ସପକ୍ଷରେ ୨୧, ବିପକ୍ଷରେ ୮ ଗାଁ

ବଇଣ୍ଡା, (ପରିକ୍ଷିତ ସାହୁ ) ୩ା୯: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ଧଉରାଗୋଠ ବାରବାଙ୍କିଆ ନାଳଠାରେ ହେବାକୁ ଥିବା ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତି ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଏହି ପ୍ରକଳ୍ପକୁ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୨୧ ଖଣ୍ଡ ଗ୍ରାମବାସୀ ସମର୍ଥନ କରୁଥିବା ବେଳେ ୮ ଗାଁ ଲୋକେ ବିରୋଧ କରୁଛନ୍ତି। ସରକାର ଏଥିପାଇଁ ସର୍ଭେ କରିବା ସହ ପଲ୍ଲିସଭା ମଧ୍ୟ କରାଇଛନ୍ତି। କିନ୍ତୁ ପ୍ରକଳ୍ପ ଆଗକୁ ବଢ଼ିବ କି ନାହିଁ ସେ ନେଇ ସରକାରଙ୍କ ନିଷ୍ପତ୍ତି ଏଯାଏ ଜନସାଧାରଣଙ୍କୁ ଜଣାଯାଇ ନାହିଁ।
କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତରେ ଧଉରାଗୋଠ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ୧୯୭୦ ମସିହାରେ ରାଜ୍ୟ ସରକାର ଚିନ୍ତା କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା କିଶୋରନଗର ଓ ଆଠମଲ୍ଲିକ ବ୍ଲକର ଧଉରାଗୋଠ, ଦାମୋଦରପୁର, କରଡାବାହାଳୀ ମଧୁ, କୃତ୍ତିବାସପୁର, ବନମାଳୀପୁର, ବାଲିପଟ୍ଟା, ମନ୍ଦରବାହାଳ, ବରପଦା, ତେନ୍ତୁଳିପଦର, ଖଡକବାହାଳ, ଜରପଡା, ଆମ୍ବଦର, ବରପାଲି, କୁରୁମଟାପ, ଗୁଣ୍ଡୁରୀଖଳି, ନୂଆବରପାଲି, ଗୁଣ୍ଡୁରୀ, ଦାମବାହାଳ, ଫୁଲରିବଣିଆ, ପଟାପଥର, ପେଡିପଥର ଆଦି ଗ୍ରାମର ୩୩୪୩.୫୫ ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିଥାନ୍ତା। ୯୦ ପ୍ରତିଶତ ଖରିଫ୍‌ ଓ ୪୫ ପ୍ରତିଶତ ରବି ଚାଷ ହୋଇପାରିଥାନ୍ତା। ୧୯୯୮ରେ ରାଜ୍ୟ ସରକାର ପ୍ରକଳ୍ପ ପାଇଁ ୧୬ କୋଟି ୮୦ ଲକ୍ଷ ଟଙ୍କାର ଅଟକଳ କରିଥିଲେ। ୨୦୦୮ରେ ଏହା ୬୭ କୋଟି ୬୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ପ୍ରକଳ୍ପରେ କ୍ଷତିଗ୍ରସ୍ତ ହେବାକୁ ଥିବା ୧୨.୪୯୪ ହେକ୍ଟର ଜଙ୍ଗଲ ଜମିକୁ ପଲ୍ଲିସଭା ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରାଯାଇଛି। ସର୍ଭେ ଓ ଅନୁସନ୍ଧାନ ପାଇଁ ସରକାରଙ୍କ ପକ୍ଷରୁ ୨୦୦୬-୦୭ ଓ ୨୦୦୭-୦୮ରେ ୧ କୋଟି ୯୦ ଲକ୍ଷ ୨୭ ହଜାର ୮୯୨ ଟଙ୍କା ଖର୍ଚ୍ଚ ହୋଇଥିବା ମାନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପ ବିଭାଗ ପକ୍ଷରୁ ଜଣାପଡିଛି। ଏହି ପ୍ରକଳ୍ପ ହେଲେ କିଶୋରନଗର ବ୍ଲକର ଭେଜିଗୋଠ, ଡଙ୍ଗାଧର, ସୋଲଣ୍ଡା, ଅର୍ଜୁନଧରା ଓ ଆଠମଲ୍ଲିକ ବ୍ଲକର ପେଡିପଥର ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯିବ। ସେହିପରି କିଶୋରନଗର ବ୍ଲକର ବଣିନାଳୀ, ଲୁହାମୁଣ୍ଡା ଓ ଆଠମଲ୍ଲିକ ବ୍ଲକର ଝାରବଇଣ୍ଡା ଗ୍ରାମର ଅଳ୍ପ ଚାଷ ଜମି କ୍ଷତିଗ୍ରସ୍ତ ହେବ। ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଧଉରାଗୋଠ ମଧ୍ୟମ ଜଳସେଚନ ଯୋଜନା ଗଣସଂଗ୍ରାମ କମିଟି ପକ୍ଷରୁ ବହୁବାର ଆନ୍ଦୋଳନ କରାଯାଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ନଭେମ୍ବର ୨, ୨୦୧୯ରେ ବଣିନାଳୀ, ନଭେମ୍ବର ୪ରେ ଭେଜିଗୋଠ, ଲୁହାମୁଣ୍ଡା, ଅର୍ଜୁନଧରା, ନଭେମ୍ବର ୨୮ରେ ଝାରବଇଣ୍ଡା, ପେଡ଼ିପଥର, ନଭେମ୍ବର ୨୯ରେ ଧଉରାଗୋଠ, ନଭେମ୍ବର ୩୦ରେ ସୋଲଣ୍ଡା ଗ୍ରାମରେ ପଲ୍ଲିସଭା କରାଯାଇଥିଲା। ଏଥିରେ ସ୍ଥାନୀୟ ୮ଟି ଗ୍ରାମବାସୀ ଭାଗ ନେଇ ପ୍ରକଳ୍ପକୁ ବିରୋଧ କରିଥିଲେ। ଏ ସମ୍ପର୍କରେ ଆଠମଲ୍ଲିକ ମାନଜୋର ଜଳସେଚନ ପ୍ରକଳ୍ପ ଏସ୍‌ଡିଓ ପୂର୍ଣ୍ଣଚନ୍ଦ୍ର ସାହୁ କୁହନ୍ତି, ପ୍ରକଳ୍ପ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ୮ଟି ଗ୍ରାମରେ ପଲ୍ଲିସଭା କରାଯାଇଥିଲା। କ୍ଷତିଗ୍ରସ୍ତ ଓ ସମ୍ପୂର୍ଣ୍ଣ ବୁଡ଼ି ଯାଉଥିବା ଗ୍ରାମବାସୀ ବିରୋଧ କରିଥିଲେ। ଏଣିକି ସରକାର ଯାହା ନିଷ୍ପତ୍ତି ନେବେ ବୋଲି ଏସ୍‌ଡିଓ ସାହୁ ପ୍ରକାଶ କରିଛନ୍ତି।
ଉପରମୁଣ୍ଡ ଚାଷୀ କ୍ଷତି ସହିବେ
ପ୍ରକଳ୍ପକୁ ସ୍ବାଗତ କରୁଛି। ହେଲେ ଏହି ପ୍ରକଳ୍ପ କରାଗଲେ ତଳମୁଣ୍ଡକୁ ପାଣି ଯିବ ସିନା ଉପରମୁଣ୍ଡ ଚାଷୀ କ୍ଷତି ସହିବେ। ସରକାର ସର୍ବଦା କ୍ଷତିଗ୍ରସ୍ତଙ୍କୁ ଉପେକ୍ଷା କରି ଆସୁଛନ୍ତି।
– ଅକ୍ଷୟ କୁମାର ପ୍ରଧାନ, ବଣିନାଳୀ
ଥଇଥାନର ନଁା ଧରିବେନି ସରକାର
ପ୍ରକଳ୍ପକୁ ଅର୍ଜୁନଧରା ଗ୍ରାମବାସୀ ପଲ୍ଲିସଭାରେ ବିରୋଧ କରିଛନ୍ତି। ପ୍ରକଳ୍ପ ହେଲେ ଜମି ଚାଲିଯିବ। ଖାଇବାକୁ ମୁଠେ ମିଳିବ ନାହିଁ। ଥଇଥାନର ନଁା ଧରିବେନି ସରକାର। ତେଣୁ ଜମି ଦେବୁ ନାହିଁ।
-ଦିଲୀପ କୁମାର ପ୍ରଧାନ, ଅର୍ଜୁନଧରା
ପ୍ରକଳ୍ପ ବନ୍ଦ କରାଯାଉ
ପ୍ରକଳ୍ପ ହେଲେ ସୋଲଣ୍ଡା ଗ୍ରାମବାସୀ ଭିଟାମାଟି ହରାଇବେ। ୩ ଶହ ପରିବାର ବିସ୍ଥାପିତ ହେବେ। ଗଁା ପାଣିରେ ବୁଡ଼ିଗଲେ କେହି ସାହା ହେବେନି। ଏହି ପ୍ରକଳ୍ପ ବନ୍ଦ କରାଯାଉ।
-ଶ୍ରୀଧର ମାଝି, ସୋଲଣ୍ଡା
୨୨ ଗଁା ଉପକୃତ ହେବ
ସରକାର ୫୦ ବର୍ଷ ତଳେ ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଚିନ୍ତା କରିଥିଲେ। ଏ ନେଇ ବହୁବାର ଆନ୍ଦୋଳନ କରାଯାଇଛି। ପ୍ରକଳ୍ପ ଯୋଗୁ ୨୨ ଖଣ୍ଡ ଗ୍ରାମର ଚାଷୀ ଉପକୃତ ହେବେ।
-ଭଗବାନ ସାହୁ, ଗଣ ସଂଗ୍ରାମ
କମିଟି ସଭାପତି, କୁରୁମଟାପ
ପଲ୍ଲିସଭାରେ ବିରୋଧ କରାଯାଇଛି
ଝାରବଇଣ୍ଡା ଗ୍ରାମର ୮୦ ପ୍ରତିଶତ ଲୋକ କ୍ଷତିଗ୍ରସ୍ତ ହେବେ। ସରକାର ଥଇଥାନ କରିବାର ପ୍ରତିଶ୍ରୁତି ଠିକ୍‌ ଭାବେ ପାଳନ କରିବେ ନାହିଁ। ତେଣୁ ପଲ୍ଲିସଭାରେ ବିରୋଧ କରାଯାଇଛି।
-ସ୍ମିତାଞ୍ଜଳି ସାହୁ, ଝାରବଇଣ୍ଡା
ପ୍ରକଳ୍ପ ଆବଶ୍ୟକ ନାହିଁ
ଯେଉଁ ସମୟରେ ପ୍ରକଳ୍ପ ଚିନ୍ତା କରାଗଲା ସେହି ସମୟରେ ପଦକ୍ଷେପ ନିଆଗଲାନି। ଏବେ ଏହି ଅଞ୍ଚଳରେ ହଜାର ହଜାର ଘର ନିର୍ମାଣ ହୋଇଛି। ତେଣୁ ଆଉ ପ୍ରକଳ୍ପର ଆବଶ୍ୟକତା ନାହିଁ।
-ହୃଷୀକେଶ ପ୍ରଧାନ, ପେଡ଼ିପଥର


Enter your email to get our daily news in your inbox.

All Right Reserved By Dharitri.Com

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ପୋଡୁ ଚାଷବେଳେ ହଠାତ୍‌ ମାଡିଆସିଲା ଭୟଙ୍କର ବର୍ଷା, ପବନ: ଗଛ ମୂଳେ ଆଶ୍ରୟ ନେଇଥିବା ୩ ମହିଳାଙ୍କୁ ମାରିଲା ବିଜୁଳି

  ଥୁଆମୂଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଗ୍ରାମର ନୁନ ପାଣି ପାହାଡ଼ ନିକଟରେ ଆଜି ଏକ…

ଦିଗପହଣ୍ଡି ଏନଏସି ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଶୁଭାରମ୍ଭ; ନାଗରିକଙ୍କ ସହଭାଗିତା, ସଚେତନତା, ସୁଶାସନ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସହରରେ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏନଏସି କାର୍ଯ୍ୟାଳୟ ସମ୍ମିଳନୀ…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri