୨୪ ଘଣ୍ଟାରେ ପିଚୁ ଉଠିଲା

ଯାଜପୁର ରୋଡ,୧୧ା୧(ଡି.ଏନ.ଏ.): ପ୍ରଶାସନିକ ଉଦାସୀନତା ଯୋଗୁ ଏବେ ବ୍ୟାସନଗର ପୌର ପରିଷଦର ପ୍ରାୟ ପ୍ରତ୍ୟେକ ଗଳିକନ୍ଦି ସମସ୍ୟା ଜର୍ଜରିତ ଜନାକୀର୍ଣ୍ଣ ସହର ଭାବେ ପରିଗଣିତ ହେଉଛି। ଏହି ସହରର ୧୭ନଂ.ୱାର୍ଡ ଅନ୍ତର୍ଗତ ସାପଗଡିଆ ମୁଖ୍ୟରାସ୍ତାରୁ ଷ୍ଟାଡିୟମ ଗେଟ ପର୍ଯ୍ୟନ୍ତ ୧ କିମି ରାସ୍ତା ରବିବାର ପିଚୁ ପକାଯାଇଥିଲା। ସୋମବାର ସକାଳେ ବିଭିନ୍ନ ସ୍ଥାନରେ ସେହି ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଥିଲା। ଏଭଳି ନିମ୍ନମାନର କାମ କରି ଅନୁଦାନର ସିଂହଭାଗ ଅର୍ଥ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ଆତ୍ମସାତ୍‌ କରୁଥିବାରୁ ସହରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ସହରର ପ୍ରମୁଖ ରାସ୍ତାଗୁଡ଼ିକର ମରାମତି ସହ ପ୍ରମୁଖ ଛକର ସୌନ୍ଦର୍ଯ୍ୟକରଣ କରାଯିବାକୁ ବିଭିନ୍ନ ଯୋଜନାରୁ ବାର୍ଷିକ ଅନେକ କୋଟି ଟଙ୍କା ଅନୁଦାନ ଆସୁଛି। କିନ୍ତୁ ସହରରେ ଏମିତି ୱାର୍ଡ ନାହିଁ ଯେଉଁଠି ରାସ୍ତା ଓ ଡ୍ରେନ ସମସ୍ୟା ନାହିଁ। ଜିଲା ବାହାରର ଆଗନ୍ତୁକ ତଥା ପର୍ଯ୍ୟଟକମାନେ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ଏହି ସହରର ଏପରି ଅବସ୍ଥାକୁ ଦେଖିଲେ ନକରାମତ୍କ ଚିନ୍ତାଧାରା ପୋଷଣ କରୁଛନ୍ତି। ଏପରି କି ସହରବାସୀ ଏଭଳି ଦୁର୍ନୀତି ଉପରେ ଅସନ୍ତୋଷ ପ୍ରକାଶ କରି ପ୍ରଶାସନିକ କଳକୁ ବାଃବାଃ କରୁଛନ୍ତି। ଦୀର୍ଘଦିନ ହେଲା ସାପଗଡ଼ିଆ-ଷ୍ଟାଡିୟମ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଏନେଇ ଅଞ୍ଚଳବାସୀ ଅଭିଯୋଗ କରିବାରୁ ପୂର୍ତ୍ତ ବିଭାଗ ଦ୍ୱାରା ୧୦ ଲକ୍ଷ ଟଙ୍କାର ଅନୁଦାନ ଆବଣ୍ଟିତ ହୋଇ କାର୍ଯ୍ୟ ଚାଲିଥିଲା। ହେଲେ ଠିକାଦାର ଅଧିକ ଲାଭ କରିବା ଆଶାରେ ଆବଶ୍ୟକ ପିଚୁ ବ୍ୟବହାର କରି ନ ଥିଲେ। ଏପରି କି ଏଷ୍ଟିମେଟ ଅନୁଯାୟୀ ଅତି ପତଳା ପିଚୁ ପକାଯାଇଥିବାରୁ ତାହା ୨୪ ଘଣ୍ଟା ମଧ୍ୟ ତିଷ୍ଠି ପାରି ନ ଥିଲା। ଏହି କାମରେ ଅର୍ଦ୍ଧାଧିକ ଟଙ୍କା ହରିଲୁଟ ମସୁଧା ହୋଇଥିଲା। ତେବେ ଅଞ୍ଚଳବାସୀ ଅଭିଯୋଗ କରିବାରୁ ସୋମବାର ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ସେହି ରାସ୍ତାର ପୁଣି ମରାମତି ହୋଇଛି। ଏ ସଂକ୍ରାନ୍ତରେ ଏସ୍‌ଡିଓ ପ୍ରଶାନ୍ତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ରାସ୍ତା କାମ ହେବା ପରେ ବହୁ ଗାଡି ଚଳାଚଳ ଯୋଗୁ ପିଚୁ ଉଠିଯାଇଥିଲା। ଖବର ପାଇ ପୁଣି ସେହି ରାସ୍ତା କାମ ଭଲଭାବେ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ: ୧ ହଜାର କି.ଗ୍ରା. ପର୍ଯ୍ୟନ୍ତ ବହନ କରିବ ଯୁଦ୍ଧାସ୍ତ୍ର

ବାଲେଶ୍ୱର,୭ା୧୨(ମାନସ ବିଶ୍ୱାଳ): ଭଦ୍ରକ ଜିଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି।...

ବରଯାତ୍ରୀଙ୍କୁ ପେଟ୍ରୋଲ ବଣ୍ଟା ଯାଉଥିଲା ବେଳେ ଲାଗିଲା ନିଆଁ : ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର,୭।୧୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ନିଆଁ ଲାଗି ୫ ବର୍ଷର...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ପାହାଡ଼ରୁ ଧସିଲା ମାଟି ଅତଡ଼ା

କୋରାପୁଟ/ନାରାୟଣପାଟଣା,୭।୧୨(ଅମିତାଭ ବେହେରା/ରାଜକିଶୋର ଜେନା): ବାତ୍ୟା ମିଗ୍‌ଜୋମ୍‌ର ଭୟ ଟଳି ଯାଇଥିବା ବେଳେ ଦେଇଯାଇଛି ଦୁଃଖ l ଏହାର ପ୍ରଭାବରେ କୋରାପୁଟ ଜିଲାରେ ୨ ଦିନ ହେଲା...

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri