ରାଜ୍ୟରେ ଯାତ୍ରୀବାହୀ ଯାନ ବିକ୍ରିରେ ଉନ୍ନତି

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟର ଅଟୋମୋବାଇଲ ବଜାରରେ ବିକ୍ରି ହ୍ରାସ ଧାରା ଲାଗି ରହିଛି। ବିଗତ ଦିନଗୁଡ଼ିକରେ ମୋଟ ଯାନ ବିକ୍ରି ଋଣାତ୍ମକ ରହି ଆସିଛି। ସେପ୍ଟେମ୍ବରରେ ମଧ୍ୟ ରାଜ୍ୟରେ ମୋଟ ଯାନ ବିକ୍ରି ୧୮.୬୫% ଖସିଛି। ଗତ ବର୍ଷ ସେପ୍ଟେମ୍ବରରେ ବିଭିନ୍ନ ବର୍ଗରେ ୫୯,୦୮୮ ୟୁନିଟ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ଏହା ୪୮,୧୯୯ ୟୁନିଟ୍‌ ଖସିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ରାଜ୍ୟରେ ଯାତ୍ରୀବାହୀ ଯାନ ବିକ୍ରି ୧୪.୪୩% ବଢ଼ିଥିବା ନଜରକୁ ଆସିଛି। ୨୦୧୯ ସେପ୍ଟେମ୍ବରରେ ୪୦୦୬ ୟୁନିଟ ଯାତ୍ରୀବାହୀ ଯାନ ବିକ୍ରି ହୋଇଥିଲା। ଏହା ୨୦୨୦ ସେପ୍ଟେମ୍ବରରେ ୪୫୮୪ ୟୁନିଟକୁ ବଢ଼ିଥିବା ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ ଡାଟାରୁ ଏହା ଜଣାପଡିଛି।
ଓଡ଼ିଶାରେ ଟ୍ରାକ୍ଟର ବିକ୍ରି ୫୮.୪୨% ବୃଦ୍ଧି ଘଟି ୧୬୨୭ ୟୁନିଟ ରହିଛି। ଏହା ଗତ ବର୍ଷ ୧୦୨୭ ୟୁନିଟ ରହିଥିଲା। ୨ ଚକିଆ ବର୍ଗରେ ଯାନ ବିକ୍ରି ୨୦% ନିମ୍ନରେ ରହି ୩୯,୧୯୩ ୟୁନିଟକୁ ଖସି ଆସିଛି। ଏହା ଗତ ବର୍ଷ ସମାନ ସମୟରେ ୪୯,୫୦୨ ୟୁନିଟ ରହିଥିଲା। ସେହିଭଳି ୩ ଚକିଆ ଯାନ ବିକ୍ରି ସର୍ବାଧିକ ୫୫.୧୩% ହ୍ରାସ ପାଇଛି। ଏହି ବର୍ଗରେ ଗତ ବର୍ଷ ସେପ୍ଟେମ୍ବରରେ ୨୧୯୩ ୟୁନିଟ ଯାନ ବିକ୍ରି ହୋଇଥିବା ବେଳେ ଏହା ଚଳିତ ବର୍ଷ ସେପ୍ଟେମ୍ବରରେ ୯୮୪ ୟୁନିଟକୁ ଖସି ଆସିଛି। ଏହାବାଦ ବାଣିଜି୍ୟକ ଯାନ ବିକ୍ରି ୨୬.୬୫% ନିମ୍ନରେ ରହିଛି।
ସେହିଭଳି ସାରା ଦେଶରେ ଯାନ ବିକ୍ରି କଥା ବିଚାରକଲେ ପୂର୍ବମାସ ତୁଳନାରେ ଯାନ ବିକ୍ରି ୧୧.୪୫% ବୃଦ୍ଧି ପାଇଛି। ମାତ୍ର ଗତ ବର୍ଷ ସେପ୍ଟେମ୍ବର କଥା ବିଚାରକୁ ନେଲେ ଯାନ ବିକ୍ରି ୧୦.୨୪% ନିମ୍ନରେ ରହିଛି। ଗତ ବର୍ଷ ସେପ୍ଟେମ୍ବରରେ ୧୪.୯୮ ଲକ୍ଷ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ଏହା ୧୩.୪୪ ଲକ୍ଷ ୟୁନିଟ୍‌କୁ ଖସିଛି। ସେପ୍ଟେମ୍ବରରେ ପାସେଞ୍ଜର ଯାନ ବିକ୍ରି ୯.୮୧% ବଢିଥିବା ବେଳେ ଟ୍ରାକ୍ଟର ବିକ୍ରି ୮୦.୩୯% ଉର୍ଦ୍ଧ୍ୱରେ ରହିଛି। ୨ ଚକିଆ, ୩ ଚକିଆ ଏବଂ ବାଣିଜି୍ୟକ ଯାନ ବିକ୍ରି ବର୍ତ୍ତମାନ ମଧ୍ୟ ନକାରାତ୍ମକ ରହିଛି। ଏହି ବର୍ଗଗୁଡିକରେ ବିକ୍ରି ଯଥାକ୍ରମେ ୧୨.୬୨%, ୫୮.୮୬%, ୩୩.୬୫% ନିମ୍ନରେ ରହିଛି। ନ୍ୟୁ ନର୍ମାଲରେ ସାମାଜିକ ଦୂରତ୍ୱ ନିୟମ ପାଳନ, ଲକ୍‌ଡାଉନ କଟକଣା କୋହଳ ହେବା, ଯାନ ଲାଗି ଫାଇନାନ୍ସ ସୁବିଧାରେ ବୃଦ୍ଧି ଦେଖାଯାଇଛି। ସେହିଭଳି ଏଣ୍ଟ୍ରି ଲେଭଲ ଯାନର ଚାହିଦା ମଧ୍ୟ ଦେଖାଯାଇଛି। ଗ୍ରାମାଞ୍ଚଳରେ ଖରିଫ ଚାଷ ଉନ୍ନତ ହେବା ଯୋଗୁ ଟ୍ରାକ୍ଟର ବିକ୍ରି ଉନ୍ନତ ହୋଇଛି। ପାର୍ବଣରେ ଉନ୍ନତ ବିକ୍ରି ନେଇ ଡିଲରମାନେ ଆଶାବାଦୀ ରହିଛନ୍ତି। ସରକାରଙ୍କ ଅନ୍‌ଲକ ପଦକ୍ଷେପ ଯୋଗୁ ସେପ୍ଟେମ୍ବରରେ ଯାନ ପଞ୍ଜୀକରଣ ଉନ୍ନତି ଆସିଥିବା ଫାଡା ସଭାପତି ଆଶିଷ ହର୍ସରାଜ କାଲେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?