Posted inଖେଳ

ସବୁ ଫର୍ମାଟ୍‌ରୁ ପାର୍ଥିବ ପଟେଲଙ୍କ ଅବସର

ନୂଆଦିଲ୍ଲୀ, ୧୦।୧୨(ପି.ଟି.): ଜଣାଶୁଣା ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ବୁଧବାର କ୍ରିକେଟର ସବୁ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଅନ୍ୟତମ ସର୍ବକନିଷ୍ଠ କ୍ରିକେଟର ଭାବେ ଟେଷ୍ଟ ଖେଳିଥିବା ପାର୍ଥତ୍ବ ୩୬ ଜନ୍ମଦିବସ ପାଳନ କରିବାର ଠିକ୍‌ ୩ ମାସ ପୂର୍ବରୁ ଏହି ନିଷ୍ପତ୍ତି ନେଇଛନ୍ତି।
ଛୋଟପିଲା ଭଲି ଦେଖାଯାଉଥିବା ପାର୍ଥିବ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ମାତ୍ର ୧୭ ବର୍ଷ ୧୫୩ ଦିନ ବୟସରେ ଟେଷ୍ଟ ପଦାର୍ପଣ କରିବାର ସୁଯୋଗ ହାସଲ କରିଥିଲେ। ଭାରତ ପାଇଁ ସେ ୬୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ୨୫ ଟେଷ୍ଟ, ୩୮ ଦିନିକିଆ ଓ ଦୁଇଟି ଟି୨୦ ସାମିଲ ରହିଛି।
ଦୀର୍ଘ ୧୮ ବର୍ଷ କ୍ରିକେଟ ଖେଳିବା ପରେ ଅବସର ଘୋଷଣା କରୁଛି ବୋଲି ୩୫ ବର୍ଷୀୟ ପାର୍ଥିବ କହିଛନ୍ତି। ଏଥିପାଇଁ ସମସ୍ତଙ୍କଠାରେ ଋଣୀ ବୋଲି ସେ ନିଜ ଟୁଇଟର ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ବାମହାତୀ ପାର୍ଥିବ ସବୁ ଫର୍ମାଟ୍‌ରେ ୧୬୯୬ ରନ ସଂଗ୍ରହ କରିଛନ୍ତି। ଟେଷ୍ଟରେ ସେ ୬ଟି ଅର୍ଦ୍ଧଶତକ ସହ ୯୩୪ ରନ ସଂଗ୍ରହ କରିଛନ୍ତି। ଦିନିକିଆରେ ପାର୍ଥତ୍ବ ୪ଟି ଅର୍ଦ୍ଧଶତକ ସହ ୭୩୬ ରନ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ବ୍ୟକ୍ତିଗତ ସ୍କୋର ୯୫ ରହିଛି। ଟେଷ୍ଟରେ ତାଙ୍କର ୭୨ଟି ଡିସ୍‌ମିସାଲ ରହିଛି। ଏଥିରେ ୭୨ଟି କ୍ୟାଚ୍‌ ଓ ୧୦ଟି ଷ୍ଟମ୍ପିଂ ରହିଛି।
ଦକ୍ଷିଣ ଆଫ୍ରିକାରେ ଭାରତ- ଏ ତରଫରୁ ଖେଳିବା ପରେ ତାଙ୍କୁ ୨୦୦୨ ଇଂଲଣ୍ଡ ଗସ୍ତରେ ସାମିଲ କରାଯାଇଥିଲା। ସେତେବେଳକୁ ସେ ରଣଜୀ ଟ୍ରଫିରେ ମଧ୍ୟ ପଦାର୍ପଣ କରି ନ ଥିଲେ। ସେତେବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାଙ୍କ ଉପରେ ବହୁତ ଭରସା ଓ ବିଶ୍ୱାସ କରିଥିଲା। ବିସିସିଆଇ ଓ ଅନ୍ୟ ଅଫିସିଆଲଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
୨୦୦୪ରେ ଭାରତୀୟ ଦଳରୁ ବାଦ୍‌ ପଡିବା ପରେ ସେ ତାଙ୍କର ପ୍ରଥମ ରଣଜୀ ମ୍ୟାଚ୍‌ ଖେଳିଥିଲେ। ଅଷ୍ଟ୍ରେଲିଆ ଓ ପାକିସ୍ତାନ ଗସ୍ତରେ ଭଲ ପ୍ରଦର୍ଶନ କରି ନ ପାରିବାରୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା। ଗାଙ୍ଗୁଲିଙ୍କ ସମେତ ସେ ତାଙ୍କର ସବୁ ଅଧିନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ପଦାର୍ପଣ ପରେ ଅବଶ୍ୟ ସେ ଦଳ ପାଇଁ ଅଲୋଡା ହୋଇଯାଇଥିଲେ। ସେତେବେଳେ ସେ ଦ୍ୱିତୀୟ ଉଇକେଟକିପର କିମ୍ବା ବ୍ୟାଟ୍ସମ୍ୟାନ ଭାବେ କେତୋଟି ମ୍ୟାଚରେ ଖେଳିବାର ସୁଯୋଗ ହାସଲ କରିଥିଲେ। ପରେ ସେ ସୀମିତ ଓଭର କ୍ରିକେଟରେ ଓପନର ଭାବେ ଖେଳିବା ଆରମ୍ଭ କରି କିଛିଟା ସଫଳତା ପାଇଥିଲେ। ଧୋନୀ ଓ ଦୀନେଶ କାର୍ତ୍ତିକ ଆସିବା ପରେ ତାଙ୍କ କ୍ୟାରିୟର ବେଶ୍‌ ପ୍ରଭାବିତ ହୋଇଥିଲା।
ଘରୋଇ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ ଥିଲା ଓ ସେ ୧୯୪ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ ଓ ୪୩ରୁ ଊର୍ଦ୍ଧ୍ୱ ରନ ହାରରେ ୧୧, ୨୪୦ ରନ ସଂଗ୍ରହ କରିଥିଲେ। ଏଥିରେ ୨୭ଟି ଶତକ ସାମିଲ ରହିଥିଲା। ସେ ମଧ୍ୟ ୧୯୪ଟି ଲିଷ୍ଟ ଏ ଗେମ ଓ ୨୦୪ଟି ଟି୨୦ ଗେମ୍‌ ଖେଳିଥିଲେ। ସେ ମଧ୍ୟ ଏକାଧିକ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ତରଫରୁ ଖେଳି ସଫଳତା ହାସଲ କରିଥିଲେ। ସେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଖେଳିଥିଲେ। ତବେ ଏଥର ବାଙ୍ଗାଲୋର ତରଫରୁ ସେ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ। ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଗୁଡିକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ବିସିସିଆଇ ସଭାପତି ଗାଙ୍ଗୁଲି ତାଙ୍କୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି। ସେ କ୍ରିକେଟରେ ଜଣେ ବଡ଼ ଆମ୍ବାସାଡର ବୋଲି ଗାଙ୍ଗୁଲି କହିଛନ୍ତି। ଏତେଦିନ ଧରି ଦେଶ ପାଇଁ କ୍ରିକେଟ ଖେଳିଥିବାରୁ ଗର୍ବିତ ବୋଲି ପାର୍ଥିବ କହିଛନ୍ତି। ବୋର୍ଡ ସମ୍ପାଦକ ଜୟ ଶାହା, ସମ୍ପାଦକ ଅରୁଣ କୁମାର ଧୁମାଲ ମଧ୍ୟ ପାର୍ଥିବଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri