ବିଷାକ୍ତ ଛତୁ

ରିତେଶ୍‌ କୁମାର ଶିଶୁ

 

ବର୍ଷାଦିନେ ଆମ ବାଡ଼ିବଗିଚା ଓ ଜଙ୍ଗଲ ଆଦିରେ ବିଭିନ୍ନ ପ୍ରକାରର ଛତୁ ଫୁଟେ। ଅନେକ ଲୋକ ଛତୁକୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତି, ଯାହା ପ୍ରୋଟିନ୍‌ର ଅନ୍ୟ ଏକ ଉତ୍ସ। ହେଲେ ଏହି ଛତୁ ବିଭିନ୍ନ ପ୍ରକାରର ହୋଇଥିବା ବେଳେ ସେଥିମଧ୍ୟରୁ କେତେକ ଖାଦ୍ୟଯୋଗ୍ୟ ହୋଇଥିବା ବେଳେ କେତେକ ଅତ୍ୟନ୍ତ ବିଷାକ୍ତ ତଥା ପ୍ରାଣଘାତକ। ତେବେ ଏହା ମଧ୍ୟରୁ ବିଷାକ୍ତ ଓ ଖାଦ୍ୟ ଉପଯୋଗୀ ଛତୁ ଚିହ୍ନଟ କରିବା ସାଧାରଣ ଲୋକଙ୍କ ପାଇଁ କେତେକ କ୍ଷେତ୍ରରେ କଷ୍ଟକର ହୋଇଥାଏ, ଯାହାଫଳରେ ବର୍ଷାଦିନେ ଛତୁଜନିତ ବିଷପ୍ରକ୍ରିୟା ଯୋଗୁ ଅନେକ ଲୋକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିବା ସହିତ କେତେଜଣ ମୃତ୍ୟୁମୁଖରେ ମଧ୍ୟ ପଡ଼ନ୍ତି। ଇତିହାସରେ ମଧ୍ୟ ଅନେକ ବିଶିଷ୍ଟ ତଥା ମହାପୁରୁଷ ଯଥା ମହାମତ୍ା ବୁଦ୍ଧଦେବ, ରୋମ୍‌ ସମ୍ରାଟ କ୍ଲାଉଡିଅସ୍‌, ଲେଖକ ନିକୋଲାସ ଇଭାନ୍ସ, ପଦାର୍ଥ ବିଜ୍ଞାନୀ ଫାରେନ୍‌ହିଟ୍‌ଙ୍କ ପିତାମାତା ଏହି ଛତୁଜନିତ ବିଷକ୍ରିୟାରୁ ମରଣମୁଖରେ ପଡ଼ିଥିବାର ଲୋକମତରେ ପ୍ରଚଳିତ ଅଛି। ଆଗକୁ ଶ୍ରାବଣ ମାସ ଆସୁଥିବାରୁ ସେହି ସମୟରେ ଜନାଦୃତ ଶ୍ରାବଣ କଢ଼ି ଛତୁ ଫୁଟିବା ସହିତ ଅନେକ ଲୋକ ଭୁଲ୍‌ବଶତଃ ବିଷାକ୍ତ ଛତୁ ଆଣି ଭକ୍ଷଣ କରିବାର ସମ୍ଭାବନା ବଢ଼ିଯିବ।
ଆମ ରାଜ୍ୟରେ ପ୍ରତିବର୍ଷ ବର୍ଷାଦିନେ ଅନେକ ଲୋକ ବିଶେଷକରି ଆଦିବାସୀ ଅଞ୍ଚଳର ଲୋକେ ବିଷାକ୍ତ ଛତୁ ଖାଇ ଗୁରୁତର ଅସୁସ୍ଥ ଓ ମୃତ୍ୟୁବରଣ କରୁଥିବାର ଦେଖାଯାଏ। ଏଭଳି ସମସ୍ୟାର ମୁଖ୍ୟ କାରଣ ହେଉଛି କେଉଁଟି ଖାଦ୍ୟଯୋଗ୍ୟ ଓ କେଉଁଟି ବିଷାକ୍ତ ତାହା ଚିହ୍ନଟ କରିବାରେ ସେମାନଙ୍କର ଅକ୍ଷମତା। ଜଙ୍ଗଲ, ବାଡ଼ି, ବିଲ, ପଠା, ହୁଙ୍କା ଆଦିରେ ଏଭଳି ଅନେକ ବିଷାକ୍ତ ଛତୁ ଫୁଟେ, ଯାହା ଖାଦ୍ୟୋପଯୋଗୀ ଛତୁ ପରି ଅବିକଳ ଦେଖାଯାଏ ଓ ସେଥିମଧ୍ୟରେ ଥିବା ସାମାନ୍ୟ ଫରକକୁ କେବଳ ଜଣେ ଛତୁ ବିଶେଷଜ୍ଞ ହିଁ ଜାଣିପାରିବେ। କହିବା ବାହୁଲ୍ୟ ଯେ, ଛତୁର ଚିହ୍ନଟୀକରଣ କରିବା ପାଇଁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଛତୁର ଉପରିଭାଗ ଛତା ବା କୋନ୍‌ ପରି ଆକାର ଓ ଡେମ୍ଫରେ ଗୋଲାକାର ଅବୃତି ଥିବା ଛତୁ ବିଷାକ୍ତ ହୋଇଥାଏ। ଯେଉଁ ଛତୁର ଆକାର ଗୋଲାକାର ନ ହୋଇ ଭଙ୍ଗୁର ତଥା ଲୋଚାକୋଚା ଓ ଖଦଖଦଡ଼ିଆ ହୋଇଥାଏ ସେଗୁଡ଼ିକ ବର୍ଜନ କରିବା ଉଚିତ। ମିଠା ବାସ୍ନା ହେଉଥିବା ଛତୁ, ଉଜ୍ଜ୍ୱଳ ରଙ୍ଗଯୁକ୍ତ ଛତୁ ଓ ବାସି ପଚିଯାଇଥିବା ଛତୁ କଦାପି ଖାଦ୍ୟ ଗ୍ରହଣଯୋଗ୍ୟ ନୁହେଁ। ଏତଦ୍‌ ବ୍ୟତୀତ ପୋକ ଲାଗିଥିବା ଓ ପୋକଖିଆ ଛତୁ ଖାଇବା ଅନୁଚିତ। ଯେତେବେଳେ କୌଣସି ସ୍ଥାନରୁ ଛତୁ ତୋଳୁଛନ୍ତି ତାହା ଖାଦ୍ୟ ଉପଯୋଗୀ କି ନୁହେଁ ଆପଣଙ୍କର ସନ୍ଦେହ ଅଛି ତେବେ ତାହା ବର୍ଜନ କରିବା ଶ୍ରେୟସ୍କର। ବଜାରରେ ବିକ୍ରି ହେଉଥିବା ଛତୁ ବିଶେଷକରି ପାଳଛତୁ, ଧିଙ୍ଗିରୀ ଛତୁ, ବଟମ ଛତୁ ଆଦି ଚାଷ କରାଯାଏ। କିନ୍ତୁ ତାହା ସତେଜ ଅଛି କି ନାହିଁ ଦେଖିକରି କିଣିବା ଆବଶ୍ୟକ। ଆଜିକାଲି ବଜାରରୁ ଉକ୍ତ ଛତୁର ବିହନ କିଣି ଲୋକମାନେ ନିଜ ଘରେ ଛତୁପଟାଳି କରି ଉପତ୍ାଦନ କରି ବ୍ୟବହାର କଲେଣି, ଯାହା ଭରସାଯୋଗ୍ୟ।
ଏପରି ପରିସ୍ଥିିତିରେ ଲୋକମାନଙ୍କୁ ଏହି ସମସ୍ୟାରୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ବି କିଛି ଆଖିଦୃଶିଆ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କେତେଜଣ ବିଶେଷଜ୍ଞଙ୍କୁ ନେଇ ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଫୁଟୁଥିବା ଛତୁର ପ୍ରକାରଭେଦ ଓ ଖାଦ୍ୟ ଉପଯୋଗିତା ଉପରେ ଅନୁସନ୍ଧାନ କରାଯାଉ। ସେ ବିଷୟରେ ଏକ ସନ୍ଦର୍ଭ ପ୍ରସ୍ତୁତ କରି ସେହି ଆଧାରରେ ଲୋକମାନଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି। ଜଙ୍ଗଲ ବିଭାଗ ଓ କୃଷି ବିଭାଗର ମିଳିତ ପ୍ରୟାସରେ ଉକ୍ତ ସୂଚନାକୁ କିଛି ସଚିତ୍ର ପ୍ରଚାରପତ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର କରାଯାଇ ଟିଭି, ରେଡିଓ, ଖବରକାଗଜ, ଗଁା ଗହଳିରେ ସ୍ବୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତିରାଜ ପ୍ରତିନିଧି, କୃଷି ଓ ବନ କର୍ମଚାରୀ ତଥା ଅନ୍ୟାନ୍ୟ ମାଧ୍ୟମରେ ଲୋକମାନଙ୍କୁ ଖାଦ୍ୟ ଉପଯୋଗୀ ଓ ବିଷାକ୍ତ ଛତୁକୁ ଚିହ୍ନଟ କରିବାର ଉପାୟ ଜଣାଇ ଦିଆଗଲେ ହୁଏତ ବିଷାକ୍ତ ଛତୁ ଭକ୍ଷଣଜନିତ ସ୍ବାସ୍ଥ୍ୟ ସମସ୍ୟା ଓ ଅକାଳ ମୃତ୍ୟୁକୁ ଏଡ଼ାଇ ଦିଆଯାଇପାରିବ। ଏହା ସହ ଲୋକମାନଙ୍କୁ ଖାଦ୍ୟ ଭାବରେ ପ୍ରୋଟିନ୍‌ର ଏକ ଠିକ୍‌ ଉତ୍ସ ମିଳିପାରିବ। ଏତଦ୍‌ବ୍ୟତୀତ ଲୋକମାନେ ନିଜେ ସଚେତନ ହେବା ସହ କୌଣସି ଛତୁ ଖାଦ୍ୟ ଭାବରେ ଗ୍ରହଣ କରିବା ପୂର୍ବରୁ ତାହା ବିଷାକ୍ତ କି ନୁହେଁ ଠିକ୍‌ ଭାବେ ଯାଞ୍ଚ କରିନେବା ଉଚିତ।
ସାଇଲୋ ବଡ଼ବିଲ, କଟକ
ମୋ: ୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?