ବୀମା ସହାୟତା ଆଶାରେ ଜମି ଜାଲିଆତି

ବରଗଡ଼ ଅଫିସ୍‌,୨୭।୮: ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅନିୟମିତତା ଯୋଗୁ ଏହା ବାଟବଣା ହୋଇ ପଡ଼ିଛି। ଅନେକ ସ୍ଥଳେ ବୀମା କମ୍ପାନୀ ବିଭିନ୍ନ ଆଳରେ ଚାଷୀଙ୍କୁ ବୀମା କ୍ଷତିପୂରଣରୁ ବାଦ୍‌ ଦେଉଛି। ଅନ୍ୟପଟେ ଚାଷୀଙ୍କ ଲାଭ ଉଠାଇବାକୁ କିଛି ମୁନାଫାଖୋର ମଧ୍ୟସ୍ଥ ସକ୍ରିୟ ହୋଇ ପଡ଼ିଛନ୍ତି। ଏକ ନିର୍ଦ୍ଦିଷ୍ଟ ର଼୍ୟାକେଟ୍‌ର ଠକାମୀ ଯୋଗୁ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ସେମାନଙ୍କ ବୀମା ସହାୟତା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ବରଗଡ଼ ଜିଲାରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ବୀମା ସହାୟତା ପାଇବା ଆଶାରେ ଅନ୍ୟ ଚାଷୀଙ୍କ ଜମି ଉପରେ କିଛି ନିର୍ଦ୍ଦିଷ୍ଟ ଲୋକ ବୀମା ପ୍ରିମିୟମ ରାଶି ଭରିବା ଭଳି ଠକାମୀ କରିଛନ୍ତି। ଫଳରେ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ବୀମା କ୍ଷତିପୂରଣ ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଏଭଳି ଘଟଣା ଆସୁଥିବା ସତ୍ତ୍ବେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାୁନାହିଁ। ଏହା ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ଭୂମିକାକୁ ନେଇ ସନ୍ଦେହ ଉପୁଜିଛି। ଅନ୍ୟପଟେ ତଥ୍ୟ ପାଇବା ପରେ ସମ୍ପୃକ୍ତ କ୍ଷତିଗ୍ରସ୍ତ ଚାଷୀ ମୁହଁ ଖୋଲିଲେ ତାଙ୍କୁ ଧମକଚମକ ଦିଆଯାଉଥିବା ଅଭିଯୋଗ ହୋଇଛି।
ବରଗଡ଼ ଜିଲାରେ ଏଭଳି ଅନେକ ଜମି ଜାଲିଆତି ହୋଇଥିବାବେଳେ ଏଥିରେ କିଛି ତଥାକଥିତ ଚାଷୀନେତାଙ୍କ ହାତ ରହିଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ଗୁରୁବାର ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଡ଼ାଗୟା ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ବାବାଜୀ ସାହୁ ତାଙ୍କ ନାତି ଶୁକଦେବଙ୍କ ସହିତ ଏଭଳି ଏକ ଅଭିଯୋଗ ନେଇ ମୁଖ୍ୟ ଜିଲା କୃଷି ଅଧିକାରୀ ଏବଂ ଜିଲାପାଳଙ୍କ ଅଫିସକୁ ଆସିଥିଲେ। ସ୍ବଳ୍ପ ବୃଷ୍ଟିପାତ ଯୋଗୁ ୨୦୨୧ ମସିହାରେ ତାଙ୍କର ଫସଲକ୍ଷତି ହେବା ସତ୍ତ୍ବେ ସେ ବୀମା କ୍ଷତିପୂରଣ ପାଇ ପାରି ନ ଥିବା ଅଭିଯୋଗ କରିଥିଲେ। ତେବେ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ସେ ଯେଉଁ ତଥ୍ୟ ପାଇଥିଲେ, ତାହା ତାଙ୍କୁ ହତବାକ୍‌ କରି ଦେଇଥିବା ବାବାଜୀ ପ୍ରକାଶ କରିଛନ୍ତି। ଚାଷକାର୍ଯ୍ୟ ଆରମ୍ଭରୁ ସେ ପ୍ରାଥମିକ କୃଷି ସମବାୟ ସମିତିରେ ବୀମା ପ୍ରିମିୟମ ଭରିଥିଲେ। କିନ୍ତୁ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ତାଙ୍କ ଚାଷଜମିରେ ନିଜ ଗ୍ରାମ ଏବଂ ପଲସାପାଲି ଗ୍ରାମର ଅନ୍ୟ ୨ଜଣ ତାଙ୍କ ଅଜ୍ଞାତରେ ବୀମା ପ୍ରିମିୟମ ଭରିଛନ୍ତି। ଫଳରେ ସେ ବୀମା କ୍ଷତିପୂରଣ ସହାୟତା ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ବୀମା ପ୍ରିମିୟମ ଭରିଥିବା ସମ୍ପୃକ୍ତ ନକଲି ଚାଷୀଙ୍କୁ ଫୋନ କଲେ ସେମାନେ ପ୍ରକୃତ ଚାଷୀଙ୍କୁ ଧମକଚମକ ଦେଉଛନ୍ତି।
କେବଳ ବାବାଜୀ ନୁହଁନ୍ତି, ଏଭଳି ଶତାଧିକ ଚାଷୀଙ୍କ ଜମି ଜାଲିଆତି କରି କିଛି ମୁନାଫାଖୋର୍‌ ମଧ୍ୟସ୍ଥ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କ ବୀମା କ୍ଷତିପୂରଣ ସହାୟତା ରାଶି ହଡ଼ପ୍‌ କରିବାକୁ ଉଦ୍ୟମ କରିଛନ୍ତି। ବୀମା ପ୍ରିମିୟମ ଜମା କରିବା ସମୟରେ ମଧ୍ୟ ଏଭଳି ଘଟଣା ନଜରକୁ ଆସିଥିଲା ଏବଂ ଏଥିରେ ଅଙ୍କୁଶ ଲଗାଇବା ପାଇଁ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଜିଲା ପ୍ରଶାସନକୁ ଫେରାଦ ହୋଇଥିଲେ। ମାତ୍ର ସେତେବେଳେ କିଛି ଠୋସ୍‌ ପଦକ୍ଷେପ ନିଆଯାଇ ନ ଥିବାରୁ ବର୍ତ୍ତମାନ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀମାନେ ବୀମା କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଜୟ କିଷାନ ଆନ୍ଦୋଳନର ସଭାପତି ସୁଶିଲ ସାହୁ କହିଛନ୍ତି, ଏହା ଏକ ଅକ୍ଷମଣୀୟ ଅପରାଧ। ଜିଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହିତ ନେଇ ପ୍ରକୃତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ ଦାବି କରିଛନ୍ତି। ସେହିପରି ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆ କହିଛନ୍ତି, ଫସଲବୀମା ଜାଲିଆତି ନେଇ ବରଗଡ଼ ଜିଲାରେ ଏକ ର଼୍ୟାକେଟ୍‌ ସକ୍ରିୟ ହୋଇଛି। ଝାରବନ୍ଧ, ପାଇକମାଳଠାରୁ ଆରମ୍ଭ କରି ଭଟଲି, ଅତାବିରା ପର୍ଯ୍ୟନ୍ତ ସବୁଆଡ଼େ ଏହାର ଜାଲ ବିଛାଇ ହୋଇଛି । ନିରୀହ ଚାଷୀଙ୍କ ଶହ ଶହ ହେକ୍ଟର ଜମିକୁ ନିଜ ନାମରେ ପ୍ରିମିୟମ ଭରି ଫସଲବୀମାକୁ ଗୋଟିଏ ବେପାର କରିଦେଲେଣି। ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର। ଏଭଳି ଅସାଧୁ ଲୋକଙ୍କ ପାଇଁ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ ସହାୟତା ପାଇବାରେ ବିଳମ୍ବ ଘଟୁଛି ବୋଲି ସେ କହିଥିଲେ। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣାଙ୍କୁ ପଚାରିବାରୁ ସେ କହିଲେ, ଯେଉଁ ଚାଷୀ ଚାହିଁଲେ ଆମେ ସେମାନଙ୍କୁ ତଥ୍ୟ ଯୋଗାଇ ଦେଉଛୁ। ସେମାନେ ଚାହିଁଲେ ଯାହା କିଛି ପଦକ୍ଷେପ କିମ୍ବା ଆଇନର ସହାୟତା ନେଇ ପାରିବେ ବୋଲି ମହାରଣା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri