ପୌରସଂସ୍ଥାକୁ ପ୍ରଦୂଷଣ ଜରିମାନା

ଭୁବନେଶ୍ୱର, ୯ା୧୦(ବ୍ୟୁରୋ):ପରିବେଶକୁ କ୍ଷତି ପହଞ୍ଚାଉଥିବା କଠିନ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ, ଶିଳ୍ପ ବର୍ଜ୍ୟବସ୍ତୁ ଏବଂ ନଦୀ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ କଠୋର ହେଉଛନ୍ତି। ପରିବେଶ ସୁରକ୍ଷିତ ରଖିବା ଲାଗି ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି, ଏ ନେଇ ଜବାବ ଦାଖଲ କରିବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ବହୁବାର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ପ୍ରତି ୬ ମାସରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିଭିନ୍ନ କାରଣରୁ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ସେପରି ପଦକ୍ଷେପ ନେଉ ନ ଥିବା ଦେଖାଯାଉଛି। ଏନ୍‌ଜିଟି ୨୦୨୦ ଫେବୃୟାରୀ ୨୮ରେ ଏ ନେଇ ଆଉ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହା ସତ୍ତ୍ୱେ ଅନେକ ରାଜ୍ୟ ସରକାର ରିପୋର୍ଟ ଦାଖଲ କରିନାହାନ୍ତି କିମ୍ବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬କୁ ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରୁନାହାନ୍ତି। ପଦକ୍ଷେପ ନେଉ ନ ଥିବା ମହାନଗର ନିଗମ ଓ ପୌର ସଂସ୍ଥାଗୁଡ଼ିକୁ ୨୦୨୦ ଏପ୍ରିଲ ପହିଲାରୁ ପ୍ରତିମାସରେ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ୧୦ ଲକ୍ଷ ଟଙ୍କା, ୫ରୁ ୧୦ ଲକ୍ଷ ମଧ୍ୟରେ ଥିବା ସହରକୁ ୫ ଲକ୍ଷ ଏବଂ ଅନ୍ୟାନ୍ୟ ପୌର ସଂସ୍ଥା ମାସକୁ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ପ୍ରଦାନ କରିବେ। ଯଦି ମହାନଗର ନିଗମ କିମ୍ବା ପୌର ସଂସ୍ଥା ଉକ୍ତ ଜରିମାନା ଦେବାକୁ ଅକ୍ଷମ ହେବେ ତେବେ ରାଜ୍ୟ ସରକାରଙ୍କୁ ଏହା ଭରଣା କରିବାକୁ ପଡିବ ବୋଲି ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ସେହି ଅର୍ଥ କେନ୍ଦ୍ର ପ୍ରଦୂଷଣ ବୋର୍ଡରେ ଜମା କରାଯିବ। ତାହା ପରିବେଶ ପ୍ରଦୂଷଣ ରୋକିବା ଦିଗରେ ଖର୍ଚ୍ଚ କରାଯିବ ବୋଲି ଏନ୍‌ଜିଟି କହିଛନ୍ତି। ବ୍ୟକ୍ତିଗତ ହାଜର ହୋଇ ନ ଥିବା ମୁଖ୍ୟ ଶାସନ ସଚିବମାନଙ୍କୁ ପୁଣି ହାଜର ହେବା ଲାଗି ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦୨୧ ଜାନୁୟାରୀ ୬ରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ହାଜର ହେବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟିରେ ହାଜର ହେବାରେ ଅସୁବିଧା ଥିଲେ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର ହେବାକୁ କୁହାଯାଇଛି। ମୁଖ୍ୟ ଶାସନ ସଚିବ ଏଥିପାଇଁ ଅନ୍ୟ କୌଣସି ଅଧିକାରୀଙ୍କୁ ନିୟୋଜିତ କରିପାରିବେ ନାହିଁ ବୋଲି ଏନ୍‌ଜିଟି କହିଛନ୍ତି।
ଦେଶରେ ପ୍ରଦୂଷଣ ଚିନ୍ତା ବଢ଼ାଇଲାଣି। ବାୟୁ, ଜଳ, ମାଟି ଭୟଙ୍କର ଭାବେ ପ୍ରଦୂଷିତ ହେଉଛି। ଯାନବାହନ ବୃଦ୍ଧି ସାଙ୍ଗକୁ ସବୁଜ ବଳୟ ନଷ୍ଟ ପରିବେଶକୁ ଆହୁରି ବିଗାଡିବାରେ ଲାଗିଛି। ଦେଶର ଅନେକ ସହର ଅବସ୍ଥା ଶୋଚନୀୟ ସ୍ତରକୁ ଗଲାଣି। ଦେଶର ୩୫ଟି ନଦୀ, ୧୨୨ଟି ସହର, ୧୦୦ଟି ଶିଳ୍ପାଞ୍ଚଳ ଅତି ପ୍ରଦୂଷିତ ହୋଇଛି। ଓଡ଼ିଶାର ଭୁବନେଶ୍ୱର ସମେତ ୭ଟି ସହର ଅତି ପ୍ରଦୂଷଣ ତାଲିକାରେ ଆସୁଛି। ପ୍ରଦୂଷଣ ଓ ଜନସ୍ବାସ୍ଥ୍ୟକୁ ନେଇ ଏନ୍‌ଜିଟି ଚିନ୍ତାପ୍ରକଟ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ପରିବେଶ ତଦାରଖ ସେଲ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସେଲ୍‌ ପରିବେଶ ସଂକ୍ରାନ୍ତ ସମସ୍ତ ବିଷୟକୁ ମନିଟରିଂ କରିବ। ଯଦି ଏହି ସେଲ୍‌ ଗଠନ ହୋଇ ନ ଥିବ ତେବେ ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଦାୟୀ କରାଯିବ ବୋଲି ଏନ୍‌ଜିଟି ତାଗିଦ କରିଛନ୍ତି।
ଏନ୍‌ଜିଟିଙ୍କ କଡ଼ା ତାଗିଦ ପରେ ସହରାଞ୍ଚଳ ପରିବେଶକୁ ସୁରକ୍ଷିତ ରଖିବାକୁ ରାଜ୍ୟ ସରକାର ସମସ୍ତ ୧୧୪ଟି ସହରାଞ୍ଚଳରେ ବାୟୋ ଡାଇଭର୍ସିଟି କମିଟି ଗଠନ କରିଛନ୍ତି। ଏଥିରେ ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀ କନ୍‌ଭେନର ବା ଆବାହକ ଭାବେ କାର୍ଯ୍ୟ କରିବେ। ଏହି କମିଟିରେ ପରିବେଶବିତ୍‌, ଉଦ୍ୟାନକୃଷିବିତ୍‌, ଔଷଧୀୟ ବୃକ୍ଷ ବିଶେଷଜ୍ଞ, ମତ୍ସ୍ୟଜୀବୀ ସମୁଦାୟ ଆଦି ବିଭିନ୍ନ ବିଷୟର ୭ ଜଣ ସଦସ୍ୟ ରହିବେ। ସେହି କମିଟି ସହରାଞ୍ଚଳ ପରିବେଶକୁ କିପରି ପ୍ରଦୂଷଣମୁକ୍ତ ରଖାଯାଇ ପାରିବ ସେ ନେଇ ପୌର ପ୍ରଶାସନକୁ ପରାମର୍ଶ ଦେବେ। ଏହି କମିଟିର ବିନାନୁମତିରେ ସହରାଞ୍ଚଳରୁ ବୃକ୍ଷ କଟାଯାଇ ପାରିବ ନାହିଁ। କେଉଁ ଅଞ୍ଚଳରେ କି ପ୍ରକାର ପ୍ରଦୂଷଣ ହେଉଛି ସେସବୁକୁ ଅନୁଧ୍ୟାନ କରି କମିଟି ରିପୋର୍ଟ ପ୍ରସ୍ତୁତ କରିବ। ଏହି କମିଟିକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ନିୟମିତ ମନିଟରିଂ କରିବ। କମିଟି ଠିକ୍‌ ଢଙ୍ଗରେ କାର୍ଯ୍ୟ ନ କଲେ ସମ୍ପୃକ୍ତ ପୌର ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‌ଜିଟି ଚେତାବନୀ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୮ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏନ୍‌ଜିଟିରେ ହାଜର ହୋଇ ସହରାଞ୍ଚଳ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ସେ ନେଇ ସତ୍ୟପାଠ ଦାଖଲ କରିଥିଲେ। ମାତ୍ର ଏଥିରେ ଏନ୍‌ଜିଟି ସନ୍ତୁଷ୍ଟ ହୋଇ ନ ଥିଲେ। ବାୟୋଡାଇଭର୍ସିଟି କମିଟି ଗଠନ କରିବା ସହ ପରିବେଶକୁ ସ୍ବଚ୍ଛ ରଖିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ପରାମର୍ଶ ଦେବା ସହ ପୁଣି ବ୍ୟକ୍ତିଗତ ଭାବେ ହାଜର ହୋଇ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏନ୍‌ଜିଟିଙ୍କୁ ନିୟମିତ ଅବଗତ କରାଯାଉଛି ବୋଲି ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri