ଚାଷଜମିରେ ମାଡ଼ିଲା ବିଷାକ୍ତ ତରଳ ପଦାର୍ଥ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ଠେଲକୋଲିସ୍ଥିତ ଜେଏସ୍‌ଡବ୍ଲ୍ୟୁ (ଭୁଷଣ) କମ୍ପାନୀରେ ଗୁରୁବାର ରାତିରେ ଅଘଟଣ ଘଟିଛି। ବାଉଣ୍ଡରି କାନ୍ଥ ଭୁଶୁଡି କାରଖାନାର ସ୍ଲରିପଣ୍ଡରୁ ବିଷାକ୍ତ ଲୌହମିଶ୍ରିତ ତରଳ ପଦାର୍ଥ ନିକଟ ଗ୍ରାମକୁ ମାଡି ଯାଇଥିଲା। ଏହାଦ୍ୱାରା ବ୍ୟାପକ ଚାଷ ଜମି ପ୍ରଭାବିତ ହୋଇଛି। ଘଟଣାରେ ଅର୍ଜୁନ ସିଂ ନାମକ ଜଣେ ସୁରକ୍ଷା କର୍ମୀ ନିଖୋଜ ହୋଇଥିବା ରିପୋର୍ଟ ହୋଇଛି। ଶୁକ୍ରବାର ସକାଳେ ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଏଡିଏମ୍‌ ଅଜାମ୍ବର ମହାନ୍ତି, ରେଙ୍ଗାଲି ତହସିଲଦାର ଦୟମନ୍ତି ସାହୁ, ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି, ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ, ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ୱର ସାହୁ, କମ୍ପାନୀ କର୍ତ୍ତୃପକ୍ଷ, ପ୍ରଭାବିତ ଚାଷୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଭଳି ଘଟଣା ଆଗକୁ ଯେଭଳି ନ ହେବ ତାହାର ସ୍ଥାୟୀ ସମାଧାନ ସହ ସମସ୍ତ ପ୍ରଭାବିତ ପରିବାରକୁ କ୍ଷତିପୂରଣ ଦେବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜମି ଓ କୁକୁଡା ଫାର୍ମରେ ମାଡିଯାଇଥିବା ତରଳ ଲୁହାକୁ କମ୍ପାନୀ କର୍ମଚାରୀ ଉଠାଇ ନେଇଥିଲେ। ଅନ୍ୟପଟେ କେତେ ପରିମାଣ କ୍ଷତି ହୋଇଛି ଶନିବାର ସୁଦ୍ଧା ରାଜସ୍ବ ବିଭାଗ, ଉଦ୍ୟାନ କୃଷି ଓ ପ୍ରାଣୀଧନ ବିଭାଗ ମିଳିତ ଭାବେ ଆକଳନ କରିବା ପରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତିରେ ବାଞ୍ଜିଟିକ୍ରା ପଟରେ ଏହି ଘଟଣା ଘଟିଥିଲା। ସ୍ଲରୀ ପ୍ଲାଣ୍ଟରୁ ବର୍ଷା ଭଳି ପାଣି ନିର୍ଗତ ହୋଇଥିଲା। ପରେ ଳୁହା ଫାଇନ୍ସ ପାଣି ସହିତ ବାଉଣ୍ଡରି କାନ୍ଥ ଦେଇ ବାହାରକୁ ବୋହିଥିଲା। କାର୍ଯ୍ୟରତ ୨ ଜଣ ସୁରକ୍ଷା କର୍ମୀ ଏହା ଜାଣିବା ପରେ ଜଣେ ଜୀବନ ବଞ୍ଚାଇ ପଳାଇଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ। ଏହା ଦ୍ୱାରା ପ୍ରାୟ ୨ ଏକର ଚାଷଜମି ସହ କୁକୁଡା ଫାର୍ମ ପ୍ରଭାବିତ ହୋଇଛି। ଗ୍ରାମବାସୀ ବ୍ୟବହାର କରୁଥିବା ୨ ଗୋଟି ପୋଖରୀରେ ମଧ୍ୟ ଏହି ବିଶାକ୍ତ ପଦାର୍ଥ ମିଶିଯାଇଥିଲା। ଘଟଣାସ୍ଥଳରେ ପୋଲିସ ଓ ଗ୍ରାମବାସୀ ପହଞ୍ଚତ୍ଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିଲା। ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି ମହାନ୍ତି କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ପ୍ରଭାବିତ ପରିବାରଙ୍କୁ କ୍ଷତିପୂରଣ ଦିଆଯିବାକୁ ସ୍ଥିର କରାଯାଇଛି। ସୁରକ୍ଷା କର୍ମୀ ନିଖୋଜ ଥିବା ନେଇ ଏକ ମାମଲା ରୁଜୁ ହୋଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଆଜ ପରେ ଆଳୁ ମାଡ: ୨ ଦିନ ମଧ୍ୟରେ ବଢିଲାଣି ୧୦ ଟଙ୍କା

କଟକ ଅଫିସ୍‌, ୧୮।୧୨: ପିଆଜ ପରେ ଏବେ ଆଳୁ ପାଳି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧିରେ ଗ୍ରାହକ ଅସନ୍ତୁଷ୍ଟ ଥିବାବେଳେ ଏବେ ଆଳୁ ମୂଲ୍ୟ ଧୀରେ...

ସାନଭାଇକୁ ହତ୍ୟା କରି ଦୁଇ ବଡ଼ ଭାଇ ପୋଡ଼ି ଦେଇଥିବା ଅଭିଯୋଗ

ବୌଦ୍ଧ,୧।୩(ସ୍ବ.ପ୍ର.): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଗୋଛାପଡ଼ା ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରେ ରବିବାର ରାତିରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି।  ଦୁଇ...

ଘସିପୁରା ବ୍ଲକରେ ଆବାସ ଘୋଟାଲା ପ୍ରସଙ୍ଗ : ଦୁଇ ପିଇଓ ନିଲମ୍ବିତ

ଘସିପୁରା,୧୩।୧୦(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଘସିପୁରା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ୨ ପିଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କୁ ନିଲମ୍ବନ କରାଯାଇଛି।...

ବିଶାଖାପାଟଣାରୁ ଗିରଫ ପରେ ଚୌଦ୍ୱାର ଜେଲ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍‌.ଭି. ପ୍ରସାଦ

କଟକ ଅଫିସ,୭।୯: ଅନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍‌.ଭି. ପ୍ରସାଦଙ୍କୁ ମଙ୍ଗଳବାର ଚୌଦ୍ୱାର ଜେଲ ପଠାଇ ଦିଆଯାଇଛି। ଚିଟ୍‌ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସୋମବାର ବିଶାଖାପାଟଣାରୁ ଗିରଫ...

ନାଚକରି ପାଠ ପଢ଼ାଇ ଚର୍ଚ୍ଚାରେ ଶିକ୍ଷକ

ଦିଗପହଣ୍ଡି,(ଡି.ଏନ.ଏ.)/ ପାଟପୁର,୭ା୨- ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ନାଚଗୀତ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଇ ଚର୍ଚ୍ଚାରେ ରହିଛନ୍ତି। ଶିକ୍ଷକ ଜଣକ...

ସ୍ବର୍ଗଦ୍ୱାରରୁ ବିଜୁ ପଟ୍ଟନାୟକଙ୍କ ସମାଧି ହଟିବା ଘଟଣା: ଶ୍ରେୟ ପାଇଁ ପ୍ରତିଯୋଗିତା, ଦ୍ୱନ୍ଦ୍ୱରେ ଲୋକେ

ପୁରୀ ଅଫିସ, ୩।୧୧: ସ୍ବର୍ଗଦ୍ୱାରରୁ ହଟିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ। ସ୍ମାରକୀ ଭାବେ କେବଳ ସ୍ମୃତି ଫଳକ ହିଁ ରହିବ। ଶୁକ୍ରବାର...

ଧାମନଗର:ଛିଡୁନି ଅଙ୍କକଷା

ଭଦ୍ରକ ଅଫିସ/ ଧାମନଗର,୯।୧୦ (ଡି.ଏନ.ଏ): ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ...

ନ୍ୟାୟ ପାଇଁ ୨ ବର୍ଷ ହେଲା ରଖିଛନ୍ତି ମୃତଦେହ

ମାଲକାନଗିରି,୩।୩(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାର କିରନଡୁଲ ଅଞ୍ଚଳରେ ନ୍ୟାୟ ପାଇଁ ବଦରୁ ମାଡବିଙ୍କ ମୃତଦେହକୁ ୨ବର୍ଷ ହେଲା ସାଇତି ରଖିଛନ୍ତି ଗ୍ରାମବାସୀ ଓ...

Advertisement
Archives

Model This Week