ବିଷାକ୍ତ ଛତୁ

ରିତେଶ୍‌ କୁମାର ଶିଶୁ

 

ବର୍ଷାଦିନେ ଆମ ବାଡ଼ିବଗିଚା ଓ ଜଙ୍ଗଲ ଆଦିରେ ବିଭିନ୍ନ ପ୍ରକାରର ଛତୁ ଫୁଟେ। ଅନେକ ଲୋକ ଛତୁକୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତି, ଯାହା ପ୍ରୋଟିନ୍‌ର ଅନ୍ୟ ଏକ ଉତ୍ସ। ହେଲେ ଏହି ଛତୁ ବିଭିନ୍ନ ପ୍ରକାରର ହୋଇଥିବା ବେଳେ ସେଥିମଧ୍ୟରୁ କେତେକ ଖାଦ୍ୟଯୋଗ୍ୟ ହୋଇଥିବା ବେଳେ କେତେକ ଅତ୍ୟନ୍ତ ବିଷାକ୍ତ ତଥା ପ୍ରାଣଘାତକ। ତେବେ ଏହା ମଧ୍ୟରୁ ବିଷାକ୍ତ ଓ ଖାଦ୍ୟ ଉପଯୋଗୀ ଛତୁ ଚିହ୍ନଟ କରିବା ସାଧାରଣ ଲୋକଙ୍କ ପାଇଁ କେତେକ କ୍ଷେତ୍ରରେ କଷ୍ଟକର ହୋଇଥାଏ, ଯାହାଫଳରେ ବର୍ଷାଦିନେ ଛତୁଜନିତ ବିଷପ୍ରକ୍ରିୟା ଯୋଗୁ ଅନେକ ଲୋକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିବା ସହିତ କେତେଜଣ ମୃତ୍ୟୁମୁଖରେ ମଧ୍ୟ ପଡ଼ନ୍ତି। ଇତିହାସରେ ମଧ୍ୟ ଅନେକ ବିଶିଷ୍ଟ ତଥା ମହାପୁରୁଷ ଯଥା ମହାମତ୍ା ବୁଦ୍ଧଦେବ, ରୋମ୍‌ ସମ୍ରାଟ କ୍ଲାଉଡିଅସ୍‌, ଲେଖକ ନିକୋଲାସ ଇଭାନ୍ସ, ପଦାର୍ଥ ବିଜ୍ଞାନୀ ଫାରେନ୍‌ହିଟ୍‌ଙ୍କ ପିତାମାତା ଏହି ଛତୁଜନିତ ବିଷକ୍ରିୟାରୁ ମରଣମୁଖରେ ପଡ଼ିଥିବାର ଲୋକମତରେ ପ୍ରଚଳିତ ଅଛି। ଆଗକୁ ଶ୍ରାବଣ ମାସ ଆସୁଥିବାରୁ ସେହି ସମୟରେ ଜନାଦୃତ ଶ୍ରାବଣ କଢ଼ି ଛତୁ ଫୁଟିବା ସହିତ ଅନେକ ଲୋକ ଭୁଲ୍‌ବଶତଃ ବିଷାକ୍ତ ଛତୁ ଆଣି ଭକ୍ଷଣ କରିବାର ସମ୍ଭାବନା ବଢ଼ିଯିବ।
ଆମ ରାଜ୍ୟରେ ପ୍ରତିବର୍ଷ ବର୍ଷାଦିନେ ଅନେକ ଲୋକ ବିଶେଷକରି ଆଦିବାସୀ ଅଞ୍ଚଳର ଲୋକେ ବିଷାକ୍ତ ଛତୁ ଖାଇ ଗୁରୁତର ଅସୁସ୍ଥ ଓ ମୃତ୍ୟୁବରଣ କରୁଥିବାର ଦେଖାଯାଏ। ଏଭଳି ସମସ୍ୟାର ମୁଖ୍ୟ କାରଣ ହେଉଛି କେଉଁଟି ଖାଦ୍ୟଯୋଗ୍ୟ ଓ କେଉଁଟି ବିଷାକ୍ତ ତାହା ଚିହ୍ନଟ କରିବାରେ ସେମାନଙ୍କର ଅକ୍ଷମତା। ଜଙ୍ଗଲ, ବାଡ଼ି, ବିଲ, ପଠା, ହୁଙ୍କା ଆଦିରେ ଏଭଳି ଅନେକ ବିଷାକ୍ତ ଛତୁ ଫୁଟେ, ଯାହା ଖାଦ୍ୟୋପଯୋଗୀ ଛତୁ ପରି ଅବିକଳ ଦେଖାଯାଏ ଓ ସେଥିମଧ୍ୟରେ ଥିବା ସାମାନ୍ୟ ଫରକକୁ କେବଳ ଜଣେ ଛତୁ ବିଶେଷଜ୍ଞ ହିଁ ଜାଣିପାରିବେ। କହିବା ବାହୁଲ୍ୟ ଯେ, ଛତୁର ଚିହ୍ନଟୀକରଣ କରିବା ପାଇଁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଛତୁର ଉପରିଭାଗ ଛତା ବା କୋନ୍‌ ପରି ଆକାର ଓ ଡେମ୍ଫରେ ଗୋଲାକାର ଅବୃତି ଥିବା ଛତୁ ବିଷାକ୍ତ ହୋଇଥାଏ। ଯେଉଁ ଛତୁର ଆକାର ଗୋଲାକାର ନ ହୋଇ ଭଙ୍ଗୁର ତଥା ଲୋଚାକୋଚା ଓ ଖଦଖଦଡ଼ିଆ ହୋଇଥାଏ ସେଗୁଡ଼ିକ ବର୍ଜନ କରିବା ଉଚିତ। ମିଠା ବାସ୍ନା ହେଉଥିବା ଛତୁ, ଉଜ୍ଜ୍ୱଳ ରଙ୍ଗଯୁକ୍ତ ଛତୁ ଓ ବାସି ପଚିଯାଇଥିବା ଛତୁ କଦାପି ଖାଦ୍ୟ ଗ୍ରହଣଯୋଗ୍ୟ ନୁହେଁ। ଏତଦ୍‌ ବ୍ୟତୀତ ପୋକ ଲାଗିଥିବା ଓ ପୋକଖିଆ ଛତୁ ଖାଇବା ଅନୁଚିତ। ଯେତେବେଳେ କୌଣସି ସ୍ଥାନରୁ ଛତୁ ତୋଳୁଛନ୍ତି ତାହା ଖାଦ୍ୟ ଉପଯୋଗୀ କି ନୁହେଁ ଆପଣଙ୍କର ସନ୍ଦେହ ଅଛି ତେବେ ତାହା ବର୍ଜନ କରିବା ଶ୍ରେୟସ୍କର। ବଜାରରେ ବିକ୍ରି ହେଉଥିବା ଛତୁ ବିଶେଷକରି ପାଳଛତୁ, ଧିଙ୍ଗିରୀ ଛତୁ, ବଟମ ଛତୁ ଆଦି ଚାଷ କରାଯାଏ। କିନ୍ତୁ ତାହା ସତେଜ ଅଛି କି ନାହିଁ ଦେଖିକରି କିଣିବା ଆବଶ୍ୟକ। ଆଜିକାଲି ବଜାରରୁ ଉକ୍ତ ଛତୁର ବିହନ କିଣି ଲୋକମାନେ ନିଜ ଘରେ ଛତୁପଟାଳି କରି ଉପତ୍ାଦନ କରି ବ୍ୟବହାର କଲେଣି, ଯାହା ଭରସାଯୋଗ୍ୟ।
ଏପରି ପରିସ୍ଥିିତିରେ ଲୋକମାନଙ୍କୁ ଏହି ସମସ୍ୟାରୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ବି କିଛି ଆଖିଦୃଶିଆ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କେତେଜଣ ବିଶେଷଜ୍ଞଙ୍କୁ ନେଇ ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଫୁଟୁଥିବା ଛତୁର ପ୍ରକାରଭେଦ ଓ ଖାଦ୍ୟ ଉପଯୋଗିତା ଉପରେ ଅନୁସନ୍ଧାନ କରାଯାଉ। ସେ ବିଷୟରେ ଏକ ସନ୍ଦର୍ଭ ପ୍ରସ୍ତୁତ କରି ସେହି ଆଧାରରେ ଲୋକମାନଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି। ଜଙ୍ଗଲ ବିଭାଗ ଓ କୃଷି ବିଭାଗର ମିଳିତ ପ୍ରୟାସରେ ଉକ୍ତ ସୂଚନାକୁ କିଛି ସଚିତ୍ର ପ୍ରଚାରପତ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର କରାଯାଇ ଟିଭି, ରେଡିଓ, ଖବରକାଗଜ, ଗଁା ଗହଳିରେ ସ୍ବୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତିରାଜ ପ୍ରତିନିଧି, କୃଷି ଓ ବନ କର୍ମଚାରୀ ତଥା ଅନ୍ୟାନ୍ୟ ମାଧ୍ୟମରେ ଲୋକମାନଙ୍କୁ ଖାଦ୍ୟ ଉପଯୋଗୀ ଓ ବିଷାକ୍ତ ଛତୁକୁ ଚିହ୍ନଟ କରିବାର ଉପାୟ ଜଣାଇ ଦିଆଗଲେ ହୁଏତ ବିଷାକ୍ତ ଛତୁ ଭକ୍ଷଣଜନିତ ସ୍ବାସ୍ଥ୍ୟ ସମସ୍ୟା ଓ ଅକାଳ ମୃତ୍ୟୁକୁ ଏଡ଼ାଇ ଦିଆଯାଇପାରିବ। ଏହା ସହ ଲୋକମାନଙ୍କୁ ଖାଦ୍ୟ ଭାବରେ ପ୍ରୋଟିନ୍‌ର ଏକ ଠିକ୍‌ ଉତ୍ସ ମିଳିପାରିବ। ଏତଦ୍‌ବ୍ୟତୀତ ଲୋକମାନେ ନିଜେ ସଚେତନ ହେବା ସହ କୌଣସି ଛତୁ ଖାଦ୍ୟ ଭାବରେ ଗ୍ରହଣ କରିବା ପୂର୍ବରୁ ତାହା ବିଷାକ୍ତ କି ନୁହେଁ ଠିକ୍‌ ଭାବେ ଯାଞ୍ଚ କରିନେବା ଉଚିତ।
ସାଇଲୋ ବଡ଼ବିଲ, କଟକ
ମୋ: ୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri