ଚିକିତ୍ସା ଅବହେଳାରୁ ଗର୍ଭବତୀ ଆଶାକର୍ମୀଙ୍କ ଜୀବନ ଗଲା

ଭବାନୀପାଟଣା,୨୨।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣକ ହେଲେ ଧର୍ମଗଡ଼ ବ୍ଲକ ବେହେରା ନିକଟସ୍ଥ ଟେଣାପାଳି ଗ୍ରାମର ଆଶାକର୍ମୀ ସୁମିତ୍ରା ରାଉତ। ଗର୍ଭଯନ୍ତ୍ରଣା ହେବାରୁ ସୁମିତ୍ରାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଉପସ୍ଥିତ ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ନ ଥିବା ପରିବାର ଲୋକେ କହିଛନ୍ତି।

ଏପରିକି ରାତିରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ କହିଥିଲେ। ପରିବାର ଲୋକେ ରାତିରେ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ଶନିବାର ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାରବର୍ଗ ଓ ଗ୍ରାମବାସୀ ଧର୍ମଗଡ଼-ରାୟପୁର ଜାତୀୟ ରାଜପଥ ଅବରୋଧ କରିଥିଲେ। ସ୍ଥାନୀୟ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାନାନ୍ତର ଅପେକ୍ଷାରେ ୨୫୭ ହରିଣ

କଟକ ଅଫିସ, ୩ା୮: ସ୍ଥାନ ଚିହ୍ନଟ ସରିଛି ହେଲେ ସ୍ଥାନାନ୍ତର ହୋଇପାରୁନାହାନ୍ତି ହରିଣ। ୩ ବର୍ଷ ଧରି ଅନୁପଯୁକ୍ତ ପରିବେଶରେ ରହୁଛନ୍ତି। ୨ରୁ ୩ ହରିଣ...

ସୀମାନ୍ତରେ ମାଓବାଦୀଙ୍କ ଡ୍ରୋନ୍‌ ବ୍ୟବହାର

ମାଲକାନଗିର,୧୧।୬(ଡି.ଏନ୍‌.ଏ.): ମାଓବାଦୀଙ୍କୁ ଦମନ କରିବା ପାଇଁ ଡ୍ରୋନ୍‌ ମାଧ୍ୟମରେ ସୁରକ୍ଷା ବଳ ମାଓବାଦୀଙ୍କ ଉପରେ ନଜର ରଖୁଥିଲେ। ବର୍ତ୍ତମାନ ମାଓବାଦୀମାନେ ମଧ୍ୟ ଏହି ଡ୍ରୋନ୍‌ର ବ୍ୟବହାରକରି...

ଛତ୍ରପୁର ଆରଟିଓ ଅଫିସରେ ତରିକା ବଦଳାଇଲେ ଦଲାଲ: ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଛତ୍ରପୁର,୧୫ା୧୨(ଡି.ଏନ.ଏ)-ଗାଡି ରେଜିଷ୍ଟ୍ରେଶନଠାରୁ ଆରମ୍ଭ କରି ଇନ୍‌ସ୍ୟୁରାନ୍ସ ସାର୍ଟିଫିକେଟ୍‌, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଧିକୁ ଆଉ...

ଥମୁନି ଅଲିଭ୍‌ରିଡ୍‌ଲେଙ୍କ ମୃତ୍ୟୁ

ପୁରୀ ଅଫିସ, ୬ା୨:ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଭୂସ୍ବର୍ଗ କୁହାଯାଉଥିବା ପୁରୀ ବେଳାଭୂମି ଏବେ ସେମାନଙ୍କ ପାଇଁ ଏକପ୍ରକାର ମୃତ୍ୟୁସ୍ଥଳ ପାଲଟିଛି। କାରଣ ପ୍ରାୟ ପ୍ରତିଦିନ ପୁରୀ...

ସୌରିବନ୍ଧୁ କରଙ୍କ ବିୟୋଗରେ ଶୋକ

କେନ୍ଦୁଝର,୧୫ା୪(ଡିଏନ୍‌ଏ): ବିଶିଷ୍ଟ ଶ୍ରମିକ ନେତା ତଥା ଏ.ଆଇ.ଟି.ୟୁ.ସିର ରାଜ୍ୟ ସାଧାରଣ ସମ୍ପାଦକ ସୌରିବନ୍ଧୁ କରଙ୍କ ସୋମବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି।...

ଟଙ୍କା ଉଠାଣ ପାଇଁ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ

ଦେବଗଡ଼,୧୫।୪(ଡି.ଏନ.ଏ.)-ବୁଧବାର ଦେବଗଡ଼ ସହରରେ ଥିବା ବିଭିନ୍ନ ବ୍ୟାଙ୍କରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାର ଜନଧନ ଜମା ଖାତାରେ ୫ଶହ ଟଙ୍କା ସହାୟତା ରାଶି...

ଏମ୍‌କେସିଜିରେ ନୋଡାଲ ଅଫିସର ପ୍ରଦୀପ୍ତ ମହାପାତ୍ର: ନିରାମୟ, ନିଦାନରେ ଅବ୍ୟବସ୍ଥା ଦେଖି ହେଲେ କ୍ଷୁବ୍ଧ

ବ୍ରହ୍ମପୁର ଅଫିସ୍‌,୨୮ା୧୧- ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଗୁରୁବାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପରିଦର୍ଶନରେ କରିଛନ୍ତି। ରାଜ୍ୟ ସରକାରଙ୍କ...

ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାରିପଦା ଅଫିସ,୧୨ା୯- ରାଜ୍ୟର ସର୍ବପୁରାତନ ସହର ଭାବେ ପରିଚିତ ବାରିପଦା ସହରରେ ଟ୍ରାଫିକ ଅବ୍ୟବସ୍ଥା ଲାଗିରହିଛି। ଏଠାରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା...

Advertisement
Archives

Model This Week