ଓଡ଼ିଶୀ ସଙ୍ଗୀତ’ ପାଇଁ ବାଟ ଖୋଲିଲା

ଭୁବନେଶ୍ୱର,୩ା୯(ବ୍ୟୁରୋ):ଦୀର୍ଘଦିନ ଧରି ନିଜ ହକ୍‌ ପାଇପାରୁ ନ ଥିବା ଓଡ଼ିଶୀ ସଙ୍ଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା। ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ଦେବାଲାଗି ନିଆଯିବ ତ୍ୱରିତ ପଦକ୍ଷେପ। ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ ପ୍ରସ୍ତାବ ବୁଧବାର ରାଜ୍ୟ କ୍ୟାବିନେଟ୍‌ରେ ପାରିତ ହେବାପରେ ଏନେଇ ଆଶା ସଞ୍ଚାର ହୋଇଛି।
ସରକାର ୧୯୬୪ରେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟମାନ୍ୟତା ଦେଇଛନ୍ତି। ୨୦୧୪ରେ ଓଡ଼ିଆ ଭାଷାକୁ ୬ଷ୍ଠତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିିଳିଛି। ହେଲେ ବ୍ରିଟିଶଶାସନ କାଳରେ ଅବହେଳା ଯୋଗୁ ଓଡ଼ିଶୀକୁ ଏପର୍ଯ୍ୟନ୍ତ ଏହାର ନ୍ୟାର୍ଯ୍ୟ ଅଧିକାର ମିଳିପାରିନାହିଁ। ଆବଶ୍ୟକ ଗବେଷଣା ହୋଇନାହିଁ କି ପୁନରୁଦ୍ଧାର ଓ ପ୍ରଚାର ପ୍ରସାର ଦିଗରେ ମଧ୍ୟ ସେପରି କୌଣସି ପଦକ୍ଷେପ ନିଆଯାଇନାହିଁ। ଦେଶର ପ୍ରମୁଖ ସଙ୍ଗୀତଗୁଡିକ ମଧ୍ୟରୁ ଓଡ଼ିଶୀ ସଙ୍ଗୀତ ଅନ୍ୟତମ ହୋଇଥିବାବେଳେ ସ୍ବତନ୍ତ୍ର ରାଗ, ତାଳସାଙ୍ଗକୁ ଗାୟନ ଶୈଳୀ ଏହାକୁ ଅନ୍ୟ ସଙ୍ଗୀତଠାରୁ ଭିନ୍ନ କରିଥାଏ। ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ଇତିହାସ ୨୫୦୦ବର୍ଷରୁ ମଧ୍ୟ ଅଧିକ। ଏହା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସମସ୍ତ ମାନଦଣ୍ଡକୁ ପୂରଣ କରୁଥିଲେ ବି ନିଜର ହକ୍‌ ପାଇପାରୁ ନ ଥିଲା। ତେବେ ଦୀର୍ଘବର୍ଷର ପ୍ରତୀକ୍ଷା ପରେ ଏବେ ଓଡ଼ିଶୀ ନୃତ୍ୟ ପରି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ କେନ୍ଦ୍ରର ଅନୁମୋଦନ ପାଇଁ କ୍ୟାବିନେଟ୍‌ ମୋହର ବାଜିଛି।
ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ୨୦୧୪ରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଗତ ୬ବର୍ଷ ହେଲା ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରାଯାଇ ସଂସ୍କୃତି ମନ୍ତ୍ରଣାଳୟକୁ ପଠାଯାଉଥିଲା। ଏବେସୁଦ୍ଧା ୩ଟି ରିପୋର୍ଟ ପଠାଯାଇଥିଲେ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଉତ୍ତର ମିଳି ନ ଥିଲା। ନିକଟରେ ୪ର୍ଥଥର ପାଇଁ ଆଉଏକ ରିପୋର୍ଟ ପଠାଯାଇଥିଲା। ତେବେ କ୍ୟାବିନେଟ୍‌ ଅନୁମୋଦନ ପରେ ଓଡ଼ିଶୀ ସଙ୍ଗୀତର ପୁରାତନ ଦସ୍ତାବିଜ୍‌ ସହ ଓଡିଶୀ ସଙ୍ଗୀତର କ୍ରମବିକାଶ, ଇତିହାସ ଓ ପରମ୍ପରା, ରାଗ, ରାଗିଣୀ, ଜାଗା ଆଖଡା ସଙ୍ଗୀତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସଙ୍ଗୀତର କ୍ରମବିକାଶ, ଆନୁଷଙ୍ଗିକ କଳାରେ ଓଡ଼ିଶୀ ସଙ୍ଗୀତ, ଶ୍ରୀକ୍ଷେତ୍ର ସଙ୍ଗୀତ, ଓଡ଼ିଶୀ ସଙ୍ଗୀତରେ ତାଳବାଦ୍ୟର ବ୍ୟବହାର, ଗାୟନ ଶୈଳୀର ବୈଶିଷ୍ଠ୍ୟ ଆଦି ଉପରେ ଠିକ୍‌ ତଥ୍ୟ ଓ ଦସ୍ତାବିଜ୍‌ ଦାଖଲ କରାଯିବ ବୋଲି ବିଶେଷଜ୍ଞ ଏବଂ ସଙ୍ଗୀତକାର ମାନେ ଆଶାବ୍ୟକ୍ତ କରିଛନ୍ତି। ଏନେଇ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଙ୍ଗୀତା ଗୋସାଇଁ କହିଛନ୍ତି, କ୍ୟାବିନେଟ୍‌ରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ ପ୍ରସ୍ତାବ ପାରିତ ହେବା ଆମ ପାଇଁ ଅତ୍ୟନ୍ତ ଖୁସିର ବିଷୟ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଧନ୍ୟବାଦ। ମୁଁ ବ୍ୟକ୍ତିଗତ ଭାବେ ଦୀଘବର୍ଷ ଧରି ଏକ୍ଷେତ୍ରରେ କାମ କରୁଛି। ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଐତିହ୍ୟ, ପରମ୍ପରାରେ ଓଡ଼ିଶୀ ସଙ୍ଗୀତ ଏକ ଗୁରୁତ୍ୱପୁର୍ଣ୍ଣ ଅଂଶ। ଏହି ପଦକ୍ଷେପ ପରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଏବେ ସୁନିଶ୍ଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri