Posted inଖେଳ

ସବୁ ଫର୍ମାଟ୍‌ରୁ ପାର୍ଥିବ ପଟେଲଙ୍କ ଅବସର

ନୂଆଦିଲ୍ଲୀ, ୧୦।୧୨(ପି.ଟି.): ଜଣାଶୁଣା ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ବୁଧବାର କ୍ରିକେଟର ସବୁ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଅନ୍ୟତମ ସର୍ବକନିଷ୍ଠ କ୍ରିକେଟର ଭାବେ ଟେଷ୍ଟ ଖେଳିଥିବା ପାର୍ଥତ୍ବ ୩୬ ଜନ୍ମଦିବସ ପାଳନ କରିବାର ଠିକ୍‌ ୩ ମାସ ପୂର୍ବରୁ ଏହି ନିଷ୍ପତ୍ତି ନେଇଛନ୍ତି।
ଛୋଟପିଲା ଭଲି ଦେଖାଯାଉଥିବା ପାର୍ଥିବ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ମାତ୍ର ୧୭ ବର୍ଷ ୧୫୩ ଦିନ ବୟସରେ ଟେଷ୍ଟ ପଦାର୍ପଣ କରିବାର ସୁଯୋଗ ହାସଲ କରିଥିଲେ। ଭାରତ ପାଇଁ ସେ ୬୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ୨୫ ଟେଷ୍ଟ, ୩୮ ଦିନିକିଆ ଓ ଦୁଇଟି ଟି୨୦ ସାମିଲ ରହିଛି।
ଦୀର୍ଘ ୧୮ ବର୍ଷ କ୍ରିକେଟ ଖେଳିବା ପରେ ଅବସର ଘୋଷଣା କରୁଛି ବୋଲି ୩୫ ବର୍ଷୀୟ ପାର୍ଥିବ କହିଛନ୍ତି। ଏଥିପାଇଁ ସମସ୍ତଙ୍କଠାରେ ଋଣୀ ବୋଲି ସେ ନିଜ ଟୁଇଟର ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ବାମହାତୀ ପାର୍ଥିବ ସବୁ ଫର୍ମାଟ୍‌ରେ ୧୬୯୬ ରନ ସଂଗ୍ରହ କରିଛନ୍ତି। ଟେଷ୍ଟରେ ସେ ୬ଟି ଅର୍ଦ୍ଧଶତକ ସହ ୯୩୪ ରନ ସଂଗ୍ରହ କରିଛନ୍ତି। ଦିନିକିଆରେ ପାର୍ଥତ୍ବ ୪ଟି ଅର୍ଦ୍ଧଶତକ ସହ ୭୩୬ ରନ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ବ୍ୟକ୍ତିଗତ ସ୍କୋର ୯୫ ରହିଛି। ଟେଷ୍ଟରେ ତାଙ୍କର ୭୨ଟି ଡିସ୍‌ମିସାଲ ରହିଛି। ଏଥିରେ ୭୨ଟି କ୍ୟାଚ୍‌ ଓ ୧୦ଟି ଷ୍ଟମ୍ପିଂ ରହିଛି।
ଦକ୍ଷିଣ ଆଫ୍ରିକାରେ ଭାରତ- ଏ ତରଫରୁ ଖେଳିବା ପରେ ତାଙ୍କୁ ୨୦୦୨ ଇଂଲଣ୍ଡ ଗସ୍ତରେ ସାମିଲ କରାଯାଇଥିଲା। ସେତେବେଳକୁ ସେ ରଣଜୀ ଟ୍ରଫିରେ ମଧ୍ୟ ପଦାର୍ପଣ କରି ନ ଥିଲେ। ସେତେବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାଙ୍କ ଉପରେ ବହୁତ ଭରସା ଓ ବିଶ୍ୱାସ କରିଥିଲା। ବିସିସିଆଇ ଓ ଅନ୍ୟ ଅଫିସିଆଲଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
୨୦୦୪ରେ ଭାରତୀୟ ଦଳରୁ ବାଦ୍‌ ପଡିବା ପରେ ସେ ତାଙ୍କର ପ୍ରଥମ ରଣଜୀ ମ୍ୟାଚ୍‌ ଖେଳିଥିଲେ। ଅଷ୍ଟ୍ରେଲିଆ ଓ ପାକିସ୍ତାନ ଗସ୍ତରେ ଭଲ ପ୍ରଦର୍ଶନ କରି ନ ପାରିବାରୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା। ଗାଙ୍ଗୁଲିଙ୍କ ସମେତ ସେ ତାଙ୍କର ସବୁ ଅଧିନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ପଦାର୍ପଣ ପରେ ଅବଶ୍ୟ ସେ ଦଳ ପାଇଁ ଅଲୋଡା ହୋଇଯାଇଥିଲେ। ସେତେବେଳେ ସେ ଦ୍ୱିତୀୟ ଉଇକେଟକିପର କିମ୍ବା ବ୍ୟାଟ୍ସମ୍ୟାନ ଭାବେ କେତୋଟି ମ୍ୟାଚରେ ଖେଳିବାର ସୁଯୋଗ ହାସଲ କରିଥିଲେ। ପରେ ସେ ସୀମିତ ଓଭର କ୍ରିକେଟରେ ଓପନର ଭାବେ ଖେଳିବା ଆରମ୍ଭ କରି କିଛିଟା ସଫଳତା ପାଇଥିଲେ। ଧୋନୀ ଓ ଦୀନେଶ କାର୍ତ୍ତିକ ଆସିବା ପରେ ତାଙ୍କ କ୍ୟାରିୟର ବେଶ୍‌ ପ୍ରଭାବିତ ହୋଇଥିଲା।
ଘରୋଇ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ ଥିଲା ଓ ସେ ୧୯୪ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ ଓ ୪୩ରୁ ଊର୍ଦ୍ଧ୍ୱ ରନ ହାରରେ ୧୧, ୨୪୦ ରନ ସଂଗ୍ରହ କରିଥିଲେ। ଏଥିରେ ୨୭ଟି ଶତକ ସାମିଲ ରହିଥିଲା। ସେ ମଧ୍ୟ ୧୯୪ଟି ଲିଷ୍ଟ ଏ ଗେମ ଓ ୨୦୪ଟି ଟି୨୦ ଗେମ୍‌ ଖେଳିଥିଲେ। ସେ ମଧ୍ୟ ଏକାଧିକ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ତରଫରୁ ଖେଳି ସଫଳତା ହାସଲ କରିଥିଲେ। ସେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଖେଳିଥିଲେ। ତବେ ଏଥର ବାଙ୍ଗାଲୋର ତରଫରୁ ସେ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ। ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଗୁଡିକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ବିସିସିଆଇ ସଭାପତି ଗାଙ୍ଗୁଲି ତାଙ୍କୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି। ସେ କ୍ରିକେଟରେ ଜଣେ ବଡ଼ ଆମ୍ବାସାଡର ବୋଲି ଗାଙ୍ଗୁଲି କହିଛନ୍ତି। ଏତେଦିନ ଧରି ଦେଶ ପାଇଁ କ୍ରିକେଟ ଖେଳିଥିବାରୁ ଗର୍ବିତ ବୋଲି ପାର୍ଥିବ କହିଛନ୍ତି। ବୋର୍ଡ ସମ୍ପାଦକ ଜୟ ଶାହା, ସମ୍ପାଦକ ଅରୁଣ କୁମାର ଧୁମାଲ ମଧ୍ୟ ପାର୍ଥିବଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

ସୁନାବେଶରେ ଝଲସିଲେ ମହାପ୍ରଭୁ, ଭାବବିହ୍ବଳ ହେଲେ ଭକ୍ତ

ଛତ୍ରପୁର, ୨୫ା୭ (ଦିଲ୍ଲୀପ ସାମଲ): ପବିତ୍ର ସୁନାବେଶର ଦିବ୍ୟ ରୂପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଝଲସିଛନ୍ତି। ଛତ୍ରପୁର ତାଡେପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଉପରେ…

ସୁନା ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼, ଭୁବନେଶ୍ୱର-ପୁରୀ ରାସ୍ତା ଜାମ୍‌

ଭୁବନେଶ୍ୱର,୨୫।୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ତିନିରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁନାବେଶ ଦର୍ଶନ…

ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

କିଏ ହେବେ ଦେଶର ନୂଆ ଶିକ୍ଷାମନ୍ତ୍ରୀ? ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୋଦୀ କ୍ୟାବିନେରେ ହଲଚଲ, ସାମ୍ନାକୁ ଆସିଲା ବଡ଼ ନାଁ!

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ ଚର୍ଚ୍ଚା ହେଉଛି ଯେ ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ କିଏ ହେବେ। ମୋଦୀ କ୍ୟାବିନେଟ୍‌ରେ କେତେକ ନାମକୁ ନେଇ ବିଚାର-ବିମର୍ଶ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

କୁଲାଡ ରଥଯାତ୍ରା: ତିନି ଠାକୁରଙ୍କ ସୁନାବେଶ: ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ

ଭଞ୍ଜନଗର, ୨୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ସ୍ଥିତ ଭଞ୍ଜ ରାଜବଂଶ ପକ୍ଷରୁ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଏକ ଇତିହାସ ପ୍ରସିଦ୍ଧ ଧାର୍ମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri