୫୦ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି ଅଭିଯୋଗ

ଭୁବନେଶ୍ୱର,୩ା୯(ବ୍ୟୁରୋ):ଜନ୍ମପୂର୍ବରୁ ମା’ର ଗର୍ଭ ନଷ୍ଟ କରିବାକୁ ଚାହୁଁଥିଲେ ବାପା। ହେଲେ ଜନ୍ମ ପରେ ଶିଶୁପୁତ୍ରଙ୍କୁ ଅନ୍ୟଜଣଙ୍କୁ ୫୦ହଜାର ଟଙ୍କାରେ ବିକ୍ରି କରିଦେଲେ। ଗତ କିଛିମାସ ତଳେ ରାଜଧାନୀରେ ଏହି ସ୍ପର୍ଶକାତର ଘଟଣା ଘଟିଥିଲା। ପୋଲିସଠାରୁ ନ୍ୟାୟ ନ ପାଇ ଶିଶୁପୁତ୍ରର ମା’ ଏବେ ଜାତୀୟ ମାନବିକ ଅଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହେବା ପରେ ଘଟଣା ପଦାକୁ ଆସିଛି।
ଅଭିଯୋଗ ମୁତାବକ, ନୟାଗଡ଼ ଜିଲା ରଣପୁର ଅଞ୍ଚଳର ଜଣେ ଯୁବତୀଙ୍କ ସହ ନୟାଗଡ଼ର ତପନ ପଲାଇଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୧୮ରେ ଉଭୟ ବାଙ୍ଗାଲୋରରେ ଏକାଠି ରହିବା ସହ ସେଠାକାର ଏକ ସାଇ ମନ୍ଦିରରେ ବିବାହ କରି ସ୍ବାମୀସ୍ତ୍ରୀ ହୋଇ ଚଳୁଥିଲେ। ଗତବର୍ଷ ସେମାନେ ବାଙ୍ଗାଲୋରରୁ ଓଡ଼ିଶା ଚାଲି ଆସିଥିଲେ। ମହିଳାଜଣଙ୍କୁ ଖଣ୍ଡଗିରିରେ ରହୁଥିବା ବାପାଙ୍କ ପାଖରେ ଛାଡ଼ି ତପନ ଗାଁକୁ ପଳାଇଥିଲେ। ମଝିରେ ମଝିରେ ଖଣ୍ଡଗିରିସ୍ଥିତ ଶ୍ୱଶୁର ଘରକୁ ଆସି ରହୁଥିଲେ। ଏହା ଭିତରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ତପନ ଗର୍ଭନଷ୍ଟ କରିବା ପାଇଁ ସ୍ତ୍ରୀଙ୍କୁ ଔଷଧ ଦେଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଇତିମଧ୍ୟରେ ସେମାନେ ସାଲିଆସାହିରେ ଘରଭଡ଼ା ନେଇ ରହିଥିଲେ। ଗତ ମାର୍ଚ୍ଚ ୨୬ରେ ଜୟଦେବ ବିହାରସ୍ଥିତ ଏକ ନର୍ସିଂହୋମ୍‌ରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାର କିଛିଦିନ ପରେ ଦିନେ ହଠାତ୍‌ ପୁଅକୁ ନ ପାଇ ମା’ ବ୍ୟତିବ୍ୟସ୍ତ ହୋଇପଡିଥିଲେ। ତପନଙ୍କୁ ପଚାରିବାରୁ ଡେଲିଭରି ସମୟରେ ବାକିଥିବା ହସ୍ପିଟାଲ ଖର୍ଚ୍ଚ ଦେବାକୁ ପୁଅକୁ ୫୦ହଜାର ଟଙ୍କାରେ ବିକ୍ରି କରିଦେଇଥିବା ତପନ ଜଣାଇଥିଲେ। ଏପିରି କି କାହାକୁ କହିଲେ ତାଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଥିଲେ। ଏହାପରେ ମହିଳା ଜଣକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରି ନିରାଶ ହେବାରୁ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରୁ କୌଣସି ସୁଫଳ ନ ମିଳିବାରୁ ଏନ୍‌ଏଚ୍‌ଆର୍‌ସିଙ୍କୁ ନ୍ୟାୟ ନିବେଦନ କରିଛନ୍ତି। ପୁଅକୁ ଉଦ୍ଧାର କରିବା ସହ ମାମଲା ରୁଜୁ କରି ନ ଥିବା ଥାନା ଅଧିକାରୀ ଓ ଅଭିଯୁକ୍ତ ତପନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?