କେୟାର ହସ୍ପିଟାଲରେ ଅସ୍ଥି, ଖଞ୍ଜା ଦିବସ

ଭୁବନେଶ୍ୱର,୫।୮:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘କେୟାର ହସ୍ପିଟାଲ’ ପକ୍ଷରୁ ନ୍ୟାସନାଲ ବୋନ ଆଣ୍ଡ ଜଏଣ୍ଟ ବା ଜାତୀୟ ଅସ୍ଥି ଓ ଖଞ୍ଜା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆଣ୍ଠୁ ପ୍ରତିରୋପଣ କରିଥିବା ୨୦ରୁ ଉର୍ଦ୍ଧ୍ୱ ରୋଗୀ ଯୋଗ ଦେଇ ସେମାନଙ୍କର ଅଭିଜ୍ଞତା ବଖାଣିବା ସହ ଏକ ର଼୍ୟାଂପ୍‌ ୱାକ୍‌ରେ ମଧ୍ୟ ଚାଲିଥିଲେ। ଅପରପକ୍ଷରେ ରୋଗୀଙ୍କ ପାଇଁ ହସ୍ପିଟାଲ ପରିସରରେ ଏକ ସ୍ବତନ୍ତ୍ର କର୍ମଶାଳା ‘କେୟାର କନେକ୍ଟ’ ଶୀର୍ଷିକ ବିଷୟବସ୍ତୁର ଆୟୋଜନ କରାଯାଇଥିଲା।
ଏ ସମ୍ପର୍କରେ କେୟାର ହସ୍ପିଟାଲର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସ୍ପୋର୍ଟସ୍‌ ଇନ୍‌ଞ୍ଜୁରୀ ରିହାବିଲିଟେସନ୍‌ ବିଭାଗର ମୁଖ୍ୟ ଡା.ସନ୍ଦୀପ ସିଂହ କହିଛନ୍ତି, ବର୍ତ୍ତମାନର ପରିବେଶ ଓ ପରିପାଟି ଯୋଗୁ ସବୁ ବର୍ଗର ଲୋକ ଅସ୍ଥିଶଲ୍ୟ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏପରିକି ଅତ୍ୟାଧୁନିକ ପଦ୍ଧତିରେ କିଭଳି ଆଣ୍ଠୁ ପ୍ରତିରୋପଣ କରାଯାଉଛି, ସେ ସମ୍ପର୍କରେ ମଧ୍ୟ ଆଲେଚନା କରିବା ସହ ଦୀର୍ଘଦିନ ପର୍ଯ୍ୟନ୍ତ ଏକ ଯନ୍ତ୍ରଣା ମୁକ୍ତ ଜୀବନ ପାଇଁ ଆମର ଖାଦ୍ୟପେୟ ଓ ଜୀବନଶୈଳୀ କିଭଳି ହେବା ଉଚିତ୍‌ ସେ ବାବଦରେ ସିଂ ବିସ୍ତୁତ ସୂଚନା ଉପସ୍ଥିତ ରୋଗୀ ଓ ଅନ୍ୟମାନଙ୍କୁ ଦେଇଥିଲେ। ସେହିଭଳି କେୟାର ହସ୍ପିଟାଲ ଭୁବନେଶ୍ୱରର ଏଚ୍‌ସିଓଓ କିସଲେ ଆନନ୍ଦ ବିଭିନ୍ନ ପ୍ରକାର ଅସ୍ଥିଗତ ସମସ୍ୟା ପାଇଁ କେୟାର ହସ୍ପିଟାଲ୍‌ ଭୁବନେଶ୍ୱରରେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସମ୍ପର୍କରେ ବିସ୍ତୁତ ଆଲୋଚନା କରିଥିଲେ। ସେହିପରି ଡା. ଲୋକନାଥ ଦାଶ (ଜିଏମ୍‌ ବିଡ଼ି) ଗରିବ ରୋଗୀଙ୍କ ପାଇଁ କେୟାର ହସ୍ପିଟାଲରେ ମହଜୁଦ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri