ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତିରେ ସେଗୁଡିକ ଚଲାଇ ଆସୁଥିବା ଜଣାପଡିଛି। ଏହା ଜାଣିବା ପରେ ଗତମାସ ୨୫ତାରିଖରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିନ ସମ୍ବଲପୁର ଆଞ୍ଚଳିକ ଅଧିକାରୀ ସହରର ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପକୁ ବନ୍ଦ ନିର୍ଦ୍ଦେଶ ଜାରି କରିଥିଲେ ଏବଂ ସ୍ପଷ୍ଟୀକରଣ ଦେବାକୁ ପରାମର୍ଶ ଦେଇଥିଲେ। ମାତ୍ର ସନ୍ତୋଷଜନକ ସ୍ପଷ୍ଟୀକରଣ ନ ମିଳିବାରୁ ସୋମବାର ବରଗଡ଼ ସହରରେ ରହିଥିବା ୩ ହୋଟେଲ, କଲ୍ୟାଣ ମଣ୍ଡପକୁ ସିଲ କରି ଦିଆଯାଇଛି। ଘଟଣାଟି ସହରରେ ଚର୍ଚ୍ଚାର ବିଷୟ ହୋଇଛି।
Dharitri – Odisha’s No.1 Odia Daily

