Posted inଜାତୀୟ

ଅପହୃତାଙ୍କୁ ପରିବାର ସହ ଭେଟାଇଲା ପୋଷ୍ଟର

ମୁମ୍ବାଇ,୮।୮: ୨୦୧୯ ଜାନୁୟାରୀ ୨୨ ସକାଳେ ମୁମ୍ବାଇ ଅନ୍ଧେରୀ ଅଞ୍ଚଳର ପୂଜା ନାମ୍ନୀ ଜଣେ ୭ ବର୍ଷର ବାଳିକା ତାଙ୍କ ଭାଇ ସହ ସ୍କୁଲ୍‌ ଯାଉଥିବାବେଳେ ଅପହୃତ ହୋଇଯାଇଥିଲେ। ହେନରି ଜୋସେଫ୍‌ ଡି’ସୌଜା ନାମକ ଯୁବକ ତାଙ୍କୁ ଆଇସ୍‌କ୍ରିମ୍‌ ଦେବାକୁ କହି ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ଏବେ ହେନରିଙ୍କୁ ଗିରଫ କରିଛି। ସେ ଓ ତାଙ୍କ ସ୍ତ୍ରୀଙ୍କର କୌଣସି ପିଲା ନ ଥିବାରୁ ପୂଜାଙ୍କୁ ଅପହରଣ କରିନେଇଥିବା ହେନରି ପୋଲିସ ନିକଟରେ ସ୍ବୀକାର କରିଛନ୍ତି।
ହେନରି ପୂଜାଙ୍କ ନାଁ ଆନି ଡି’ସୌଜା ରଖି ତାଙ୍କୁ ଯେପରି କେହି ଚିହ୍ନି ନ ପାରିବେ ସେଥିପାଇଁ କର୍ନାଟକର ଏକ ହଷ୍ଟେଲକୁ ପଠାଇ ଦେଇଥିଲେ। ପରେ ହେନରି ଦମ୍ପତିଙ୍କର ଏକ ପିଲା ହେବାରୁ ସେମାନେ ପୂଜାଙ୍କୁ ଘରକୁ ଫେରାଇଆଣି ସମସ୍ତ ଘରକାମ କରାଉଥିଲେ। ଏବେ ୧୬ ବର୍ଷରେ ପହଞ୍ଚତ୍ଥିବା ପୂଜା ତାଙ୍କ ପରିବାର ସଦସ୍ୟଙ୍କ ସମ୍ପର୍କରେ କିଛି ମନେ ରଖି ନ ଥିଲେ। ତେବେ ଦିନେ ହେନରି ନିଶାସକ୍ତ ଅବସ୍ଥାରେ ପୂଜାଙ୍କୁ ତାଙ୍କ ନିଜ ଝିଅ ନୁହନ୍ତି କହିବା ପରେ ସେ ଅତୀତ ସମ୍ପର୍କରେ ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଇଣ୍ଟରନେଟରେ ‘ପୂଜା ମିସିଂ’ ସମ୍ପର୍କରେ ଖୋଜୁଥିବାବେଳେ ୨୦୧୩ର ଏକ ନିଖୋଜ ପୋଷ୍ଟର ପାଇଥିଲେ। ଉକ୍ତ ପୋଷ୍ଟରରେ ୫ଟି ଫୋନ୍‌ ନମ୍ବର ଥିବାବେଳେ ସେଥିରୁ ଗୋଟିଏ ତାଙ୍କ ପରିବାରର ପଡୋଶୀ ରଫିକ୍‌ଙ୍କ ଘରେ ଲାଗିଥିଲା। ପୂଜା ନିଜ ସମ୍ପର୍କରେ ସବୁ କଥା କହିବା ସହ ଭିଡିଓ କଲ୍‌ କରି ନିଜକୁ ପରିଚିତ କରାଇଥିଲେ। ରଫିକ୍‌ ପୂଜାଙ୍କୁ ତାଙ୍କ ମାଆ ସହ ଫୋନ୍‌ରେ କଥା କରାଇଥିଲେ। ମାଆ ନିଜ ଝିଅଙ୍କୁ ମୋବାଇଲ୍‌ ଫୋନ୍‌ ସ୍କ୍ରିନ୍‌ରେ ଦେଖିବା ମାତ୍ରେ ଉଭୟ କାନ୍ଦିଥିଲେ। ପୋଲିସ ପୂଜାଙ୍କୁ ତାଙ୍କ ଘରକୁ ଫେରାଇ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

ଥୁଆମୂଳ ରାମପୁର,୪ା୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତରେ ବେଆଇନ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବା…

ଚାଉଳିଆଗଞ୍ଜ ଆଇଆଇସିଙ୍କ ଆତ୍ମହତ୍ୟା ନେଇ ଆସିଲା ସ୍ବାମୀଙ୍କ ବୟାନ, କହିଲେ କଥାବାର୍ତ୍ତାରେ ସେମିତି କିଛି…

କଟକ,୪ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ବାମୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଶୁକ୍ରବାର ରାତି ୧୦ଟା ୨୫ରେ ସ୍ତ୍ରୀଙ୍କ…

କୋଚିଳା ନଦୀ ବନ୍ଧ ଧସିଲା, ଭୟରେ ଅଞ୍ଚଳବାସୀ

ଧାମନଗର,୪।୭(ସନ୍ତୋଷ କୁମାର ମହାପାତ୍ର): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଜ୍ୟରେ…

ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି: ପିକ୍‌ଅପ୍‌ ଜବତ, ପୋଲିସ ୨ ଜଣଙ୍କୁ ଗିରଫ କରି…

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡ଼ି ପଞ୍ଚାୟତ କାରିପାଙ୍ଗା ଗ୍ରାମର ଅରୁଣ ପ୍ରଧାନଙ୍କ ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri