କାନ୍ଥ ଦେଉଛି କରୋନା ସଚେତନତା ବାର୍ତ୍ତା

ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଏଥିରୁ ବାଦ୍‌ ପଡିନି ଖୋର୍ଦ୍ଧା ପୌରାଞ୍ଚଳ। ଜନ ସଚେତନତା ଉଦ୍ଦେଶ୍ୟରେ ପୌରାଞ୍ଚଳ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ସହରର ବିଭିନ୍ନ ସ୍ଥାନରେ କରୋନା ସଚେତନତା ପ୍ରାଚୀରଚିତ୍ର ମାଧ୍ୟମରେ ଚାଲିଛି ପ୍ରଚାର । କାନ୍ଥରେ ଅଙ୍କନ ହୋଇଛି କରୋନାର ଭୟାନକ ରୁପ, ମାସ୍କ ପରିଧାନ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି। କିପରି ହାତ ଧୋଇବେ, ବଜାର, ଗ୍ରୋସରୀ ଦୋକାନ ତଥା ପରିବା କିଣିବା ବେଳେ ସାମାଜିକ ଦୂରତା ରଖିବେ ସେ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରୁଛି । ଏଥିସହିତ ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସତର୍କତା ଏକ ମାତ୍ର ମାଧ୍ୟମ, କୋଭିଡ ଗାଇଡ ଲାଇନକୁ ପାଳନ କରନ୍ତୁ, ଘରେ ଶିଶୁ, ବରିଷ୍ଠ ନାଗରିକଙ୍କ ଯତ୍ନ ନିଅନ୍ତୁ । ବାହାରୁ ଘରକୁ ଫେରିଲେ ଗୋଡ, ହାତ, ମୁଖ ଭଲ ଭାବେ ଧୁଅନ୍ତୁ, ବିନା ମାସ୍କରେ ଘରୁ ବାହାରନ୍ତୁ ନାହିଁ, କଥାବାର୍ତ୍ତା ବେଳେ ଦୁଇ ଫୁଟ ଦୂରତା ରକ୍ଷା କର, ଗୋଟିଏ ମାସ୍କକୁ ବାରମ୍ବାର ବ୍ୟବହାର କର ନାହିଁ, ସତର୍କ ରହିବା-କରୋନାକୁ ଜିଣିବା, ମାସ୍କ ପିନ୍ଧି ରହିଲେ ଭାଇ କରୋନା ଯିବ ଦୂରେଇ, ଆପଣଙ୍କ ସୁରକ୍ଷା ଆପଣଙ୍କ ହାତରେ, ନିୟମିତ ହାତ ଧୁଅନ୍ତୁ, ସତର୍କ ରହିବା-କରୋନାକୁ ହରାଇବା, ବାହାରକୁ ଗଲେ ମାସ୍କ ପିନ୍ଧିବା- ଦୁଇ ମିଟର ଦୂରତା ମାନିବା, ସଚେତନ ହେବା ସତର୍କ ରହିବା- କରୋନା ହାରିବ ଆମେ ଜିତିବା, ସାବଧାନ ହୋଇ ଚଳୁଥିବା- ସବୁଠି ସତର୍କ ରହିଥିବା କରୋନା ନିୟମ ପାଳୁଥିବା-କରୋନା କୁ ଦୁରରେ ରଖିଥିବା, ଆଦି ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଦିଆଯାଇଛି । ଏଥିସହିତ କରୋନା ରୂପକ ମହାମାରୀ ରକ୍ଷା ପାଇବା ଲାଗି କିପରି ସତର୍କତା ଅବଲମ୍ବନ କରିବେ ସେ ସମ୍ପର୍କରେ କାନ୍ଥରେ ଅଙ୍କନ ହୋଇଛି ସଚେତନତା ଭଳି କି ଭଳି ବାର୍ତ୍ତା। ଖୋର୍ଦ୍ଧା ପୌରାଞ୍ଚଳ କାର୍ଯ୍ୟାଳୟ, ନୂଆ ବସଷ୍ଟାଣ୍ଡ ରୋଡ କାନ୍ଥର ଦୁଇ ପାର୍ଶ୍ୱ ରାସ୍ତାରେ ଏଭଳି ସଚେତନ ମୂଳକ ବାର୍ତ୍ତା ଦେଉଛି। ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି। ଏଥିସହିତ ଯୁବପିଢିଙ୍କ ଲାଗି ସେଲ୍ଫି କର୍ଣ୍ଣର ପାଲଟିଛି। ଏନେଇ ଖୋର୍ଦ୍ଧା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଶତପଥୀ କୁହନ୍ତି ଖୋର୍ଦ୍ଧା ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ଲଗାଯାଇଛି । ଲୋକଙ୍କ ସୁରକ୍ଷା ଓ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରାସ୍ତା କ ଲୋକଙ୍କ ଦୃଷ୍ଟି ଗୋଚର ହେବା ତଥା ସଚେତନତା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ଯାନ୍ତ୍ରିକ ତ୍ରୁଟି: ଆଜି ପହଞ୍ଚିବ ଶହୀଦ ଅଜିତ୍‌ଙ୍କ ମରଶରୀର

କାମାକ୍ଷାନଗର, ୧୯।୬(ଡି.ଏନ୍‌.ଏ.): ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଶହୀଦ ଅଜିତ୍‌ ସାହୁଙ୍କ ମରଶରୀର ଓଡ଼ିଶା ଆସିବାରେ ବିଳମ୍ବ ହେଉଛି। ଗୁରୁବାର ତାଙ୍କ ମୃତଦେହ ଭୁବନେଶ୍ୱରେ ପହଞ୍ଚିବ।...

ପୋଲିସ ଧୀରେ ଧୀରେ ଲୋକଙ୍କ ନିକଟତର ହେଉଛି; ଜିଲା ପାଇଁ ମନଲଗାଇ କାମ କରିବେ: ଏସ୍‌ପି ଅଗ୍ରୱାଲ

ନୂଆପଡା ଅଫିସ,୨୬ା୮ : ଦିନେ ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଏକ ବ୍ୟବଧାନ ରହିଥିଲା । ଲୋକେ ଏକ ଅନ୍ୟ ଦୃଷ୍ଟିରେ ଦେଖୁଥିଲେ। ବତ୍ତମାନ...

ଦେବୀ ନଦୀ ଶଯ୍ୟା ଖନନ: ସ୍ଥିତି ଅନୁଧ୍ୟାନ କଲେ ବୁର୍ଲା ଜଳସମ୍ପଦ ବିଭାଗ ବିଶେଷଜ୍ଞ

କାକଟପୁର, ୨୦।୮(ଡି.ଏନ୍‌.ଏ.)-ପୋତି ହୋଇପଡ଼ିଥିବା ଦେବୀ ନଦୀ ଶଯ୍ୟା ଖନନ ହେବ। ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ସମ୍ବଲପୁରର ବୁର୍ଲାସ୍ଥିତ ଜଳସମ୍ପଦ...

କେନ୍ଦ୍ରାପଡା ଲୋକ ସଭାରେ ବିଜେଡି ପ୍ରାର୍ଥୀ ଆଗୁଆ

କେନ୍ଦ୍ରାପଡା ଅଫିସ,୨୩ା୫- ପ୍ରଥମ ରାଉଣ୍ଡ ଗଣତି ପରେ କେନ୍ଦ୍ରାପଡା ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧୩୧୨ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ମହାନ୍ତି...

ଆରପାରିରେ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକ

ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି।...

ଭାରତ ଯୋଡ଼ୋ ଯାତ୍ରାରେ ଗଣ୍ଡଗୋଳ

ଚଣ୍ଡିଖୋଲ,୫ା୧୧(ଡି.ଏନ୍‌.ଏ.): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ସାରାଦେଶରେ ଭାରତ ଯୋଡ଼ୋ ଯାତ୍ରା ଚାଲିଛି। ଓଡ଼ିଶାରେ ଏହିଯାତ୍ରାର ୫ମଦିନରେ ଶୁକ୍ରବାର ଯାଜପୁର ଜିଲାର ପ୍ରବେଶଦ୍ୱାର...

କରୋନା ବଦଳାଇ ଦେଲା ବେଉସା : ଜଳଖିଆ ଦୋକାନୀ ବିକୁଛନ୍ତି ଫଳ

କେନ୍ଦୁଝର, ୨୯ା୬ (ସ୍ବ.ପ୍ର.): କରୋନା ମହାମାରୀ ବହୁ ଲୋକଙ୍କ ବେଉସା ବଦଳାଇ ଦେଇଛି। ଏଭଳି ଜଣେ ଜଳଖିଆ ବିକି ପେଟ ପୋଷୁଥିବା ଗାନ୍ଧୀ ଛକ ନିକଟରେ...

ପ୍ରକାଶ ପାଇଲା ଓଏଏସ୍‌ ପ୍ରିଲିମ୍‌ ରେଜଲ୍ଟ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ପ୍ରକାଶ ପାଇଲା ଓଏଏସ୍‌-୨୦୨୧ ପ୍ରିଲିମ୍‌ ପରୀକ୍ଷାଫଳ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଗୁରୁବାର ପରୀକ୍ଷାଫଳ ପ୍ରକାଶ କରାଯାଇଛି। ମୋଟ୍‌ ୫୨୯୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା...

Advertisement
Archives

Model This Week