Posted inଜାତୀୟ

ଭାଜପା-ଜେଡିୟୁ ମଧ୍ୟରେ ଫାଟ!

ପାଟନା,୫।୮: ବିହାରରେ ଥିବା ଜନତା ଦଳ ୟୁନାଇଟେଡ (ଜେଡିୟୁ) ଏହାର ସହଯୋଗୀ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଆଗାମୀ ଦିନରେ ବଡ ଝଟକା ଦେଇପାରେ। ଜେଡିୟୁ ଜାତୀୟ ସଭାପତି ଲଲାନ ସିଂ ଦୁଇ ଦଳ ମଧ୍ୟରେ ମେଣ୍ଟକୁ ନେଇ ଏହି ବଡ଼ ମନ୍ତବ୍ୟ ଦେଇଛନ୍ତି। ଲଲାନ ସିଂ କହିଛନ୍ତି,୨୦୨୪ ଲୋକ ସଭା ଏବଂ ୨୦୨୫ ବିଧାନସଭା ନିର୍ବାଚନରେ ଏକାଠି ଭାଜପା ଏବଂ ଜେଡିୟୁ ଲଢିବାକୁ ନିଷ୍ପତ୍ତି ନିଆଯାଇ ନାହିଁ। ଆମେ ଭାଜପା ସହ ମେଣ୍ଟ କରିବାରୁ ଅସ୍ବୀକାର କରୁନାହୁଁ। ଆମେ ବର୍ତ୍ତମାନ ପ୍ରସ୍ତୁତ ହେଉଛୁ, କିନ୍ତୁ କାଲି କିଏ ଦେଖିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଗତ ରବିବାର ପାଟନାରେ ଭାଜପାର ସାତୋଟି ମେଣ୍ଟର ମିଳିତ କାର୍ଯ୍ୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷ ଦିନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିହାରରେ ଜେଡିୟୁ ସହ ଭାଜପାର ମେଣ୍ଟକୁ ସ୍ପଷ୍ଟ କରିଛନ୍ତି। ଶାହା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଭାଜପା ୨୦୨୪ ଲୋକସଭା ନିର୍ବାଚନ ଏବଂ ୨୦୨୫ ର ବିଧାନସଭା ପ୍ରତିଦ୍ୱନ୍ଦ୍ୱିତା କରିବ। ଏବେ ଲଲନ ସିଂଙ୍କ ଏହି ମନ୍ତବ୍ୟ ପରେ ଭାଜପା-ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭାଙ୍ଗିଲା ରେକର୍ଡ, ଜଳୁଛି ଆଖି

ନୂଆଦିଲ୍ଲୀ,୩୦।୧୦: ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ହୋଇଛି। ଶୁକ୍ରବାର ଦିଲ୍ଲୀର ବୱାନା ଅଞ୍ଚଳରେ ବାୟୁ ଗୁଣବତ୍ତର ସୂଚକାଙ୍କ(ଏକ୍ୟୁଆଇ) ଚଳିତ ସିଜିନ୍‌ରେ ରେକର୍ଡ...

ଭାଜପା, କଂଗ୍ରେସକୁ ପଛରେ ପକାଇଲା ଏଏପି

ଚଣ୍ଡିଗଡ,୨୭।୧୨: ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମ୍ୟୁନିସିପାଲିଟି ନିର୍ବାଚନ ଫଳାଫଳ ପ୍ରଭାବ ରହିବ...

ୟୁଜିସି ନିୟମରେ ପରିବର୍ତ୍ତନ, ଗୋଟିଏ ସମୟରେ ପଢ଼ିହେବ ଦୁଇ ପାଠ୍ୟକ୍ରମ…

ନୂଆଦିଲ୍ଲୀ, ୨୪।୪ : ଭାରତୀୟ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ଡିପ୍ଲୋମା ଏବଂ ଗ୍ରାଜୁଏଶନ କିମ୍ବା ଗ୍ରାଜୁଏଶନ ଏବଂ ପୋଷ୍ଟ ଗ୍ରାଜୁଏଶନ କିମ୍ବା ଦୁଇଟି ଗ୍ରାଜୁଏଶନ ପାଠ୍ୟକ୍ରମରେ ନାମ...

ପଞ୍ଚଭୂତରେ ଲୀନ ହେଲେ ଅରୁଣ

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ନେତା ଅରୁଣ ଜେଟଲୀଙ୍କ ପ୍ରାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ରବିବାର ନିଗମବୋଧ ଘାଟରେ...

ମାନ୍‌ଙ୍କ ସୁରକ୍ଷାରେ ୪୨ କାର୍‌କୁ କଂଗ୍ରେସର ସମାଲୋଚନା

ଚଣ୍ଡିଗଡ଼,୧।୧୦: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍‌ଙ୍କ ସୁରକ୍ଷା ପାଇଁ ୪୨ଟି କାର ବ୍ୟବହାରକୁ ନେଇ ବିରୋଧୀ କଂଗ୍ରେସ ସମାଲୋଚନା କରିଛି। ରାଇଟ୍‌ ଟୁ ଇନ୍‌ଫରମେଶନ୍‌...

ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ: ମାଟିତଳୁ ମିଳିଲା ପୂରାତନ ମୂର୍ତ୍ତି ସହିତ ଶିବଲିଙ୍ଗ

ଅଯୋଧ୍ୟା,୨୧।୫: ଅଯୋଧ୍ୟାର ରାମଜନ୍ମଭୂମିଠାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଦ୍ୱାରା ଆରମ୍ଭ ହୋଇଛି। ମାଟି ସମତଳ ସମୟରେ ଏଠାରୁ ପୂରାତନ ମୂର୍ତ୍ତିର...

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୫(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି।  ମୋଟ୍‌ ପାସ୍‌ ହାର ୯୩.୧୨...

ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଏଏପିକୁ ଝଟକା

ଚଣ୍ଡିଗଡ଼,୯।୧: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିଜୟୀ ହୋଇଛି। ଭାଜପାର ମେୟର ପ୍ରାର୍ଥୀ ସରବଜିତ୍‌ କୌର ଆମ୍‌ ଆଦ୍‌ମୀ...

Advertisement
Archives

Model This Week