ନୂଆଦିଲ୍ଲୀ,୫।୮:ଦୀର୍ଘଦିନର ଦରବୃଦ୍ଧି ପରେ ଗତ ମାସ ବିଭିନ୍ନ ବର୍ଗର ଖାଇବା ତେଲ ଉପରେ ୫ରୁ ୧୦ ଟଙ୍କା ହ୍ରାସ ଘଟିଥିଲା। ଫଳରେ ଖାଉଟି କିଛି ପରିମାଣରେ ଆଶସ୍ତି ଲାଭ କରିଥିଲେ। ଏପରିକି ସାରା ଦେଶ ଆଗକୁ ପାର୍ବଣ ପାଳନ କରିବ। ଏହାକୁ ନଜରରେ ରଖି ସରକାର ମଧ୍ୟ ଖାଉଟିଙ୍କ ହିତ ଲାଗି ଖାଇବା ତେଲ ସହ ଅନେକ ଖାଦ୍ୟ ସାମଗ୍ରୀର ଦର ହ୍ରାସ କରିପାରନ୍ତି। ଏ ନେଇ ଗୁରୁବାର କେନ୍ଦ୍ର ଖାଦ୍ୟ ସଚିବ ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ମିଳିତ ଭାବେ ଏକ ଯୋଜନା ପ୍ରସ୍ତୁତ ସହ ଖାଇବା ତେଲ ଦର ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ସମ୍ପର୍କିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ପକ୍ଷରୁ କମ୍ପାନୀଗୁଡ଼ିକୁ ଖାଇବା ତେଲର ଦର ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ କରନ୍ତୁ ବୋଲି କୁହାଯାଇଛି। ଯଦି କମ୍ପାନୀଗୁଡ଼ିକ ସରକାରଙ୍କ ଉକ୍ତ ପ୍ରସ୍ତାବ ଗ୍ରହଣ କରନ୍ତି ତା ହେଲେ ଆଗାମୀ ପାର୍ବଣ ପୂର୍ବରୁ ଖାଇବା ତେଲର ହ୍ରାସ ସହ ଖାଉଟିଙ୍କୁ ମଧ୍ୟ ସାମାନ୍ୟ ଆଶ୍ୱସ୍ତି ମିଳିବ। ଅପରପକ୍ଷରେ ସରକାର ଯଦି ଖାଦ୍ୟ ତୈଳ ଦର ଶସ୍ତା କରିବାରେ ସଫଳ ହୁଅନ୍ତି ତେବେ ମୂଲ୍ୟ ବୃଦ୍ଧି କିଛି ମାତ୍ରାରେ ନିୟନ୍ତ୍ରିତ ହେବ ବୋଲି ବଜାର ବିଶେଷଜ୍ଞମାନ ଆଶାବ୍ୟକ୍ତ କରିଛନ୍ତି। ସେହିପରି ସଚିବଙ୍କ ସୂଚନା ଅନୁଯାୟୀ କମ୍ପାନୀଗୁଡିକୁ ସରକାର ମଧ୍ୟ କିଛି ସମୟ ଦେଇଛନ୍ତି। ସ୍ବଳ୍ପ ସମୟ ମଧ୍ୟରେ କମ୍ପାନି ଦର ହ୍ରାସ ସମ୍ପର୍କରେ ଚିନ୍ତା କରି ପାର୍ବଣ ପୂର୍ବରୁ ଖାଇବା ତେଲ ଓ ଖାଦ୍ୟ ସାମଗ୍ରୀର ଦର ହ୍ରାସ ସମ୍ପର୍କରେ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ନୂଆଦିଲ୍ଲୀରେ ସୋରିଷ ତେଲ ଲିଟର ପିଛା ୧୭୦ ରୁ ୧୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନ୍ୟ ପ୍ରମୁଖ ଖାଇବା ତେଲର ମୂଲ୍ୟ ୧୪୦ରୁ ୧୬୦ ମଧ୍ୟରେ ରହିଛି। ସେହିପରି ଓଡ଼ିଶା ବଜାରରେ ପାମୋଲିନ ଲିଟର ପିଛା ୧୨୦ରୁ ୧୨୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସୂର୍ଯ୍ୟମୁଖୀ ତେଲର ଦର ୧୫୫ରୁ ୧୬୦ ଟଙ୍କା, ସୋରିଷ ତେଲ ୧୫୦ରୁ ୧୮୦ ଟଙ୍କା ଏବଂ ଅନ୍ୟନ୍ୟା ଖାଇବା ତେଲର ଦର ୧୨୦ରୁ ୧୪୦
ମଧ୍ୟରେ କାରବାର ହେଉଥିବା ଓଡିଶା ବ୍ୟବସାୟୀ ମହାସଂଘର ସଚିବ ସୁଧାକର ପଣ୍ଡା ମତବ୍ୟକ୍ତ କରିଛନ୍ତି। ଆଗକୁ ପାର୍ବଣ ସହ ଫସଲ ଉତ୍ପାଦନର ସମୟ ଆସୁଥିବାରୁ ସରକାର ଲକା ସାଙ୍ଗରେ ଖାଇବା ତେଲ ଓ ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗୀର ଦର ହ୍ରାସ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ପଣ୍ଡା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ ୫୦% ପାମୋଲିନ ତେଲ ବିକ୍ରି ହେଉଥିବା ବେଳେ ୨୫% ସନ୍ଫ୍ଲାଓ୍ବାର, ୧୫% ସୋରିଷ ତେଲ ଏବଂ ବାକି ବଜାର ଅଂଶ ଅନ୍ୟ ଖାଇବା ତେଲ ବିକ୍ରି କରାଯାଉଛି। ଭାରତ ପେଟ୍ରୋଲ ଓ ଡିଜେଲ ଭଳି ବିଦେଶରୁ ମଧ୍ୟ ଖାଇବା ତେଲ ଆମଦାନୀ କରିଥାଏ। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ଖାଦ୍ୟ ତୈଳ ମହଙ୍ଗା ହେଲେ ଦେଶରେ ମଧ୍ୟ ମହଙ୍ଗା ହେଉଛି। ମାଲେସିଆରୁ ପାମ୍ ଅଏଲ ଆମଦାନୀ ହେଉଛି, ସେଠାରେ ଯଦି ମୂଲ୍ୟ ବୃଦ୍ଧି ହେଉଛି, ଦେଶରେ ମଧ୍ୟ ପାମ ତେଲ ଦର ବଢୁଛି। ଭାରତ ମୋଟ ଆବଶ୍ୟକତାର ୬୦% ତୈଳ ବିଦେଶରୁ ଆମଦାନୀ କରିଥାଏ। ଏପରିକି ଦେଶରେ ନୁହେଁ ବିଦେଶରେ ମଧ୍ୟ ଖାଦ୍ୟ ତୈଳ ଦର ୫୦% ପର୍ଯ୍ୟନ୍ତ ହ୍ରାସ ହୋଇଛି।
Posted inHome, Home Middle, ଜାତୀୟ, ବାଣିଜ୍ୟ View All
କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ
ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…
‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ
ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…
ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର
ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…
ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….
ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…
ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…
ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ
ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…
ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…
ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…
ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି
ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…
Archives

