କେୟାର ହସ୍ପିଟାଲରେ ଅସ୍ଥି, ଖଞ୍ଜା ଦିବସ

ଭୁବନେଶ୍ୱର,୫।୮:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘କେୟାର ହସ୍ପିଟାଲ’ ପକ୍ଷରୁ ନ୍ୟାସନାଲ ବୋନ ଆଣ୍ଡ ଜଏଣ୍ଟ ବା ଜାତୀୟ ଅସ୍ଥି ଓ ଖଞ୍ଜା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆଣ୍ଠୁ ପ୍ରତିରୋପଣ କରିଥିବା ୨୦ରୁ ଉର୍ଦ୍ଧ୍ୱ ରୋଗୀ ଯୋଗ ଦେଇ ସେମାନଙ୍କର ଅଭିଜ୍ଞତା ବଖାଣିବା ସହ ଏକ ର଼୍ୟାଂପ୍‌ ୱାକ୍‌ରେ ମଧ୍ୟ ଚାଲିଥିଲେ। ଅପରପକ୍ଷରେ ରୋଗୀଙ୍କ ପାଇଁ ହସ୍ପିଟାଲ ପରିସରରେ ଏକ ସ୍ବତନ୍ତ୍ର କର୍ମଶାଳା ‘କେୟାର କନେକ୍ଟ’ ଶୀର୍ଷିକ ବିଷୟବସ୍ତୁର ଆୟୋଜନ କରାଯାଇଥିଲା।
ଏ ସମ୍ପର୍କରେ କେୟାର ହସ୍ପିଟାଲର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସ୍ପୋର୍ଟସ୍‌ ଇନ୍‌ଞ୍ଜୁରୀ ରିହାବିଲିଟେସନ୍‌ ବିଭାଗର ମୁଖ୍ୟ ଡା.ସନ୍ଦୀପ ସିଂହ କହିଛନ୍ତି, ବର୍ତ୍ତମାନର ପରିବେଶ ଓ ପରିପାଟି ଯୋଗୁ ସବୁ ବର୍ଗର ଲୋକ ଅସ୍ଥିଶଲ୍ୟ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏପରିକି ଅତ୍ୟାଧୁନିକ ପଦ୍ଧତିରେ କିଭଳି ଆଣ୍ଠୁ ପ୍ରତିରୋପଣ କରାଯାଉଛି, ସେ ସମ୍ପର୍କରେ ମଧ୍ୟ ଆଲେଚନା କରିବା ସହ ଦୀର୍ଘଦିନ ପର୍ଯ୍ୟନ୍ତ ଏକ ଯନ୍ତ୍ରଣା ମୁକ୍ତ ଜୀବନ ପାଇଁ ଆମର ଖାଦ୍ୟପେୟ ଓ ଜୀବନଶୈଳୀ କିଭଳି ହେବା ଉଚିତ୍‌ ସେ ବାବଦରେ ସିଂ ବିସ୍ତୁତ ସୂଚନା ଉପସ୍ଥିତ ରୋଗୀ ଓ ଅନ୍ୟମାନଙ୍କୁ ଦେଇଥିଲେ। ସେହିଭଳି କେୟାର ହସ୍ପିଟାଲ ଭୁବନେଶ୍ୱରର ଏଚ୍‌ସିଓଓ କିସଲେ ଆନନ୍ଦ ବିଭିନ୍ନ ପ୍ରକାର ଅସ୍ଥିଗତ ସମସ୍ୟା ପାଇଁ କେୟାର ହସ୍ପିଟାଲ୍‌ ଭୁବନେଶ୍ୱରରେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସମ୍ପର୍କରେ ବିସ୍ତୁତ ଆଲୋଚନା କରିଥିଲେ। ସେହିପରି ଡା. ଲୋକନାଥ ଦାଶ (ଜିଏମ୍‌ ବିଡ଼ି) ଗରିବ ରୋଗୀଙ୍କ ପାଇଁ କେୟାର ହସ୍ପିଟାଲରେ ମହଜୁଦ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକ ଯୋଡ଼ା ବିଶେଷ ଟ୍ରେନ୍‌ର ଚଳାଚଳ ବାତିଲ

ଭୁବନେଶ୍ୱର,୧୭।୧୦: ରାଜ୍ୟରେ କୋଭିଡ୍‌ ସଂକ୍ରମଣର ସଂଖ୍ୟା ବୃଦ୍ଧି ସହ କେତେକ ଟ୍ରେନ୍‌ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକ ଯୋଡ଼ା ବିଶେଷ...

ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରଶାସନିକସ୍ତରରେ ଲଗାତର ବୈଠକ ଚାଲିଛି। ଏହିକ୍ରମରେ ଶନିବାର ଅପରାହ୍ନରେ...

ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଆନ୍ଦୋଳନ ଡାକରା

ବ୍ରହ୍ମପୁର ଅଫିସ୍‌,୩ା୯-ଫୋରମ୍‌ ଫର୍‌ ଗଞ୍ଜାମର ଏକ ସାଧାରଣ ବୈଠକ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଂଯୋଜକ ସୁଧୀର କୁମାର ରାଉତ ଏଥିରେ ଅଧ୍ୟକ୍ଷତା...

ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶକ୍ତି ବିଭାଗର ସ୍ବତନ୍ତ୍ର...

ଚିଲିକାରେ ଡଙ୍ଗା ବୁଡିବା ଘଟଣା: ନିଖୋଜ ବ୍ୟକ୍ତିଙ୍କ ଏଯାଏ ମିଳିନି ପତ୍ତା

ଖୋର୍ଦ୍ଧା ଅଫିସ,୬।୫: ଚିଲିକା ଡଙ୍ଗା ବୁଡି ଘଟଣାରେ ଜଣେ ନିଖୋଜ ଥିବା ବ୍ୟକ୍ତଙ୍କ ଏଯାଏ ପତ୍ତା ମିଳି ନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।...

ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ଘଟଣାରୁ ନଜର ହଟାଇବାକୁ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ପାଟଣାଗଡ,୯।୫ (ଡି.ଏନ.ଏ.): ଗତ ଏପ୍ରିଲ ୨୯ ତାରିଖରେ ପାଟଣାଗଡ ବ୍ଲକ ତମିଆ ମୁଦଲସର ସୁକତେଲ ସେତୁରେ ମରାମତି କାମ ଚାଲିଥିବା ବେଳେ ପୋଲ ଭୁଷଡି ୨...

ରେକର୍ଡ ଭାଙ୍ଗିଲା ବୌଦ୍ଧ

ଭୁବନେଶ୍ୱର,୨୮।୪(ବ୍ୟରୋ): ଦିନକୁ ଦିନ ରାଜ୍ୟରେ ଅସହ୍ୟ ହେଉଛି ତାତି। ଗୁରୁବାର ରାଜ୍ୟରେ ୪୫ ଡିଗ୍ରୀ ତାପମାତ୍ରାରେ ବୌଦ୍ଧ ରେକର୍ଡ କରିଛି। ସେହିପରି ଭୁବନେଶ୍ୱରରେ ୩୯.୮ ଡିଗ୍ରୀ...

CORONAVIRUS UPDATE: ଆଉ ନୂଆ ୧୪୬ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୧୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି ପାଇଛି। ଏ...

Advertisement
Archives

Model This Week