Posted inଜାତୀୟ

ଟୁଇଟରରେ ମୋଦିଙ୍କ ଫଲୋୟର୍ସଙ୍କ ସଂଖ୍ୟା ୬ କୋଟି

ନୂଆଦିଲ୍ଲୀ,୧୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍‌ ଟୁଇଟରରେ ଆଉ ଏକ ସଫଳତା ପାଇଛନ୍ତି। ବେଳକୁ ବେଳ ଟୁଇଟରରେ ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଏବେ ମୋଦିଙ୍କୁ ଟୁଇଟରରେ ପାଖାପାଖି ୬୦ ମିଲିୟନ ବା ୬ କୋଟି ଲୋକ ଫଲୋ କରୁଛନ୍ତି। ହେଲେ ମୋଦି କେବଳ ୨,୩୩୫ ଜଣଙ୍କୁ ଫଲୋ କରୁଥିବା ଜଣାପଡିଛି। ଏହାପୂର୍ବରୁ ସେପ୍ଟେମ୍ବର ୨୦୧୯ରେ ମୋଦିଙ୍କ ଫଲୋୟର୍ସଙ୍କ ସଂଖ୍ୟା ଥିଲା ୫ କୋଟି। ଆଉ ମାତ୍ର ୧୦ ମାସ ଭିତରେ ଏହି ସଂଖ୍ୟା ୧ କୋଟି ବୃଦ୍ଧି ଘଟିଛି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟରରେ ବେଶ୍‌ ଆକ୍ଟିଭ। ସେ ଟୁଇଟର ମାଧ୍ୟମରେ ଦେଶବାସୀଙ୍କ ସହ ଯୋଡି ହେବା ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଥାଆନ୍ତି। ବିଶ୍ୱର ଯେଉଁ ନେତାମାନଙ୍କୁ ସୋସିଆଲ ମିଡିଆରେ ଅଧିକ ଫଲୋ କରାଯାଏ ସେଥିମଧ୍ୟରୁ ମୋଦି ଅନ୍ୟତମ। ୨୦୦୯ରେ ମୋଦି ଟୁଇଟରରେ ଯୋଗଦେଇଥିବା ବେଳେ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ସେହି ସମୟରେ ଟୁଇଟରରେ ଯୋଗ ଦେଇଥିଲେ। ହେଲେ ଏବେ ମୋଦି ଥରୁରଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି। ସେହିପରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨୦୧୩ରେ ଟୁଇଟରରେ ଯୋଗ ଦେଇଥିବା ବେଳେ ଏବେ ତାଙ୍କୁ ପ୍ରାୟ ୧୬ ଲକ୍ଷ ଲୋକ ଫଲୋ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଜିଲାକୁ ପଠାଗଲା କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ, ୧୦ା୬: ମହାମାରୀ କରୋନା କାୟାବିସ୍ତାର କରିଚାଲିଛି। ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳରେ ଏହାର ମୁକାବିଲା କରିବା ଲାଗି ମଙ୍ଗଳବାର ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର...

ଡିଫେନ୍ସ କୋପରେଶନ, ସୋଲାର ଏନର୍ଜି ସମେତ ଅନେକ ପ୍ରସଙ୍ଗକୁ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୧୦ ।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନି ଅଲ୍ମନିଜ ଏବେ ଭାରତ ଗସ୍ତରେ ଅଛନ୍ତି, ଏହି ଗସ୍ତର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ବ୍ୟବସାୟ, ନିବେଶ ଓ...

ଜେଏନ୍‌ୟୁ ବିକ୍ଷୋଭରେ ଦୀପିକା

ନୂଆଦିଲ୍ଲୀ,୮ା୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଙ୍ଗଳବାର ରାତିରେ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ପହଞ୍ଚି ଆହତ ଛାତ୍ରୀଛାତ୍ରଙ୍କୁ ଭେଟିଥିଲେ। ରବିବାର ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଉପରେ ଦୁର୍ବୃତ୍ତମାନେ ମୁହଁରେ...

ରୁଷିଆ ବିରୋଧୀ କଟକଣାରେ ସାମିଲ ହେଉ ଭାରତ: ଲିଜ୍‌ ଟ୍ରୁସ୍‌

ନୂଆଦିଲ୍ଲୀ,୧ା୪: ଏପ୍ରିଲରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ଗୁରୁବାର ତାଙ୍କ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରୁସ୍‌ ଦିଲ୍ଲୀ ଆସିଛନ୍ତି। ସେ...

ମରି ମଧ୍ୟ ଅମର: ୧୨ ବର୍ଷର ନାବାଳକଙ୍କ ଶରୀରରେ ଧକ୍‌ ଧକ୍‌ କରିବ ୬୨ ବର୍ଷ ବୟସ୍କା ବିମଳାଙ୍କ ହୃଦୟ

ଭୋପାଳ,୨୫।୭: ମରିବା ପରେ ମଧ୍ୟ କେତେକ ନିଜର ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଅମର ହୋଇଥାନ୍ତି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଶେହାଦ୍ରୀରେ ଘଟିଛି। ୬୨ ବର୍ଷ...

ମୁକ୍ତ ଓ ସ୍ଥିର ଇଣ୍ଡୋ-ପାସିଫିକ୍‌କୁ ଗୁରୁତ୍ୱ

ହିରୋଶିମା,୨୧ା୫: ଜାପାନର ହିରୋଶିମାରେ ଶନିବାର କ୍ୱାଡ୍‌ ରାଷ୍ଟ୍ରଗୋଷ୍ଠୀର ନେତାମାନଙ୍କ ବୈଠକରେ ଚାଇନାକୁ ଦୃଢ଼ ବିରୋଧ କରାଯାଇଛି। ସେମାନେ ଚାଇନାର ନାଁ ନେଇ ନ ଥିଲେ ମଧ୍ୟ...

ମତଦାନକୁ ବିରୋଧ: ବିସ୍ଫୋରଣରେ ପୋଲ ଉଡ଼ାଇଲେ ମାଓବାଦୀ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୬ଟି ଜିଲାରେ ପ୍ରଥମ ପ୍ରର୍ଯ୍ୟାୟରେ ୧୩ଟି ଆସନ ଲାଗି ମତଦାନ ଜାରି ରହିଛି। ତେବେ ମତଦାନକୁ ବିରୋଧ...

ଏକୁଟିଆ ଲଢିବ କଂଗ୍ରେସ

ପାଟନା,୨୨।୧୦: ବିବାହରରେ ମହାମେଣ୍ଟର ବ୍ରେକ ଅପ ଖବର ସାମ୍ନାକୁ ଆସିଛି।ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଏହି ପ୍ରସଙ୍ଗରେ ଏକ ବଡ଼ ମନ୍ତବ୍ୟ...

Advertisement
Archives

Model This Week