ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ ପାଇଁ ସରକାର ଓ ସେମିକଣ୍ଡକ୍ଟର ଶିଳ୍ପ ମଧ୍ୟରେ ଅଧିକ ମଜବୁତ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (AI) ଓ କ୍ୱାଣ୍ଟମ୍‌ କମ୍ପ୍ୟୁଟିଂ ଭଳି ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ଭାରତକୁ ବିଶ୍ୱର ପ୍ରାରମ୍ଭିକ ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ସାମିଲ ହେବାର ଲକ୍ଷ୍ୟ ରଖିବା ଉଚିତ । ଏଥିପାଇଁ ଦେଶର ଯୁବ ପ୍ରତିଭା ଓ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ଅଭିଜ୍ଞତା ଏକାଠି ହେଲେ ବଡ଼ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି।ପ୍ରଧାନମନ୍ତ୍ରୀ ୧ କୋଟି ଲୋକଙ୍କୁ AIରେ ପ୍ରଶିକ୍ଷଣ ଦେବା ପାଇଁ ଜାତୀୟ ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ଭାରତରେ ପ୍ରତିଭା, ବୈଷୟିକ ଜ୍ଞାନ ଓ ଭିତ୍ତିଭୂମିର ମଜବୁତ ଆଧାର ରହିଛି । ଏବେ ଶିଳ୍ପ ଜଗତକୁ ଦକ୍ଷତା ବିକାଶ, ନବସୃଜନ ଓ ଅତ୍ୟାଧୁନିକ ପ୍ରଯୁକ୍ତିରେ ନିଜର ଭାଗିଦାରି ଆହୁରି ବଢ଼ାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।

ବୈଠକରେ ଭାରତର ସେମିକଣ୍ଡକ୍ଟର କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଇକୋସିଷ୍ଟମ୍‌ ଏବେ ପ୍ରାରମ୍ଭିକ ପ୍ରୟାସର ପର୍ଯ୍ୟାୟରୁ ବାହାରି ବୃହତ୍‌ ପରିମାଣ ଓ ନୂଆ ସୁଯୋଗର ଦିଗରେ ଆଗକୁ ବଢ଼ୁଛି ବୋଲି ମୋଦି କହିଛନ୍ତି । ପ୍ରଯୁକ୍ତି ଓ ବଜାରର ଆବଶ୍ୟକତା ଅନୁଯାୟୀ ସରକାର ନୀତିଗୁଡ଼ିକୁ ନିରନ୍ତର ବିକଶିତ କରିବାକୁ ପ୍ରତିବଦ୍ଧ ବୋଲି ସେ ଶିଳ୍ପ ଜଗତକୁ ଭରସା ଦେଇଛନ୍ତି। ଏହାସହ ନୀତିଗତ ଓ ପ୍ରଶାସନିକ ସ୍ତରରେ ଆବଶ୍ୟକ ପରାମର୍ଶ ଦେବାକୁ କମ୍ପାନୀଗୁଡ଼ିକୁ ଆହ୍ୱାନ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟର ବିକାଶରେ ସକ୍ରିୟ ଭାବେ ସାମିଲ ହେବାକୁ କହିଛନ୍ତି।

ବୈଠକରେ ଯୋଗଦେଇଥିବା ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର CEOମାନେ ଭାରତ ସରକାରଙ୍କ ନିର୍ମାଣ, ଡିଜାଇନ୍‌, ଭିତ୍ତିଭୂମି ଓ ପ୍ରତିଭା ବିକାଶ ସମ୍ପର୍କିତ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍‌ (ISM) 2.0 ଅଧୀନରେ ଉଦୀୟମାନ ସୁଯୋଗ ଏବଂ ଭାରତକୁ ବିଶ୍ୱର ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍‌ରେ ପରିଣତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଶିଳ୍ପ ଜଗତ ପୁଣିଥରେ ଦୋହରାଇଛି। ବୈଠକରେ ମାଇକ୍ରୋନ୍‌, ଇଣ୍ଟେଲ୍‌, AMD, ଟାଟା ଇଲେକ୍ଟ୍ରୋନିକ୍ସ, ଫକ୍ସକନ୍‌, ASML, ଟୋକିଓ ଇଲେକ୍ଟ୍ରନ୍‌, NXP, ଇନ୍‌ଫିନିଅନ୍‌, ଆପ୍ଲାଏଡ୍‌ ମ୍ୟାଟେରିଆଲ୍ସ ଓ IBM ରିସର୍ଚ୍ଚ ସମେତ ବିଶ୍ୱର ପ୍ରମୁଖ ପ୍ରଯୁକ୍ତି କମ୍ପାନୀର CEO ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଡ୍‌ଟର୍ମ ପରାଜୟ ପରେ ଜେଡି ଭାନ୍ସଙ୍କ ବଡ଼ ବୟାନ, ଏହି କାରଣରୁ ହାରିଲୁ…

ୱାଶିଂଟନ୍‌,୪ା୧୧: ଇରାନ୍‌ ସହ ଯୁଦ୍ଧ ଆମେରିକାର ରିପବ୍ଲିକାନ୍‌ ପାର୍ଟିର ମଧ୍ୟବର୍ତ୍ତୀ ବା ମିଡ୍‌ଟର୍ମ ନିର୍ବାଚନ ପରାଜୟର ପ୍ରମୁଖ କାରଣ । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ବୁଧବାର…

‘ଗଣତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ’

ପାଟଣା,୪।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର ଭାଜପା ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ ଅବସରରେ…

ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, ୨ରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ…..

ନୂଆଦିଲ୍ଲୀ,୪ା୧୧(ପି.ଟି): ବିଗତ କିଛି ଦଶନ୍ଧି ମଧ୍ୟରେ ହୋଇଥିବା ଜନସଂଖ୍ୟା ଜନିତ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିର ଭୟ ଦୂର ହୋଇଯାଇଛି । ତେଣୁ ୨ରୁ ଅଧିକ…

ବ୍ୟାଙ୍କରୁ ଟଙ୍କା ଉଠାଇ ଆସିବାବେଳେ ଲୁଟ୍‌: ବ୍ୟବସାୟୀଙ୍କଠାରୁ ଅଭିନବ ଉପାୟରେ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ-ଧାନଘର ଗାଁ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତାରେ ଜଣେ ବ୍ୟବସାୟୀ କୁଞ୍ଜନ ପାଢ଼ୀଙ୍କ ଠାରୁ ୬୦ ହଜାର ଟଙ୍କା ଥିବା…

କୋର୍ଟରେ ହାଜର ହେଉନଥିଲେ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପାଟପୁର ପୋଲିସ

ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର କୁନା ବେହେରା ଏବଂ ଯୁଧିଷ୍ଠିର ବେହେରାଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି…

ଘରେ ଲୁଚାଇ ରଖିଥିଲେ ବିପୁଳ ବାଣ, ଚଢ଼ାଉ କରି ଜବତ କଲା ପୋଲିସ

ଦିଗପହଣ୍ଡି/ଚିକିଟି,୪।୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ପୋଲିସ ଟିମ୍ ଚିକିଟି ପେଣ୍ଠ ଗ୍ରାମର ଏକ ଘରେ ଚଢ଼ାଉ କରିଛି…

’ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କଲେ ଜିଲାପାଳ, ହିତାଧିକାରୀଙ୍କ ବିକାଶ ଉପରେ ସ୍ପେଶାଲ ଫୋକସ୍‌

ଗୋଲାମୁଣ୍ଡା,୪ା୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ପଞ୍ଚାୟତର ତୁର୍ଲାପଡା(ବାଗମୁଣ୍ଡା ) ଗ୍ରାମରେ ବୁଧବାର ‘ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲାପାଳ ପାଓ୍ବାର…

ଆଇସିସି ରାଙ୍କିଂରେ ବଡ଼ ପରିବର୍ତ୍ତନ, ନମ୍ବର-୧ ବୋଲର ହେଲେ….

ନୂଆଦିଲ୍ଲୀ,୪।୧୧: ଆଇସିସି ପକ୍ଷରୁ ବୁଧବାର ଜାରି ହୋଇଥିବା ସଦ୍ୟତମ ରାଙ୍କିଂରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ଅଭିଜ୍ଞ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ପୁଣିଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?