସ୍ତାନ ସୁରକ୍ଷାକର୍ମୀ ବୁଧବାର ଦକ୍ଷିଣ ବଜିରସ୍ତାନରେ ଚଳାଇଥିବା ଏକ ଅପରେଶନ ସମୟରେ ୮ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ଦାବି କରିଛନ୍ତି ।...

ଚାଇନାର ଧମକ: ଏହା ଆରମ୍ଭ ମାତ୍ର, ଆହୁରି କରୋନା କ୍ଷତି ସହିବ ବିଶ୍ୱ

ବେଜିଂ,୮।୭: ଆମେରିକାର ଚାପ ପଡିବା ସତ୍ତ୍ୱେ ଚାଇନା ସାରା ବିଶ୍ୱକୁ ପୁଣି ଧମକ ଦେଇଛନ୍ତି। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ବୋଲି...

ମାର୍ଶଲ ଲ’ ମୁହାଁ ପାକିସ୍ତାନ…

ଇସଲାମାବାଦ,୩୦।୧୦ : ଗତ କିଛି ମାସ ଧରି ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ସମୟରେ ଦେଶରେ ରାଜନୈତିକ ବିଶୃଙ୍ଖଳା...

Advertisement
Archives

Model This Week