କମିପାରେ ଖାଇବାତେଲ ଦର

ନୂଆଦିଲ୍ଲୀ,୫।୮:ଦୀର୍ଘଦିନର ଦରବୃଦ୍ଧି ପରେ ଗତ ମାସ ବିଭିନ୍ନ ବର୍ଗର ଖାଇବା ତେଲ ଉପରେ ୫ରୁ ୧୦ ଟଙ୍କା ହ୍ରାସ ଘଟିଥିଲା। ଫଳରେ ଖାଉଟି କିଛି ପରିମାଣରେ ଆଶସ୍ତି ଲାଭ କରିଥିଲେ। ଏପରିକି ସାରା ଦେଶ ଆଗକୁ ପାର୍ବଣ ପାଳନ କରିବ। ଏହାକୁ ନଜରରେ ରଖି ସରକାର ମଧ୍ୟ ଖାଉଟିଙ୍କ ହିତ ଲାଗି ଖାଇବା ତେଲ ସହ ଅନେକ ଖାଦ୍ୟ ସାମଗ୍ରୀର ଦର ହ୍ରାସ କରିପାରନ୍ତି। ଏ ନେଇ ଗୁରୁବାର କେନ୍ଦ୍ର ଖାଦ୍ୟ ସଚିବ ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ମିଳିତ ଭାବେ ଏକ ଯୋଜନା ପ୍ରସ୍ତୁତ ସହ ଖାଇବା ତେଲ ଦର ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ସମ୍ପର୍କିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ପକ୍ଷରୁ କମ୍ପାନୀଗୁଡ଼ିକୁ ଖାଇବା ତେଲର ଦର ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ କରନ୍ତୁ ବୋଲି କୁହାଯାଇଛି। ଯଦି କମ୍ପାନୀଗୁଡ଼ିକ ସରକାରଙ୍କ ଉକ୍ତ ପ୍ରସ୍ତାବ ଗ୍ରହଣ କରନ୍ତି ତା ହେଲେ ଆଗାମୀ ପାର୍ବଣ ପୂର୍ବରୁ ଖାଇବା ତେଲର ହ୍ରାସ ସହ ଖାଉଟିଙ୍କୁ ମଧ୍ୟ ସାମାନ୍ୟ ଆଶ୍ୱସ୍ତି ମିଳିବ। ଅପରପକ୍ଷରେ ସରକାର ଯଦି ଖାଦ୍ୟ ତୈଳ ଦର ଶସ୍ତା କରିବାରେ ସଫଳ ହୁଅନ୍ତି ତେବେ ମୂଲ୍ୟ ବୃଦ୍ଧି କିଛି ମାତ୍ରାରେ ନିୟନ୍ତ୍ରିତ ହେବ ବୋଲି ବଜାର ବିଶେଷଜ୍ଞମାନ ଆଶାବ୍ୟକ୍ତ କରିଛନ୍ତି। ସେହିପରି ସଚିବଙ୍କ ସୂଚନା ଅନୁଯାୟୀ କମ୍ପାନୀଗୁଡିକୁ ସରକାର ମଧ୍ୟ କିଛି ସମୟ ଦେଇଛନ୍ତି। ସ୍ବଳ୍ପ ସମୟ ମଧ୍ୟରେ କମ୍ପାନି ଦର ହ୍ରାସ ସମ୍ପର୍କରେ ଚିନ୍ତା କରି ପାର୍ବଣ ପୂର୍ବରୁ ଖାଇବା ତେଲ ଓ ଖାଦ୍ୟ ସାମଗ୍ରୀର ଦର ହ୍ରାସ ସମ୍ପର୍କରେ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ନୂଆଦିଲ୍ଲୀରେ ସୋରିଷ ତେଲ ଲିଟର ପିଛା ୧୭୦ ରୁ ୧୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନ୍ୟ ପ୍ରମୁଖ ଖାଇବା ତେଲର ମୂଲ୍ୟ ୧୪୦ରୁ ୧୬୦ ମଧ୍ୟରେ ରହିଛି। ସେହିପରି ଓଡ଼ିଶା ବଜାରରେ ପାମୋଲିନ ଲିଟର ପିଛା ୧୨୦ରୁ ୧୨୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସୂର୍ଯ୍ୟମୁଖୀ ତେଲର ଦର ୧୫୫ରୁ ୧୬୦ ଟଙ୍କା, ସୋରିଷ ତେଲ ୧୫୦ରୁ ୧୮୦ ଟଙ୍କା ଏବଂ ଅନ୍ୟନ୍ୟା ଖାଇବା ତେଲର ଦର ୧୨୦ରୁ ୧୪୦
ମଧ୍ୟରେ କାରବାର ହେଉଥିବା ଓଡିଶା ବ୍ୟବସାୟୀ ମହାସଂଘର ସଚିବ ସୁଧାକର ପଣ୍ଡା ମତବ୍ୟକ୍ତ କରିଛନ୍ତି। ଆଗକୁ ପାର୍ବଣ ସହ ଫସଲ ଉତ୍ପାଦନର ସମୟ ଆସୁଥିବାରୁ ସରକାର ଲକା ସାଙ୍ଗରେ ଖାଇବା ତେଲ ଓ ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗୀର ଦର ହ୍ରାସ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ପଣ୍ଡା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ ୫୦% ପାମୋଲିନ ତେଲ ବିକ୍ରି ହେଉଥିବା ବେଳେ ୨୫% ସନ୍‌ଫ୍ଲାଓ୍ବାର, ୧୫% ସୋରିଷ ତେଲ ଏବଂ ବାକି ବଜାର ଅଂଶ ଅନ୍ୟ ଖାଇବା ତେଲ ବିକ୍ରି କରାଯାଉଛି। ଭାରତ ପେଟ୍ରୋଲ ଓ ଡିଜେଲ ଭଳି ବିଦେଶରୁ ମଧ୍ୟ ଖାଇବା ତେଲ ଆମଦାନୀ କରିଥାଏ। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ଖାଦ୍ୟ ତୈଳ ମହଙ୍ଗା ହେଲେ ଦେଶରେ ମଧ୍ୟ ମହଙ୍ଗା ହେଉଛି। ମାଲେସିଆରୁ ପାମ୍‌ ଅଏଲ ଆମଦାନୀ ହେଉଛି, ସେଠାରେ ଯଦି ମୂଲ୍ୟ ବୃଦ୍ଧି ହେଉଛି, ଦେଶରେ ମଧ୍ୟ ପାମ ତେଲ ଦର ବଢୁଛି। ଭାରତ ମୋଟ ଆବଶ୍ୟକତାର ୬୦% ତୈଳ ବିଦେଶରୁ ଆମଦାନୀ କରିଥାଏ। ଏପରିକି ଦେଶରେ ନୁହେଁ ବିଦେଶରେ ମଧ୍ୟ ଖାଦ୍ୟ ତୈଳ ଦର ୫୦% ପର୍ଯ୍ୟନ୍ତ ହ୍ରାସ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri