ପାଉଁଶ ସମସ୍ୟାର ହୋଇପାରୁନି ସମାଧାନ

ବଅଁରପାଳ,୨୬।୭(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନାଲ୍‌କୋର ତାପଜ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ପାଉଁଶ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରୁ ନ ଥିବା ବେଳେ ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ନୋଟିସ ନାଲ୍‌କୋକୁ ଚିନ୍ତାରେ ପକାଇ ଦେଇଛି। ପାଉଁଶ ରଖିବା ପାଇଁ ବିକଳ୍ପ ନ ହେବା ପର୍ଯ୍ୟନ୍ତ ସିପିପିକୁ ବନ୍ଦ ରଖିବା ପାଇଁ ଉକ୍ତ ନୋଟିସରେ କୁହାଯିବାକୁ ନେଇ ଶ୍ରମିକ ସଙ୍ଗଠନଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ପୂର୍ବରୁ ସିପିପିରୁ ନିର୍ଗତ ହେଉଥିବା ପାଉଁଶ ୩୭ ମିଲିୟନ ଟନ କ୍ଷମତା ଥିବା ଆଶ୍‌ପଣ୍ଡରେ ଗଚ୍ଛିତ ରଖାଯାଉଥିଲା। ହେଲେ ତାହା ପୂର୍ଣ୍ଣ ହୋଇଯିବା ପରେ ଗତ ୧୮ ମାସ ହେଲା ନାଲ୍‌କୋର ଲାଇଫ ଲାଇନ କୁହାଯାଉଥିବା ଲିନସ୍ଲୁରି ପ୍ରକଳ୍ପ ଉପରେ ଏହା ସମ୍ପୂର୍ଣ୍ଣ ନିର୍ଭର କରୁଛି। ଏହି ଲିନସ୍ଲୁରି ପ୍ରକଳ୍ପ ଦେଇ ନାଲ୍‌କୋ ସିପିପିରୁ ଦୈନିକ ପ୍ରାୟ ୫ ହଜାର ଟନ୍‌ ପାଉଁଶ ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ଭରାଯାଉଛି। କିନ୍ତୁ ୧୪ ଦିନ ହେଲା ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଏହି ପାଉଁଶ ଭରିବା କାର୍ଯ୍ୟକୁ ବିରୋଧ କରାଯାଉଥିବାରୁ ଲିନସ୍ଲୁରି ପ୍ରୋଜେକ୍ଟ ଯୋଗେ ପାଉଁଶ ନିଷ୍କାସନ କାର୍ଯ୍ୟ ବନ୍ଦ ରହିଛି। ଏହାର ପ୍ରଭାବ ନାଲ୍‌କୋ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଉପରେ ପଡ଼ୁଛି। ପାଉଁଶ ନିଷ୍କାସନ ହୋଇପାରୁ ନ ଥିବାରୁ ସିପିପିରେ ଥିବା ୧୦ଟି ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌ ମଧ୍ୟରୁ ୫ଟି ୟୁନିଟ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରୁ ନାହିଁ। ଫଳରେ ଏହାର ପ୍ରଭାବ ସ୍ମେଲଟର ପ୍ଲାଣ୍ଟ ଉପରେ ପଢ଼ୁଛି। ସ୍ମେଲଟରରେ ଥିବା ୯୬୦ ପଟ୍‌ ଚାଲିବା ପାଇଁ ୧୮୫ କିଲୋ ଆମ୍ପିୟର ବିଦ୍ୟୁତ୍‌ ଆବଶ୍ୟକ। ମାତ୍ର ଏବେ ପଟ୍‌ଗୁଡିକ ୧୬୦ କିଲୋ ଆମ୍ପିୟରରେ ଚାଲିଛି। ଫଳରେ ପ୍ଲାଣ୍ଟରୁ ଆଲୁମିନିୟମ ଉତ୍ପାଦନ ବ୍ୟାହତ ହେଉଛି। ଏପରି କି ଦୈନିକ ଆବଶ୍ୟକତା ମେଣ୍ଟାଇବା ପାଇଁ ନାଲ୍‌କୋକୁ ଚଢ଼ା ଦରରେ ଗ୍ରୀଡ୍‌ଠାରୁ ବିଦ୍ୟୁତ୍‌ କିଣିବାକୁ ପଡ଼ୁଛି। ଏ ସମ୍ପର୍କରେ ସିପିପି ମହାପ୍ରବନ୍ଧକ ସୁଧୀର ପଟ୍ଟନାୟକ କହିଛନ୍ତି, ପାଉଁଶ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି।

 

ଜୋର୍‌ଦାର ଆନ୍ଦୋଳନ ହେବ
ନାଲ୍‌କୋ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଥିବାରୁ ପ୍ଲାଣ୍ଟ ଚଳାଇବା ପାଇଁ ନାଲ୍‌କୋକୁ ବାହାରୁ ବିଦ୍ୟୁତ୍‌ କିଣିବାକୁ ପଡ଼ୁଛି। ପାଉଁଶ ନିଷ୍କାସନ ସମସ୍ୟାର ସମାଧାନ କରାଯିବା ପର୍ଯ୍ୟନ୍ତ ସିପିପି ବନ୍ଦ ରଖାଗଲେ ଏହାର ଗଭୀର ପ୍ରଭାବ ସ୍ମେଲଟର ଉପରେ ପଡ଼ିବ। ଏପରି କରାଗଲେ ୟୁନିୟନ ପକ୍ଷରୁ ଜୋରଦାର ଆନ୍ଦୋଳନ ହେବ।
-ବିଭବ ଜେନା, ସାଧାରଣ ସାମ୍ପଦକ, ଏନ୍‌ଏସ୍‌ସିୟୁ
ଜିଲା ପ୍ରଶାସନ ପଦକ୍ଷେପ ନେଉନାହିଁ
ନାଲ୍‌କୋ ଏବେ ସଙ୍କଟ ଦେଇ ଗତି କରୁଛି। ଏ ବିଷୟରେ ଜିଲା ପ୍ରଶାସନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେଉଥିବାରୁ ଏ ନେଇ ଅସନ୍ତୋଷ ଦେଖାଦେଇଛି।
-ବିନୋଦ କୁମାର ସାମଲ, ସାଧାରଣ ସମ୍ପାଦକ, ଏଏମ୍‌ଏସ୍‌
ପ୍ଲାଣ୍ଟ ବନ୍ଦ ହେବାକୁ ଦିଆଯିବନି
ସିପିପିରେ ପାଉଁଶ ନିଷ୍କାସନ ସମସ୍ୟା ଯୋଗୁ ବିଦ୍ୟୁତ୍‌ ଉତ୍ପାଦନ ଆବଶ୍ୟକ ଅନୁଯାୟୀ ହେଉନାହିଁ। ଏଥିଯୋଗୁ ସ୍ମେଲଟର ପ୍ଲାଣ୍ଟରେ ଆଲୁମିନିୟମ ଉତ୍ପାଦନ ହ୍ରାସ ପାଇଛି। ସିପିପି ପ୍ଲାଣ୍ଟକୁ ବନ୍ଦ ରଖିବା ପାଇଁ ଯେଉଁ ଯୋଜନା କରାଯାଉଛି ତାହାକୁ ସଫଳ କରାଇ ଦିଆଯିବ ନାହିଁ।
-ମନୋଜ ସ୍ବାଇଁ, ଉପସଭାପତି, ନେସ୍‌
ଚଢ଼ା ଦରରେ ବିଦ୍ୟୁତ୍‌ କିଣାଯାଉଛି
ପାଉଁଶ ନିଷ୍କାସନ ହୋଇପାରୁ ନ ଥିବାରୁ ସିପିପିର ଅଧିକାଂଶ ୟୁନିଟ୍‌ ବନ୍ଦ ରହିଛି। ଏହାର ପ୍ରଭାବ ସ୍ମେଲଟର ପ୍ଲାଣ୍ଟ ଉପରେ ପଡ଼ୁଛି। ସେଠାରେ ଥିବା ପଟ୍‌ଗୁଡ଼ିକ ଲୋ କିଲୋ ଆମ୍ପିୟରରେ ଚାଲୁଛି। ତେଣୁ ଆବଶ୍ୟକତା ମେଣ୍ଟାଇବା ପାଇଁ ଚଢ଼ା ଦରରେ ବିଦ୍ୟୁତ୍‌ କିଣାଯାଉଛି।
-ବନମାଳୀ ସେଠୀ, ସଭାପତି, ନାଲ୍‌କୋ ଅଫିସର୍ସ ଆସୋସିଏଶନ


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?