୨୪ ଘଣ୍ଟାରେ ପିଚୁ ଉଠିଲା

ଯାଜପୁର ରୋଡ,୧୧ା୧(ଡି.ଏନ.ଏ.): ପ୍ରଶାସନିକ ଉଦାସୀନତା ଯୋଗୁ ଏବେ ବ୍ୟାସନଗର ପୌର ପରିଷଦର ପ୍ରାୟ ପ୍ରତ୍ୟେକ ଗଳିକନ୍ଦି ସମସ୍ୟା ଜର୍ଜରିତ ଜନାକୀର୍ଣ୍ଣ ସହର ଭାବେ ପରିଗଣିତ ହେଉଛି। ଏହି ସହରର ୧୭ନଂ.ୱାର୍ଡ ଅନ୍ତର୍ଗତ ସାପଗଡିଆ ମୁଖ୍ୟରାସ୍ତାରୁ ଷ୍ଟାଡିୟମ ଗେଟ ପର୍ଯ୍ୟନ୍ତ ୧ କିମି ରାସ୍ତା ରବିବାର ପିଚୁ ପକାଯାଇଥିଲା। ସୋମବାର ସକାଳେ ବିଭିନ୍ନ ସ୍ଥାନରେ ସେହି ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଥିଲା। ଏଭଳି ନିମ୍ନମାନର କାମ କରି ଅନୁଦାନର ସିଂହଭାଗ ଅର୍ଥ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ଆତ୍ମସାତ୍‌ କରୁଥିବାରୁ ସହରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ସହରର ପ୍ରମୁଖ ରାସ୍ତାଗୁଡ଼ିକର ମରାମତି ସହ ପ୍ରମୁଖ ଛକର ସୌନ୍ଦର୍ଯ୍ୟକରଣ କରାଯିବାକୁ ବିଭିନ୍ନ ଯୋଜନାରୁ ବାର୍ଷିକ ଅନେକ କୋଟି ଟଙ୍କା ଅନୁଦାନ ଆସୁଛି। କିନ୍ତୁ ସହରରେ ଏମିତି ୱାର୍ଡ ନାହିଁ ଯେଉଁଠି ରାସ୍ତା ଓ ଡ୍ରେନ ସମସ୍ୟା ନାହିଁ। ଜିଲା ବାହାରର ଆଗନ୍ତୁକ ତଥା ପର୍ଯ୍ୟଟକମାନେ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ଏହି ସହରର ଏପରି ଅବସ୍ଥାକୁ ଦେଖିଲେ ନକରାମତ୍କ ଚିନ୍ତାଧାରା ପୋଷଣ କରୁଛନ୍ତି। ଏପରି କି ସହରବାସୀ ଏଭଳି ଦୁର୍ନୀତି ଉପରେ ଅସନ୍ତୋଷ ପ୍ରକାଶ କରି ପ୍ରଶାସନିକ କଳକୁ ବାଃବାଃ କରୁଛନ୍ତି। ଦୀର୍ଘଦିନ ହେଲା ସାପଗଡ଼ିଆ-ଷ୍ଟାଡିୟମ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଏନେଇ ଅଞ୍ଚଳବାସୀ ଅଭିଯୋଗ କରିବାରୁ ପୂର୍ତ୍ତ ବିଭାଗ ଦ୍ୱାରା ୧୦ ଲକ୍ଷ ଟଙ୍କାର ଅନୁଦାନ ଆବଣ୍ଟିତ ହୋଇ କାର୍ଯ୍ୟ ଚାଲିଥିଲା। ହେଲେ ଠିକାଦାର ଅଧିକ ଲାଭ କରିବା ଆଶାରେ ଆବଶ୍ୟକ ପିଚୁ ବ୍ୟବହାର କରି ନ ଥିଲେ। ଏପରି କି ଏଷ୍ଟିମେଟ ଅନୁଯାୟୀ ଅତି ପତଳା ପିଚୁ ପକାଯାଇଥିବାରୁ ତାହା ୨୪ ଘଣ୍ଟା ମଧ୍ୟ ତିଷ୍ଠି ପାରି ନ ଥିଲା। ଏହି କାମରେ ଅର୍ଦ୍ଧାଧିକ ଟଙ୍କା ହରିଲୁଟ ମସୁଧା ହୋଇଥିଲା। ତେବେ ଅଞ୍ଚଳବାସୀ ଅଭିଯୋଗ କରିବାରୁ ସୋମବାର ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ସେହି ରାସ୍ତାର ପୁଣି ମରାମତି ହୋଇଛି। ଏ ସଂକ୍ରାନ୍ତରେ ଏସ୍‌ଡିଓ ପ୍ରଶାନ୍ତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ରାସ୍ତା କାମ ହେବା ପରେ ବହୁ ଗାଡି ଚଳାଚଳ ଯୋଗୁ ପିଚୁ ଉଠିଯାଇଥିଲା। ଖବର ପାଇ ପୁଣି ସେହି ରାସ୍ତା କାମ ଭଲଭାବେ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ପାଣିରେ ବୁଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଲାଞ୍ଜିଗଡ଼, ୧୭ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଏକ ନାଳପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

ହସ୍ପିଟାଲରୁ ମହିଳାଙ୍କ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ…

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୁରୁବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ(୪୫)ଙ୍କ ମୃତଦେହ ବ୍ରହ୍ମପୁର ବଡ଼…

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?