ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ। ବୁଧବାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପ୍ୟାଣ୍ଟ୍ ଠାରେ ରାଜାରାଣୀ ଝାମୁଯାତ୍ରା ଏବଂ ମାଳି ଚଗା ସହିତ ସମ୍ପନ୍ନ ହୋଇଯାଇଛି ଚଳିତ ବର୍ଷ ପୌଷ ପର୍ବର ଅନ୍ତିମ ଉତ୍ସବ।

ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁଲୋକଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା। ପ୍ୟାଣ୍ଟ ରାଜାରାଣୀ ଉତ୍ସବ କମିଟି ଏଵଂ ପତିତ ପାବନ ଯୁବ ଅନୁଷ୍ଠାନ କୋଷାବରା ଦ୍ବାରା ଆୟୋଜିତ ଏହି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ଉଦଯାପିତ ହୋଇଥିଲା। ଆଦିବାସୀଙ୍କ ମହାନ ପର୍ବ “ଟୋକିମରା” ପରବ୍ ପାଳନ ଅବସରରେ ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭିନ୍ନ ଭିନ୍ନ ଉତ୍ସବ ପାଳନ କରୁଥିବାର ଦେଖାଯାଇଥାଏ।

ମୁଖ୍ୟ ପର୍ବ “ଟୋକିମରା” ଉତ୍ସବ ପରେ ଅନ୍ତିମ ପର୍ଯ୍ୟାୟରେ ବାଲିପଟା, ଧାଙ୍ଗଡି ଝୁଲା ଏବଂ ଧାଙ୍ଗଡି ଦେଖା ଭଳି ଉତ୍ସବ ପାଳନ ହୋଇଥାଏ। ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ହେଲେ ପ୍ୟାଣ୍ଟ୍ ଠାରେ ଦୀର୍ଘ ୫୦ ବର୍ଷ ହେବ ପୌଷ ପର୍ବର ଶେଷ ଉତ୍ସବ ଭାବେ ଏହି ଉତ୍ସବ ପାଳନ ହେଇ ଆସୁଛି। ରାଜାରାଣୀ ଝାମୁଯାତ୍ରା ବା ମାଳି ଚଗା ଉତ୍ସବ ଭାବେ ପାଳନ ହେଇ ଆସୁଥୁବା ଏହି ଉତ୍ସବରେ ସ୍ଥାନୀୟ ରାଜା ଏବଂ ରାଣୀ ନାମକ ଦୁଇ ପାହାଡକୁ ପୂଜା କରାଯାଇଥାଏ।

ଏହି ଅବସରରେ ଉକ୍ତ ସ୍ଥାନରେ ସ୍ଥାନୀୟ ଦେବାଦେବୀଙ୍କ ଆସ୍ଥାନରେ ପୂଜାର୍ଚ୍ଚନା କରାଯାଇଥାଏ। ସେଠାରେ ଦେବୀଙ୍କ କାଳିସି ଲାଗି ହେଲା ପରେ କଣ୍ଟା ଦୋଳିରେ ଝୁଲି ଥାଆନ୍ତି ଏବଂ ପରେ ଅଗ୍ନି ପରୀକ୍ଷା ପାଇଁ ନିଆଁରେ ଚାଲିଥାଆନ୍ତି। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁଲୋକଙ୍କ ସମାଗମ ହୋଇଥିଲା। ଗତ କିଛି ବର୍ଷ ହେବ ଏହି ଯାତ୍ରାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଡାନ୍ସ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଆସୁଛି। ସେହିଭଳି ଚଳିତ ବର୍ଷ ମଧ୍ୟ ଡାନ୍ସ ପ୍ରତିଯୋଗିତା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ୍ ବିଜେଡି ସଭାପତି କପିଳାସ ନାଏକ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନେତା ମହେନ୍ଦ୍ର ମାଝୀ, ଆଦିବାସୀ ସଂଘ ସଭାପତି ସନାତନ ମାଝୀ, ପୂର୍ବତନ ସମିତି ସଭ୍ୟ ରକ୍ତ ମାଝୀ, ଗୁଞ୍ଜେନ ମାଝୀ, କ୍ରିଷ୍ଣା ମାଝୀ, ବିରିକୋଟ ସମିତି ସଭ୍ୟା ଗୁରୁବାରି ମାଝୀ, ଘାସିରାମ ମାଝୀ ପ୍ରମୁଖ ମଞ୍ଚଶୀନ ହୋଇଥିବା ବେଳେ ଅନୁଷ୍ଠାନର ସଭାପତି ଲିଙ୍ଗରାଜ ମାଝୀ, ଉପ ସଭାପତି କେଶରୀ ନାଏକ, ସମ୍ପାଦକ ହାରୁ ମାଝୀ, ସହ ସମ୍ପାଦକ ରୂପା ମାଝୀ, କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଏକ ଏବଂ ହେଲୋ ପ୍ୟାଣ୍ଟ ରାଜାରାଣୀ ପୂଜା କମିଟି ସଦସ୍ୟ ସହଯୋଗ କରିଥିଲେ।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିତେନ୍ଦ୍ର ନାଏକ, ଅଭି ନାଏକ ଓ ପରମାନନ୍ଦ ନାଏକ ପ୍ରମୁଖ ପରିଚାଳନା କରିଥିଲେ। ଡାନ୍ସ ପ୍ରତିଯୋଗିତାରେ ଯଦୁମଣି ନାଏକ, ଭଜମନ ନାଏକ, ଗନେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ବିଚାରକ ଭାବରେ ଦୈତ୍ୟ ତୁଲାଇ ଥିଲେ ଏବଂ ପରିଶେଷରେ ବିଜେତା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଅନୁଷ୍କା ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆର.ଏସ.ଏ ଡାନ୍ସ ଗ୍ରୁପ୍ କୋଷାବରା ଦ୍ୱିତୀୟ ଏବଂ ମା’ ତାରିଣୀ ଡାନ୍ସ ଗ୍ରୁପ୍ କୁମାର୍କାନି ପ୍ରଥମ ସ୍ଥାନ ଅଧିକାର କରି ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ ଏବଂ ଉପସ୍ଥିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବମ୍ପର ବିଜୟ: କେନ୍ଦୁଝର ଭାଜପା ପାଳୁଛି ବିଜୟ ଉତ୍ସବ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିଲ୍ଲୀରେ ଭାଜପାର ଜବରଦସ୍ତ ବିଜୟ ପରେ କେନ୍ଦୁଝର ଭାଜପା ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳିତ ହୋଇଛି।...

ଫେବୃଆରୀ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୮।୨: ଫେବୃଆରୀ ୧୦ ତାରିଖରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏହି ସମ୍ପର୍କରେ...

କୋଟିକୋଟି ଟଙ୍କା ହେର୍‌ଫେର୍‌ ଅଭିଯୋଗ: ୨ ଗିରଫ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋଅପରେଟିଭ ସୋସାଇଟି ଉପରେ ଇଓଡବ୍ଲ୍ୟୁର ବଡ଼ ରେଡ୍‌। କୋଟି କୋଟି ଟଙ୍କାର...

ବିଲରେ ମହିଳାଙ୍କୁ ଚାପିଦେଲା ଟ୍ରାକ୍ଟର, ଆଉ ତା’ପରେ..

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନ ଦେଶ ପଥର୍ଲା ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ଟ୍ରାକ୍ଟର ଚାପାରେ ଜଣେ...

ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ଏକାମ୍ର ଛକନିକଟରେ ଶନିବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିିଛି। ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ,...

ଭାଜପା ପାଳିଲା ବିଜୟ ଉତ୍ସବ

ଗଞ୍ଜାମ,୮ା୨(ବିଦ୍ୟାଧର ସାହୁ): ଦୀର୍ଘ ୨୬ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ ଭାଜପା। ନିର୍ବାଚନରେ ଭାଜପା ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମେଜିକ୍‌...

OPTCLର ବଡ଼ ଘୋଷଣା: ରବିବାର ହେବନି ବିଦ୍ୟୁତ୍‌ କାଟ୍‌

ବରଗଡ଼,୮ା୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାର ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ୍‌ ସବ୍‌ଷ୍ଟେଶନରେ ବାର୍ଷକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ରବିବାର...

ମେଳା ଦେଖି ଫେରିବାବେଳେ ବାଇକ୍‌କୁ ପିଟିଲା ଅଜଣାଗାଡ଼ି, ଚାଲିଗଲା ୩ ଜୀବନ

ମୋରଡ଼ା,୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri