ବିପଦ ବଢ଼ାଉଛି ବିଦ୍ୟୁତ୍‌ ଫାଶ

ଖମାର,୧୯ା୧୧ (ଡି.ଏନ.ଏ.): ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଉଛି ବିଦ୍ୟୁତ୍‌ ତାର। ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ପଡ଼ି ପ୍ରାଣ ହରାଉଛନ୍ତି ବନ୍ୟଜନ୍ତୁ। କୁଟୁରା, ବାର୍‌ହା, ଶମ୍ବର ଆଦି ଜଙ୍ଗଲୀ ଜନ୍ତୁଙ୍କ ପାଇଁ ବସାଯାଉଥିବା ଏହି ବିଦ୍ୟୁତ୍‌ ଫାଶ ଅନେକ ସମୟରେ ଐତିହ୍ୟ ପ୍ରାଣୀ ହାତୀ ପାଇଁ ମଧ୍ୟ ବିପଦ ସାଜୁଛି। ବେଳେ ବେଳେ ମଣିଷ ବି ଆଘାତପ୍ରାପ୍ତ ହେଉଛି। ଅନୁଗୋଳ ଜିଲା ଖମାର ବନାଞ୍ଚଳରେ ଏପରି ଭାବେ ଶିକାରୀ ସକ୍ରିୟ ଥିଲେ ବି ନୀରବ ବସିଛି ବନ ବିଭାଗ। ଫଳରେ ବଢ଼ୁଥିବା ବିଦ୍ୟୁତ୍‌ ବିପଦ ଯୋଗୁ ଜଙ୍ଗଲକୁ ଯିବାକୁ ଭୟ କରୁଛନ୍ତି ଅଞ୍ଚଳବାସୀ।
ଦେବଗଡ଼ ବନଖଣ୍ଡ ଅଧୀନରେ ରହିଛି ଅନୁଗୋଳ ଜିଲା ଖମାର ରେଞ୍ଜ। ଏହି ରେଞ୍ଜରେ ଅଛି ଖମାର, ନୂଆଗାଁ ଓ ସହର ଗୁରୁଜାଙ୍ଗ ବିଟ୍‌। ଏଠାରେ ୩ ଫରେଷ୍ଟରଙ୍କ ସହ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ହେଲେ ଜଙ୍ଗଲ ଓ ଜଙ୍ଗଲୀ ଜନ୍ତୁଙ୍କୁ ଉପଯୁକ୍ତ ସୁରକ୍ଷା ମିଳିପାରୁ ନ ଥିବା ଅଭିଯୋଗ ହେଉଛି। ଏପରି କି ରେଞ୍ଜରେ ଥିବା ବିଭିନ୍ନ ଜଙ୍ଗଲରେ ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବିଦ୍ୟୁତ୍‌ ତାର ବିଛାଇ ଏମାନେ ବନ୍ୟଜନ୍ତୁ ଶିକାର କରୁଥିବା ବହୁଳ ଭାବେ ଦେଖିବାକୁ ମିଳୁଛି। କିନ୍ତୁ ବନ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ କରାଯାଉ ନ ଥିବାରୁ ଧୀରେ ଧୀରେ ଶିକାରୀମାନେ ଗ୍ରାମାଞ୍ଚଳ ଜଙ୍ଗଲଗୁଡ଼କୁ ମଧ୍ୟ ଟାର୍ଗେଟ୍‌ କରୁଛନ୍ତି। ଫଳରେ ଧାନ, ଆଖୁ ଓ ପରିବା ଫସଲ ଖାଇବାକୁ ଗ୍ରାମାଭିମୁଖୀ ହେଉଥିବା ହାତୀ ଏହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ସେହିପରି ଗଁା ନିକଟ ଜଙ୍ଗଲକୁ ଯାଉଥିବା ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ଏହି ବିଦ୍ୟୁତ୍‌ ଫାଶ ଭୟର କାରଣ ହୋଇଛି। ଏହାଛଡ଼ା ଏହି ଫାଶ ଯୋଗୁ ଗଁା ଗୁଡ଼ିକରେ ବିଦ୍ୟୁତ୍‌ ବିଭ୍ରାଟ ଘଟୁଛି। ଏ ନେଇ ରେଞ୍ଜ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କାଠ ମାଫିଆ ଓ ଶିକାରୀଙ୍କୁ ଧରିବାକୁ ସେମାନେ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ହେଲେ ବନ ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ଏପରି କି ଜଙ୍ଗଲରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉ ନାହିଁ। କାଠ ମାଫିଆ କି ଶିକାରୀଙ୍କ ଗତିବିଧି ଉପରେ ନଜର ରଖିବା ଦିଗରେ ଆଗ୍ରହ ପ୍ରକାଶ କରାଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।

ଖୋଲାରେ ବିକ୍ରି ହେଉଛି ବନ୍ୟଜନ୍ତୁ ମାଂସ
ଶିକାରୀମାନେ ଜଙ୍ଗଲରେ ନିୟମିତ ବିଦ୍ୟୁତ୍‌ ଫାଶ ବସାଇ ବନ୍ୟଜନ୍ତୁ ଶିକାର କରୁଛନ୍ତି। ଏହାର ମାଂସ ଖୋଲାଖୋଲି ବିକ୍ରି କରୁଛନ୍ତି। ହେଲେ ବନ ବିଭାଗ ପକ୍ଷରୁ ସେମାନଙ୍କୁ ଧରାଯାଉ ନାହିଁ କି କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଦିଗରେ ପଦକ୍ଷେପ ନିଆଯାଉ ନାହିଁ।
-ବଳରାମ ସାହୁ, ଶଙ୍ଖମୁର

ଗ୍ରାମାଞ୍ଚଳରେ ହେଉଛି ବିଦ୍ୟୁତ୍‌ ବିଭ୍ରାଟ
ଶିକାରୀମାନେ ବିଛାଉଥିବା ବିଦ୍ୟୁତ୍‌ ତାର ପାଇଁ ଅନେକ ସମୟରେ ଗଁାଗୁଡ଼ିକରେ ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଉଛି। ଏହାକୁ ଠିକ୍‌ କରିବାକୁ ଜଙ୍ଗଲକୁ ଯାଉଥିବା କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି। ବନ ବିଭାଗର ଏ ନୀରବତା ଆଗକୁ ଅଧିକ ବିପଦ ସୃଷ୍ଟି କରିବ।
-ଗୋପବନ୍ଧୁ ସାହୁ, ଓଡସ

ଶିକାରୀଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି
ବିଦ୍ୟୁତ୍‌ ବିଭାଗ ଓ ବନ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରୁଛନ୍ତି। ଶିକାରୀଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି। ବିଦ୍ୟୁତ୍‌ ତାର ଦ୍ୱାରା ବନ୍ୟଜନ୍ତୁ ଶିକାର ନେଇ ଏଯାବତ ବଳିଷ୍ଠ ପ୍ରମାଣ ମିଳିନାହିଁ। ସେଥିପାଇଁ କାହାରିକୁ ଗିରଫ କରାଯାଇ ନାହିଁ। ଆଗକୁ ଚଢ଼ାଉକୁ ଜୋର୍‌ଦାର କରାଯିବ।
-ଚନ୍ଦ୍ରଶେଖର ଗଡ଼ନାୟକ, ରେଞ୍ଜର, ଖମାର


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri