ସରକାରୀ ସୁବିଧାରୁ ବଞ୍ଚିତ ପାହାଡ଼ି ଗାଁ ପେଣ୍ଟାମାମୁଡ଼ି

ଚିତ୍ରକୋଣ୍ଡା,୨୫ା୧(କ୍ଷୀରୋଦ ବେହେରା): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ଦୁର୍ଗମ ପାହାଡି ତଳ ଗାଁ ପେଣ୍ଟାମାମୁଡ଼ି। ଉକ୍ତ ଗାଁ ସରକାରୀ ସୁବିଧାରୁ ବଞ୍ଚିତ ରହିଛି। ଉକ୍ତ ଗ୍ରାମକୁ ଧୂଳିପୁଟ ପଞ୍ଚାୟତ କାର୍ଯ୍ୟାଳୟରୁ ପାହାଡ ରାସ୍ତାରେ ୧୫ କି.ମି.ହେଉଥିବା ବେଳେ ସୁନାମଗୋଇ ଗ୍ରାମ ବାଟ ପାହାଡ଼ ଜଙ୍ଗଲ ଭିତରେ ଦେଇ ୩ କି.ମି.ଅତିକ୍ରମ କଲେ ଗ୍ରାମକୁ ଯାଇହେବ। ଏହି ଗ୍ରାମରେ ମୋଟ ୧୬ ଆଦିବାସୀ କନ୍ଧ ସମ୍ପ୍ରଦାୟ ପରିବାର ବାସ କରୁଛନ୍ତି। ସ୍ବାଧୀନତାର ଦଶନ୍ଧି ଦଶନ୍ଧି ପରେ ମଧ୍ୟ ଗ୍ରାମକୁ ଅଛି ରାସ୍ତା ନା ପାନୀୟ ଜଳ ସୁବିଧା। ବିଦ୍ୟୁତ୍‌ ସେବା ନ ଥିବା ବେଳେ ପିଲା ପାଠ ପଢିବାକୁ ନ ଥିବାରୁ ସରକାରୀ ସେବାରୁ ବଞ୍ଚିତ ରହି ଜୀବନ ବିତାଉଛନ୍ତି ଗ୍ରାମବାସୀ। ଆଦିବାସୀ ମାନେ ବହୁ କଷ୍ଟରେ ଯାତାୟାତ କରି ଜୀବନ ବିତାଉଛନ୍ତି l ପିଡ଼ିଏସ୍‌ ଚାଉଳ ଓ ଭତ୍ତା ନେବା ପାଇଁ ନାହିଁ ନ ଥିବା ଅସୁବିଧାରେ ପାହାଡ଼ ଚଢି ଯାଉଥିବା ଗ୍ରାମବାସୀ କହିଛନ୍ତି l ନିଜ ଗ୍ରାମଦେଇ ଯାଇଥିବା ନାଳରେ ଗାତରୁ ବାହାରୁ ଥିବା ପାଣିକୁ ଛାଣି ପିଉଛନ୍ତି। ସେଇଭଳି ଏବେ ବି ସେହି ଗ୍ରାମକୁ ବିୁଦ୍ୟତ୍‌ ସଂଯୋଗୀକରଣ ହୋଇନଥିବାରୁ ଅନ୍ଧାର ଭିତରେ ରହୁଛନ୍ତି ଉକ୍ତ ଗ୍ରାମବାସୀ। ଉକ୍ତ ଗ୍ରାମକୁ ରାସ୍ତା ନ ଥିବାରୁ ଇନ୍ଦିରା ଆବାସ ଓ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ କହିଛନ୍ତି l ଜିଲା ପ୍ରଶାସନ ଉକ୍ତ ଗ୍ରାମ ସମସ୍ୟାକୁ ଅନୁଧ୍ୟାନ କରି ତୁରନ୍ତ ସୁବିଧା ଯୋଗାଇଦେବାକୁ ପେଣ୍ଟାମାମୁଡ଼ି ଗ୍ରାମବାସୀ ଦାବି କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିବେଳେ ଓଡ଼ିଆ ଯବାନଙ୍କ ଜୀବନ ଗଲା, ଆଜି ଗାଁରେ ମରଶରୀର ପହଞ୍ଚିବା ପରେ…

ଆନନ୍ଦପୁର,୧ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପୁଟୁଝରି ଗାଁର ବିଏସ୍‌ଏଫ୍‌ ଯବାନ ଅଜୟ କୁମାର ସୋରେନ (୩୭) ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ନିର୍ବାଚନ ଡ୍ୟୁଟି…

ବଂଶଧାରା ଉପରମୁଣ୍ଡରେ ଆନିକଟ ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର, ନିର୍ଭର ପ୍ରତିଶ୍ରୁତି ଦେଇ…

ଗୁଣପୁର,୧ା୫(ସୁଜାତା ପାଢ଼ୀ): ବଂଶଧାରା ନଦୀ ଉପରମୁଣ୍ଡରେ ଆନିକଟ ନିର୍ମାଣ ପାଇଁ ବଂଶଧାରା ଅବବାହିକା ସୁରକ୍ଷା ସମିତି ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ାଗସ୍ତରେ ଥିବା କେନ୍ଦ୍ର ଗ୍ରାମୀଣ ଉନ୍ନୟନ…

ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକଙ୍କ ଅବସ୍ଥା ନେଇ ଆଲୋଚନା

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ଅନୁବନ୍ଧିତ ଖେମୁଣ୍ଡି ବିଶକର୍ମା ରାଜମିସ୍ତ୍ରୀ ଓ କାରିଗର…

ମନମୁଖୀ କରାଯାଉଛି କର୍ମଚାରୀ ଛଟେଇ: ଟିପିଡବ୍ଲ୍ୟୁଓଡିଏଲ ବିରୋଧରେ ବିକ୍ଷୋଭ

ଲୋଇସିଂହା,୧।୫(ସୁଶାନ୍ତ ବାରିକ):ଟିପିଡବ୍ଲ୍ୟୁଓଡିଏଲର ମନମୁଖୀ ଛଟେଇ ବିରୋଧରେ ୱେଷ୍ଟର୍ଣ୍ଣ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଲୋଇସିଂହା ବିଦ୍ୟୁୁତ ସେକ୍ସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନର…

ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ: ପୁଣି ଜୋର୍‌ ଧରିଲା ଉଚ୍ଛେଦ ଦାବି

ବରଗଡ,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବହୁଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବି ପୁଣି ତେଜି ଉଠିଛି। ଏହି ଦାବି ନେଇ ବରଗଡ଼…

କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଘର କାନ୍ଥ, କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଦାବି

କଲ୍ୟାଣସିଂହପୁର,୧ା୫(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ଜଗନ୍ନାଥ କଲୋନୀରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଘର…

କାଳବୈଶାଖୀର ଭୀଷଣ ତାଣ୍ଡବ: ତପ୍ତପାଣିରେ ଘର ଉପରେ ପଡ଼ିଗଲା ଗଛ, ଭିତରେ ଶୋଇଥିଲେ ପରିବାର

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଗୁରୁବାର ରାତି ପ୍ରାୟ ସାଢେ ୧୧ ଟାରୁ ଭୋର ୪…

୪ ଦୁର୍ଗମ ଗ୍ରାମର ୫୯ ଜଣଙ୍କୁ ମିଳିବ ଜନ୍ମ ପ୍ରମାଣପତ୍ର

ଗୁଡାରି , ୧।୫ (ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡାରି ତହସିଲଦାର ଏ. ସ୍ନେହଲତାଙ୍କ ନେତୃତ୍ୱରେ କାର୍ଯ୍ୟାଳୟର ଏକ ଟିମ୍‌ ବ୍ଲକର ଦୁର୍ଗମ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri