Posted inଜାତୀୟ

ବିରୋଧୀ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର କରାଯିବ: ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଘୋଷଣା

ନୂଆଦିଲ୍ଲୀ,୩୦।୧: ସଂସଦର ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ବଜେଟ ଅଧିବେଶନ ସମ୍ପର୍କରେ ହୋଇଥିବା ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଘୋଷଣା କରିଛନ୍ତି ଯେ ସମସ୍ତ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର କରାଯିବ।

ପ୍ରହ୍ଲାଦ ଯୋଶୀ କହିଛନ୍ତି, ଯଦିଓ ବିରୋଧୀ ଏମ୍‌ପିଙ୍କ ନିଲମ୍ବନ କେବଳ ଶୀତ ଅଧିବେଶନ ପର୍ଯ୍ୟନ୍ତ ଥିଲା, ତଥାପି କିଛି ଲୋକଙ୍କ ମାମଲା ଅଧିକାର କମିଟିକୁ ଯାଇଥିଲା। ସରକାରଙ୍କ ତରଫରୁ ଆମେ ବାଚସ୍ପତି ଓମ ବିର୍ଲା ଏବଂ ଅଧ୍ୟକ୍ଷଙ୍କୁ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛୁ, କାରଣ ଏହା ଆମ ଅଧୀନରେ ନାହିଁ। ଉଭୟ ଏହାକୁ ଗ୍ରହଣ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବୈଠକ ବହୁତ ଭଲ ହୋଇଛି। ଜାନୁଆରୀ ୩୧ରୁ ଫେବୃଆରୀ ୯ ମଧ୍ୟରେ ହେବାକୁ ଥିବା ସଂସଦର ବଜେଟ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକ ସଭା ନିର୍ବାଚନ ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବେ। ନୂତନ ସରକାର ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆରୋଗ୍ୟ ସେତୁ ୨.୦ ଆପ୍‌ର ଶୁଭାରମ୍ଭ କଲେ ଜେ.ପି. ନଡ୍ଡା

ନୂଆଦିଲ୍ଲୀ,୨୯ା୬: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଆରୋଗ୍ୟ ସେତୁ ୨.୦ ଆପ୍‌ ଏବଂ ୟୁନିଫାଏଡ୍‌ ହେଲ୍‌ଥ ଇଣ୍ଟରଫେସ୍‌ (ୟୁଏଚ୍‌ଆଇ) ଲଞ୍ଚ୍‌ କରିଛନ୍ତି। କୋଭିଡ୍‌ ସମୟରୁ ଆରମ୍ଭ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ସାଧାରଣ ଲେକଙ୍କୁ ବଡ଼ ଆଶ୍ୱସ୍ତି: ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୯।୬:ସରକାର ପେଟ୍ରୋଲ ଏବଂ ଡିଜେଲ ସମ୍ପର୍କରେ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନ ଉପରେ ଅସ୍ଥାୟୀ…

ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ/ଛେନାପଦି,୨୯l୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର…

ସରକାର ନେଲେ ବଡ଼ ନିଷ୍ପତ୍ତି; ୧ ଜୁଲାଇରୁ ପେଟ୍ରୋଲ-ଡିଜେଲ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇରୁ ପେଟ୍ରୋଲ ଏବଂ ଡିଜେଲ କିଣିବାକୁ ନେଇ ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସରକାର ପ୍ରତି ବ୍ୟକ୍ତି ଏବଂ ପ୍ରତି ଗାଡ଼ି…

ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲାର ନୁତନ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ନାମ ସୋମବାର ଘୋଷଣା ହୋଇଛି। ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri