ସ୍ୱାସ୍ଥ୍ୟକେନ୍ଦ୍ରକୁ ବାଟ ଖୋଜୁଛନ୍ତି ରୋଗୀ

ଅନୁଗୋଳ ଅଫିସ, ୨୧।୫ ଅନୁଗୋଳ ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ଜିଲା ଚିକିତ୍ସାଳୟ ଭିତରକୁ ପ୍ରବେଶ କରିବାକୁ ବାଟ ଖୋଜୁଛନ୍ତି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ। କିଏ ବାଟବଣା ହୋଇ ବସ୍‌ଷ୍ଟାଣ୍ଡ ଆଡ଼କୁ ପଳାଉଛନ୍ତି ତ ଆଉ କିଏ ସ୍ୱାସ୍ଥ୍ୟକେନ୍ଦ୍ର ଚାରିପଟେ ଘୂରି ବୁଲୁଛନ୍ତି। ମେଡିକାଲ ମୁଖ୍ୟ ଫାଟକରେ ୭ଦିନ ହେବ ତାଲା ପଡ଼ିଥିବାରୁ ଏଭଳି ସମସ୍ୟା ଉପୁଜିଛି। ତାଲା କେବେ ଖୋଲିବ, ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଦହଗଞ୍ଜ ହେଉଛନ୍ତି ରୋଗୀ।
ଗତ ରବିବାର ଜିଲା ଚିକିତ୍ସାଳୟରେ ମୁଖ୍ୟ ଫାଟକରୁ ପଲସ୍ତରା ଖସିଥିଲା। ଏହାପରେ ବିପଦ ଆଶଙ୍କା ଦର୍ଶାଇ ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଛି। ‘ମେଡିକାଲ ମୁଖ୍ୟ ଫାଟକ ବନ୍ଦ ଅଛି। ପଛପାର୍ଶ୍ୱରେ ଯାତାୟାତ କରନ୍ତୁ’ ବୋଲି ଲେଖି ଏକ କାଗଜ ମରାଯାଇଛି। ହେଲେ ଏହାର ସୁଚିନ୍ତିତ ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ। ଜରୁରୀ ସମୟରେ ରୋଗୀ ଆସିଲେ ମେଡିକାଲ ଭିତରକୁ କିପରି ଯିବେ, ତାହାକୁ ନେଇ ଚିନ୍ତାରେ ପଡୁଛନ୍ତି। ଅନ୍ୟପଟେ ଛାତରୁ ପଲସ୍ତରା ଖସିବା ପରେ ମେଡ଼ିକାଲ କର୍ତ୍ତୃପକ୍ଷ ପୌରପାଳିକାକୁ ଚିଠି କରିଛନ୍ତି। ଆବଶ୍ୟକ ମରାମତି ଏବଂ ଅନ୍ୟ ସମସ୍ୟାର ସମାଧାନ କରିବାକୁ ଏଥିରେ ଉଲ୍ଲେଖ କରିଛନ୍ତି। ଚିଠି ପାଇବା ପରେ ପୌର କର୍ତ୍ତୃପକ୍ଷ ଘଟଣାର ଅନୁଧ୍ୟାନ କରିଛନ୍ତି। ତେବେ ଫାଟକରେ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ମୁଖ୍ୟ ଫାଟକ ଉପରେ ଏକ ଆଜବେଷ୍ଟସ୍‌ ଗୃହ ରହିଛି। ଏହାକୁ ନିର୍ମାଣ ପାଇଁ କିପରି ଅନୁମତି ପ୍ରଦାନ କରାଗଲା, ତାହାକୁ ନେଇ ଖୋଳତାଡ଼ କରିଛନ୍ତି। ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ କରାଯିବ ବୋଲି ଜଣେ ପଦସ୍ଥ ଅଧିକାରୀ କହିଛନ୍ତି।
ପୂର୍ବରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜନପ୍ରତିନିଧି ଏବଂ ପ୍ରଶାସନର ପଦସ୍ଥ ଅଧିକାରୀ ପରିଦର୍ଶନ କରିଥିବାବେଳେ ଏହି ଅବ୍ୟବସ୍ଥା ସେମାନଙ୍କୁ ବିବ୍ରତ କରିଥିଲା। ଉକ୍ତ ଦୋକାନକୁ ଉଚ୍ଛେଦ କରିବାକୁ ସେମାନେ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏପଟେ ମୁଖ୍ୟଫାଟକ ଖୋଲିବା ଯାଏ ସେଠାରେ ରୋଗୀଙ୍କୁ ସୂଚନା ଦେବା ପାଇଁ ଜଣେ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

ଅନଶନକାରୀଙ୍କ ସହ ଜିଲାପାଳ-ଏସ୍‌ପିଙ୍କ ରୁଦ୍ଧଦ୍ୱାର ବୈଠକ, ଫଳାଫଳ ଉପରେ ସମସ୍ତଙ୍କ ନଜର

ପଟ୍ଟାମୁଣ୍ଡାଇ,୨୬ା୬(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୨ ଅଧୀନ ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନ ହୋଇ ମିଥ୍ୟା ବିଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri