ସପକ୍ଷରେ ୨୧, ବିପକ୍ଷରେ ୮ ଗାଁ

ବଇଣ୍ଡା, (ପରିକ୍ଷିତ ସାହୁ ) ୩ା୯: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ଧଉରାଗୋଠ ବାରବାଙ୍କିଆ ନାଳଠାରେ ହେବାକୁ ଥିବା ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତି ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଏହି ପ୍ରକଳ୍ପକୁ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୨୧ ଖଣ୍ଡ ଗ୍ରାମବାସୀ ସମର୍ଥନ କରୁଥିବା ବେଳେ ୮ ଗାଁ ଲୋକେ ବିରୋଧ କରୁଛନ୍ତି। ସରକାର ଏଥିପାଇଁ ସର୍ଭେ କରିବା ସହ ପଲ୍ଲିସଭା ମଧ୍ୟ କରାଇଛନ୍ତି। କିନ୍ତୁ ପ୍ରକଳ୍ପ ଆଗକୁ ବଢ଼ିବ କି ନାହିଁ ସେ ନେଇ ସରକାରଙ୍କ ନିଷ୍ପତ୍ତି ଏଯାଏ ଜନସାଧାରଣଙ୍କୁ ଜଣାଯାଇ ନାହିଁ।
କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତରେ ଧଉରାଗୋଠ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ୧୯୭୦ ମସିହାରେ ରାଜ୍ୟ ସରକାର ଚିନ୍ତା କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା କିଶୋରନଗର ଓ ଆଠମଲ୍ଲିକ ବ୍ଲକର ଧଉରାଗୋଠ, ଦାମୋଦରପୁର, କରଡାବାହାଳୀ ମଧୁ, କୃତ୍ତିବାସପୁର, ବନମାଳୀପୁର, ବାଲିପଟ୍ଟା, ମନ୍ଦରବାହାଳ, ବରପଦା, ତେନ୍ତୁଳିପଦର, ଖଡକବାହାଳ, ଜରପଡା, ଆମ୍ବଦର, ବରପାଲି, କୁରୁମଟାପ, ଗୁଣ୍ଡୁରୀଖଳି, ନୂଆବରପାଲି, ଗୁଣ୍ଡୁରୀ, ଦାମବାହାଳ, ଫୁଲରିବଣିଆ, ପଟାପଥର, ପେଡିପଥର ଆଦି ଗ୍ରାମର ୩୩୪୩.୫୫ ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିଥାନ୍ତା। ୯୦ ପ୍ରତିଶତ ଖରିଫ୍‌ ଓ ୪୫ ପ୍ରତିଶତ ରବି ଚାଷ ହୋଇପାରିଥାନ୍ତା। ୧୯୯୮ରେ ରାଜ୍ୟ ସରକାର ପ୍ରକଳ୍ପ ପାଇଁ ୧୬ କୋଟି ୮୦ ଲକ୍ଷ ଟଙ୍କାର ଅଟକଳ କରିଥିଲେ। ୨୦୦୮ରେ ଏହା ୬୭ କୋଟି ୬୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ପ୍ରକଳ୍ପରେ କ୍ଷତିଗ୍ରସ୍ତ ହେବାକୁ ଥିବା ୧୨.୪୯୪ ହେକ୍ଟର ଜଙ୍ଗଲ ଜମିକୁ ପଲ୍ଲିସଭା ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରାଯାଇଛି। ସର୍ଭେ ଓ ଅନୁସନ୍ଧାନ ପାଇଁ ସରକାରଙ୍କ ପକ୍ଷରୁ ୨୦୦୬-୦୭ ଓ ୨୦୦୭-୦୮ରେ ୧ କୋଟି ୯୦ ଲକ୍ଷ ୨୭ ହଜାର ୮୯୨ ଟଙ୍କା ଖର୍ଚ୍ଚ ହୋଇଥିବା ମାନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପ ବିଭାଗ ପକ୍ଷରୁ ଜଣାପଡିଛି। ଏହି ପ୍ରକଳ୍ପ ହେଲେ କିଶୋରନଗର ବ୍ଲକର ଭେଜିଗୋଠ, ଡଙ୍ଗାଧର, ସୋଲଣ୍ଡା, ଅର୍ଜୁନଧରା ଓ ଆଠମଲ୍ଲିକ ବ୍ଲକର ପେଡିପଥର ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯିବ। ସେହିପରି କିଶୋରନଗର ବ୍ଲକର ବଣିନାଳୀ, ଲୁହାମୁଣ୍ଡା ଓ ଆଠମଲ୍ଲିକ ବ୍ଲକର ଝାରବଇଣ୍ଡା ଗ୍ରାମର ଅଳ୍ପ ଚାଷ ଜମି କ୍ଷତିଗ୍ରସ୍ତ ହେବ। ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଧଉରାଗୋଠ ମଧ୍ୟମ ଜଳସେଚନ ଯୋଜନା ଗଣସଂଗ୍ରାମ କମିଟି ପକ୍ଷରୁ ବହୁବାର ଆନ୍ଦୋଳନ କରାଯାଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ନଭେମ୍ବର ୨, ୨୦୧୯ରେ ବଣିନାଳୀ, ନଭେମ୍ବର ୪ରେ ଭେଜିଗୋଠ, ଲୁହାମୁଣ୍ଡା, ଅର୍ଜୁନଧରା, ନଭେମ୍ବର ୨୮ରେ ଝାରବଇଣ୍ଡା, ପେଡ଼ିପଥର, ନଭେମ୍ବର ୨୯ରେ ଧଉରାଗୋଠ, ନଭେମ୍ବର ୩୦ରେ ସୋଲଣ୍ଡା ଗ୍ରାମରେ ପଲ୍ଲିସଭା କରାଯାଇଥିଲା। ଏଥିରେ ସ୍ଥାନୀୟ ୮ଟି ଗ୍ରାମବାସୀ ଭାଗ ନେଇ ପ୍ରକଳ୍ପକୁ ବିରୋଧ କରିଥିଲେ। ଏ ସମ୍ପର୍କରେ ଆଠମଲ୍ଲିକ ମାନଜୋର ଜଳସେଚନ ପ୍ରକଳ୍ପ ଏସ୍‌ଡିଓ ପୂର୍ଣ୍ଣଚନ୍ଦ୍ର ସାହୁ କୁହନ୍ତି, ପ୍ରକଳ୍ପ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ୮ଟି ଗ୍ରାମରେ ପଲ୍ଲିସଭା କରାଯାଇଥିଲା। କ୍ଷତିଗ୍ରସ୍ତ ଓ ସମ୍ପୂର୍ଣ୍ଣ ବୁଡ଼ି ଯାଉଥିବା ଗ୍ରାମବାସୀ ବିରୋଧ କରିଥିଲେ। ଏଣିକି ସରକାର ଯାହା ନିଷ୍ପତ୍ତି ନେବେ ବୋଲି ଏସ୍‌ଡିଓ ସାହୁ ପ୍ରକାଶ କରିଛନ୍ତି।
ଉପରମୁଣ୍ଡ ଚାଷୀ କ୍ଷତି ସହିବେ
ପ୍ରକଳ୍ପକୁ ସ୍ବାଗତ କରୁଛି। ହେଲେ ଏହି ପ୍ରକଳ୍ପ କରାଗଲେ ତଳମୁଣ୍ଡକୁ ପାଣି ଯିବ ସିନା ଉପରମୁଣ୍ଡ ଚାଷୀ କ୍ଷତି ସହିବେ। ସରକାର ସର୍ବଦା କ୍ଷତିଗ୍ରସ୍ତଙ୍କୁ ଉପେକ୍ଷା କରି ଆସୁଛନ୍ତି।
– ଅକ୍ଷୟ କୁମାର ପ୍ରଧାନ, ବଣିନାଳୀ
ଥଇଥାନର ନଁା ଧରିବେନି ସରକାର
ପ୍ରକଳ୍ପକୁ ଅର୍ଜୁନଧରା ଗ୍ରାମବାସୀ ପଲ୍ଲିସଭାରେ ବିରୋଧ କରିଛନ୍ତି। ପ୍ରକଳ୍ପ ହେଲେ ଜମି ଚାଲିଯିବ। ଖାଇବାକୁ ମୁଠେ ମିଳିବ ନାହିଁ। ଥଇଥାନର ନଁା ଧରିବେନି ସରକାର। ତେଣୁ ଜମି ଦେବୁ ନାହିଁ।
-ଦିଲୀପ କୁମାର ପ୍ରଧାନ, ଅର୍ଜୁନଧରା
ପ୍ରକଳ୍ପ ବନ୍ଦ କରାଯାଉ
ପ୍ରକଳ୍ପ ହେଲେ ସୋଲଣ୍ଡା ଗ୍ରାମବାସୀ ଭିଟାମାଟି ହରାଇବେ। ୩ ଶହ ପରିବାର ବିସ୍ଥାପିତ ହେବେ। ଗଁା ପାଣିରେ ବୁଡ଼ିଗଲେ କେହି ସାହା ହେବେନି। ଏହି ପ୍ରକଳ୍ପ ବନ୍ଦ କରାଯାଉ।
-ଶ୍ରୀଧର ମାଝି, ସୋଲଣ୍ଡା
୨୨ ଗଁା ଉପକୃତ ହେବ
ସରକାର ୫୦ ବର୍ଷ ତଳେ ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଚିନ୍ତା କରିଥିଲେ। ଏ ନେଇ ବହୁବାର ଆନ୍ଦୋଳନ କରାଯାଇଛି। ପ୍ରକଳ୍ପ ଯୋଗୁ ୨୨ ଖଣ୍ଡ ଗ୍ରାମର ଚାଷୀ ଉପକୃତ ହେବେ।
-ଭଗବାନ ସାହୁ, ଗଣ ସଂଗ୍ରାମ
କମିଟି ସଭାପତି, କୁରୁମଟାପ
ପଲ୍ଲିସଭାରେ ବିରୋଧ କରାଯାଇଛି
ଝାରବଇଣ୍ଡା ଗ୍ରାମର ୮୦ ପ୍ରତିଶତ ଲୋକ କ୍ଷତିଗ୍ରସ୍ତ ହେବେ। ସରକାର ଥଇଥାନ କରିବାର ପ୍ରତିଶ୍ରୁତି ଠିକ୍‌ ଭାବେ ପାଳନ କରିବେ ନାହିଁ। ତେଣୁ ପଲ୍ଲିସଭାରେ ବିରୋଧ କରାଯାଇଛି।
-ସ୍ମିତାଞ୍ଜଳି ସାହୁ, ଝାରବଇଣ୍ଡା
ପ୍ରକଳ୍ପ ଆବଶ୍ୟକ ନାହିଁ
ଯେଉଁ ସମୟରେ ପ୍ରକଳ୍ପ ଚିନ୍ତା କରାଗଲା ସେହି ସମୟରେ ପଦକ୍ଷେପ ନିଆଗଲାନି। ଏବେ ଏହି ଅଞ୍ଚଳରେ ହଜାର ହଜାର ଘର ନିର୍ମାଣ ହୋଇଛି। ତେଣୁ ଆଉ ପ୍ରକଳ୍ପର ଆବଶ୍ୟକତା ନାହିଁ।
-ହୃଷୀକେଶ ପ୍ରଧାନ, ପେଡ଼ିପଥର


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri