Posted inଖେଳ

ଆଇସିସି ରାଙ୍କିଂରେ ବଡ଼ ପରିବର୍ତ୍ତନ, ନମ୍ବର-୧ ବୋଲର ହେଲେ….

ନୂଆଦିଲ୍ଲୀ,୪।୧୧: ଆଇସିସି ପକ୍ଷରୁ ବୁଧବାର ଜାରି ହୋଇଥିବା ସଦ୍ୟତମ ରାଙ୍କିଂରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ଅଭିଜ୍ଞ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ପୁଣିଥରେ ଟେଷ୍ଟ୍‌ ବୋଲିଂ ରାଙ୍କିଂର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ଦକ୍ଷିଣ ଆଫ୍ରିକାର ମାର୍କୋ ୟାନସେନଙ୍କୁ ପଛରେ ପକାଇ ଷ୍ଟାର୍କ ଏହି ସଫଳତା ହାସଲ କରିଛନ୍ତି।

ଷ୍ଟାର୍କଙ୍କ ରେଟିଂ ପଏଣ୍ଟ ୮୮୧ ଥିବାବେଳେ ୟାନସେନଙ୍କ ପଏଣ୍ଟ ୮୭୫ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଷ୍ଟାର୍କ ୯ଟି ୱିକେଟ୍‌ ନେଇଥିଲେ। ଏହି ଦମ୍‌ଦାର ପ୍ରଦର୍ଶନ ତାଙ୍କୁ ରାଙ୍କିଂରେ ଗୋଟିଏ ପାହାଚ ଉପରକୁ ଉଠାଇଛି । ଟେଷ୍ଟ୍‌ ସହ ଟି-୨୦ ରାଙ୍କିଂରେ ମଧ୍ୟ ପରିବର୍ତ୍ତନ ହୋଇଛି । ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଦୁଇଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ରାଙ୍କିଂରେ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ଟି-୨୦ ବ୍ୟାଟିଂ ଟପ୍‌-୧୦ରେ ଭାରତର ତିନି ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଅଭିଷେକ ଶର୍ମା ପ୍ରଥମ ସ୍ଥାନରେ ଥିବାବେଳେ ଈଶାନ କିଶନ ତୃତୀୟ ସ୍ଥାନରେ ରହିଛନ୍ତି।

ଦକ୍ଷିଣ ଆଫ୍ରିକାର ସ୍ପିନର ସାଇମନ୍‌ ହାର୍ମର ଟେଷ୍ଟ୍‌ ବୋଲିଂ ରାଙ୍କିଂରେ ୯ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ସେ ୧୦ଟି ୱିକେଟ୍‌ ନେଇଥିଲେ । ଏହା ସହ ଟେଷ୍ଟ୍‌ ବୋଲିଂ ଟପ୍‌-୧୦ରେ ଦକ୍ଷିଣ ଆଫ୍ରିକାର ତିନି ଜଣ ବୋଲର ସ୍ଥାନ ପାଇଛନ୍ତି । କାଗିସୋ ରବାଡା ଅଷ୍ଟମ ସ୍ଥାନରେ ଅଛନ୍ତି । ଟେଷ୍ଟ୍‌ ବୋଲିଂ ରାଙ୍କିଂର ଟପ୍‌-୫ରେ ଷ୍ଟାର୍କ ପ୍ରଥମ, ୟାନସେନ ଦ୍ୱିତୀୟ, ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନରୀ ତୃତୀୟ, ଇଂଲଣ୍ଡର ଓଲି ରବିନ୍‌ସନ ଚତୁର୍ଥ ଏବଂ ଭାରତର ଯଶପ୍ରୀତ ବୁମ୍‌ରା ପଞ୍ଚମ ସ୍ଥାନରେ ରହିଛନ୍ତି।

ଟେଷ୍ଟ୍‌ ଅଲ୍‌ରାଉଣ୍ଡର ରାଙ୍କିଂରେ ମାର୍କୋ ୟାନସେନ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । କେପ୍‌ଟାଉନ୍‌ରେ ଖେଳାଯାଇଥିବା ତୃତୀୟ ଟେଷ୍ଟ୍‌ରେ ସେ ମାତ୍ର ୩ଟି ୱିକେଟ୍‌ ନେଇଥିଲେ ମଧ୍ୟ ବ୍ୟାଟ୍‌ରେ ୫୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଏହି ରାଙ୍କିଂରେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ, ଦକ୍ଷିଣ ଆଫ୍ରିକାର ୱିଆନ୍‌ ମୁଲଡର ତୃତୀୟ, ବାଂଲାଦେଶର ମେହଦୀ ହାସନ ମିରାଜ ଚତୁର୍ଥ ଏବଂ ସାଇମନ୍‌ ହାର୍ମର ପଞ୍ଚମ ସ୍ଥାନରେ ଅଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାନ, ଚାଉଳ ମହଜୁଦ ସୂଚନା ପାଇଁ ପୋର୍ଟାଲ ଆରମ୍ଭ

ନୂଆଦିଲ୍ଲୀ, ୧୫ା୧୧ (ପି.ଟି.): ଦେଶରେ ଧାନ ଏବଂ ଚାଉଳର କୃତ୍ରିମ ଅଭାବ, କଳାବଜାରୀ ଏବଂ ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ…

ବିଦେଶରୁ ଫେରିଥିଲେ ଜନଗଣନାରେ ସାମିଲ ହୋଇପାରିବେ

ଲକ୍ଷ୍ନୌ,୧୫ା୧୧: ଜନଗଣନା ସମୟରେ ଅସ୍ଥାୟୀ ଭାବେ ବିଦେଶ ଯାଇଥିବା ଭାରତୀୟ ଯଦି ୩୫ ଦିନ ମଧ୍ୟରେ ଫେରିଆସନ୍ତି ତେବେ ଗଣନା ନିୟମ ଅନୁଯାୟୀ, ତାଙ୍କୁ ତାଙ୍କ ସ୍ୱାଭାବିକ…

ଏସ୍‌ସିଓ ବୈଠକ: ଭାରତ ଆସିବେ ପାକିସ୍ତାନ ମନ୍ତ୍ରୀ

ଇସ୍‌ଲାମାବାଦ,୧୫ା୧୧(ପି.ଟି): ଭାରତରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସିଭିଲାଇଜେଶନାଲ ଡାଏଲଗ ବୈଠକରେ ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମଲିକ ଅଂଶଗ୍ରହଣ କରିବେ ବୋଲି…

ବାଲଟ ନୁହେଁ,ସିଲଟରେ ବି ଭୋଟ ପାଇବେନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୧(ରବିନାରାୟଣ ଜେନା): କଂଗ୍ରେସ ଓ କେତେକ ବିରୋଧୀ ଦଳ ଦେଶର ପ୍ରଗତିକୁ ସହି ନ ପାରି ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି। ଏଥିରେ କଂଗ୍ରେସ ନେତା…

ଭୀଷଣ ବାତ୍ୟାରେ ପରିଣତ ହେବ ‘ଅକ୍ୱାନ’: IMD ଦେଲା ଚେତାବନୀ

ଭୁବନେଶ୍ୱର, ୧୫ା୧୧(ବନ୍ଦନା ସେଠୀ): ଦକ୍ଷିଣ-ପୂର୍ୱ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ୧୬ ତାରିଖ ସୋମବାର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ…

ସବୁ ଯୋଗ୍ୟଙ୍କ ମୁଣ୍ଡ ଉପରେ ପକ୍କା ଛାତ ପ୍ରାଥମିକତା, ଓଡ଼ିଶାକୁ ମିଳିଲା ୧ ଲକ୍ଷ ଅଧିକ ଆବାସ

ବଲାଙ୍ଗୀର, ୧୫ା୧୧ (ବୀରେନ୍ଦ୍ର କୁମାର ଝାଙ୍କର): ସବୁ ଯୋଗ୍ୟ ହିତାଧିକାରୀଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ…

ରବିନ୍ଦ୍ର ଜାଡେଜାଙ୍କୁ ଖୋଜିଥିବା କୋଚ୍‌ଙ୍କଠାରୁ ଶିଖିଥିଲେ କ୍ରିକେଟ, ଏବେ ପାକିସ୍ତାନଠାରୁ ବିଜୟ ଛଡ଼ାଇ ଆଣି ଚର୍ଚ୍ଚାରେ Mohit Ulva

ନୂଆଦିଲ୍ଲୀ,୧୪।୧୧: ଭାରତ ଏବଂ ପାକିସ୍ତାନ କ୍ରିକେଟ୍ କହିଲେ ସାଧାରଣତଃ ସିନିୟର୍ ପୁରୁଷ କ୍ରିକେଟ୍ ଦଳର ମୁକାବିଲାକୁ ବୁଝାଯାଏ, କିନ୍ତୁ ଆଗାମୀ ଦିନରେ ଅଣ୍ଡର-୧୯ ଏସିଆ କପ୍ ୨୦୨୬ର…

ଲୁଚାଇ ରଖିଥିଲେ ମାଓବାଦୀ: ମାଟିତଳୁ ମିଳିଲା ବିସ୍ଫୋରକ

ନୂଆପଡ଼ା,୧୪ା୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଥାନା ଅନ୍ତର୍ଗତ ପାଟଧରା ଓ ଗର୍ଜନପାଣି ସଂରକ୍ଷିତ ଜଙ୍ଗଲରେ କେତେଜଣ ଯବାନଙ୍କ ସହ ମାଓବାଦୀ ନିହତ ହୋଇଥିଲେ। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?