ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ। ବୁଧବାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପ୍ୟାଣ୍ଟ୍ ଠାରେ ରାଜାରାଣୀ ଝାମୁଯାତ୍ରା ଏବଂ ମାଳି ଚଗା ସହିତ ସମ୍ପନ୍ନ ହୋଇଯାଇଛି ଚଳିତ ବର୍ଷ ପୌଷ ପର୍ବର ଅନ୍ତିମ ଉତ୍ସବ।

ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁଲୋକଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା। ପ୍ୟାଣ୍ଟ ରାଜାରାଣୀ ଉତ୍ସବ କମିଟି ଏଵଂ ପତିତ ପାବନ ଯୁବ ଅନୁଷ୍ଠାନ କୋଷାବରା ଦ୍ବାରା ଆୟୋଜିତ ଏହି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ଉଦଯାପିତ ହୋଇଥିଲା। ଆଦିବାସୀଙ୍କ ମହାନ ପର୍ବ “ଟୋକିମରା” ପରବ୍ ପାଳନ ଅବସରରେ ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭିନ୍ନ ଭିନ୍ନ ଉତ୍ସବ ପାଳନ କରୁଥିବାର ଦେଖାଯାଇଥାଏ।

ମୁଖ୍ୟ ପର୍ବ “ଟୋକିମରା” ଉତ୍ସବ ପରେ ଅନ୍ତିମ ପର୍ଯ୍ୟାୟରେ ବାଲିପଟା, ଧାଙ୍ଗଡି ଝୁଲା ଏବଂ ଧାଙ୍ଗଡି ଦେଖା ଭଳି ଉତ୍ସବ ପାଳନ ହୋଇଥାଏ। ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ହେଲେ ପ୍ୟାଣ୍ଟ୍ ଠାରେ ଦୀର୍ଘ ୫୦ ବର୍ଷ ହେବ ପୌଷ ପର୍ବର ଶେଷ ଉତ୍ସବ ଭାବେ ଏହି ଉତ୍ସବ ପାଳନ ହେଇ ଆସୁଛି। ରାଜାରାଣୀ ଝାମୁଯାତ୍ରା ବା ମାଳି ଚଗା ଉତ୍ସବ ଭାବେ ପାଳନ ହେଇ ଆସୁଥୁବା ଏହି ଉତ୍ସବରେ ସ୍ଥାନୀୟ ରାଜା ଏବଂ ରାଣୀ ନାମକ ଦୁଇ ପାହାଡକୁ ପୂଜା କରାଯାଇଥାଏ।

ଏହି ଅବସରରେ ଉକ୍ତ ସ୍ଥାନରେ ସ୍ଥାନୀୟ ଦେବାଦେବୀଙ୍କ ଆସ୍ଥାନରେ ପୂଜାର୍ଚ୍ଚନା କରାଯାଇଥାଏ। ସେଠାରେ ଦେବୀଙ୍କ କାଳିସି ଲାଗି ହେଲା ପରେ କଣ୍ଟା ଦୋଳିରେ ଝୁଲି ଥାଆନ୍ତି ଏବଂ ପରେ ଅଗ୍ନି ପରୀକ୍ଷା ପାଇଁ ନିଆଁରେ ଚାଲିଥାଆନ୍ତି। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁଲୋକଙ୍କ ସମାଗମ ହୋଇଥିଲା। ଗତ କିଛି ବର୍ଷ ହେବ ଏହି ଯାତ୍ରାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଡାନ୍ସ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଆସୁଛି। ସେହିଭଳି ଚଳିତ ବର୍ଷ ମଧ୍ୟ ଡାନ୍ସ ପ୍ରତିଯୋଗିତା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ୍ ବିଜେଡି ସଭାପତି କପିଳାସ ନାଏକ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନେତା ମହେନ୍ଦ୍ର ମାଝୀ, ଆଦିବାସୀ ସଂଘ ସଭାପତି ସନାତନ ମାଝୀ, ପୂର୍ବତନ ସମିତି ସଭ୍ୟ ରକ୍ତ ମାଝୀ, ଗୁଞ୍ଜେନ ମାଝୀ, କ୍ରିଷ୍ଣା ମାଝୀ, ବିରିକୋଟ ସମିତି ସଭ୍ୟା ଗୁରୁବାରି ମାଝୀ, ଘାସିରାମ ମାଝୀ ପ୍ରମୁଖ ମଞ୍ଚଶୀନ ହୋଇଥିବା ବେଳେ ଅନୁଷ୍ଠାନର ସଭାପତି ଲିଙ୍ଗରାଜ ମାଝୀ, ଉପ ସଭାପତି କେଶରୀ ନାଏକ, ସମ୍ପାଦକ ହାରୁ ମାଝୀ, ସହ ସମ୍ପାଦକ ରୂପା ମାଝୀ, କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଏକ ଏବଂ ହେଲୋ ପ୍ୟାଣ୍ଟ ରାଜାରାଣୀ ପୂଜା କମିଟି ସଦସ୍ୟ ସହଯୋଗ କରିଥିଲେ।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିତେନ୍ଦ୍ର ନାଏକ, ଅଭି ନାଏକ ଓ ପରମାନନ୍ଦ ନାଏକ ପ୍ରମୁଖ ପରିଚାଳନା କରିଥିଲେ। ଡାନ୍ସ ପ୍ରତିଯୋଗିତାରେ ଯଦୁମଣି ନାଏକ, ଭଜମନ ନାଏକ, ଗନେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ବିଚାରକ ଭାବରେ ଦୈତ୍ୟ ତୁଲାଇ ଥିଲେ ଏବଂ ପରିଶେଷରେ ବିଜେତା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଅନୁଷ୍କା ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆର.ଏସ.ଏ ଡାନ୍ସ ଗ୍ରୁପ୍ କୋଷାବରା ଦ୍ୱିତୀୟ ଏବଂ ମା’ ତାରିଣୀ ଡାନ୍ସ ଗ୍ରୁପ୍ କୁମାର୍କାନି ପ୍ରଥମ ସ୍ଥାନ ଅଧିକାର କରି ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ ଏବଂ ଉପସ୍ଥିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri